Posted inଖେଳ

ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗ୍ସକୁ ଯିବା ନିଶ୍ଚିତ! ମୁମ୍ବାଇ ଇଣ୍ଡିଆନ୍ସ (MI) ପାଇଁ ଖେଳିବେ ଅର୍ଶଦୀପ; ଆସିଲା ଅଦଳବଦଳ ଚୁକ୍ତି ସମ୍ବନ୍ଧୀୟ ଅପଡେଟ

ନୂଆଦିଲ୍ଲୀ,୩।୧୧: ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗ୍ସକୁ ଯାଇପାରନ୍ତି। ହଁ, ଆପଣ ଠିକ ଶୁଣିଛନ୍ତି, ହାର୍ଦ୍ଦିକଙ୍କୁ ଅନ୍ୟ ଦଳକୁ ପଠାଇବା (ଟ୍ରେଡ) ପ୍ରକ୍ରିୟାରେ ହଠାf ପଞ୍ଜାବ ଫ୍ରାଞ୍ଚାଇଜ ସାମିଲ ହୋଇଯାଇଛି। ରିପୋର୍ଟ ଅନୁଯାୟୀ, ହାର୍ଦ୍ଦିକଙ୍କୁ ନେଇ ଏକ ଚୁକ୍ତି ଚୂଡ଼ାନ୍ତ କରିବା ନିମନ୍ତେ ପଞ୍ଜାବ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ବହୁତ ନିକଟତର ହୋଇସାରିଛନ୍ତି। ଏହାର ବଦଳରେ ଅର୍ଶଦୀପ ସିଂହ ଏବଂ ବିଷ୍ଣୁ ବିନୋଦ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇପାରନ୍ତି।
‘ସ୍ପୋର୍ଟଷ୍ଟାର୍‌’ (Sportstar) ର ରିପୋର୍ଟ ଅନୁଯାୟୀ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳରେ ଅର୍ଶଦୀପ ସିଂହ ଏବଂ ବିଷ୍ଣୁ ବିନୋଦଙ୍କୁ ସାମିଲ କରିବା ନେଇ ପଞ୍ଜାବ ଏବଂ ମୁମ୍ବାଇର ପରିଚାଳନା ଦଳ ଏକ ସହମତିରେ ପହଞ୍ଚିଛନ୍ତି। ଏହି ଚୁକ୍ତିକୁ ଆଇପିଏଲ (IPL) ଅଧିକାରୀଙ୍କ ଅନୁମୋଦନ ମିଳିବା ଆବଶ୍ୟକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନାନ୍ତର ସମ୍ପର୍କରେ ଏହି ସପ୍ତାହ ମଧ୍ୟରେ ଆନୁଷ୍ଠାନିକ ଘୋଷଣା କରାଯାଇପାରେ।
ରିପୋର୍ଟ ଅନୁଯାୟୀ, ଏହି ଟ୍ରେଡ (ଖେଳାଳି ଅଦଳବଦଳ) ଚୁକ୍ତିର ଚିନ୍ତାଧାରା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆସିଥିଲା, ଯେଉଁମାନେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳରେ ଜଣେ ଦ୍ରୁତ ବୋଲରଙ୍କୁ ଦେବା ପାଇଁ ପ୍ରସ୍ତାବ ଦେଇଥିଲେ। ଯେତେବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେବା ପାଇଁ ଏହି ପ୍ରସ୍ତାବ PBKS (ପଞ୍ଜାବ କିଙ୍ଗସ) ଫ୍ରାଞ୍ଚାଇଜ ସାମ୍ନାରେ ରଖାଗଲା, ସେତେବେଳେ ତାଙ୍କ ବଦଳରେ ଅର୍ଶଦୀପ ସିଂହ ଏବଂ ବିଷ୍ଣୁ ବିନୋଦଙ୍କୁ ମୁମ୍ବାଇ ଇଣ୍ଡିଆନ୍ସକୁ ପଠାଇବା ନେଇ ଆଲୋଚନା ଆରମ୍ଭ ହୋଇଥିଲା।
ହାର୍ଦ୍ଦିକଙ୍କୁ ନେବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ତିନୋଟି ଭିନ୍ନ ଫ୍ରାଞ୍ଚାଇଜ ସହ ଯୋଗାଯୋଗ କରିଥିଲା। ଏଥିମଧ୍ୟରୁ କେବଳ କୋଲକାତା ନାଇଟ ରାଇଡର୍ସ ସହ ଆଲୋଚନା ଏକ ଉନ୍ନତ ପର୍ଯ୍ୟାୟରେ ପହଞ୍ଚିଥିଲାଯେଉଁଥିରେ ହାର୍ଦ୍ଦିକଙ୍କ ବଦଳରେ ଏକାଧିକ ଖେଳାଳିଙ୍କୁ ଅଦଳବଦଳ କରିବାର ସମ୍ଭାବନା ରହିଥିଲା।
ଯଦି ଅର୍ଶଦୀପ ପଞ୍ଜାବ କିଙ୍ଗ୍ସ ଛାଡ଼ିଦିଅନ୍ତି, ତେବେ ରିକି ପଣ୍ଟିଂଙ୍କ ପ୍ରଶିକ୍ଷଣରେ ଥିବା ଦଳରେ ଜଣେ ବାମହାତୀ ଦ୍ରୁତ ବୋଲରଙ୍କ ପାଇଁ ସ୍ଥାନ ଖାଲି ହୋଇଯିବ। ଏଭଳି ପରିସ୍ଥିତିରେ, ପଞ୍ଜାବ କିଙ୍ଗ୍ସ (PBKS) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ଏକ ‘ଟ୍ରେଡ ଡିଲ’ (ଖେଳାଳି ଅଦଳବଦଳ ଚୁକ୍ତି) ହୋଇପାରେ, ଯେଉଁଥିରେ ମୋହସିନ ଖାନ ଏବଂ ମାର୍କସ ଷ୍ଟୋଇନିସଙ୍କ ଅଦଳବଦଳ ହେବାର ସମ୍ଭାବନା ରହିଛି। ଏହା କୁହାଯାଇପାରେ ଯେ ଯଦି ହାର୍ଦ୍ଦିକ ପଞ୍ଜାବ ଦଳରେ ଯୋଗ ଦିଅନ୍ତି, ତେବେ ମାର୍କସ ଷ୍ଟୋଇନିସଙ୍କ ପ୍ରଭାବ କମିଯିବ।
ଅନ୍ୟପକ୍ଷରେ, ମୁମ୍ବାଇ ଇଣ୍ଡିଆନ୍ସ ୨୦୨୬ ଆଇପିଏଲ (IPL) ସିଜିନ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୬.୩୫ କୋଟି ଟଙ୍କା ବିନିମୟରେ ଦଳରେ ବଜାୟ ରଖିଛି (ରିଟେନ କରିଛି)। ସେହିପରି, ଅର୍ଶଦୀପ ସିଂହ ପଞ୍ଜାବ କିଙ୍ଗ୍ସଠାରୁ ୧୮ କୋଟି ଟଙ୍କା ପାଇଛନ୍ତି। ଯଦି ଏହି ଖେଳାଳିମାନେ ନୂତନ ଦଳରେ ଯୋଗ ଦିଅନ୍ତି, ତେବେ ସେମାନେ କେତେ ଅର୍ଥ ରୋଜଗାର କରିବେ, ତାହା ଦେଖିବା ମଧ୍ୟ କୌତୁହଳପୂର୍ଣ୍ଣ ହେବ।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

୭ ଦିନ ପରେ ବି ସଜାଡ଼ି ହେଲାନି ଲେଡବନ୍ଧ ରାସ୍ତା: ବିପଦସଂକୁଳ ଅବସ୍ଥାରେ ଚାଲିଛି ଯାନବାହନ ଚଳାଚଳ

ମୋହନା, ୩।୧୧।୨୬: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ଧୋଇ ହୋଇଯାଇଥିଲା ଲେଡବନ୍ଧ ରାସ୍ତା। ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାରୁ ପ୍ରଶାସନ ପକ୍ଷରୁ ଯାତାୟାତ ବନ୍ଦ…

ବିସିସିଆଇର ସିଡ୍ୟୁଲକୁ ନେଇ ଏ କ’ଣ କହିଦେଲେ ଶୁଭମନ ଗିଲ, ଦିନିକିଆ ସିରିଜ ପୂର୍ବରୁ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି। ଏହାର ପ୍ରଥମ ମ୍ୟାଚ ନଭେମ୍ବର ୪ ତାରିଖରେ…

ସୋନମ ୱାଙ୍ଗଚୁକଙ୍କୁ ବଡ଼ ଝଟକା, ପ୍ରଶାସନ ଦେଲା ଏଭଳି ନିର୍ଦ୍ଦେଶ

ନୂଆଦିଲ୍ଲୀ, ୩।୧୧: ଲଦାଖ ପ୍ରଶାସନ ଶିକ୍ଷା ଓ ପରିବେଶ କ୍ଷେତ୍ରରେ କାମ କରୁଥିବା ସୋନମ ୱାଙ୍ଗଚୁକଙ୍କୁ ବଡ଼ ଝଟକା ଦେଇଛି। ୱାଙ୍ଗଚୁକଙ୍କ ଦ୍ୱାରା ପ୍ରତିଷ୍ଠିତ ହିମାଳୟନ ଇନଷ୍ଟିଚ୍ୟୁଟ…

ମହିଳାଙ୍କଠାରୁ ମୋବାଇଲ୍‌ ଛଡ଼ାଇବାକୁ ନେଇ ଯୁବକଙ୍କୁ ହତ୍ୟା

ବାରିପଦା, ୩।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଚାଉଁରାଡି ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି। ମୋବାଇଲ୍‌ ଛଡ଼ାଇବା ଘଟଣାକୁ କେନ୍ଦ୍ର…

ଭଞ୍ଜପୁର ପୋଲିସକୁ ବଡ଼ ସଫଳତା: କାର୍‌ ସହ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ, ଲକ୍ଷାଧିକ ଟଙ୍କା ଜବତ, ୩ ଗିରଫ

ବାରିପଦା, ୩/୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାର ଭଞ୍ଜପୁର ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଲକ୍ଷ୍ମୀପୋଷିସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନିକଟ ସୁବର୍ଣ୍ଣରେଖା କେନାଲ…

ଶିକ୍ଷକ ଅଭାବରେ ଚାଲିଛି ବିଦ୍ୟାଳୟ: ୧୫୩ ଛାତ୍ରୀଛାତ୍ରଙ୍କୁ ମାତ୍ର ୪ ଶିକ୍ଷକ

କର୍ଲାମୁଣ୍ଡା,୩।୧୧(ପ୍ରଦୀପ କୁମାର ସାହୁ): ଶିକ୍ଷାର ବିକାଶ ଓ ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଅନେକ ବିଦ୍ୟାଳୟରେ ଏବେ ବି ଶିକ୍ଷକ ଅଭାବ…

‘ରାହୁଲ ଗାନ୍ଧୀଙ୍କ ଥାର୍ଡ କ୍ଲାସ ମିଛ’: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଦେଶୀ ସହାୟତା ପାଇଥିବା ନେଇ ଅଭିଯୋଗ ଉପରେ ଭାଜପାର ପାଲଟା ଜବାବ

ନୂଆଦିଲ୍ଲୀ,୩।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ବିଦେଶୀ ସହାୟତା’ ଯୋଗୁ କ୍ଷମତାକୁ ଆସିଥିଲେ ଏବଂ ଏବେ ମଧ୍ୟ କ୍ଷମତାରେ…

ଟିମ ଇଣ୍ଡିଆକୁ ଫେରିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେବାକୁ ପଡ଼ିବ ‘ଅଗ୍ନୀ ପରୀକ୍ଷା’, ଅଧିନାୟକ ଶୁବମନ ଗିଲ କହିଲେ…

ନୂଆଦିଲ୍ଲୀ,୩।୧୧: ୨୦୨୭ ଦିନିକିଆ ବିଶ୍ୱକପ ପାଖେଇ ଆସୁଥିବା ବେଳେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ ଭାରତୀୟ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି। ଭାରତୀୟ ଅଧିନାୟକ ଶୁବମନ ଗିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?