ଗୋପାଳପୁର ପୋର୍ଟକୁ ଆର୍‌ଟିଓଙ୍କ ନୋଟିସ

ଛତ୍ରପୁର,୧୬।୫(ଡି.ଏନ.ଏ.): ମୋଟର ଯାନ ଆଇନ ଉଲ୍ଲଂଘନ ନେଇ ଗୋପାଳପୁର ପୋର୍ଟ ଲିମିଟେଡ୍‌କୁ ନୋଟିସ ଜାରି ହୋଇଛି। ଗଞ୍ଜାମ ଆର୍‌ଟିଓ ମାନସ ରଞ୍ଜନ ସାହୁ ମୋଟର ଯାନ ଆକ୍ଟ -୧୯୮୮ର ସେକ୍ସନ ୨୧୩(୫) ଆଧାରରେ ଏହି ନୋଟିସ ଜାରି କରିଛନ୍ତି। ନୋଟିସ ବଳରେ ଆରଟିଓଙ୍କ ପକ୍ଷରୁ ପୋର୍ଟକୁ କେତେକ ତଥ୍ୟ ମଗାଯାଇଛି। ତଥ୍ୟ ଦେବାରେ ବିଳମ୍ବ କଲେ ଆଇପିସିର ସେକ୍ସନ ୧୮୮ ଆଧାରରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆର୍‌ଟିଓ ଉକ୍ତ ନୋଟିସରେ ସତର୍କ କରାଇ ଦେଇଛନ୍ତି। ଚଳିତବର୍ଷ ଜାନୁୟାରୀ ପହିଲାରୁ ଏପ୍ରିଲ ୩୦ତାରିଖ ପର୍ଯ୍ୟନ୍ତ ପୋର୍ଟକୁ କେତେ ଟ୍ରକ ଆସିଥିଲା, ସେଗୁଡିକର ପଞ୍ଜୀକୃତ ନମ୍ବର, ଟ୍ରକ୍‌ରେ କେଉଁ ପ୍ରକାର ଓ କେତେ ମେଟ୍ରକ୍‌ ଟନ୍‌ ମାଲ ଆସିଥିଲା, ପରିବହନକାରୀ ସଂସ୍ଥାର ନାମ ଏବଂ ତାରିଖ ସହ ଇନଭଏସ ଓ ଚାଲାଣ ନମ୍ବର ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ ଆର୍‌ଟିଓଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି।
ମୋଟର ଯାନ ଆଇନ ଉଲ୍ଲଂଘନ ସହ ଓଭରଲୋଡିଂ ମାଲ ପରିବହନ କରି ଗୋପାଳପୁର ପୋର୍ଟରୁ ଆସୁଥିବା କେତୋଟି ଗାଡିର ଚାଲାନ କଟାଯାଇଥିବାରୁ ଆରଟିଓଙ୍କ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି। ଓଭରଲୋଡିଂ ମାଲ ପରିବହନ କରୁଥିବା ଟ୍ରକ ଯୋଗୁ ରାସ୍ତା ଖରାପ ହେଉଥିବା ବେଳେ ଦୁର୍ଘଟଣା ମଧ୍ୟ ଘଟୁଛି। ଏଥିଯୋଗୁ ଟ୍ରକ ଚାଳକ ଓ ଜନସାଧାରଣଙ୍କ ପ୍ରତି ବିପଦ ରହୁଛି ବୋଲ ପୂର୍ବରୁ ଆରଟିଓଙ୍କ ପକ୍ଷରୁ ପୋର୍ଟ କର୍ତ୍ତୃପକ୍ଷଙ୍କୁ ଏକ ଚିଠି ଲେଖାଯାଇଥିଲା। ପୋର୍ଟ କର୍ତ୍ତୃପକ୍ଷ ଓଭରଲୋଡ଼ିଂ ମାଲ ବୋଝେଇ ଗାଡିକୁ ଗେଟପାସ୍‌ ଓ ରାସ୍ତାରେ ଯିବାକୁ ଅନୁମତି ଦେଇଥିଲେ ବୋଲି ଆର୍‌ଟିଓ ଉକ୍ତ ଚିଠିରେ ଦର୍ଶାଇଥିଲେ। ଆଗକୁ ଓଭରଲୋଡ଼ିଂ ଗାଡିକୁ ଆଉ ପୋର୍ଟ ପରିସରରୁ ବାହାରକୁ ନ ଛାଡିବାକୁ କୁହାଯାଇଥିଲା। ଏଥିରେ ଖିଲାପ କଲେ ମୋଟର ଯାନ ଆକ୍ଟ ଅନୁସାରେ ମାମଲା ଦାଏର କରାଯିବ ବୋଲି ସତର୍କ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri