ଆର୍‌ଟିଓ ହେବ ପେପରଲେସ୍‌

ଭୁବନେଶ୍ୱର,୧୧।୨(ବ୍ୟୁରୋ):ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ଗୁଡ଼ିକର ସମସ୍ତ କାର୍ଯ୍ୟ କାଗଜ ଶୂନ୍ୟ ହେବ। ଗାଡ଼ି ପଞ୍ଜୀକରଣଠାରୁ ଆରମ୍ଭ କରି ପର୍‌ମିଟ, ନବୀକରଣ, ମାଲିକାନା ପରିବର୍ତ୍ତନ, ଲର୍ନର ଲାଇସେନ୍ସ ଇତ୍ୟାଦି ଅନ୍‌ଲାଇନ ଜରିଆରେ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୯ଟି ଅନ୍‌ଲାଇନ ସେବାର ଶୁଭାରମ୍ଭ କରିଛନ୍ତି। ୫-ଟି ଅଭିନବ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଜନସାଧାରଣଙ୍କୁ ସହଜ ଏବଂ କାଗଜବିହୀନ ଅନ୍‌ଲାଇନ ସେବା ଯୋଗାଇଦେବେ। ଯେକୌଣସି ସ୍ଥାନରୁ ସବୁ ସମୟରେ ଏହି ସେବା ଉପଲବ୍ଧ ହୋଇପାରିବ। ୯ଟି ସେବା ଯଥା ଗାଡ଼ି ପଞ୍ଜୀକରଣ, ମାଲ ପରିବହନ ଯାନଗୁଡ଼ିକର ପର୍‌ମିଟ ସ୍ବୟଂ ଅନୁମୋଦନ, ସ୍ପେଶାଲ ବସ୍‌ ପର୍‌ମିଟ୍‌, ଅନ୍‌ଲାଇନ ଇଣ୍ଟରନ୍ୟାଶନାଲ ଡ୍ରାଇଭିଂ ପର୍‌ମିଟ, ଯାନବାହନ ପଞ୍ଜୀକରଣ, ରେଜିଷ୍ଟ୍ରେଶନ ନବୀକରଣ, ଗୋଟିଏ ଆରଟିଓରୁ ଅନ୍ୟ ଆରଟିଓକୁ ମାଲିକାନା ହସ୍ତାନ୍ତର, ମୋବାଇଲ ଆପ୍‌ ଜରିଆରେ ଲର୍ନର ଲାଇସେନ୍ସ ଇତ୍ୟାଦି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର କୌଣସି ଯାନବାହନ ସମ୍ପର୍କିତ ସେବା ପାଇଁ ଯେକୌଣସି ଆରଟିଓକୁ ବାଛିବା ନେଇ ଲୋକମାନଙ୍କୁ ପୂର୍ଣ୍ଣ ସ୍ବାଧୀନତା ମିଳିବ। ଆରଟିଓ ଆଗରେ ଧାଡ଼ିବାନ୍ଧିବା ଯୁଗ ଖୁବ୍‌ଶୀଘ୍ର ଶେଷ ହୋଇଯିବ। ରାଜ୍ୟ ସରକାର ଲୋକମାନଙ୍କୁ ଅନ୍‌ଲାଇନ ଜରିଆରେ ସମସ୍ୟାବିହୀନ ସେବା ଯୋଗାଇ ଦେବାକୁ ପ୍ରତିବଦ୍ଧ। ଆମର ଦୈନନ୍ଦିନ ଜୀବନରେ ପରିିବହନ କ୍ଷେତ୍ରର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଯାନବାହନ ପଞ୍ଜୀକରଣ ପଦ୍ଧତି କାଗଜବିହୀନ ଓ ସମ୍ପର୍କବିହୀନ ହେବ। ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ, ଯେଉଁଠି ନ୍ୟାଶନାଲ ଇନ୍‌ଫରମେଟିକ ସେଣ୍ଟର(ଏନ୍‌ଆଇସି) ପ୍ଲାଟଫର୍ମ ଜରିଆରେ ଡିଜିଟାଲ ଦସ୍ତଖସ୍ତ ଅପ୍‌ଲୋଡ କରାଯାଇ ଅଟୋ ନମ୍ବର ସୃଷ୍ଟି କରାଯାଇପାରୁଛି। ମାଲିକମାନେ ସ୍ଥାନୀୟ ଆରଟିଓଙ୍କ ନିକଟରେ କାଗଜପତ୍ର ଦାଖଲ କରି ଯେ କୌଣସି ପରିବହନ କାର୍ଯ୍ୟାଳୟରେ ନିଜର ଯାନବାହନ ପଞ୍ଜୀକୃତ କରିପାରିବେ। କେବଳ ସେତିକି ନୁହେଁ, ନ୍ୟାଶନାଲ ଇ-ଗଭନର୍‌ସାସ ମୋବାଇଲ ଆପ୍‌ ‘ଉମଙ୍ଗ୍‌’ ଆପ୍‌ରେ ଲର୍ନର ଲାଇସେନ୍ସ ଆପ୍ଲିକେଶନ କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇପାରିଛି। ପରିବହନ କର୍ତ୍ତୃପକ୍ଷ ସମସ୍ତ କାର୍ଯ୍ୟ ଡିଜିଟାଲ ଟେକ୍ନୋଲୋଜି ଦ୍ୱାରା କରିବା ପାଇଁ ନେଇଥିବା ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଲୋକମାନଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ ଲାଗି ସମସ୍ତ ଉଦ୍ୟମ କରିବା ସକାଶେ ମୁଖ୍ୟମନ୍ତ୍ରୀ ପରିବହନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ରାଜ୍ୟରେ ପରିବହନ ସେବା ଜନସାଧାରଣ କୈନ୍ଦ୍ରିକ ହୋଇପାରିଛି। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ପରିବହନ କାର୍ଯ୍ୟାଳୟଗୁଡ଼ିକରେ ହେଉଥିବା ପରିବର୍ତ୍ତନକୁ ଲୋକମାନେ ପସନ୍ଦ କରୁଥିବା ପାଣ୍ଡିଆନ ସୂଚନା ଦେଇଥିଲେ। ଏହି ଅବସରରେ ଏକ କ୍ଷୁଦ୍ର ବୃତ୍ତଚିତ୍ର ପ୍ରଦର୍ଶିତ କରାଯାଇଥିଲା। ବାଣିଜ୍ୟ ଓ ପରିବହନ ସଚିବ ମଧୁସୂଦନ ପାଢ଼ୀ ସ୍ବାଗତ ଭାଷଣ ଦେଇଥିବାବେଳେ ପରିବହନ କମିଶନର ସଞ୍ଜୀବ ପଣ୍ଡା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଆର.କେ. ଶର୍ମା, ଏନ୍‌ଆଇସି ଡିଜି ନୀତା ବର୍ମା ଏବଂ ପରିବହନ ବିଭାଗ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।
ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିବା ଅନ୍‌ଲାଇନ ସେବାଗୁଡ଼ିକ ହେଲା ସ୍ବୟଂକ୍ରିୟ ଓ ସମସ୍ୟାହୀନ ଯାନ ପଞ୍ଜୀକରଣ, ସ୍ବୟଂକ୍ରିୟ କ୍ୟାରିଏଜ ପର୍‌ମିଟ, ସ୍ବୟଂକ୍ରିୟ ଦ୍ରବ୍ୟ ପରିବହନ ପର୍‌ମିଟ, ବସ୍‌ ପାଇଁ ଆନ୍ତଃରାଜ୍ୟ ସ୍ପେଶାଲ ପର୍‌ମିଟ, ଆନ୍ତଃ ଆଞ୍ଚଳିକ ସ୍ପେଶାଲ ପର୍‌ମିଟ, ଇଣ୍ଟରନ୍ୟାଶନାଲ ଡ୍ରାଇଭିଂ ପର୍‌ମିଟ, ଲର୍ନର ଲାଇସେନ୍ସ ମୋବାଇଲ ଆପ୍‌, ଯେକୌଣସି ଆରଟିଓରେ ରେଜିଷ୍ଟ୍ରେଶନ ନବୀକରଣ ଏବଂ ଯେକୌଣସି ଆରଟିଓକୁ ମାଲିକାନା ପରିବର୍ତ୍ତନ ଇତ୍ୟାଦି।

ଲିଙ୍କ୍‌ ଫେଲ୍‌ ସମସ୍ୟା ବଢ଼ାଇବ

ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ କାଗଜବିହୀନ ହେବ। ସମସ୍ତ କାର୍ଯ୍ୟ ଅନ୍‌ଲାଇନ ଜରିଆରେ କରିବାକୁ ସରକାର ଉଦ୍ୟମ କରୁଛନ୍ତି। ତେବେ ଏହା କେତେଦୂର ସଫଳ ହେବ ଓ ଲୋକମାନଙ୍କୁ ସହାୟକ ହେବ ସେ ନେଇ ଅବସରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀମାନେ ସନ୍ଦେହ ପ୍ରକାଶ କରିଛନ୍ତି।
ଅବସରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଭାଗୀରଥି ମହାନ୍ତି କହିଛନ୍ତି, ଯୁଗ ଅନୁଯାୟୀ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରିବା ଏକ ଉତ୍ତମ ପଦକ୍ଷେପ। ତେବେ ଏଥିପାଇଁ ସରକାର ଉପଯୁକ୍ତ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। ନଚେତ ଏହା ଫଳପ୍ରଦ ହୋଇପାରିବ ନାହିଁ। ଇଣ୍ଟରନେଟ୍‌ ଲିଙ୍କ୍‌ ଫେଲ୍ୟୁୟର ଏକ ନିତିଦିନିଆ ଘଟଣା। ଥରେ ଲିଙ୍କ୍‌ ଗଲେ ଦିନେ ଦୁଇଦିନ ଯାଏ ଫେରେ ନାହିଁ। ଡାକଘର ଓ ବ୍ୟାଙ୍କରେ ମଧ୍ୟ ଅନୁରୂପ ଅବସ୍ଥା ଭୋଗିବାକୁ ପଡୁଛି। କେବଳ ଅନ୍‌ଲାଇନ ବ୍ୟବସ୍ଥା ରହିଲେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେବେ। ଏହାଛଡା ଅଧିକାଂଶ ଲୋକଙ୍କର କମ୍ପ୍ୟୁଟର ଜ୍ଞାନ ନାହିଁ। ଦଲାଲ ସହାୟତା ନେଇ ଶୋଷଣର ଶିକାର ହେବାର ଆଶଙ୍କା ରହିଛି। ସରକାର ଉଭୟ ଅଫ୍‌ଲାଇନ ଓ ଅନ୍‌ଲାଇନ ବ୍ୟବସ୍ଥା ଜାରି ରଖିବା ଉଚିତ। ଅବସରପ୍ରାପ୍ତ ପରିବହନ ଅଧିକାରୀ ଏମ.ଆର. ମିଶ୍ର କହିଛନ୍ତି, କୌଣସି ନୂଆ ବ୍ୟବସ୍ଥା ଆରମ୍ଭ ହେଲେ ସମସ୍ୟା ଦେଖାଦେବ। ଏହାକୁ ଧୀରେ ଧୀରେ ସମାଧାନ କରିବାକୁ ପଡ଼ିବ। ଯୁଗ ଅନୁଯାୟୀ ବୈଷୟିକ ଜ୍ଞାନକୌଶଳକୁ ଆପଣାଇବାକୁ ପଡିବ। ତେବେ ଏଥିପାଇଁ ସରକାରୀ ସ୍ତରରେ ଆବଶ୍ୟକ ବ୍ୟବସ୍ଥା କରିବାକୁ ହେବ। ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ତାଲିମ ଦେବା ସହ ଏହାକୁ ପେସାଦାର ଭାବେ ଗ୍ରହଣ କଲେ ଅନ୍‌ଲାଇନ ବ୍ୟବସ୍ଥା ସଫଳ ହେବ।

ଡ୍ରାଇଭିଂ ସ୍ଲଟ୍‌ ବୁକିଂକୁ ନେଇ ଅସନ୍ତୋଷ

ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟିଂ ପାଇଁ ଅନ୍‌ଲାଇନ ବ୍ୟବସ୍ଥା ରହିଛି। ତେବେ ଏଥିରେ ସ୍ଲଟ୍‌ ବୁକିଂ କରିବାକୁ ଜନସାଧାରଣଙ୍କୁ ନାକେଦମ ହେବାକୁ ପଡୁଛି। ବହୁ ସମୟ ଧରି ଉଦ୍ୟମ କଲେ ମଧ୍ୟ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନ୍‌ଲାଇନ ସ୍ଲଟ୍‌ ବୁକିଂ ସମ୍ଭବ ହେଉ ନାହିଁ। ଅନେକ ସମୟରେ ସମ୍ପୃକ୍ତ ଓ୍ବେବ୍‌ସାଇଟ ଖୋଲୁ ନାହିଁ। ଯେତିକି ସମୟ ପାଇଁ ଖୋଲୁଛି ସେଥିରେ ଆବେଦନକାରୀ ବୁକିଂ କରି ନ ପାରି ହୀନସ୍ତା ହେଉଛନ୍ତି। ଏ ସମ୍ପର୍କରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ରମେଶ ମହାନ୍ତି କହିଛନ୍ତି, ପ୍ରାୟ ୧ ମାସରୁ ଊର୍ଦ୍ଧ୍ୱ ହେବ ସେ ପ୍ରତ୍ୟେକ ଦିନ ସକାଳ ୭ଟାରେ ଅନ୍‌ଲାଇନ ବୁକିଂ ପାଇଁ ଚେଷ୍ଟା କରୁଛନ୍ତି। ହେଲେ ସେ ସେଥିରେ ସଫଳ ହେଉନାହାନ୍ତି। ଏପରିକି ଓଟିପି ଆସୁଥିଲେ ମଧ୍ୟ ବୁକିଂ ହେଉନାହିଁ। ଏହି ସମସ୍ୟାର ସମାଧାନ ତୁରନ୍ତ ହେବା ଆବଶ୍ୟକ । ନଚେତ ମାସ ମାସ ବିତିଗଲେ ସୁଦ୍ଧା ଲାଇସେନ୍ସ ଖଣ୍ଡେ ମିଳିବ ନାହିଁ ବୋଲି ସେ କହିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା…

ଭୁବନେଶ୍ୱରରେ ପାଇଖାନା ଟାଙ୍କି ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୧।୭: ରାଜଧାନୀ ଭୁବନେଶ୍ୱରର ବିଜେବି ନଗର ଅଞ୍ଚଳରେ ଏକ ଅଘଟଣ ଘଟିଛି। ନିର୍ମାଣାଧୀନ ପାଇଖାନା (ସେପ୍ଟିକ୍) ଟାଙ୍କି ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଝାରସୁଗୁଡ଼ାରେ ଭାଜପାର ତୀବ୍ର ଗୋଷ୍ଠୀ କନ୍ଦଳ : ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଅଟକାଇଲେ କର୍ମୀ ମା’ ସମଲେଇ ଦର୍ଶନ ନକରି ଫେରିଲେ…

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଭାଜପାର ଗୋଷ୍ଠୀ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ଜିଲାର ଦୁଇ ପ୍ରମୁଖ ନେତା—ରାଜସ୍ୱ ଓ…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ଗୁଡାରିରେ କଡ଼ାକଡ଼ି ଗାଡ଼ି ଯାଞ୍ଚ: ୭ ହଜାର ଟଙ୍କାର ଚାଲାଣ କାଟିଲା…

ଗୁଡାରି, ୧୧।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଏସ୍‌ପି) ରାଜ ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ଗୁଡାରି ଥାନା ଅଧିକାରିଣୀ ବିଶ୍ୱବନ୍ଦିନୀ ବାଗଙ୍କ ନେତୃତ୍ୱରେ ଶନିବାର…

ରାଜନୈତିକ ରାଲିରେ ସ୍କୁଲ ଛାତ୍ରୀଛାତ୍ରଙ୍କ ସାମିଲ: ୭ ଦିନ ମଧ୍ୟରେ ଜବାବ ତଲବ

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଆୟୋଜିତ ଏକ ରାଜନୈତିକ ପ୍ରତିବାଦ ସଭାରେ ସ୍କୁଲ ସମୟରେ ନାବାଳକ ଓ ନାବାଳିକା ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିବା…

ରାତିରେ ମହିଳାଙ୍କ ଘରେ ପ୍ରବେଶ କରୁଥିଲେଏଏସଆଇ: ଧରିପକାଇ ପିଟିଦେଇଗଲେ ଲୋକେ, ଭିଡିଓ ଭାଇରାଲ୍

ନୟାଗଡ, ୧୧।୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ରଣପୁର ଥାନା ଅଞ୍ଚଳରେ ଜଣେ ଏଏସଆଇଙ୍କୁ ଅଟକ ରଖି ମାଡ଼ ମରାଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri