ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା କାମରେ ଅବ୍ୟବସ୍ଥା

ନୂଆଗାଁ,୧୦।୪ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବିଭିନ୍ନ ରାସ୍ତା ନିର୍ମାଣ ଦାୟିତ୍ୱ ଦିଆଯାଇଛି। ହେଲେ ଅଧିକାରୀ, କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁ ନିର୍ମାଣ କାର୍ଯ୍ୟରେ ନାନା ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ନୁହେଁ ବରଂ ଠିକାଦାରମାନଙ୍କ କଥାରେ ଉନ୍ନୟନ କାମ ଚାଲିଛି ବୋଲି ଅଭିଯୋଗ ହେଉଛି।
ପ୍ରତି ଗାଁକୁ ପକ୍କା ରାସ୍ତା ନିର୍ମାଣ ପାଇଁ ସରକାର ବହୁ କୋଟି ଟଙ୍କା ବିନିଯୋଗ କରିଛନ୍ତି। ହେଲେ ଦାୟିତ୍ୱରେ ଥିବା ଅଧିକାରୀ, କର୍ମଚାରୀ ସେଥିରେ ଅଣଦେଖା କରି ଆସୁଛନ୍ତି। ଏଥିପାଇଁ ଜନସାଧାରଣ ଉନ୍ନୟନ କାମରେ ସୁଫଳ ପାଇ ପାରୁ ନାହାନ୍ତିା ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍ତ୍ୱାବଧାନରେ ମହିତମାଠାରୁ ସିକ୍ରିଡା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇଥିଲା। ବିଭାଗର ନିୟମ ଅନୁସାରେ କାମ ଶେଷ ହେବା ଦିନଠାରୁ ୫ ବର୍ଷ ପର୍ଯ୍ୟନ୍ତ ଠିକାଦାର ସେହି ରାସ୍ତାର ରକ୍ଷଣାବେକ୍ଷଣ କରିବେ। କିନ୍ତୁ ୫ ବର୍ଷ ସରି ଯାଇଥିଲେ ମଧ୍ୟ କୌଣସି ଗୋଟିଏ ରାସ୍ତାର ମରାମତି କାମ କରାଯାଇ ନାହିଁ । ଏବେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି। ସେହିପରି ସୋରଡାଠାରୁ ଗୌଡଚାଞ୍ଚେରାପଲି ରାସ୍ତା ୨୪।୮।୨୦୨୨ ସୁଦ୍ଧା ସାରିବା ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଠିକାଦାର ଅଦ୍ୟାବଧି ଅଧାକାମ ଶେଷ କରିନାହାନ୍ତି। ଯାହାକୁ ନେଇ ଏକାଧିକ ଥର ଆନ୍ଦୋଳନ, ରାସ୍ତାରୋକୋ କରାଯାଇଛି। ସମ୍ପୃକ୍ତ ଠିକାସଂସ୍ଥାକୁ ମୁଦୁରାଙ୍ଗଠାରୁ କୋଶଳାଙ୍ଗ ରାସ୍ତା ନିର୍ମାଣର ଦାୟିତ୍ୱ ଦିଆଯାଇଛି ।
ସେହି କାମ ୮।୪।୨୨ରେ ଆରମ୍ଭ କରାଯାଇ ୭।୩।୨୦୨୩ରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
ବର୍ତ୍ତମାନ ସୁଦ୍ଧା ସେହି ରାସ୍ତାରେ ମାତ୍ର ଅଳ୍ପ କିଛି କଙ୍କ୍ରିଟ ରାସ୍ତା ନିର୍ମାଣ କରାଯାଇଛି । ହେଲେ ନିମ୍ନମାନର କାମ ଯୋଗୁ ସେହି ରାସ୍ତା ମଝିରୁ ଫାଟି ଯାଇଛି। ଚଢେଇମରାଠାରୁ ନଇତଇଲା ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ଚାଲିଛି । ନିର୍ମାଣ ସମୟରେ ଓପାଡ଼ି ଦିଆଯାଇଥିବା ଗଛ ସ୍ଥାନରେ ଠିକ ଭାବେ ରୋଲିଂ ନ କରିବା ଯୋଗୁ ରାସ୍ତା ଦବି ଯାଇଥିବା ଦେଖିବାକୁ ମିଳିଛି । ମୁଦୁରାଙ୍ଗ-କୋଶଳାଙ୍ଗ ରାସ୍ତାରେ ସୃଷ୍ଟି ହୋଇଥିବା ଫାଟ ବାବଦରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ହିତାଞ୍ଜଳୀ ପଣ୍ଡାଙ୍କୁ ପଚାରିବାରେ ମୁଁ ନିଜେ ଉପସ୍ଥିତ ରହି କାମ ଦେଖିଛି । ହେଲେ କାହିଁକି ଫାଟିଲା ବୁଝାପଡୁନାହିଁ ।
ସେହି ରାସ୍ତାର ମରାମତି କରାଯିବ ବୋଲି ସେ କହିଛନ୍ତି। ଠିକ ସମୟରେ କାମ ନ ସରିବା ବାବଦରେ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ସାହୁଙ୍କୁ ପଚାରିବାରେ ବାରମ୍ବାର ତାଗିଦ୍‌ ସତ୍ତ୍ୱେ ଠିକାଦାର କାମ କରୁ ନାହାନ୍ତି। ଟେଣ୍ଡର କାମରେ ଆମେ କିଛି କରିପାରିବୁ ନାହିଁ , ଉପରିସ୍ଥ ଅଧିକାରୀ ଯାହା କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମିବାଡ଼ି ବିବାଦକୁ ନେଇ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ, ମେଡିକାଲରେ ଦମ୍ପତି

ହାଟଡିହୀ/ଛେନାପଦୀ,୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ମିଠିଗାଁ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ସଂଘବଦ୍ଧ…

ଭଦ୍ରକରୁ ଆସି କେନ୍ଦୁଝରରେ ଚୋରି, ଆଗରପଡ଼ାରୁ ଧରାପଡ଼ିଲେ…

ହାଟଡିହୀ/ଛେନାପଦୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ପୋଲିସ ଆଗରପଡ଼ା ଥାନା ଅଞ୍ଚଳରୁ ମୋଟରସାଇକେଲ୍ ଚୋରି ଅଭିଯୋଗରେ ଜଣକୁ ଗିରଫ କରିଛି। ଆଗରପଡ଼ା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ନମ୍ବରହୀନ କାର୍‌ରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ: ପାଟପୁର ପୋଲିସ ହାତରେ ଧରାପଡ଼ିଲେ ୨…

ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ବୁଧବାର ଅପରାହ୍ନରେ ଏକ ଗଞ୍ଜେଇ ବୋଝେଇ ନମ୍ବରହୀନ ହୁଣ୍ଡାଇ କାର୍ ଜବତ କରିବା ସହ ଦୁଇ ଜଣ…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ଦିଗପହଣ୍ଡିରେ ଗୋପାଳ ସମାଜର ତୃତୀୟ ବାର୍ଷିକ ସମ୍ମିଳନୀ: କଲ୍ୟାଣ ମଣ୍ଡପ ନିମନ୍ତେ ଏମ୍.ପି. କଲେ ଶିଳାନ୍ୟାସ

ଦିଗପହଣ୍ଡି,୨୨|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି-ପୋଡ଼ାମାରି ରାସ୍ତାରେ ଥିବା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପରିଚାଳନା ପରିଷଦ କାର୍ଯ୍ୟାଳୟ ପରିସରରେ ଗୋପାଳ…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri