Posted inଫୁରସତ

ଚାଲୁଥିବା ଫାଇଭ୍‌ଷ୍ଟାର୍‌ ହୋଟେଲ

ନୂଆଦିଲ୍ଲୀ: କରୋନା ଯୋଗୁ ଏବେ ଅଧିକାଂଶ ସମୟ ଘରେ ରହିବା ଫଳରେ ଅନେକ ବୋର୍‌ ହୋଇଗଲେଣି। ବାହାରକୁ କେଉଁଠିକୁ ଯାଇ ହେଉନି କି ବୁଲାବୁଲି କରି ହୋଟେଲରେ ଖିଆପିଆ କରି ହେଉନି। ତେବେ ଏମିତି ଏକ ସମୟରେ ଆପଣଙ୍କ ପାଖକୁ ଯଦି ଏକ ଷ୍ଟାର ହୋଟେଲ ଚାଲି ଚାଲି ଆସି ପହଞ୍ଚିବ ତା’ହେଲେ ନିଶ୍ଚୟ ମଜା ଲାଗିବ।
କଥାଟା ଶୁଣିବା ପାଇଁ ହୁଏତ ଅଡୁଆ ଲାଗିପାରେ। କିନ୍ତୁ ଗୁଡଗାଓଁର ସୋହନା ରୋଡ୍‌ ରେଡିଶନ୍‌ ହୋଟେଲ ପକ୍ଷରୁ ଏବେ ଲୋକଙ୍କୁ ଏପରି ସୁବିଧା ଦିଆଯାଉଛି। ଏହି ହୋଟେଲଟି ଏବେ ଏପରି ଏକ ଚାଲୁଥିବା ହୋଟେଲ ତିଆରି କରିଛି, ଯେଉଁଥିରେ ଆପଣ ପଞ୍ଚତାରକା ହୋଟେଲର ସମସ୍ତ ସୁବିଧା ପାଇପାରିବେ। ଅର୍ଥାତ୍‌ ହୋଟେଲ ପକ୍ଷରୁ ଏକ ବସ୍‌ରେ ପଞ୍ଚତାରକା ହୋଟେଲର ସମସ୍ତ ସୁବିଧା ଉପଲବ୍ଧ ହେଉଛି। ଅବଶ୍ୟ ଏଭଳି ସୁବିଧା ପାଇବା ପାଇଁ ଆପଣଙ୍କୁ ସେଇଭଳି ମୋଟା ଅଙ୍କର ଅର୍ଥ ତ ଖର୍ଚ୍ଚ କରିବାକୁ ପଡ଼ିବ। ଏହି ପଞ୍ଚତାରକା ହୋଟେଲର ନାଁ ରହିଛି ‘ଲବ୍‌ଜ ହ୍ବିଲ୍‌ସ’। ବସ୍‌ରେ ତିଆରି ଏହି ହୋଟେଲରେ ଆପଣ ପୂରା ପରିବାର ସହିତ ଡେ ଟ୍ରିପ୍‌ କିମ୍ବା ନାଇଟ୍‌ ଟ୍ରିପରେ ଯେକୌଣସି ସ୍ଥାନକୁ ଯାଇପାରିବେ। ଏଥିପାଇଁ ଆଗରୁ ବୁକ୍‌ କରିବାକୁ ପଡ଼ିବ। ଏହି ହୋଟେଲରେ ୫ଜଣଙ୍କ ପାଇଁ ରହିବା ତଥା ଖାଇବା ପିଇବାର ବ୍ୟବସ୍ଥା କରାଯାଇଛି। ତେଣୁ ପରିବାର ସହିତ ଏଥିରେ ଫାଇଭ୍‌ଷ୍ଟାର ଲଗ୍‌ଜୁରି ହୋଟେଲର ମଜା ଉଠାଇପାରିବେ।
ଏହି ବସ୍‌ ହୋଟେଲ ଭିତରେ ଆପଣ ଅର୍ଡର କରିବାର ମାତ୍ର କେଇ ମିନିଟ୍‌ ମଧ୍ୟରେ ଖାଦ୍ୟ ପରଷି ଦିଆଯିବ। ଆପଣଙ୍କ ପଛେ ପଛେ ରୋଷେଇ କରିବା ପାଇଁ ଏବଂ ଖାଦ୍ୟ ପରଷିବା ଲାଗି ଏକ ଟିମ୍‌ ଆପଣଙ୍କ ପଛେ ପଛେ ଯିବ। ଏହା ଭିତରେ ଯିବା ସମୟରେ ରାସ୍ତାର ଦୁଇ ପାଖର ଦୃଶ୍ୟ ଉପଭୋଗ କରିହେବ। ଏହି ବସ୍‌ର ସିଟ୍‌କୁ ଦାବିବା ମାତ୍ରେ କିଛି ସମୟ ମଧ୍ୟରେ ଏହା ଏକ ବେଡ୍‌ରେ ପରିଣତ ହୋଇଯିବ। ଏହା ସହିତ ମନୋରଞ୍ଜନ ନିମନ୍ତେ ଏଥିରେ ଦୁଇଟି ସ୍ମାର୍ଟ ଏଲ୍‌ଇଡି ଟିଭି ଲଗାଯାଇଛି। ବସ୍‌ରେ ସେଣ୍ଟ୍ରାଲାଇଜ୍‌ ଏସି ସହିତ ମାଇକ୍ରୋୱେଭ୍‌, ଫ୍ରିଜ୍‌ ଏବଂ ଚା କଫି ତିଆରି କରିବା ପାଇଁ ମେଶିନ୍‌ ମଧ୍ୟ ରହିଛି। ସେହିପରି ଆଧୁନିକ ସୁବିଧା ଥିବା ବାଥରୁମ୍‌ ଓ ଟଏଲେଟ୍‌ ମଧ୍ୟ ଏଥିରେ ରହିଛି। ତେବେ କରୋନା ଭାଇରସ୍‌କୁ ଦୃଷ୍ଟିରେ ରଖି ଏଥିରେ ସାନିଟାଇଜେସନ୍‌ ତଥା ପରିଷ୍କାର ପରିଚ୍ଛନ୍ନତା ପ୍ରତି ମଧ୍ୟ ବିଶେଷ ଦୃଷ୍ଟି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri