ଦାମ୍ପତ୍ୟ ଜୀବନକୁ ସମ୍ପର୍କ ସ୍ନେହ ଡୋରିରେ ବାନ୍ଧି ରଖିଥାଏ। ଏହାକୁ ନିବିଡ଼ କରିବାକୁ ହେଲେ କେତୋଟି ବିଷୟ ପ୍ରତି ଦୃଷ୍ଟିଦେବାକୁ ପଡ଼ିଥାଏ। ସେ ବିଷୟରେ କିଛି ଟିପ୍ସ…
ନିଜ ସମ୍ପର୍କକୁ ମଜଭୁତ କରି ରଖିବା ପାଇଁ ଛୋଟ ଛୋଟ କଥା ଉପରେ ଧ୍ୟାନ ଦେବା ଜରୁରୀ। ଛୋଟ ଛୋଟ ଅନୁଭବରୁ ସମ୍ପର୍କ ନିବିଡ଼ ହୋଇଥାଏ।
ବୁଝାମଣା
କୌଣସି ଦୁଇ ହୃଦୟ ଭିତରେ ପ୍ରେମ ଜନ୍ମନିଏ, ସେତେବେଳେ ତାହା ବହୁ ମିଠା ଏବଂ ଗଭୀର ଲାଗେ। ଛୋଟ ଛୋଟ କଥାରେ ହସିବାକୁ ମନ କରେ। ଅନ୍ୟର ଖୁସିରେ ନିଜର ଖୁସି ଦେଖାଯାଏ। ଏପରି ଲାଗେ ଯେ ଆମ ପାଇଁ ସମ୍ପୂର୍ଣ୍ଣ ଦୁନିଆ ବଦଳିଯାଇଛି। କିନ୍ତୁ ଅନ୍ୟପକ୍ଷରେ ସେହି ସମୟ ଧୀରେ ଧୀରେ ବଦଳିଯାଏ। ପରସ୍ପର ଭିତରେ ଉତ୍ତମ ସମ୍ପର୍କ ନ ରହିଲେ ତାହାର ପ୍ରଭାବ ସମ୍ପର୍କ ଉପରେ ପଡ଼େ। ଫଳରେ ଦେଖୁ ଦେଖୁ ଦିନ କେଇଟାରେ ଏହା ବିଷାଦରେ ଭରିଯାଏ। ତେଣୁ ସମ୍ପର୍କକୁ ମଜଭୁତ କରିବା ଲାଗି ଛୋଟ ଛୋଟ କଥାକୁ ଏଡ଼ାଇ ଦିଅନ୍ତୁ ନାହିଁ। ହୁଏତ ତା’ ଭିତରେ ସମ୍ପର୍କକୁ ମଧୁର କରିବାର ଉତ୍ସ ଲୁଚି ରହିଥାଇପାରେ। ତେଣୁ ଏହି ସମୟରେ ଛୋଟ ଛୋଟ କଥାକୁ ଅଣଦେଖା କରିବା ସମ୍ପର୍କ ପାଇଁ କ୍ଷତିକାରକ ହୋଇପାରେ।
ଛୋଟରୁ ବଡ଼ ହୁଏ ସମ୍ପର୍କ
କାହାକୁ ଏହା ଛୋଟ କଥା ଲାଗିପାରେ ଯେ ଆପଣଙ୍କ ପାର୍ଟନର ଛୋଟ ଛୋଟ ଅଭ୍ୟାସକୁ ମନେରଖିଛନ୍ତି। – ଯେପରିକି ସକାଳେ ଆପଣ କେମିତି ଚା’ ପିଅନ୍ତି, ନ୍ୟୁଜ୍ପେପର ପଢ଼ିବା ସମୟରେ ଆପଣଙ୍କ ଚେହେରା କେମିତି ଥାଏ ବା ଥକିଗଲା ପରେ ଆପଣ କିପରି ବସନ୍ତି। କିନ୍ତୁ ଏହି ଛୋଟ ଛୋଟ ଧ୍ୟାନ ହିଁ ସମ୍ପର୍କକୁ ମଜଭୁତ କରେ। ଏହା ଦର୍ଶାଏ ଯେ ଆପଣଙ୍କ ସାଥୀ ଆପଣଙ୍କୁ କେତେ ଧ୍ୟାନ ଦିଅନ୍ତି।
ସମ୍ପର୍କରେ ବିଶ୍ୱାସ ଜରୁରୀ
ଜଣେ ଅନ୍ୟ ଜଣଙ୍କ ଉପରେ ଭରସା କରିବା, ପୁଣି ନିଜର ଛୋଟ ଛୋଟ କଥା ବି ତାଙ୍କ ସହ ବାଣ୍ଟିବା ଜରୁରୀ । ପ୍ରାୟ ସମୟରେ ସାମାନ୍ୟ କଥା, ତାଙ୍କୁ ବେଳେବେଳେ ବହୁ ବଡ଼ ଲାଗେ ଏବଂ ସେହି କାରଣରୁ ପରସ୍ପର ମଧ୍ୟରେ ଫାଟ ସୃଷ୍ଟିହୁଏ। ଏମିତି ଛୋଟ ଛୋଟ ସନ୍ଦେହ ସୃଷ୍ଟି ହୁଏ, ଯେଉଁ ମୁହୂର୍ତ୍ତରେ ହିଁ ସନ୍ଦେହ ବଢ଼େ। ମନୋବିଜ୍ଞାନ କୁହେ, ଧ୍ୟାନ, ସମ୍ମାନ, ଛୋଟ ସାହାଯ୍ୟ ଆପଣଙ୍କ ହୃଦୟରେ ଏପରି ସ୍ଥାନ ସୃଷ୍ଟିକରେ ଯେ ଆପଣ ଅନ୍ୟକୁ ସମ୍ମାନ ଦେବାର ଅନୁଭବ କରାଏ। ଏହାଦ୍ୱାରା ସମ୍ପର୍କ ନିବିଡ଼ ହୁଏ।
ଛୋଟ ସାହାଯ୍ୟ
ଏପରି ଛୋଟ ଛୋଟ ସାହାଯ୍ୟ କରିବା କେବଳ ମନୁଷ୍ୟତା ନୁହେଁ, ଏହା ସମ୍ପର୍କକୁ ବାନ୍ଧି ରଖିବାର ସବୁଠୁ ବଡ଼ ଉପାୟ। କାହା ଲାଗି କିଛି ଚିନ୍ତା କରିବା, ଭାବିବା ଏହା ସମ୍ପର୍କକୁ ଜୀବନସାରା ଖୁସି ରଖିବା ପାଇଁ ଭଲ। ଏଥିସହ ଭରସା ଏବଂ କାହା ଲାଗି କିଛି କରିବା ନିମନ୍ତେ ଏପରି ସାଥୀ ମିଳିବା ବହୁତ ଜରୁରୀ। କିନ୍ତୁ ଏଥିପାଇଁ ନିଜକୁ ଅନେକ ଥର ପରିବର୍ତ୍ତନ କରିବାକୁ ପଡ଼େ, ଜିନିଷକୁ ନୂଆ ଚିନ୍ତାଧାରାରେ ଦେଖିବାକୁ ହୁଏ ଏବଂ ଅନ୍ୟକୁ ବୁଝିବାକୁ ହୁଏ। ଏସବୁ ନିଷ୍ପତ୍ତି ଦ୍ୱାରା ପରସ୍ପର ସହ ଜୀବନ ବିତାଇବାକୁ ପଡ଼େ।
ଭରସା
ଯଦି ପରସ୍ପର ଉପରେ ଭରସା କର, ତେବେ ଆପଣଙ୍କ ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିବ। ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ମଧ୍ୟ ମତଭେଦ ଆସେ, କିନ୍ତୁ ତାହା ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ନ ରହିବା ଭଲ। ଉତ୍ତମ ସମ୍ପର୍କ ପାଇଁ ଦୃଢ଼ ଭରସା ଜରୁରୀ।
ଭାବନା
ଯଦି ନିଜ ଭାବନା ବୁଝିବାକୁ ହୁଏ, ତେବେ ଛୋଟ କଥା ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ। ପୁରୁଣା ବନ୍ଧୁମାନେ ଯେତେବେଳେ ଭେଟ ହୁଅନ୍ତି, ସେମାନଙ୍କ ମଧ୍ୟରେ ଥିବା ଛୋଟ ଛୋଟ କଥା ମଧ୍ୟ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଯାଏ। ସମ୍ପର୍କକୁ ସମୟ, ଧ୍ୟାନ ଏବଂ ପ୍ରେମ ଦ୍ୱାରା ସିଞ୍ଚାଯାଏ। ଯଦି ଏହାକୁ ଉପେକ୍ଷା କରାଯାଏ, ତେବେ ସେହି ବ୍ୟକ୍ତି ଅନ୍ୟ କାହା କଥା ଭାବିବା ବଦଳରେ ସେ ନିଜକୁ ଅଧିକ ଗୁରୁତ୍ୱ ଦିଏ। ଯଦି ସମ୍ପର୍କରେ ଉପେକ୍ଷା ଆସିଲା ତେବେ ସାମ୍ନାବାଲା ତାଙ୍କ ପ୍ରତି କିପରି ଭାବନା ରଖୁଛି ସେଇଟା ସହଜରେ ବୁଝିହୁଏ।
ସମ୍ମାନ
ଯଦି ସମ୍ମାନ ଏବଂ ଅନ୍ୟକୁ ବୁଝିବାର କ୍ଷମତା ହରାଇ ଦିଆଯାଏ, ଏହାଦ୍ୱାରା ମନରେ ଘୃଣାଭାବ ଆସେ ଏବଂ ସମ୍ପର୍କ ଭାଙ୍ଗିଯାଏ। ପାରସ୍ପରିକ ଅନାଦର ଏବଂ ଘୃଣାଭାବ ବଢ଼େ, ଯାହା ସମ୍ପର୍କ ଭାଙ୍ଗିବାର କାରଣ ହୋଇପାରେ।
ମନରେ ନିରାଶ ଭାବନା
ଯଦି ମନରେ ନିରାଶ ଭାବନା ଜାଗ୍ରତହେଲା ତେବେ ଏହା ଧୀରେ ଧୀରେ ବଢ଼ିବାକୁ ଲାଗେ। ପୁଣି କୌଣସି ସାଧାରଣ କଥାରେ ବମ୍ବ୍ଲାଷ୍ଟ ପରି ଫାଟିଥାଏ। ଏପରି ହେବା ପୂର୍ବରୁ ସମ୍ପର୍କରେ ସଚ୍ଚୋଟତା ରଖନ୍ତୁ। ଖୁସିର ପରିବେଶରେ, ବିଶ୍ୱାସର ସହ ଭର୍ତ୍ତି ପୂରା ଜୀବନ ବିତିବା ଲାଗି କ୍ଷୁଦ୍ର କଥାରେ ବି ଧ୍ୟାନଦେବା ଆବଶ୍ୟକ। ଭୁଲ୍ରେ ଯଦି କିଛି କଥା ହୋଇଯାଇଛି, ତେବେ ତାକୁ ସ୍ବୀକାରକରି କ୍ଷମା ମାଗିବା ଉଚିତ। ଭଲ ହେବ ଏହି ସମୟରେ, ଏକ ଭୁଲ୍ ହୋଇଯାଇଥିଲେ ବି ତାହା ସମ୍ପର୍କ ଭାଙ୍ଗିବାର କାରଣ ହୋଇପାରେ। କିନ୍ତୁ ଯଦି ସମ୍ପର୍କରେ ଛୋଟ ଭୁଲ୍ ହୋଇଯାଇଛି ତେବେ ତାକୁ ଲୁଚାଇବା ଉଚିତ ନୁହେଁ, ବରଂ ଖୋଲାଖୋଲି ଭାବେ କଥା ହେବା ଆବଶ୍ୟକ। ଯଦି କିଛି ଭୁଲ କରିଛନ୍ତି ତାହାକୁ ପରସ୍ପର ସାମ୍ନାରେ ପ୍ରକାଶ କରି ତାହାକୁ ସମାଧାନ କରିନେବା ହିଁ ବିଜ୍ଞତାର ପରିଚାୟକ। ସମ୍ପର୍କକୁ ମଜଭୁତ କରିବାରେ କଥାବାର୍ତ୍ତା ଶୈଳୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ଯେତେ ମଧୁର ହୁଏ ସେହି ଅନୁସାରେ ସମ୍ପର୍କ ସେତେ ଦୃଢ଼ ହୋଇଥାଏ। ତେଣୁ ଏହା ଉପରେ ପାର୍ଟନର ଗୁରୁତ୍ୱ ଦେବା ନିହାତି ଦରକାର।
ଏହାବ୍ୟତୀତ ଆଉ ଏକ କଥା ରହିଛି। ସକାରାତ୍ମକ ମନୋଭାବ ଦ୍ୱାରା ସମ୍ପର୍କ ଏକ ନୂଆ ରୂପ ନେଇଥାଏ। ପରସ୍ପର ଉପରେ ଦୃଢ଼ ବିଶ୍ୱାସ ସମ୍ପର୍କର ଭିତ୍ତିଭୂମିକୁ ମଜଭୁତ କରେ।
Dharitri – Odisha’s No.1 Odia Daily

