କେବେ ଆକ୍ରମଣ ହେବ ସ୍ଥିର କରିଥିଲେ ରୁଷିଆ-ଚାଇନା, ଆମେରିକାର ଅଭିଯୋଗ…

ଓ୍ବାଶିଂଟନ/ମସ୍କୋ/ବେଜିଂ,୩।୩ : ୟୁକ୍ରେନ୍‌ ଉପରେ କେବେ ଆକ୍ରମଣ କରାଯିବ ତାହା ଚାଇନା ଏବଂ ରୁଷିଆ ପୂର୍ବରୁ ସ୍ଥିର କରିଥିବା ଆମେରିକା ପକ୍ଷରୁ ଅଭିଯୋଗ ହୋଇଛି। ଚାଇନାରେ ଶୀତକାଳୀନ ଅଲିମ୍ପିକ୍ସ୍‌ ପରେ ଆକ୍ରମଣ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବା ଆମେରିକା ଗୁପ୍ତଚର ସଂସ୍ଥା ପକ୍ଷରୁ କୁହାଯାଇଛି।

ବହୁ ପୂର୍ବରୁ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ଯାଉଥିଲା, କିନ୍ତୁ ବେଜିଂରେ ଶୀତକାଳୀନ ଅଲିମ୍ପିକ୍ସ ପରେ ଚାଇନା ଆକ୍ରମଣ କରିବାକୁ ପ୍ରବର୍ତ୍ତାଇଥିଲା। ରୁଷିଆ ଘନିଷ୍ଠ ବନ୍ଧୁ ଚାଇନାର ପରାମର୍ଶକୁ ମାନି କରି ଆକ୍ରମଣ ଘୁଞ୍ଚାଇ ଦେଇଥିଲା ବୋଲି ଆମେରିକା କହିଛି। ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ଏବଂ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଏନେଇ ବୁଝାମଣା ହୋଇଥିବା ଆମେରିକା ପକ୍ଷରୁ ଅଭିଯୋଗ ଅଣାଯାଇଛି।

ଶୀତକାଳୀନ ଅଲିମ୍ପିକ୍ସ ଶେଷ ହେବା ପୂର୍ବରୁ ଆକ୍ରମଣ ନକରିବାକୁ ଫେବୃଆରୀ ପ୍ରାରମ୍ଭରେ ଚାଇନାର ବରିଷ୍ଠ ଅଧିକାରୀମାନେ ରୁଷିଆ ନେତାମାନଙ୍କୁ କହିଥିଲେ। ନ୍ୟୁୟର୍କ ଟାଇମ୍ସ ଏହାର ରିପୋର୍ଟରେ ଏହା ଦାବି କରିଛି। ଏହି ରିପୋର୍ଟରେ ଆମେରିକା ଜୋ ବାଇଡେନ୍‌ ପ୍ରଶାସନର ଅଧିକାରୀ ଏବଂ ପାଶ୍ଚାତ୍ୟ ଗୁପ୍ତଚରଙ୍କ ରିପୋର୍ଟ ସମ୍ପର୍କରେ ଉଲ୍ଲେଖ କରାଯାଇଛି।

ରିପୋର୍ଟ ଅନୁଯାୟୀ, ୟୁକ୍ରେନ ଉପରେ ଆକ୍ରମଣ ଯୋଜନା ବିଷୟରେ ଚାଇନାର ବରିଷ୍ଠ ଅଧିକାରୀମାନେ ଅବଗତ ଥିଲେ। ଆକ୍ରମଣ ଯୋଜନା ସମ୍ପର୍କରେ ପୁଟିନ ଜିନପିଙ୍ଗଙ୍କୁ ମଧ୍ୟ ସୂଚନା ଦେଇଥିବା ଅଭିଯୋଗ ଅଣାଯାଇଛି।

ଅପରପକ୍ଷରେ ୱାଶିଂଟନରେ ଥିବା ଚାଇନା ଦୂତାବାସର ମୁଖପାତ୍ର ଲିୟୁ ପେଙ୍ଗୁ ଏହି ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଏହା ଭିତ୍ତିହୀନ କଳ୍ପନାଜଳ୍ପନା ବୋଲି ସେ କହିଛନ୍ତି। ଆମେରିକାର ବୈଦେଶିକ ବିଭାଗ ଏବଂ ଗୁପ୍ତଚର ଏଜେନ୍ସି ସିଆଇଏ ଏପର୍ଯ୍ୟନ୍ତ ଏହି ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଦେଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: କାଲିଠୁ ୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ଗଭୀର ଅବପାତ ମଙ୍ଗଳବାର ବାରିପଦାଠାରୁ ୧୦ କି.ମି.…

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ ହେଲା ଫୁଲବାଣୀ ସରକାରୀ ମେଡିକାଲ କଲେଜ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଫୁଲବାଣୀର ନୂତନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ଓ…

ଲଗାଣ ବର୍ଷା: କାଲି ଏସବୁ ଜିଲାରେ ସ୍କୁଲ, କଲେଜ-ଅଙ୍ଗନବାଡ଼ି ବନ୍ଦ, ସତର୍କ ରହିବାକୁ…

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଜିଲାର ଜିଲାପାଳମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।…

ଆସନ୍ତା ୨୪ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ: ୩ ବରିଷ୍ଠ ଆଇଏଏସଙ୍କୁ ୩ ଜିଲା ଦାୟିତ୍ବ, ଜାଣନ୍ତୁ …

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲା ପାଇଁ ବହୁତ…

ମହାକାଶରୁ ପାକିସ୍ତାନରେ ଦେଖାଗଲା ଭୟଙ୍କର ଦୃଶ୍ୟ! ବୈଜ୍ଞାନିକ କହିଲେ ୬ କୋଟି ବର୍ଷ ହେଲା…

ନୂଆଦିଲ୍‌ଲୀ,୨୮।୭: ପାକିସ୍ତାନରେ ଏକ ବିଶାଳ ବିଞ୍ଚଣା ଭଳି ଆକୃତି ରହିଛି, ଯାହା ମହାକାଶରୁ ମଧ୍ୟ ସ୍ପଷ୍ଟ ଦେଖାଯାଏ। ନାସାର ଟେରା ସାଟେଲାଇଟ୍ (Terra Satellite) ଏହି ଆକୃତିର…

ସରକାରଙ୍କୁ ପୁଣି ବଡ଼ ଆନ୍ଦୋଳନର ଧମକ ଦେଲେ ଅଭିଜିତ ଦିପ୍‌କେ, କହିଲେ ସର୍ତ୍ତ ନ ରଖିଲେ…

ନୂଆଦିଲ୍‌ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜିତ୍ ଦୀପକେ ପୁଣି ଥରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପୋଲିସ ପକ୍ଷରୁ…

କୃତିମ ସୂର୍ଯ୍ୟ ତିଆରି କରୁଛି ଚାଇନା, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମ୍ୟାଗନେଟ୍‌ର ପରୀକ୍ଷଣ ସଫଳ

ନୂଆଦିଲ୍‌ଲୀ,୨୮।୭: ପୃଥିବୀରେ ଶକ୍ତିର ସନ୍ଧାନ ମଧ୍ୟରେ ଚୀନ୍ ଏକ ବଡ଼ ସଫଳତା ହାସଲ କରିଛି। ଚୀନ୍ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ (Superconducting Fusion…

ଭଦ୍ରକରେ ବୁଧବାର ସମସ୍ତ ସ୍କୁଲ-ଅଙ୍ଗନବାଡ଼ି ଛୁଟି

ଭଦ୍ରକ,୨୮।୭: ପ୍ରବଳ ବର୍ଷା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଅର୍ଥାତ ବୁଧବାର ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri