ବଜେଟ୍‌ ଆଲୋଚନାରେ ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର, ୩୧।୭(ସୁନିତ୍‌ ମିଶ୍ର): ବିଧାନସଭାରେ ସାଧାରଣ ବଜେଟ ଉପରେ ଚାଲିଥିବା ଆଲୋଚନା ସମୟରେ ମଙ୍ଗଳବାର ଅପରାହ୍ନରେ ମଧ୍ୟ ପୂର୍ବଦିନ ଭଳି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଶାନ୍ତିଶୃଙ୍ଖଳାରେ ବଜେଟ ଆଲୋଚନା ଚାଲିଥିଲେ ସୁଦ୍ଧା ବିରୋଧୀ ଏବଂ ଶାସକ ଦଳ ପରସ୍ପରର ଗୋହି ଖୋଳାଖୋଳି ହୋଇଛନ୍ତି। ଶାସକ ଦଳ ସଦସ୍ୟ ସିଦ୍ଧାନ୍ତ ମହାପାତ୍ର ଆଲୋଚନାରେ ଭାଗ ନେଇ କହିଛନ୍ତି ଯେ, ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ଗତ ସରକାର ଯାହା କରିବା କଥା କରିନାହାନ୍ତି। ଗଞ୍ଜାମ ପରିଧାନ ସଂସ୍ଥା ଗଞ୍ଜାମରେ କରାଯାଇଛି। ଏହି ସଂସ୍ଥା କିଛି ସ୍କୁଲ ପାଇଁ ପିଲାଙ୍କ ଡ୍ରେସ୍‌ କିଛି ପରିମାଣରେ ତିଆରି କରିଦେଇ ବାକି କୋଲକାତାରୁ କିଣି ଆଣୁଛି। ତେଣୁ ଏକଥା କହିବାର ଅର୍ଥ ମହିଳାଙ୍କୁ ବାସ୍ତବରେ ସ୍ବାବଲମ୍ବୀ କରିବାର ଅଛି। ସେହିପରି ଚାଷ କଥା କହିଲେ, ଗଞ୍ଜାମ ଏବଂ ଜଗତସିଂହପୁରରେ ମାତ୍ରାଧିକ କୀଟନାଶକ ବ୍ୟବହାର କାରଣରୁ ସେଠାରେ ଉତ୍ପାଦନ କ୍ଷମତା କମିଯାଇଛି। ତେଣୁ ଆମ ମାଟିର ଉତ୍ପାଦନ କ୍ଷମତା କେତେ ଅଛି ତାହା ପରୀକ୍ଷା ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ବିଜେଡି ସଦସ୍ୟ ରମେଶ ଚନ୍ଦ୍ର ବେହେରା କହିଛନ୍ତି, ଚଳିତ ଥର ଆଗତ ହୋଇଥିବା ବଜେଟରେ ଗତବର୍ଷ ତୁଳନାରେ ୧୫ ପ୍ରତିଶତ ଅଭିବୃଦ୍ଧି ଘଟିଥିବା କହୁଛନ୍ତି। ବାସ୍ତବରେ ଗତଥର ତୁଳନାରେ ଚଳିତ ବଜେଟରେ ୩.୭୭ ପ୍ରତିଶତ ଅଭିବୃଦ୍ଧି ଘଟିଛି। ୨୦୦୦ ମସିହାରେ ଆବଶ୍ୟକ ଖାଦ୍ୟ ପଦାର୍ଥ ଉତ୍ପାଦନ ହୋଇପାରୁ ନ ଥିଲା। ହେଲେ ବିଜେଡିର ୨୪ ବର୍ଷ ଶାସନରେ ଓଡ଼ିଶାକୁ ୫ଥର କୃଷି କର୍ମଣ ପୁରସ୍କାର ମିଳିଛି। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ବିଶ୍ୱଗୁରୁ ହୋଇପାରିଛି। କ୍ରୀଡା କ୍ଷେତ୍ରରେ ଯାହାସବୁ ହୋଇଛି ସେକଥା ସମସ୍ତେ ଜାଣନ୍ତି। ବିକାଶ ଦିଗରେ ଯାଉଥିବା ରାଜ୍ୟକୁ ଆଗକୁ ନେବାରେ ଆପଣମାନଙ୍କୁ ସହାୟକ ହେବ ବୋଲି ସେ କହିଛନ୍ତି।
କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ଜଣେ ବନ୍ଧୁ ଏ ଗୃହରେ ବହୁବାର ଓଡ଼ିଆ ଅସ୍ମିତା କଥା ଉଠାଇଲେ। ନିର୍ବାଚନ ସମୟରେ ଏମାନେ ପୁରୀରୁ ଜଗନ୍ନାଥଙ୍କ କଥା ଏବଂ ଓଡ଼ିଆ ଅସ୍ମିତା କଥା ବାରମ୍ବାର କହିଲେ, ଯାହାକି ଦାନା ବାନ୍ଧିଥିଲା। ହେଲେ ଭୁଲି ନ ଯାଆନ୍ତୁ, ବିଜେଡି-ଭାଜପା ରାଜ୍ୟରେ ୯ ବର୍ଷ ଏକାଠି ଶାସନ କରିଛନ୍ତି। ସେତେବେଳେ ଦୁଇ ଦଳ ବଜେଟ ଆଲୋଚନା ସମୟରେ ମିଶିକି ଟେବୁଲ୍‌ ପିଟୁଥିଲେ। ୨୦୦୦ ମସିହା ପୂର୍ବରୁ ଏତେ ମାତ୍ରାରେ ଖଣି, ଖାଦାନ ଚୋରି ହେଉ ନ ଥିଲା। ୨୦୦୩ ପରଠାରୁ ପାରାଦୀପରୁ ଗୋପାଳପୁର ବନ୍ଦର ପର୍ଯ୍ୟନ୍ତ ଏବଂ କୋଭିଡ୍‌ ସମୟରେ ହଜାର ହଜାର ଟ୍ରକରେ ଖଣି ଚୋରି ହେଲା। ୨୦୦୦ ମସିହା ପୂର୍ବରୁ ଏ ପରିସ୍ଥିତି ନ ଥିଲା। ଖଣି ବିକିକି ଭିତିରିଆ ଏବଂ ଉପରିଆ ନେଇ ‘ପି’ରୁ ନାଁ ଆରମ୍ଭ ହେଉଥିବା ଜଣେ ତାମିଲ ସବୁ ଟଙ୍କା ନେଲେ। ସେ ଆଗରୁ ଓଡ଼ିଶାକୁ କଣ୍ଟ୍ରୋଲ କରୁଥିଲେ, ଏବେ ମଧ୍ୟ କରୁଛନ୍ତି। ଏହି ବଜେଟରେ ନୂତନତ୍ୱ କିଛି ନାହିଁ। ରାଜ୍ୟରେ ଛତୁଆ ଦୁର୍ନୀତି ଏକ ସବୁଠାରୁ ବଡ଼ ଘଟଣା। ପୂର୍ବରୁ ଏ ବିଜେଡି ସରକାର ଥିବାବେଳେ କହିଛି ଏ ଦୁର୍ନୀତିକୁ ନ ରୋକିଲେ ଅଭିଶାପରେ ଆଗକୁ ବଢ଼ିପାରିବ ନାହିଁ। ଏବେ ସେହି କଥା ପ୍ରମାଣିତ ହୋଇଛି। ଚାଷୀ ଆନ୍ଦୋଳନ ସମୟରେ ଅନେକ କୃଷକଙ୍କୁ ଗାଡ଼ି ମଡ଼ାଇ ଆକ୍ରମଣ କରି ମାରିଲେ, ଏବେ ଅବସ୍ଥା ଦେଖନ୍ତୁ। ସେମିତି ପ୍ରଧାନମନ୍ତ୍ରୀ ଚାଷୀଙ୍କ ଆୟ ଦୁଇଗୁଣା କରିବେ କହିଥିଲେ। ଧାନର ଏମ୍‌ଏସ୍‌ପି ବୃଦ୍ଧି ଲାଗି ସର୍ବଦଳୀୟ ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ସମୟ ମଗାଗଲା। ବାଚସ୍ପତି ମଧ୍ୟ ଚିଠି ଲେଖିଲେ, ହେଲେ ପ୍ରଧାନମନ୍ତ୍ରୀ ସମୟ ଦେଲେନି। ଏଠି ଭାଜପା ତ ସରକାର କରିବ ବୋଲି ଆଶା କରି ନ ଥିଲା। ହଉ ହଉ ହେଇଗଲା। ବିଜେଡି ମଧ୍ୟ ବିରୋଧୀ ଦଳରେ ବସିବ ଭାବି ନ ଥିଲା, ହେଲେ ସେଇଆ ହେଇଗଲା। ଖରିଫ ଚାଷ ଲାଗି ରାଜ୍ୟ ସରକାର ଯେତିକି ଟଙ୍କାର ବ୍ୟୟ ବରାଦ କରିଛନ୍ତି ଯଦି ଚାଷୀଙ୍କୁ ଏମ୍‌ଏସପି ୩୧୦୦ ଟଙ୍କା ଦିଅନ୍ତି ତେବେ ୨୫ ପ୍ରତିଶତ କୃଷକ ଅର୍ଥ ପାଇପାରିବେ। ପ୍ରଥମେ ମହାନଦୀ ସମସ୍ୟାର ସମାଧାନ କରନ୍ତୁ। ଭାଜପା ସଦସ୍ୟ ଆକାଶ ଦାସ ନାଏକ କହିଛନ୍ତି, ରାଜ୍ୟ ସରକାର ଏକ ଦୂରଦର୍ଶୀ, ବାସ୍ତବଧର୍ମୀ ବଜେଟ ଆଣିଛନ୍ତି। ଏଥିରେ ଯାହାସବୁ ବ୍ୟୟବରାଦ କରାଯାଇଛି ସେସବୁ ସ୍ବାଗତଯୋଗ୍ୟ। ଭାଜପା ସଦସ୍ୟ ଗୌରୀ ଶଙ୍କର ମାଝୀ କହିଛନ୍ତି, ମୋହନ ସରକାର ସବୁ କ୍ଷେତ୍ର ଲାଗି ବଜେଟରେ ବ୍ୟୟ ବରାଦ କରିଛନ୍ତି। ବିଜେଡି ସଦସ୍ୟ ଧ୍ରୁବ ସାହୁ କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ପ୍ରତିଷ୍ଠିତ ହୋଇସାରିଛି। ୨୦୦୦ ମସିହାରେ ବିଜେଡି ସରକାର ଦାୟିତ୍ୱ ନେବା ବେଳକୁ ଆମ ରାଜ୍ୟର ଋଣ ଭାର ୧୮ ହଜାର କୋଟି ଥିଲା। ୨୪ ବର୍ଷ ଧରି ରାଜ୍ୟରେ ବିଜେଡି ସରକାର ଥିବା ଭିତରେ ରାଜ୍ୟର ଋଣ ଭାର ୭୮,୦୦୦ କୋଟିରେ ପହଞ୍ଚିଥିଲା। ହେଲେ ଚଳିତ ବଜେଟରେ କେବଳ ମୋହନ ସରକାର ୪୩,୪୯୫ କୋଟି ଟଙ୍କାର ଋଣ ଆକଳନ କରିଛନ୍ତି। ୨୪ ବର୍ଷରେ ଯେତିକି ଋଣ ବିଜେଡି ସରକାର କରି ନ ଥିଲା ତାର ଅଧା ଟଙ୍କା ଏ ସରକାର ଚଳିତ ବଜେଟରେ ଋଣ କରୁଛି। ରାଜ୍ୟ ସରକାର ବୋଧହୁଏ ବଜେଟ କରିବା ବେଳେ ଭୁଲି ଯାଇଛନ୍ତି ଆମ ଅର୍ଥନୀତି ଖଣି ଉପରେ ନିର୍ଭରଶୀଳ ବୋଲି ସେ କହିଛନ୍ତି। ତେବେ ଅନ୍ୟ ସଦସ୍ୟମାନେ ବଜେଟ ଆଲୋଚନାରେ ମଧ୍ୟ ଭାଗ ନେଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ସାଧାରଣ ବଜେଟ ଉପରେ ନିଜର ପ୍ରତିକ୍ରିୟା ରଖିବା ସମୟରେ ବିଜେଡି ସଦସ୍ୟମାନେ ବିରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ଆକ୍ଷେପମୂଳକ ମନ୍ତବ୍ୟ ରଖୁଥିବା କହି ବିଜେଡି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ଏହାପରେ କଂଗ୍ରେସ ସଦସ୍ୟମାନେ ମଧ୍ୟ କକ୍ଷତ୍ୟାଗ କରିଥିଲେ। ଶାସକ ଦଳ ସଦସ୍ୟମାନଙ୍କ ଉପସ୍ଥିତିରେ ବଜେଟକୁ ଅନୁମୋଦନ ମିଳିଥିଲା। ଏହାସହ ୩୧ ତାରିଖ ସୁଦ୍ଧା ବିଭିନ୍ନ ସେବା ଓ ଉଦ୍ଦେଶ୍ୟ ସାଧାନ ନିମିତ୍ତ ଖର୍ଚ୍ଚ ତୁଲାଇବା ପାଇଁ ଲେଖାନୁଦାନ ଅନୁସୂଚୀର ସପ୍ତମ ସ୍ତମ୍ଭରେ ସୂଚିତ ମୋଟ୍‌ ୯୫ ହଜାର କୋଟି ଟଙ୍କାର ଲେଖା ଅନୁଦାନକୁ ଅନୁମୋଦନ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?