୩,୫୦୦ କୋଟିର ଚିନି ରପ୍ତାନି ସବ୍‌ସିଡିକୁ ଅନୁମୋଦନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ୩,୫୦୦ କୋଟି ଟଙ୍କାର ଚିନି ରପ୍ତାନି ସବ୍‌ସିଡିକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଚିନି ମିଲ୍‌ଗୁଡିକୁ ଏହି ସବ୍‌ସିଡି ପ୍ରଦାନ କରାଯିବାର ଯୋଜନା ରଖାଯାଇଛି। ୨୦୨୦-୨୧ ମାର୍କେଟିଂ ବର୍ଷରେ ଚିନି ମିଲ୍‌ଗୁଡିକ ୬୦ ଲକ୍ଷ ଟନ୍‌ ଚିନି ରପ୍ତାନି କରିବାକୁ ସକ୍ଷମ ହୋଇଛନ୍ତି। ମିଲ୍‌ ଏଭଳି ସବ୍‌ସିଡି ଲାଭ କଲେ ଆଖୁଚାଷୀଙ୍କ ବକେୟା ପରିଶୋଧ କରିବାକୁ ସକ୍ଷମ ହେବେ। ଏହି ସବ୍‌ସିଡି ରାଶି କୃଷକଙ୍କୁ ପଠାଯିବା ନେଇ ବ୍ୟବସ୍ଥା କରାଯାଇଥିବା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ନିଷ୍ପତ୍ତି ଦ୍ୱାରା ୫ କୋଟି କୃଷକ ଲାଭବାନ ହୋଇପାରିବେ। ସୂଚନାଯୋଗ୍ୟ, ସାରା ଦେଶରେ ୨୬୦ ଲକ୍ଷ ଟନ୍‌ ଚିନିର ଚାହିଦା ରହିଛି। ମାତ୍ର ୩୧୦ ଲକ୍ଷ ଟନ୍‌ ଚିନି ଉତ୍ପାଦନ ହୋଇଥିବା ରେକର୍ଡ କରାଯାଇଛି। ଗତ ମାର୍କେଟିଂ ବର୍ଷରେ ସରକାର ୧୦,୪୪୮ କୋଟି ସବ୍‌ସିଡି ପ୍ରଦାନ କରିଛନ୍ତି। ଏହାଦ୍ୱାରା ରାଜକୋଷକୁ ୬,୨୬୮ କୋଟି ଟଙ୍କାର ବୋଝ ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମା, ଉଠାଣରେ ଚାର୍ଜ ନେବେ ବ୍ୟାଙ୍କ;କଂଗ୍ରେସ କହିଲା ସରକାରଙ୍କ ‘କମର ତୋଡ ତୋଫା’

ନୂଆଦିଲ୍ଲୀ: ଜମା ଏବଂ ଉଠାଣ କ୍ଷେତ୍ରରେ କିଛି ବ୍ୟାଙ୍କ ଗ୍ରାହକଙ୍କଠାରୁ ଚାର୍ଜ ଆଦାୟ କରିବେ। ରିପୋର୍ଟ ମୁତାବକ ବ୍ୟାଙ୍କ ଅଫ୍‌ ବରୋଦା ନିର୍ଦ୍ଧାରିତ ନେଣଦେଣଠାରୁ ଅଧିକ...

ମାରୁତି ସୁଜୁକିର ନୂଆ ଗ୍ରାଣ୍ଡ୍‌ ଭିଟାରାର ଅନାବରଣ ଉତ୍ସବ

ଭୁବନେଶ୍ୱର,୪।୧୧:ଦେଶର ପ୍ରମୁଖ ଚାରିଚକିଆ ଯାନ ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ (ଏମ୍‌ଏସ୍‌ଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ନ୍ୟୁ ଗ୍ରାଣ୍ଡ୍‌ ଭିଟାରା’ର...

ଆମେରିକାର ତୈଳ ରଣନୀତି ବିଫଳ, ଉତ୍ପାଦନ ହ୍ରାସ ଯୋଜନାରେ ଅଟଳ ଓପେକ୍‌…

ଓ୍ବାଶିଂଟନ,୯।୧୦ : ତୈଳ ଉତ୍ପାଦନକାରୀ ଦେଶ ସଂଗଠନ ଓପେକ୍‌ ପ୍ଲସ ଗତ ସପ୍ତାହରେ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲା। ଆମେରିକା ଏହି ନିଷ୍ପତ୍ତିକୁ ବିରୋଧ...

୧୦୨୪ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୮।୨ ଗତ ୩ ସପ୍ତାହ ହେବ ଦଲାଲ ଷ୍ଟ୍ରିଟ୍‌ର ନିବେଶକମାନେ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି। ଏହାର ପ୍ରଭାବ ସିଧାସଳଖ ଶେୟାର ବଜାରର କାରବାର...

ସ୍ପାମ୍‌ କଲ୍‌ରେ ଭାରତର ସ୍ଥାନ ନବମ

ଭୁବନେଶ୍ୱର,୨୦।୧୨: ଚଳିତ ବର୍ଷ ବିଶ୍ୱବ୍ୟାପୀ ରାଷ୍ଟ୍ରଗୁଡିକ ସ୍ପାମ୍‌ କଲ୍‌ ଦ୍ୱାରା ବେଶ୍‌ ପ୍ରଭାବିତ ହୋଇଥିବା ଜଣାପଡିଛି। ଏହି ବିଷୟରେ ପ୍ରସ୍ତୁତ କରାଯାଇଥିବା ଏକ ତାଲିକାରେ ୨୦ଟି ପ୍ରମୁଖ...

ହିରୋର ପ୍ରିମିୟମ ମଡେଲ ‘ଜୁମ୍‌’ର ଅନାବରଣ

କଟକ,୧୬।୨:ଦେଶର ପ୍ରମୁଖ ମୋଟରସାଇକେଲ ଏବଂ ସ୍କୁଟର ନିର୍ମାତା ହିରୋ ମୋଟୋକର୍ପର ପ୍ରିମିୟମ ମଡେଲ ‘ଜୁମ୍‌’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ସ୍କୁଟର ବର୍ଗରେ ପରବର୍ତ୍ତୀ...

ଅକ୍ଟୋବରରୁ ଟିଭି ପ୍ୟାନେଲ ଉପରେ ୫% ଟିକସ

ମୁମ୍ବାଇ: ଅକ୍ଟୋବର ପହିଲାରୁ ଆମଦାନୀ ହେଉଥିବା ଟିଭି ଓପନ ପ୍ୟାନେଲ ଉପରେ ୫% ଟିକସ ଲାଗୁ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ ଶିଳ୍ପଗୁଡିକରେ ଭାଲ୍ୟୁ...

ଅନ୍ତରୀଣ ବଜେଟ ଆବଣ୍ଟନ ରହିପାରେ ଜାରି

ନୂଆଦିଲ୍ଲୀ,୬-୬: ଚଳିତ ବର୍ଷ ଫେବୃୟାରୀ ପହିଲାରେ ଉପସ୍ଥାପିତ ଅନ୍ତରୀଣ ବଜେଟରେ ଦିଆଯାଇଥିବା ଆବଣ୍ଟନକୁ ଚଳିତ ଆର୍ଥିକ ବର୍ଷ ଲାଗି ଜାରି ରଖିବାକୁ ଅର୍ଥ ମନ୍ତ୍ରଣାଳୟ ସଙ୍କେତ...

Advertisement
Archives

Model This Week