Posted inଜାତୀୟ

ମସଜିଦ କମ୍ପ୍ଲେକ୍ସରେ ଶିବଲିଙ୍ଗ ଥିବା ଦାବି

ବାରାଣସୀ,୧୬।୫: ବାରାଣସୀର ଜ୍ଞାନବାପି ମସଜିଦ କମ୍ପ୍ଲେକ୍ସ ସର୍ବେକ୍ଷଣ ସମୟରେ ପ୍ରାୟ ୧୨ ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଶିବଲିଙ୍ଗ ମିଳି ଥିବା ହିନ୍ଦୁ ପକ୍ଷ ଦାବି କରିଛି। ସୋମବାର ଜ୍ଞାନବାପି ମସଜିଦ କମ୍ପ୍ଲେକ୍ସରେ ହେଉଥିବା ଭିଡିଓଗ୍ରାଫି ସର୍ଭେ କାର୍ଯ୍ୟ ସରିଛି। ଆସନ୍ତାକାଲି ଅର୍ଥାତ୍‌ ମେ ୧୭ରେ ରିପୋର୍ଟ କୋର୍ଟରେ ଦାଖଲ କରାଯିବ। ଆଜି ମିଳିଥିବା ଶିବଲିଙ୍ଗକୁ ସଂରକ୍ଷଣ କରିବା ପାଇଁ ଓକିଲ ଦଳ କୋର୍ଟରେ ପହଞ୍ଚିଛନ୍ତି।
ଆବେଦନକାରୀ ଓକିଲ ବିଷ୍ଣୁ ଜୈନଙ୍କ କହିବା ଅନୁଯାୟୀ, ସେଠାରେ ଥିବା ଏକ କୂଅରେ ଶିବଲିଙ୍ଗ ଠାବ ହୋଇଛି। ଏହାର ସୁରକ୍ଷା ପାଇଁ ସେ ସିଭିଲ କୋର୍ଟ ଯିବେ ବୋଲି କହିଛନ୍ତି। ଅନ୍ୟପଟେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଘଟଣାସ୍ଥଳରେ ବ୍ୟାପକ ସୁରକ୍ଷା ବଳ ନିୟୋଜିତ କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ କୋର୍ଟ ଦ୍ୱାରା ଗଠିତ କମିଶନ ଆଜି ଜ୍ଞାନବାପି ମସଜିଦ ସ୍ଥଳରେ ପହଞ୍ଚି ସର୍ଭେ କରିଛନ୍ତି। ସେପଟେ ମୁସଲମାନ ପକ୍ଷ ଶିବଲିଙ୍ଗ ମିଳିବା ଦାବିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି।
ସୂଚନାଯୋଗ୍ୟ, ଜ୍ଞାନବାପି ମସଜିଦର ଢାଞ୍ଚା ବିଷୟରେ ତଦନ୍ତ କରିବା ଲାଗି ବାରାଣସୀର ଏକ ଅଦାଲତ ‘ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ’କୁ ନିର୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁୟାରୀ ୧୫ ପରେ ଦେଶରେ ବଢ଼ିପାରେ କରୋନା ସଂକ୍ରମଣ, ଆଗାମୀ ୪୦ ଦିନ ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ,୨୮।୧୨ : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଜାନୁୟାରୀ ୧୫ ପରେ ଦେଶରେ କରୋନା ସଂକ୍ରମଣ ବଢ଼ିପାରେ। ତେଣୁ ଆଗାମୀ ୪୦ ଦିନ ଗୁରୁତ୍ୱପୂର୍ଣ୍ଣ।...

ବାଚସ୍ପତି ପଦରୁ ଇସ୍ତଫା ଦେଲେ ରମେଶ

ବେଙ୍ଗାଲୁର୍‌,୨୯।୭: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ବିଧାନସଭାରେ ଆସ୍ଥା ଭୋଟ୍‌ରେ ବିଜୟ ହେବା ପରେ ବାଚସ୍ପତି କେ. ଆର୍‌. ରମେଶ କୁମାର ନିଜ ପଦରୁ ଇସ୍ତଫା...

କମିଶନି ଫେରାଇବାକୁ କହି ଅଡୁଆରେ ମମତା

କୋଲକାତା,୨୪ା୬: ୨୦୧୧ରୁ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ହିତାଧିକାରୀଙ୍କୁ ଶୋଷଣ କରି ଆଦାୟ କରିଥିବା କମିଶନ ଅର୍ଥ ଫେରାଇଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳୀୟ ନେତା...

ଜୈନ ସନ୍ଥଙ୍କୁ ହତ୍ୟା

ବେଲଗାଭି, ୧୦ା୭ : କର୍ନାଟକର ବେଲଗାଭି ଜିଲାରେ ଜଣେ ଜୈନ ସନ୍ଥଙ୍କୁ ହତ୍ୟା କରାଯାଇ ତାଙ୍କ ଶରୀରକୁ ଖଣ୍ଡଖଣ୍ଡ କରି ଏକ ବୋର୍‌ଓ୍ବେଲରେ ଫିଙ୍ଗିଦିଆଯାଇଥିଲା। ଚିକୋଡି...

‘କାଶୀ ପର୍ଯ୍ୟନ୍ତ ପହଞ୍ଚିଛି ବିକାଶର ଏଜେଣ୍ଡା’, ଜି-୨୦ ବୈଠକରେ କହିଲେ ମୋଦି- ‘ମଦର ଅଫ ଡେମୋକ୍ରେସି’ର ସବୁଠାରୁ ପୁରୁଣା ସହରକୁ ସ୍ବାଗତ

ନୂଆଦିଲ୍ଲୀ,୧୨।୬: ଉତ୍ତର ପ୍ରଦେଶର ବାରାଣସୀରେ ସୋମବାର ଜି-୨୦ ଦେଶର ଡେଭଲପମେଣ୍ଟ ମିନିଷ୍ଟରଙ୍କ ବୈଠକ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକକୁ ଭିଡିଓ କନଫରେନସିଂ ଜରିଆରେ...

କାନାଡା ପୋଲିସର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ସାମିଲ ହେଲେ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ

ଚଣ୍ଡିଗଡ଼,୨।୫: ପଞ୍ଜାବି ସିଙ୍ଗର ସିଦ୍ଧୁ ମୁସଓ୍ବୋଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡଙ୍କ ସମସ୍ୟା ବଢିବାରେ ଲାଗିଛି। କାନାଡା ପୋଲିସ ଦ୍ୱାରା ଜାରି କରାଯାଇଥିବା...

ଭାଜପା ହାତ ଛାଡ଼ିବ କି ଜେଡିୟୁ:ଆଜି ନିଷ୍ପତ୍ତି ନେବେ ନୀତୀଶ କୁମାର

ପାଟନା,୯।୮:ବିହାରରେ ୨୦୧୭ରେ ଭାଜପା ସମର୍ଥନରେ ଜେଡିୟୁ ସରକାର ଗଢ଼ିବା ପରଠାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଗୈରିକ ଦଳର ନେତୃବୃନ୍ଦ କ୍ରମାଗତ ଭାବେ ପରସ୍ପରକୁ କଟାକ୍ଷ...

ଚଳିତ ବର୍ଷ ବିଏସଏଫର ଓଟ ଚଢୁଥିବା ମହିଳା ଦଳ ପ୍ରଥମ ଥର ଗଣତନ୍ତ୍ର ଦିବସ ପରେଡରେ ଅଂଶ ଗ୍ରହଣ କରିବେ

ନୂଆଦିଲ୍ଲୀ,୧ ।୧: ସୀମା ସୁରକ୍ଷା ବଳ, ବିଏସଏଫର ପ୍ରସିଦ୍ଧ ଓଟ ଆରୋହୀ ଦଳ ୧୯୭୬ ମସିହାରୁ ଗଣତନ୍ତ୍ର ଦିବସ ପରେଡରେ ଅଂଶ ଗ୍ରହଣ କରି ଆସୁଛନ୍ତି...

Advertisement
Archives

Model This Week