ମହାଗ୍ରାମ୍‌ କମ୍ପାନୀର ୬.୫୭ କୋଟି ଟଙ୍କା ଫ୍ରିଜ୍‌

ଭୁବନେଶ୍ୱର, ୪।୫(ବ୍ୟୁରୋ): ଗ୍ରାହକଙ୍କୁ ଲୋନ୍‌ ଆପ୍‌ ଦ୍ୱାରା ଟଙ୍କା ଦେଇ ପରେ ଅଧିକ ସୁଧ ସହ ଋଣ ଶୁଝିବାକୁ ବାଧ୍ୟକରି ମାନସିକ ନିର୍ଯାତନା ଦିଆଯାଉଥିଲା। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଏବଂ ଗ୍ରାହକଙ୍କ ଅଭିଯୋଗକୁ ଆଧାର କରି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଉକ୍ତ ଆପ୍‌ ସଂସ୍ଥା ବିରୋଧରେ ଏକ ମାମଲା (ନଂ. ୦୯/୨୦୨୨) ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଓଡବ୍ଲ୍ୟୁ ତଦନ୍ତ ସମୟରେ ‘ମହାଗ୍ରାମ୍‌ ପେମେଣ୍ଟ୍‌ସ ପ୍ରାଇଭେଟ ଲିମିଟେଡ’ର ୪ଟି ଆକାଉଣ୍ଟରୁ ୬ କୋଟି ୫୭ ଲକ୍ଷ ୩୪ ହଜାର ୮୨୯ ଟଙ୍କା ଫ୍ରିଜ୍‌(ଅଚଳ) କରିଛି। ଦେଶର ବିଭିନ୍ନ ପ୍ରାନ୍ତରେ ଲୋକମାନେ ଏହି କମ୍ପାନୀ ଦ୍ୱାରା ଠକେଇର ଶିକାର ହୋଇଛନ୍ତି। ପୋଲିସଠାରୁ ବର୍ତ୍ତିବା ପାଇଁ ଉକ୍ତ କମ୍ପାନୀ ବିଭିନ୍ନ କୌଶଳ ଆପଣାଉଥିବାରୁ ଇଓଡବ୍ଲ୍ୟୁ ଏହାକୁ ଗୁରୁତ୍ୱର ସହ ତଦନ୍ତ କରୁଛି। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ୩ଟି ସ୍ବତନ୍ତ୍ର ଟିମ୍‌ ଗଠନ କରିଛି। ଏହି ଟିମ୍‌ ମହାରାଷ୍ଟ୍ର, ବିହାର, ଉତ୍ତରପ୍ରଦେଶ ଓ ନୂଆଦିଲ୍ଲୀ ଆଦି ରାଜ୍ୟରେ ଆପ୍‌ର ଚେର ଖୋଜିବାକୁ ତଦନ୍ତ ଜାରି ରଖିଛି। ଏଥିସହ ଇଓଡବ୍ଲ୍ୟୁ ତେଲଙ୍ଗାନା ଓ ହାଇଦ୍ରାବାଦ୍‌ ପୋଲିସର ସହାୟତା ଲୋଡ଼ିଛି। ଅପରପକ୍ଷରେ ଇଓଡବ୍ଲ୍ୟୁ ଟେକ୍ନିକାଲ ଏକ୍ସପଟର୍‌ସ, ବ୍ୟାଙ୍କ କର୍ମଚାରୀ ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ମଧ୍ୟ ସହାୟତା ନିଆଯାଇଥିବା ଇଓଡବ୍ଲ୍ୟୁ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ‘ମହାଗ୍ରାମ ପେମେଣ୍ଟ୍‌ସ ପ୍ରାଇଭେଟ ଲିମିଟେଡ୍‌’ ସଂସ୍ଥାର ଗୁଗଲ ପ୍ଲେ-ଷ୍ଟୋରରେ ଜୋଜୋ ଓ କୋକୋ ନାମରେ ୨ଟି ଲୋନ୍‌ ଆପ୍‌ ରହିଛି। ଏଥିପାଇଁ ଆପ୍‌ ସଂସ୍ଥା ପକ୍ଷରୁ ଆର୍‌ବିଆଇରେ ପଞ୍ଜୀକରଣ କରାଯାଇନାହିଁ। ଗ୍ରାହକମାନେ ଲୋନ୍‌ ପାଇବାକୁ ଏହି ୨ଟି ଆପ୍‌କୁ ଗୁଗଲ ପ୍ଲେ-ଷ୍ଟୋରରୁ ଡାଉନଲୋଡ୍‌ କରିବାର କିଛି ସମୟ ମଧ୍ୟରେ ଲିଙ୍କ୍‌ ଏବଂ ୟୁପିଆଇ ଜରିଆରେ ୩ ହଜାରରୁ ୫ ହଜାର ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଯାଏ। ଅପରପକ୍ଷରେ ଏହି ଆପ୍‌ ଦ୍ୱାରା ଗ୍ରାହକଙ୍କ ମୋବାଇଲର ସମସ୍ତ ଡାଟା ସହ କଣ୍ଟାକ୍ଟ ଲିଷ୍ଟ (ଯୋଗାଯୋଗ ତାଲିକା) ମଧ୍ୟ ସେମାନେ ନେଇଯାଆନ୍ତି। ସଂସ୍ଥାର ଏଜେଣ୍ଟମାନେ ଗୋଟିଏ ସପ୍ତାହ ମଧ୍ୟରେ ଗ୍ରାହକଙ୍କୁ ଅଧିକ ସୁଧ ସହ ଲୋନ ଟଙ୍କା ଫେରାଇବାକୁ ବାଧ୍ୟ କରିଥାନ୍ତି। ଗ୍ରାହକମାନେ ସେମାନଙ୍କ କଥାରେ ରାଜି ନ ହେଲେ କମ୍ପାନୀ ପକ୍ଷରୁ ନିର୍ଯାତନା ଦିଆଯାଏ। ଗ୍ରାହକଙ୍କ ସମ୍ପର୍କୀୟଙ୍କ ନମ୍ବରଙ୍କୁ ସେମାନଙ୍କ ଅଶ୍ଳୀଳ ଫଟୋ ପଠାଇ ବ୍ଲାକମେଲ୍‌ କରିଥାନ୍ତି। ଏଥିସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଥାନ୍ତି। ତେବେ ସଂସ୍ଥା ଦ୍ୱାରା ନିର୍ଯାତନାର ଶିକାର ହୋଇ ଏକାଧିକ ଗ୍ରାହକ ଆତ୍ମହତ୍ୟା ମଧ୍ୟ କରିଥିବା ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି। ତେବେ ରାଜ୍ୟର ବିଭିନ୍ନ ଜିଲାର ଲୋକେ ଏ ନେଇ ଇଓଡବ୍ଲ୍ୟୁରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଛି। ଆଏନ୍‌ ଲୋନ, ବେଲୁନ ଆପ୍‌, ଫ୍ଲିପ୍‌କ୍ୟାଶ୍‌, ଲୋନ୍‌ ଇଣ୍ଡିଆ, ଲୋନ୍‌ ଲୋନ୍‌, ପ୍ଲାମ୍‌ ଟ୍ରି ଭଳି ବେନାମୀ ଆପ୍‌ ଗୁଗୁଲ ପ୍ଲେ’ ଷ୍ଟୋରରେ ରହିଛି। ଏପରି ବେଆଇନ୍‌ ଲୋନ ଆପ୍‌କୁ ଡାଉନଲୋଡ୍‌ ନ କରିବାକୁ ଇଓଡବ୍ଲ୍ୟୁ ପକ୍ଷରୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri