ମେଟାକୁ ଆତଙ୍କବାଦୀ ତାଲିକାଭୁକ୍ତ କଲା ରୁଷିଆ…

ମସ୍କୋ,୧୧।୧୦ : ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟା ବିରୋଧରେ ରୁଷିଆ କଠୋର ପଦକ୍ଷେପ ନେଇଛି । ରୁଷିଆ ଏହାକୁ ଆତଙ୍କବାଦୀ ତଥା ଉଗ୍ରବାଦୀ ସଂଗଠନ ତାଲିକାଭୁକ୍ତ କରିଛି। ମେଟା ହେଉଛି ଫେସବୁକ ଏବଂ ଇନଷ୍ଟାଗ୍ରାମର ପ୍ୟାରେଣ୍ଟ କମ୍ପାନୀ। ଚଳିତ ବର୍ଷ ମାର୍ଚ୍ଚ ଶେଷରେ ରୁଷିଆ ଉଗ୍ରବାଦୀ କାର୍ଯ୍ୟକଳାପ ପାଇଁ ଫେସବୁକ ଏବଂ ଇନଷ୍ଟାଗ୍ରାମ ଉପରେ ପ୍ରତିବନ୍ଧକ ଲଗାଇଥିଲା। ୟୁକ୍ରେନରେ ରୁଷିଆର ସାମରିକ ଅପରେଶନ ସମୟରେ ଅଧିକାରୀମାନେ ମେଟାଙ୍କୁ ରୁସୋଫୋବିୟା ବୋଲି ଅଭିହିତ କରିଥିଲେ।

ରୁଷିଆ ଦ୍ୱାରା ୟୁକ୍ରେନର ପାୱାର ଷ୍ଟେଶନ ଉପରେ ନୂଆ ଆକ୍ରମଣ ଆରମ୍ଭ କରିବାର ଗୋଟିଏ ଦିନ ପରେ ଏହି ପଦକ୍ଷେପ ନିଆଯାଇଛି। କ୍ରିମିୟା ବ୍ରିଜ ବିସ୍ଫୋରଣ ହେବା ପରେ ରୁଷିଆ ୟୁକ୍ରେନ ଉପରେ ଦେଶବ୍ୟାପୀ ବ୍ୟାପକ ବୋମାମାଡ଼ ଆରମ୍ଭ କରିଛି।

ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ପରେ ରୁଷିଆ ଉପରେ କଟକଣା ଲାଗୁ ହୋଇଥିଲା। ଆମେରିକା ରୁଷିଆ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇଥିଲା। ଏହାର ଜବାବରେ ମେ ମାସରେ ରୁଷିଆ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ରୁଷିଆରେ ପ୍ରବେଶ କରିବାକୁ ବାରଣ କରିଥିଲା। ମାର୍କ ଜୁକରବର୍ଗ ମଧ୍ୟ ଏଥିରେ ସାମିଲ ହୋଇଥିଲେ।

ୟୁକ୍ରେନ ସହିତ ଯୁଦ୍ଧ ପରଠାରୁ ଫେସବୁକରେ ଲୋକଙ୍କ କଠୋର ପ୍ରତିକ୍ରିୟା ପାଇଁ ରୁଷିଆ ସୋସିଆଲ ମିଡିଆ କମ୍ପାନୀକୁ ଦାୟୀ କରିଛି। ଦେଶରେ ଫେସବୁକ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିଲା। ବର୍ତ୍ତମାନ ଏହାର ପ୍ୟାରେଣ୍ଟ କମ୍ପାନୀ ମେଟାକୁ ଆତଙ୍କବାଦୀ ତଥା ଉଗ୍ରବାଦୀ ସଂଗଠନ ତାଲିକାରେ ରଖି ରୁଷିଆ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?