ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ କନେକ୍ସନ, ରେଳବାଇ ଏବଂ ଗାଡ଼ିର ଦାମ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ।

୧ ସେପ୍ଟେମ୍ୱରରୁ ଲାଗୁ ହେବ ଏହିସବୁ ପରିବର୍ତ୍ତନ

ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହିତ ୧ ସେପ୍ଟେମ୍ୱର ୨୦୨୬ ରୁ ଅନେକ ନିୟମ ଏବଂ ପ୍ରକ୍ରିୟା ବଦଳିବାକୁ ଯାଉଛି, ଯାହାର ପ୍ରଭାବ ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଆର୍ଥିକ କାର୍ଯ୍ୟକଳାପ ଉପରେ ପଡ଼ିପାରେ। କେତେକ ପରିବର୍ତ୍ତନ ସିଧାସଳଖ ସାଧାରଣ ଉପଭୋକ୍ତାଙ୍କ ସହ ଜଡ଼ିତ ଥିବା ବେଳେ, କେତେକର ପ୍ରଭାବ ବିଶେଷ ବର୍ଗର ଲୋକଙ୍କ ଉପରେ ପଡ଼ିବ।

ଚିନି

ଚିନିର କ୍ରମାଗତ ବୃଦ୍ଧି ପାଉଥିବା ଦରକୁ ଦୃଷ୍ଟିରେ ରଖି ସରକାର ନୂଆ ପଦକ୍ଷେପ ନେଇଛନ୍ତି। ଉପଭୋକ୍ତା ବ୍ୟାପାର, ଖାଉଟି ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ବଡ଼ କ୍ରେତାମାନଙ୍କ ପାଇଁ ଷ୍ଟକ ସୀମା ର୍ନିଦ୍ଧାରଣ କରିଛନ୍ତି। ଏହି ନିୟମ ୧ ସେପ୍ଟେମ୍ୱରରୁ ୩୦ ନଭେମ୍ୱର ୨୦୨୬ ପର୍ଯ୍ୟନ୍ତ ଲାଗୁ ରହିବ। ଏହି ନିୟମ ସେହି ବ୍ୟବସାୟଗୁଡ଼ିକ ଉପରେ ଲାଗୁ ହେବ, ଯେଉଁମାନେ ମାସକୁ ୧୦ ମେଟ୍ରିକ ଟନରୁ ଅଧିକ ଚିନି ବ୍ୟବହାର କରନ୍ତି। ଏପରି କ୍ରେତାମାନେ ଏବେ କେବଳ ୧୫ ଦିନର ଆବଶ୍ୟକତା ଅନୁଯାୟୀ ଚିନି ଷ୍ଟକରେ ରଖିପାରିବେ।

ଟ୍ୟାକ୍ସପେୟାର୍ସଙ୍କ ପାଇଁ ରିଟର୍ନ ଦାଖଲ କରିବାର ଶେଷ ତାରିଖ

ଯଦି ଆପଣଙ୍କ ରୋଜଗାରର ମାଧ୍ୟମ ବ୍ୟବସାୟ କିମ୍ୱା କୌଣସି ପେଷା (ପ୍ରଫେସନ) ଅଟେ, ତେବେ ଆସେସମେଣ୍ଟ ଇୟର ୨୦୨୬-୨୭ ପାଇଁ ଆପଣଙ୍କ ଆୟକର ରିଟର୍ନ (ITR) ଯଥାଶୀଘ୍ର ଦାଖଲ କରିଦିଅନ୍ତୁ। ଏହି ଟ୍ୟାକ୍ସପେୟାର୍ସଙ୍କ ପାଇଁ ITR ଦାଖଲ କରିବାର ଶେଷ ତାରିଖ ୩୧ ଅଗଷ୍ଟ ୨୦୨୬ ଅଟେ। ବ୍ୟବସାୟ କିମ୍ୱା ପେଷାରୁ ରୋଜଗାର କରୁଥିବା ଟ୍ୟାକ୍ସପେୟାର୍ସଙ୍କୁ ନିଜ ବ୍ୟବସାୟର ଅଡିଟ କରାଇବା ବାଧ୍ୟତାମୂଳକ ନୁହେଁ। ଏହି ଟ୍ୟାକ୍ସପେୟାର୍ସମାନେ ଫର୍ମ ୩ ଏବଂ ୪ ମାଧ୍ୟମରେ ନିଜର ରିଟର୍ନ ଭରିପାରିବେ। ୩୧ ଅଗଷ୍ଟ ପରେ ରିଟର୍ନ ଦାଖଲ କଲେ ଜରିମାନା ଦେବାକୁ ପଡ଼ିପାରେ।

LPG e-KYC ନକଲେ ବଢ଼ିପାରେ ଅସୁବିଧା

ଘରୋଇ LPG ଗ୍ରାହକଙ୍କ ପାଇଁ ସବୁଠାରୁ ଜରୁରୀ କାମ e-KYC ସହ ଜଡ଼ିତ। ଯେଉଁ ଗ୍ରାହକମାନେ ଏପର୍ଯ୍ୟନ୍ତ e-KYC ପୂରଣ କରିନାହାନ୍ତି, ସେମାନଙ୍କ ପାଇଁ ୩୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଶେଷ ସମୟସୀମା କୁହାଯାଇଛି। ଏପରି ସ୍ଥିତିରେ ୧ ସେପ୍ଟେମ୍ୱର ପୂର୍ୱରୁ LPG କନେକ୍ସନର e-KYC ସ୍ଥିତି ନିଶ୍ଚିତ ଭାବେ ଯାଞ୍ଚ କରିନେବା ଉଚିତ। ଯଦି କୌଣସି ଗ୍ରାହକ ର୍ନିଦ୍ଧାରିତ ସମୟ ମଧ୍ୟରେ ଜରୁରୀ ଭେରିଫିକେସନ ନକରାନ୍ତି, ତେବେ ଘରୋଇ ଦରରେ LPG ସିଲିଣ୍ଡର ମିଳିବାରେ ଅସୁବିଧା ହୋଇପାରେ।

କ୍ରେଡିଟ କାର୍ଡ ନିୟମରେ ପରିବର୍ତ୍ତନ

ଆମେରିକାନ ଏକ୍ସପ୍ରେସ ୧ ସେପ୍ଟେମ୍ୱରରୁ ଭାରତରେ ନିଜର ପ୍ଲାଟିନମ ଟ୍ରାଭେଲ କ୍ରେଡିଟ କାର୍ଡରେ ମିଳୁଥିବା ମାଇଲଷ୍ଟୋନ ରିୱାର୍ଡରେ ବଡ଼ କାଟଛାଟ କରିବାକୁ ଯାଉଛି। ଏହା ଯୋଗୁଁ କାର୍ଡହୋଲ୍ଡରଙ୍କୁ ୧ ସେପ୍ଟେମ୍ୱର ୨୦୨୬ ରୁ କମ ମେମ୍ୱରସିପ ରିୱାର୍ଡ ପଏଣ୍ଟସ ମିଳିବ। ରିପୋର୍ଟ ଅନୁସାରେ, ୧.୯ ଲକ୍ଷ ଟଙ୍କାର ଖର୍ଚ୍ଚରେ ଏବେ କାର୍ଡହୋଲ୍ଡରଙ୍କୁ ମିଳୁଥିବା ଅତିରିକ୍ତ ୭,୫୦୦ ମେମ୍ୱରସିପ ରିୱାର୍ଡ ପଏଣ୍ଟସ ମିଳିବ ନାହିଁ। ୪ ଲକ୍ଷ ଟଙ୍କାର ଖର୍ଚ୍ଚରେ ମିଳୁଥିବା ପଏଣ୍ଟସରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏହା ବ୍ୟତୀତ ଆକ୍ସିସ ବ୍ୟାଙ୍କ ନିଜର କ୍ରେଡିଟ କାର୍ଡ ନିୟମ ଓ ସର୍ତ୍ତାବଳୀରେ ଅନେକ ପରିବର୍ତ୍ତନର ଘୋଷଣା କରିଛି। ତଥାପି, ଏହି ପରିବର୍ତ୍ତନଗୁଡ଼ିକ ୨୮ ଅଗଷ୍ଟ ୨୦୨୬ ରୁ ଲାଗୁ ହେବ।

LPG ସିଲିଣ୍ଡର ଦରରେ ମଧ୍ୟ ପରିବର୍ତ୍ତନ ସମ୍ଭବ

ତେଲ କମ୍ପାନୀଗୁଡ଼ିକ ସାଧାରଣତଃ ପ୍ରତ୍ୟେକ ମାସର ପ୍ରଥମ ତାରିଖରେ LPG ଦରର ସମୀକ୍ଷା କରନ୍ତି। ତେଣୁ ୧ ସେପ୍ଟେମ୍ୱରରେ ଘରୋଇ ଏବଂ କମର୍ସିଆଲ LPG ସିଲିଣ୍ଡର ଦାମରେ ପରିବର୍ତ୍ତନ ହୋଇପାରେ। ଦାମ ବଢ଼ିଲେ ଏହାର ସିଧାସଳଖ ପ୍ରଭାବ ଘରର ବଜେଟ ଉପରେ ପଡ଼ିବ, ଯେତେବେଳେ କି ହ୍ରାସ ହେଲେ ଉପଭୋକ୍ତାଙ୍କୁ ଆଶ୍ୱସ୍ତି ମିଳିପାରେ।

ବଡ଼ FD ଉପରେ ନୂଆ ନିୟମ

ଫିକ୍ସଡ ଡିପୋଜିଟ (FD) ରଖୁଥିବା ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ୧ ସେପ୍ଟେମ୍ୱରରୁ ଲାଗୁ ହେବାକୁ ଯାଉଛି। ନୂଆ ନିୟମ ଅନୁସାରେ ବ୍ୟାଙ୍କଗୁଡ଼ିକୁ ୩ କୋଟି ଟଙ୍କା କିମ୍ୱା ତା’ଠାରୁ ଅଧିକ ବଡ଼ ଡିପୋଜିଟ ଉପରେ ଲାଗୁ ହେଉଥିବା ସୁଧହାରକୁ ନିଜ ୱେବସାଇଟ୍ରେ ପ୍ରତ୍ୟେକ କାର୍ଯ୍ୟଦିବସ (ୱାର୍କିଂ ଡେ’) ସକାଳ ୧୦:୧୦ ସୁଦ୍ଧା ପ୍ରକାଶ କରିବାକୁ ପଡ଼ିବ। ଏହାର ସବୁଠାରୁ ଅଧିକ ଫାଇଦା ବଡ଼ ଡିପୋଜିଟ ରଖୁଥିବା ଲୋକ, କମ୍ପାନୀ, ଟ୍ରଷ୍ଟ ଏବଂ ସଂସ୍ଥାଗତ ନିବେଶକମାନଙ୍କୁ ମିଳିବ।

ବିଦେଶ ଯାଉଥିବା ଲୋକଙ୍କ ପାଇଁ ମଧ୍ୟ ବଦଳିବ ନିୟମ

୧ ସେପ୍ଟେମ୍ୱର ୨୦୨୬ ରୁ ଭାରତରୁ ବିଦେଶ ଯାଉଥିବା ଯାତ୍ରୀଙ୍କ ପାଇଁ ଇମିଗ୍ରେସନ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପ୍ରସ୍ତାବିତ ଅଛି। ଏହା ଅଧୀନରେ ଯାତ୍ରୀମାନଙ୍କୁ ଇମିଗ୍ରେସନ କାଉଣ୍ଟରରେ ବୋର୍ଡିଂ ପାସ ଉପରେ ଷ୍ଟାମ୍ପ ଲଗାଇବା ଆବଶ୍ୟକ ହେବ ନାହିଁ। ସେମାନେ ଇଲେକ୍ଟ୍ରୋନିକ କିମ୍ୱା ପ୍ରିଣ୍ଟେଡ ବୋର୍ଡିଂ ପାସ ମାଧ୍ୟମରେ ପ୍ରକ୍ରିୟା ପୂରଣ କରିପାରିବେ। ତଥାପି, ଏହାର ଅର୍ଥ ନୁହେଁ ଯେ ପାସପୋର୍ଟ, ଭିସା କିମ୍ୱା ଏୟାରପୋର୍ଟର ଅନ୍ୟାନ୍ୟ ଜରୁରୀ ଯାଞ୍ଚ ଶେଷ ହୋଇଯିବ। ଯାତ୍ରୀମାନଙ୍କୁ ପୂର୍ୱ ଭଳି ସମସ୍ତ ଜରୁରୀ କାଗଜପତ୍ର ନିଜ ସହିତ ରଖିବାକୁ ପଡ଼ିବ।

ମ୍ୟୁଚୁଆଲ ଫଣ୍ଡରେ ନୋମିନେସନ ବାଧ୍ୟତାମୂଳକ

୧ ସେପ୍ଟେମ୍ୱରରୁ ସିଙ୍ଗଲ ହୋଲ୍ଡର୍‌ ଡିମାଟ ଆକାଉଣ୍ଟସ ଏବଂ ମ୍ୟୁଚୁଆଲ ଫଣ୍ଡ ଫୋଲିଓରେ ନୋମିନେସନର ନୂଆ ନିୟମ ଲାଗୁ ହେବାକୁ ଯାଉଛି। ମାର୍କେଟ ରେଗୁଲେଟର୍‌ SEBI ମେ ମାସରେ ଏହି ନିୟମ ବଦଳାଇଥିଲେ, କିନ୍ତୁ ଆସନ୍ତା ମାସର ପ୍ରଥମ ତାରିଖରୁ ଏହି ନିୟମ କାର୍ଯ୍ୟକାରୀ ହେବ। ଏହାକୁ ନେଇ ୨୯ ମେ ୨୦୨୬ରେ ସେବି (SEBI) ଏକ ସର୍କୁଲାର୍‌ ଜାରି କରିଥିଲେ। ଏହି ଦିଶା-ନିର୍ଦ୍ଦେଶ ଅନୁସାରେ, ନିବେଶକମାନେ ନୋମିନେସନ କଲମକୁ ଖାଲି ଛାଡ଼ିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?