Odisha Elections 2024

ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ରୁଦ୍ର ମହାରଥୀଙ୍କ ସ୍ତ୍ରୀ

ପୁରୀ, ୯ା୫(ଅଜିତ୍‌ ମହାନ୍ତି)ଆସନ୍ତା ୨୫ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ପିପିଲି ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ରୁଦ୍ରପ୍ରତାପ ମହାରଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ସେହିପରି ତାଙ୍କ ସ୍ତ୍ରୀ ଜାଗୃତି ପଣ୍ଡା ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ୬ତାରିଖରେ ନାମାଙ୍କନପତ୍ର ଦାଖଲ ଶେଷ ହେବା ପରେ ୭ରେ ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଯାଞ୍ଚ କରାଯାଇଥିଲା। ଉଭୟଙ୍କ ନାମାଙ୍କନ ପତ୍ର ବୈଧ ଥିଲା। ତେବେ ଜାଗୃତି ବୁଧବାର ତାଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଫଳରେ ଏହି ଦମ୍ପତିଙ୍କୁ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ରୋଡ୍‌ ଶୋ’ କଲେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ପୁରୀରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ବଡ଼ଦାଣ୍ଡରୁ ରୋଡ୍‌...

Video: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଖନ୍ତୁ ଭିଡିଓ

ପୁରୀ,୨୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି। ଶ୍ରୀଜିଉଙ୍କ ଦର୍ଶନ ପରେ ପ୍ରଧାନମନ୍ତ୍ରୀ ପୁରୀରେ ରୋଡ୍‌ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ବାଇଶି...

ଗଛରେ ପିଟିହେଲା ନଡ଼ିଆ ବୋଝେଇ ଟ୍ରକ୍‌: ଡ୍ରାଇଭରଙ୍କ ଜୀବନ ଗଲା, ହେଲପର ଗୁରୁତର

ପଟାଙ୍ଗି,୨୦ା୫(ଶରତ ଧଳ): ଭାରସାମ୍ୟ ହରାଇ ଏକ ନଡ଼ିଆ ବୋଝେଇ ମିନି ଟ୍ରକ୍‌ ଗଛରେ ପିଟି ହେବାରୁ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ବାମ ଗୋଡ଼...

ମୋଦି ଯେତେ ଓଡ଼ିଶା ଆସିବେ କଂଗ୍ରେସ ସେତିକି ବଢ଼ିବ: ଅଜୟ

ଭୁବନେଶ୍ୱର,୨୦।୫(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ତେବେ ତାଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ମୋଦିଙ୍କୁ ବହୁ...

ଦାରିଙ୍ଗବାଡ଼ିରେ ମତଦାନ ଆରମ୍ଭ: ଭୋଟ୍‌ ଦେଲେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ

ଦାରିଙ୍ଗବାଡ଼ି,୨୦ା୫(ଅରୁଣ ସାହୁ): ଗଣତନ୍ତ୍ରର ମହାନ ପର୍ବ ତଥା ସାଧାରଣ ନିର୍ବାଚନ ସକାଳ ୭ଟାରେ ଶାନ୍ତି ଶୃଙ୍ଖଳାର ସହ ଆରମ୍ଭ ହୋଇଯାଇଛି। ଏହି କ୍ରମରେ କନ୍ଧମାଳ ଜିଲା...

ରାଜ୍ୟ ନେତାଙ୍କ ସହ ମୋଦିଙ୍କ ଆଲୋଚନା, ଦେଲେ ଗୁରୁମନ୍ତ୍ରଣା

ଭୁବନେଶ୍ୱର, ୧୯।୫(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ବତନ୍ତ୍ର ବିମାନରେ ରବିବାର ବିଜୁ ପଟ୍ଟନାୟକ...

ଶ୍ରୀମନ୍ଦିରରେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି।  ପ୍ରଧାନମନ୍ତ୍ରୀ ପ୍ରଥମେ ଗରୁଡ଼ ସ୍ତମ୍ଭ ନିକଟରେ ଦୀପ ଦାନ କରି ଭିତରକୁ ପ୍ରବେଶ କରିଛନ୍ତି। ଏହି...

ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି, କଣ୍ଟାବାଞ୍ଜି ଆସନରେ ହେବ ଆଜି ଭୋଟ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ରାଜ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନ ସୋମବାର ଅନୁଷ୍ଠିତ ହେବ। ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri