Odisha Elections 2024

ରୁଚି ଫୁଡ୍‌ଲାଇନର ନୂତନ ଟିଭିସି ଲୋକାର୍ପିତ

ଭୁବନେଶ୍ୱର,୯।୫ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଘରୋଇ ସଂସ୍ଥା ‘ରୁଚି ଫୁଡ୍‌ଲାଇନ୍‌’ର ବହୁ ପ୍ରତୀକ୍ଷିତ ତଥା ଜନସଚେତନତାମୂଳକ ବାର୍ତ୍ତା ସମ୍ବଳିତ ନୂଆ ଟିଭି ବିଜ୍ଞାପନ ବା ଟେଲିଭିଜନ କମର୍ସିଆଲ (ଟିଭିସି)ର ଆନୁଷ୍ଠାନିକ ଲୋକାର୍ପିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ଖବରଦାତା ସମ୍ମିଳନୀ ବୁଧବାର ଭୁବନେଶ୍ୱରର ଏକ ହୋଟେଲଠାରେ ଆୟୋଜିତ ହୋଇଥିଲା। ଏହି ଅବସରରେ ରୁଚିର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ, ନିର୍ଦ୍ଦେଶକ ଅରବିନ୍ଦ ସାହୁ, ଲୋକ ସମ୍ପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ, ମାର୍କେଟିଂ ହେଡ୍‌ ଦେବବ୍ରତ ପଟ୍ଟନାୟକଙ୍କ ସମେତ ଅଭିନେତ୍ରୀ ଅଙ୍କିତା ଓ ଅଭିନେତା ଦୀପାନ୍ବିତ ଯୋଗଦେଇଥିଲେ। ଉଲ୍ଲେଖଯୋଗ୍ୟ, ରୁଚି ଫୁଡ୍‌ଲାଇନ ଦ୍ୱାରା ରୁଚି ଚା’ ଜରିଆରେ ଏହି ନୂତନ ଟିଭିସିର ପ୍ରଚାରପ୍ରସାର କରାଯାଇଛି। ଏପରିକି ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସମସ୍ତ ଭୋଟରଙ୍କୁ ସଚେତନ କରାଇବା ସହିତ କାହା ଦ୍ୱାରା ପ୍ରଭାବିତ ନ ହୋଇ ନିଜର ମୂଲ୍ୟବାନ୍‌ ଭୋଟ ଦେବାକୁ ମଧ୍ୟ ଏହି ବିଜ୍ଞାପନ ବାର୍ତ୍ତାରେ ବିସ୍ତୃତ ଭାବେ କୁହାଯାଇଛି। ବିଶେଷକରି ସ୍ବତଃପ୍ରବୃତ ଭାବେ ନିଜର ନିଷ୍ପତ୍ତି ନିଜେ ନେବାକୁ ରୁଚି ନିଜର ଟ୍ୟାଗ୍‌ ଲାଇନରେ ‘ଆମ ଭୋଟ୍‌-ଆମ ରୁଚି’ ବାର୍ତ୍ତା ଦେଇଛି। ସେହିଭଳି ଅଳ୍ପଦିନ ମଧ୍ୟରେ ରୁଚି ଚା’ ନିଜର ସ୍ବାଦ ଓ ଗୁଣାମତ୍କ ମାନ ଯୋଗୁ ଗ୍ରାହକମାନଙ୍କ ଦ୍ୱାରା ବେଶ୍‌ ଆଦୃତି ହୋଇପାରିଛି। ବ୍ରାଣ୍ଡ୍‌ର ଲୋକପ୍ରିୟତାକୁ ଆଖି ଆଗରେ ରଖି ଏଭଳି ଏକ ଅଭିନବ ବିଜ୍ଞାପନ କମ୍ପାନୀ ପକ୍ଷରୁ ପ୍ରସ୍ତୁତ କରାଯାଇଛି।

ଏ ସମ୍ପର୍କରେ ରୁଚିର ପରିଚାଳନା ନିର୍ଦ୍ଦେଶକ ଡ .ଶରତ କୁମାର ସାହୁ କହିଥିଲେ, ଓଡ଼ିଶାର ପ୍ରିୟ ଗ୍ରାହକମାନଙ୍କୁ ସବୁବେଳେ ନୂଆ ସ୍ବାଦ ଓ ଚଏସ୍‌ର ସାମଗ୍ରୀ ଯୋଗାଇ ଦେବା ଆମର ମୂଳ ଲକ୍ଷ୍ୟ ହୋଇଥିବାବେଳେ ଉଚ୍ଚ ଗୁଣମାନଯୁକ୍ତ ବିଶୁଦ୍ଧ ଓ ବେଶ୍‌ ସ୍ବାସ୍ଥ୍ୟ ଉପଯୋଗୀ ରୁଚି ଚା’ଲୋକମାନଙ୍କ ପାଇଁ ବିଶେଷ ଗ୍ରହଣୀୟ ହୋଇପାରିଛି।

ସେହିଭଳି ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ କହିଥିଲେ,ବର୍ତ୍ତମାନ ସମୟରେ ଯୁବବର୍ଗ ସମେତ ସବୁଶ୍ରେଣୀର ଗ୍ରାହକମାନଙ୍କୁ ଆମେ ଏକ ସଚେତନ ବାର୍ତ୍ତା ଦେଇ ନିଜର ଠିକ୍‌ ଓ ଉଚିତ ନିଷ୍ପତ୍ତି ନେବା ପାଇଁ ଏହି ବିଜ୍ଞାପନ ମାଧ୍ୟମରେ ନିବେଦନ କରିଛୁ। ପୂର୍ବଭାରତରେ ଉପତ୍ାଦିତ ହେଉଥିବା ସବୁଠାରୁ ଭଲ ଚା’ ରୁଚି ପକ୍ଷରୁ ଆମଦାନି କରାଯାଇ ଆବଶ୍ୟକ ପ୍ରଣାଳୀ ପରେ ସେ ସବୁକୁ ବଜାର ପ୍ରବେଶ କରାଯାଉଛି। ଓଡ଼ିଶାର ଶିଳ୍ପ ମାନଚିତ୍ରରେ ଦୀର୍ଘ ୪୮ ବର୍ଷର ଅନୁଭୂତି ଓ ଅଭିଜ୍ଞତା ଏବଂ ସବୁଶ୍ରେଣୀର ଗ୍ରାହକମାନଙ୍କ ଗ୍ରହଣୀୟତା ପାଇଁ ‘ରୁଚି’ ବର୍ତ୍ତମାନ ୩୦୦ରୁ ଊର୍ଦ୍ଧ୍ୱ ସାମଗ୍ରୀ ଉପତ୍ାଦନ ଓ ବିପଣନ କରୁଛି। ଅନ୍ୟମାନଙ୍କ ମଧ୍ୟରେ ରୁଚିର ନିର୍ଦ୍ଦେଶିକା ସଙ୍ଗୀତା ସାହୁ, ନିର୍ଦ୍ଦେଶିକା ସଲିନା ସାହୁ, ନିର୍ଦ୍ଦେଶିକା ରଶ୍ମି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪୩,୦୦୦କୋଟି ନିବେଶକରିବ ଟାଟା ମୋଟର୍ସ

ନୂଆଦିଲ୍ଲୀ,୨୦।୫ (ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ ସଂସ୍ଥା ଟାଟା ମୋଟର୍ସ ୨୦୨୪-୨୫ ଆର୍ଥକ ବର୍ଷରେ ପ୍ରାୟ ୪୩,୦୦୦...

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

ଡ୍ରାଇଭିଂ ଲାଇସେନ୍ସ ନିୟମରେ ବଡ଼ ପରିବର୍ତ୍ତନ କଲେ ସରକାର, ଜୁନ୍‌ ପହିଲାରୁ ହେବ ଲାଗୁ; ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୯।୫: ସରକାରଙ୍କ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ ପାଇବା ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏବେ ଆବେଦନକାରୀଙ୍କୁ ଆର୍‌ଟିଓ ଯାଇ ଡ୍ରାଇଭିଂ ଟେଷ୍ଟ ଦେବାର ଆବଶ୍ୟକତା ପଡ଼ିବ...

ଆଇସକ୍ରିମ ମ୍ୟାନ ରଘୁନନ୍ଦନ କମାଥଙ୍କ ପରଲୋକ

ନୂଆଦିଲ୍ଲୀ,୧୯।୫: ଦେଶକୁ ଆଇସକ୍ରିମ ଖୁଆଉଥିବା ରଘୁନନ୍ଦନ କମାଥ ଆଉ ଆମ ମଧ୍ୟରେ ନାହାଁନ୍ତି। ପ୍ରାକୃତିକ ଆଇସକ୍ରିମର ପ୍ରତିଷ୍ଠାତା ରଘୁନନ୍ଦନ କମାଥ ଶନିବାର ୭୫ ବର୍ଷ ବୟସରେ...

ଓଡିଏମ୍‌ର ସ୍ବତନ୍ତ୍ର ସମ୍ବର୍ଦ୍ଧନା ସମାରୋହ

ଭୁବନେଶ୍ୱର,୧୯।୫ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ୍‌ର ଛାତ୍ରୀଛାତ୍ରମାନେ ନିକଟରେ ପ୍ରକାଶିତ ସେଣ୍ଟ୍ରାଲ ବୋର୍ଡ ଅଫ୍‌...

ନକଲି କଲ୍‌ ଉପରେ ରୋକ ଲଗାଇବ ଟ୍ରାଇ

ଭୁବନେଶ୍ୱର,୧୯।୫ (ଅନୁରାଧା ମହାରଣା): ନକଲି ତଥା ବାରମ୍ବାର କଲ୍‌ କରି ହଇରାଣ କରୁଥିବା ମାର୍କେଟିଂ କଲ୍‌କୁ ରୋକିବା ପାଇଁ ଦେଶରେ ବହୁ ବର୍ଷ ଧରି ନିୟମ...

ଲଗାତାର ୬ ମାସ ପାଇଁ ଓଡ଼ିଶାରେ ଦରଦାମ୍ ସବୁଠୁ ଅଧିକ

ଭୁବନେଶ୍ୱର,୧୮।୫: ବିଭିନ୍ନ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଦୃଷ୍ଟିରୁ ଓଡ଼ିଶା ଲଗାତାର ୬ ମାସ ହେଲା ଦେଶର ସବୁଠାରୁ ମହଙ୍ଗା ପାଲଟିଛି। ଓଡ଼ିଶାରେ ଗତ ୬ ମାସ...

ଆମେରିକାରେ ଜୟଆଲୁକ୍କାସ୍‌ର ମେଗା ବିସ୍ତାର ଯୋଜନା

ଭୁବନେଶ୍ୱର, ୧୮।୫: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅନ୍ତଃରାଷ୍ଟ୍ରୀୟ ଜୁଏଲେରି ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ୍‌’ର ନୂତନ ଆଉଟ୍‌ଲେଟ୍‌ ଏବଂ ବିସ୍ତାର ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri