ଡିଏସ୍‌ଏମ୍‌ ପାଇଁ ନିବେଶ ହେବ ୪୪୧ କୋଟି

ଭୁବନେଶ୍ୱର,୧୬।୧୧: ଏନର୍ଜି ଏଫିସିଏନ୍ସି ସର୍ଭିସେସ୍‌ ଲିମିଟେଡ୍‌ (ଇଇଏସ୍‌ଏଲ୍‌) ପକ୍ଷରୁ ଓଡ଼ିଶାର ଶକ୍ତି ବିତରଣ କମ୍ପାନୀଗୁଡ଼ିକ ଲାଗି ୟୁଟିଲିଟି ଭିତ୍ତିକ ଡିମାଣ୍ଡ ସାଇଡ ମ୍ୟାନେଜମେଣ୍ଟ(ଡିଏସ୍‌ଏମ୍‌) ଆରମ୍ଭ କରାଯାଇଛି। ପର୍ଯ୍ୟାୟ ଭିତ୍ତିରେ ଏହି ଯୋଜନା ଲାଗି ରାଜ୍ୟରେ ୪୪୧ କୋଟି ଟଙ୍କା ନିବେଶ ଯୋଜନା ରଖାଯାଇଛି। ଆଗାମୀ ୩ରୁ ବର୍ଷ ଲାଗି ପ୍ରକଳ୍ପ କାର୍ଯ୍ୟାନ୍ବୟନ ଲାଗି ଇଇଏସ୍‌ଏଲ୍‌ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବ। ଆଗାମୀ ଦିନରେ ଗ୍ରାହକଙ୍କଠାରୁ ଏହି ଅର୍ଥ ରାଶି ସେବା ଯୋଗାଣ ମାଧ୍ୟମରେ ସଂଗ୍ରହ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଟାଟା ପାଓ୍ବାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌(ଟିପିସିଓଡିଏଲ୍‌) ଏବଂ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌(ଟିପିଏନ୍‌ଓଡିଏଲ୍‌) ଏହି ପାଇଲଟ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଇବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ଡିଏସ୍‌ଏମ୍‌ କାର୍ଯ୍ୟକ୍ରମରେ ଶକ୍ତି ସଞ୍ଚୟ କରୁଥିବା ଟେକ୍ନୋଲୋଜିଗୁଡ଼ିକର ଗ୍ରହଣୀୟତା ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଗ୍ରୀନ୍‌ ହାଉସ ଗ୍ୟାସ୍‌ ନିର୍ଗମନକୁ କମାଇବା ଏବଂ ଶକ୍ତି ସଞ୍ଚୟକୁ ବଢ଼ାଇବା ଦିଗରେ ଫୋକସ ରଖାଯାଇଛି। ଉଭୟ ଝାଡ଼ଖଣ୍ଡ ଏବଂ ତେଲଙ୍ଗାନାରେ ଏହି କାର୍ଯ୍ୟକ୍ରମ ପାଇଁ ମଧ୍ୟ ଯୋଜନା ରଖାଯାଇଛି। ଏଭଳି ପଦକ୍ଷେପ ଦ୍ୱାରା ଶକ୍ତି ବିତରଣ କମ୍ପାନୀଗୁଡିକ ଆର୍ଥତ୍କ ସମସ୍ୟାକୁ ଦୂରୀକରଣ କରାଯିବା ସହ ଖାଉଟି ଲାଭବାନ୍‌ ହୋଇପାରିବେ ବୋଲି ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି। ଶକ୍ତି ନିରାପତ୍ତା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମଗୁଡିକ ବିଶେଷ ସହାୟକ ହେବ ବୋଲି ଓଇଆର୍‌ସି ଅଧ୍ୟକ୍ଷ ୟୁ.ଏନ୍‌. ବେହେରା କହିଛନ୍ତି। କାର୍ଯ୍ୟକ୍ରମରେ ଗ୍ରୀଡ୍‌କୋ ଏମ୍‌ଡି ତ୍ରିଲୋଚନ ଜେନା, ପିଜି ଡାଇରେକ୍ଟର ଇନ୍‌ଭେଷ୍ଟମେଣ୍ଟ ସରବିନ୍ଦର ସିଂ, ଇଇଏସ୍‌ଏଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସି.ପି.ଗଡ଼ନାୟକ, କ୍ଲଷ୍ଟର ମୁଖ୍ୟ ଅଭିଷେକ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri