ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ରୁଦ୍ରାଂଶ

ଭୁବନେଶ୍ୱର, ୨।୪ (ବ୍ୟୁରୋ): ବୟସ ସିନା କମ୍‌, ହେଲେ ବହୁ ପ୍ରତିଭାର ଅଧିକାରୀ। ମାତ୍ର ୨ବର୍ଷ ୧୧ ମାସ ବୟସରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ହାସଲ କରିଛନ୍ତି ରୁଦ୍ରାଂଶ ମହାପାତ୍ର। ତାଙ୍କ ବୟସର ପିଲା ସ୍ପଷ୍ଟ ଭାବେ କଥା କହିପାରୁ ନ ଥିବାବେଳେ ସେ ଅନର୍ଗଳ ମନ୍ତ୍ର ଆଉ ଶ୍ଳୋକ ଗାଉଛନ୍ତି। ବାପା, ଜେଜେବାପାଙ୍କ ମୁହଁରୁ ଗାୟତ୍ରୀ ମନ୍ତ୍ର, ମହାମୃତ୍ୟୁଞ୍ଜୟ ମନ୍ତ୍ର, ଭୋଜନ ମନ୍ତ୍ର, ଦୁର୍ଗା ସ୍ତୁତି, ଶିବ ତାଣ୍ଡବ ସ୍ତୋତ୍ରମ୍‌ ଭଳି ଅନେକ ଶ୍ଳୋକ ମନେ ରଖି ଗାଉଛନ୍ତି। ଖାଲି ସେତିକି ନୁହେଁ, ହିନ୍ଦୀ, ଇଂଲିଶ୍‌ ରାଇମ୍ସ, ଇଂଲିଶ୍‌ ଆଲଫାବେଟ୍‌ରେ ୫ଟି ଲେଖାଏ ଶବ୍ଦ, ଜାତୀୟ ଏବଂ ଅନ୍ତଜାର୍ତୀୟସ୍ତରୀୟ ସାଧାରଣ ଜ୍ଞାନ, ୫୯ଟି ପଶୁର ନାଁ, ପକ୍ଷୀ, ବେବି ଆନିମଲ୍ସ, ଫୁଲ, ପନିପରିବା, ଫଳ, ରଙ୍ଗ, ଶରୀରର ୩୦ରୁ ଅଧିକ ଅଙ୍ଗପ୍ରତ୍ୟଙ୍ଗର ନାମ କହିବା, ୧୨ମାସ, ସପ୍ତାହର ୭ ଦିନ, ଇନ୍ଦ୍ରଧନୁର ୭ ରଙ୍ଗର ନାମ, ବିଭିନ୍ନ ପ୍ରକାରର ଶେପ୍‌ ଆଦିକୁ ପ୍ରାଞ୍ଜଳ ଭାବେ ଚିହ୍ନଟ କରି କହିପାରନ୍ତି। ଜେଜେ ମା’ ଓ ଜେଜେବାପାଙ୍କଠାରୁ ପୌରାଣିକ ଗପ, କବିତା, କଥାବସ୍ତୁ ଆଦି ଶୁଣି ଶୁଣି ସେ ମନେ ରଖିଦିଅନ୍ତି ଏବଂ ଖୁବ୍‌ ସୁନ୍ଦର ଭାବେ ମଧ୍ୟ କହିପାରନ୍ତି। ଏସବୁ ବ୍ୟତୀତ ରୁଦ୍ରାଂଶ  ସୁନ୍ଦର ଅଭିନୟ କରିବା ସହ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ‘ମାଇଁ ଲିଟିଲ୍‌ ହିରୋ ରୁଦ୍ରାଂଶ’ରେ ଭିଡିଓ ମାଧ୍ୟମରେ କରୋନା, ରାସ୍ତା କଡ଼ରେ ଆବର୍ଜନା ନ ପକାଇ ଡଷ୍ଟବିନ୍‌ ବ୍ୟବହାର କରିବା, ଗଛ ନ କାଟିବା ଆଦି ସମ୍ପର୍କରେ ବିଭିନ୍ନ ସଚେତନତା ବାର୍ତ୍ତା ଦେଇ ବେଶ୍‌ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଶକ୍ତିଜିତ୍‌ ମହାପାତ୍ର ଓ ପୌର୍ଣ୍ଣମାସୀ ରାଜଲକ୍ଷ୍ମୀ ସେନାପତିଙ୍କ ଏକମାତ୍ର ପୁତ୍ର ରୁଦ୍ରାନ୍ସ ପୋଖରୀପୁଟରେ ପରିବାର ସହିତ ରହୁଛନ୍ତି। ନିଜ ପୁଅଙ୍କ ସଫଳତା ନେଇ ବାପା ଶକ୍ତିଜିତ୍‌ କୁହନ୍ତି, ତାକୁ ଆମେ କୌଣସି କଥା ଶିଖାଇବା ଲାଗି ବାଧ୍ୟ କରି ନ ଥାଉ। ଏତେ ଅଳ୍ପ ବୟସରେ ଏସବୁ ମନେ ରଖିପାରୁଥିବାରୁ ତା’ ନାମ ଇଣ୍ଡିଆ ବୁକ ଅଫ୍‌ ରେକଡର୍‌ସ ପାଇଁ ଆବେଦନ କରିଥିଲୁ। ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ ପକ୍ଷରୁ ଗୁରୁବାର ଆଚିଭର୍ସ ପ୍ୟାକ୍‌, ମେଡାଲ, ସାର୍ଟିଫିକେଟ, ଆଇକାର୍ଡ ଆଦି ପହଞ୍ଚିବା ପରେ ତା’ର ସଫଳତାରେ ଆମେ ବେଶ୍‌ ଖୁସି ଅଛୁ ବୋଲି କହିଛନ୍ତି। ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ଏବେ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri