ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ରୁଦ୍ରାଂଶ

ଭୁବନେଶ୍ୱର, ୨।୪ (ବ୍ୟୁରୋ): ବୟସ ସିନା କମ୍‌, ହେଲେ ବହୁ ପ୍ରତିଭାର ଅଧିକାରୀ। ମାତ୍ର ୨ବର୍ଷ ୧୧ ମାସ ବୟସରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ହାସଲ କରିଛନ୍ତି ରୁଦ୍ରାଂଶ ମହାପାତ୍ର। ତାଙ୍କ ବୟସର ପିଲା ସ୍ପଷ୍ଟ ଭାବେ କଥା କହିପାରୁ ନ ଥିବାବେଳେ ସେ ଅନର୍ଗଳ ମନ୍ତ୍ର ଆଉ ଶ୍ଳୋକ ଗାଉଛନ୍ତି। ବାପା, ଜେଜେବାପାଙ୍କ ମୁହଁରୁ ଗାୟତ୍ରୀ ମନ୍ତ୍ର, ମହାମୃତ୍ୟୁଞ୍ଜୟ ମନ୍ତ୍ର, ଭୋଜନ ମନ୍ତ୍ର, ଦୁର୍ଗା ସ୍ତୁତି, ଶିବ ତାଣ୍ଡବ ସ୍ତୋତ୍ରମ୍‌ ଭଳି ଅନେକ ଶ୍ଳୋକ ମନେ ରଖି ଗାଉଛନ୍ତି। ଖାଲି ସେତିକି ନୁହେଁ, ହିନ୍ଦୀ, ଇଂଲିଶ୍‌ ରାଇମ୍ସ, ଇଂଲିଶ୍‌ ଆଲଫାବେଟ୍‌ରେ ୫ଟି ଲେଖାଏ ଶବ୍ଦ, ଜାତୀୟ ଏବଂ ଅନ୍ତଜାର୍ତୀୟସ୍ତରୀୟ ସାଧାରଣ ଜ୍ଞାନ, ୫୯ଟି ପଶୁର ନାଁ, ପକ୍ଷୀ, ବେବି ଆନିମଲ୍ସ, ଫୁଲ, ପନିପରିବା, ଫଳ, ରଙ୍ଗ, ଶରୀରର ୩୦ରୁ ଅଧିକ ଅଙ୍ଗପ୍ରତ୍ୟଙ୍ଗର ନାମ କହିବା, ୧୨ମାସ, ସପ୍ତାହର ୭ ଦିନ, ଇନ୍ଦ୍ରଧନୁର ୭ ରଙ୍ଗର ନାମ, ବିଭିନ୍ନ ପ୍ରକାରର ଶେପ୍‌ ଆଦିକୁ ପ୍ରାଞ୍ଜଳ ଭାବେ ଚିହ୍ନଟ କରି କହିପାରନ୍ତି। ଜେଜେ ମା’ ଓ ଜେଜେବାପାଙ୍କଠାରୁ ପୌରାଣିକ ଗପ, କବିତା, କଥାବସ୍ତୁ ଆଦି ଶୁଣି ଶୁଣି ସେ ମନେ ରଖିଦିଅନ୍ତି ଏବଂ ଖୁବ୍‌ ସୁନ୍ଦର ଭାବେ ମଧ୍ୟ କହିପାରନ୍ତି। ଏସବୁ ବ୍ୟତୀତ ରୁଦ୍ରାଂଶ  ସୁନ୍ଦର ଅଭିନୟ କରିବା ସହ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ‘ମାଇଁ ଲିଟିଲ୍‌ ହିରୋ ରୁଦ୍ରାଂଶ’ରେ ଭିଡିଓ ମାଧ୍ୟମରେ କରୋନା, ରାସ୍ତା କଡ଼ରେ ଆବର୍ଜନା ନ ପକାଇ ଡଷ୍ଟବିନ୍‌ ବ୍ୟବହାର କରିବା, ଗଛ ନ କାଟିବା ଆଦି ସମ୍ପର୍କରେ ବିଭିନ୍ନ ସଚେତନତା ବାର୍ତ୍ତା ଦେଇ ବେଶ୍‌ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଶକ୍ତିଜିତ୍‌ ମହାପାତ୍ର ଓ ପୌର୍ଣ୍ଣମାସୀ ରାଜଲକ୍ଷ୍ମୀ ସେନାପତିଙ୍କ ଏକମାତ୍ର ପୁତ୍ର ରୁଦ୍ରାନ୍ସ ପୋଖରୀପୁଟରେ ପରିବାର ସହିତ ରହୁଛନ୍ତି। ନିଜ ପୁଅଙ୍କ ସଫଳତା ନେଇ ବାପା ଶକ୍ତିଜିତ୍‌ କୁହନ୍ତି, ତାକୁ ଆମେ କୌଣସି କଥା ଶିଖାଇବା ଲାଗି ବାଧ୍ୟ କରି ନ ଥାଉ। ଏତେ ଅଳ୍ପ ବୟସରେ ଏସବୁ ମନେ ରଖିପାରୁଥିବାରୁ ତା’ ନାମ ଇଣ୍ଡିଆ ବୁକ ଅଫ୍‌ ରେକଡର୍‌ସ ପାଇଁ ଆବେଦନ କରିଥିଲୁ। ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ ପକ୍ଷରୁ ଗୁରୁବାର ଆଚିଭର୍ସ ପ୍ୟାକ୍‌, ମେଡାଲ, ସାର୍ଟିଫିକେଟ, ଆଇକାର୍ଡ ଆଦି ପହଞ୍ଚିବା ପରେ ତା’ର ସଫଳତାରେ ଆମେ ବେଶ୍‌ ଖୁସି ଅଛୁ ବୋଲି କହିଛନ୍ତି। ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ଏବେ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଆଇପିଏସ୍‌ ଅଫିସରଙ୍କୁ ବଦଳି ରାଜ ପ୍ରସାଦ ରାୟଗଡ଼ା ଏସ୍‌ପି

ଗୁଣପୁର,୨୫।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲାର ଦୁଇ ଆଇପିଏସ୍‌ ଅଧିକାରୀଙ୍କୁ ଶନିବାର ରାଜ୍ୟ ସରକାର ବଦଳି କରିଛନ୍ତି। ଏସ୍‌ପି ସ୍ବାତି ଏସ୍‌. କୁମାରଙ୍କୁ ଏସଟିଏଫ ଭୁବନେଶ୍ୱରକୁ ବଦଳି ହୋଇଛି ।…

ପେଟ୍ରୋଲ-ଡିଜେଲ ଦର ବଢିବା ପରେ କଂଗ୍ରେସ କହିଲା, ‘Inflation Man’s Extortion…’

ନୂଆଦିଲ୍ଲୀ,୨୫।୫: ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ଚତୁର୍ଥ ମୂଲ୍ୟ ବୃଦ୍ଧି ପରେ କଂଗ୍ରେସ ଦଳ ଏହାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀ…

‘ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ କାର୍ଯ୍ୟବନ୍ଦ କର’

ଭୁବନେଶ୍ୱର,୨୫।୫(ରବିନାରାୟଣ ଜେନା): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି…

ଜିଲାପାଳଙ୍କ ନିର୍ଦ୍ଦେଶକୁ ଅଣଦେଖା, ଦିନରାତି ଜଳୁଛି ଇଟାଭାଟି

ରସୁଲପୁର,୨୫ା୫(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଜଳୁଛି। ବାୟୁମଣ୍ଡଳ ତାପମାତ୍ରା ୪୨ଂ ଉପରେ ରହୁଥିବାବେଳେ ଅସାଧୁ ଇଟା ବ୍ୟବସାୟୀ ବେଧଡ଼କ ଇଟାଭାଟିରେ…

ମହାରାଷ୍ଟ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣା, ୬ ମୃତ ଆଶଙ୍କା

ମୁମ୍ବାଇ,୨୫।୫: ବିଳମ୍ବିତ ରାତିରେ, ମହାରାଷ୍ଟ୍ରର ଧୂଲେ ତାଲୁକାର ଲାଲିଙ୍ଗ ଘାଟରେ ମୁମ୍ବାଇ-ଆଗ୍ରା ରାଜପଥରେ ତିନୋଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ, ଏକ ଡମ୍ପର ଏକ ଟ୍ରକ…

ଭାଜପାର ବିଜୟକୁ ନେଇ ବର୍ଷିଲେ ଅଭିଷେକ ବାନାର୍ଜୀ !

କୋଲକାତା,୨୫।୫: ପଶ୍ଚିମବଙ୍ଗର ଫାଲଟା ବିଧାନସଭା ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ, ଭାଜପାର ଦେବାଂଶୁ ପଣ୍ଡା ସିପିଆଇ(ଏମ)ର ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶମ୍ଭୁ ନାଥ କୁର୍ମିଙ୍କୁ ୧୦୯,୦୨୧ ଭୋଟର ବିପୁଳ…

ପୋଲିସକୁ ଦେଖି ଖସି ଯାଉଥିଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରିଲା ପରେ ମିଳିଲା…

ଲକ୍ଷ୍ମୀପୁର,୨୫ା୫(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କାକିରିଗୁମା ଥାନା ପୋଲିସ ଦ୍ବାରା ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ଗଞ୍ଜେଇକୁ ଗାଡ଼ି…

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri