୪୦୩ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ବୁଧବାର ଭଲ କାରବାର କରିବାକୁ ସକ୍ଷମ ହୋଇଛି। କୋଭିଡ୍‌ ଭାକ୍ସିନ ଆସିବାକୁ ଥିବାରୁ ନିବେଶକଙ୍କ ମନୋଭାବ ଦୃଢ ରହିଛି। ଫଳରେ ସେନ୍‌ସେକ୍ସ ୪୦୩ ପଏଣ୍ଟ ଉଚ୍ଚରେ ରହିଛି। ସୂଚକାଙ୍କ ୦.୮୭% ଊର୍ଦ୍ଧ୍ୱରେ ରହିବା ଯୋଗୁ ୪୬,୬୬୬ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ନିଫ୍ଟି) କାରବାର ୧୧୫ ପଏଣ୍ଟ ବା ୦.୮୫% ଊର୍ଦ୍ଧ୍ୱରେ ରହିବା ଯୋଗୁ ୧୩,୬୮୩ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ୩୦ ଶେୟାର ବିଶିଷ୍ଟ ସୂଚକାଙ୍କ ଦିନ ମଧ୍ୟରେ ୪୬,୭୦୫ ପଏଣ୍ଟ ସ୍ତର ଛୁଇଁଥିଲା। ସେହିଭଳି ନିଫ୍ଟି ମଧ୍ୟ ୧୩,୭୦୦ ସ୍ତରରେ ରହିଥିଲା। ଉଭୟ ସେନ୍‌ସେକ୍ସ ଏବଂ ନିଫ୍ଟିରେ ରେକର୍ଡ ସ୍ତରର କାରବାର ହୋଇଛି। ଭାରତୀୟ ଶେୟାର ବଜାରରେ ବିଦେଶୀ ସଂସ୍ଥାଗତ ନିବେଶକ ମାନେ ନିବେଶ ବଢାଇଛନ୍ତି। ସେନ୍‌ସେକ୍ସରେ ଭଲ କାରବାର ହାସଲ କରିଥିବା କମ୍ପାନୀ ମଧ୍ୟରେ ଓଏନ୍‌ଜିସି, ଭାରତୀ ଏୟାରଟେଲ, ଏଚ୍‌ଡିଏଫ୍‌ସି, ଟାଇଟାନ, ଏସିଆନ ପେଣ୍ଟସ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ ଟିସିଏସ୍‌ ରହିଛି। ଏହି କମ୍ପାନୀଗୁଡିକର ଶେୟାର କାରବାର ପ୍ରାୟ ୩.୧୧% ବଢିଛି। ସେହିଭଳି ନିଫ୍ଟିରେ ରିୟଲିଟି କାରବାର ୫.୧୪% ବଢିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭାରେ ଇନ୍‌ସଲ୍‌ଭେନ୍ସି କୋଡ୍‌ ସଂଶୋଧନ ବିଲ୍‌ ପାସ୍‌

ନୂଆଦିଲ୍ଲୀ,୨୦।୯:ଇନ୍‌ସଲ୍‌ଭେନ୍ସି ଆଣ୍ଡ ବ୍ୟାଙ୍କ୍ରପ୍ସି କୋଡ୍‌ (ଦ୍ୱିତୀୟ ସଂଶୋଧନ) ବିଲ୍‌ ୨୦୨୦କୁ ଶନିବାର ରାଜ୍ୟ ସଭାରେ ଅନୁମୋଦନ ମିଳିଛି। ଫଳରେ କରୋନା ଭାଇରସ ଯୋଗୁ ଉପୁଜିଥିବା ସ୍ଥିତିରେ...

ଫାସ୍‌ଟାଗ୍‌ରେ ମିନିମମ୍‌ ବାଲାନ୍ସ ଆବଶ୍ୟକ ନାହିଁ

ନୂଆଦିଲ୍ଲୀ: ନ୍ୟାଶନାଲ ହାଇଓ୍ବେରେ ଯାତ୍ରା କରୁଥିଲେ ଫାସ୍‌ଟାଗ୍‌ ରଖିବା ଜରୁରୀ। ଯଦି ଆପଣ ଫାସ୍‌ଟାଗ୍‌ ବ୍ୟବହାର କରୁଛନ୍ତି ତେବେ ବର୍ତ୍ତମାନ ଏଥିରେ ପରିବର୍ତ୍ତନ ହୋଇଥିବା ନିୟମ...

ଏୟାର ଇଣ୍ଡିଆରେ ୧୦୦% ପର୍ଯ୍ୟନ୍ତ ନିବେଶ କରିବେ ଏନ୍‌ଆର୍‌ଆଇ

ନୂଆଦିଲ୍ଲୀ,୨୯।୭: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ (ଏଫ୍‌ ଡିଆଇ) ନୀତିରେ ଏକ ବଡ ପରିବର୍ତ୍ତନ କରାଯାଇଛି। ପରିବର୍ତ୍ତିତ ନିୟମ ଅନୁସାରେ...

ଧୂପବତି ଆମଦାନୀ ଉପରେ ଜାରି ହେଲା କଟକଣା

ନୂଆଦିଲ୍ଲୀ,୧-୯: ଦେଶରେ ଧୂପବତି ଆମଦାନୀ ଅହେତୁକ ବୃଦ୍ଧି ପାଇଥିବା ବେଳେ ଏଥିରେ ଲଗାମ ଲଗାଇବାକୁ ଯାଇ କେନ୍ଦ୍ର ସରକାର ଏହା ଉପରେ କଟକଣା ଜାରି କରିଛନ୍ତି।...

ବହୁସ୍ଥାନୀୟ ଦାବି ସମାଧାନ ସୁବିଧା ଦେଲା ଇପିଏଫ୍‌ଓ

ନୂଆଦିଲ୍ଲୀ,୧୫।୬: ଦେଶରେ ସେବା ପ୍ରଦାନର ଏକ ବ୍ୟବସ୍ଥିତ ମାନକ ସୁନିଶ୍ଚିତ କରିବା ତଥା କୋଭିଡ୍‌-୧୯ ମହାମାରୀ ସମୟରେ କର୍ମଚାରୀଙ୍କ ସଂଖ୍ୟାର ଠିକ୍‌ ଉପଯୋଗ ଲକ୍ଷ୍ୟରେ କର୍ମଚାରୀ...

ବଜାରରେ ରେନୋର ଅପ୍‌ଗ୍ରେଡ୍‌ ରେଞ୍ଜ

ନୂଆଦିଲ୍ଲୀ,୮।୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ରେନୋ ଇଣ୍ଡିଆ ପକ୍ଷରୁ ଏହାର କାଇଗର, ଟ୍ରାଇବର, କ୍ୱିଡ୍‌ ଭଳି ରେଞ୍ଜ ଯାନକୁ ସମ୍ପୂର୍ଣ୍ଣ ଅପ୍‌ଗ୍ରେଡ୍‌ କରାଯାଇଛି। ଏପରିକି...

ଆର୍ଥତ୍କ ପ୍ୟାକେଜ ନେଇ ମାନସ ମନ୍ଥନ

  ନୂଆଦିଲ୍ଲୀ,୩। ୫: କୋଭିଡ୍‌-୧୯ ଲାଗି ସାରା ଦେଶରେ ଅଚଳାବସ୍ଥା ଲାଗି ରହିଛି। କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ଦ୍ୱିତୀୟ ପ୍ୟାକେଜ ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ...

ବିଓଏମ୍‌ର ନୂତନ ଅଞ୍ଚଳ ମୁଖ୍ୟ

ଭୁବନେଶ୍ୱର,୪।୫: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌), ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ନୂତନ ଅଞ୍ଚଳ ମୁଖ୍ୟ ଭାବେ ଆଲୋକ କୁମାର ମିଶ୍ର ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।...

Advertisement
Archives

Model This Week