Posted inଜାତୀୟ

୩୪,୬୧୫ କୋଟିର ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ,୨୩ା୬: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦେ ଓ୍ବାନ ହାଉସିଂ ଫାଇନାନ୍ସ ଲିଃ (ଡିଏଚ୍‌ଏଫ୍‌ଏଲ୍‌)ର ପୂର୍ବତନ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) କପିଳ ଓ୍ବାଧଓ୍ବନ, ନିର୍ଦ୍ଦେଶକ ଧୀରଜ ଓ୍ବାଧଓ୍ବନ ଓ ଅନ୍ୟମାନଙ୍କ ବିରୋଧରେ ୩୪,୬୧୫ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲା ରୁଜୁ କରିଛି। ଏହାକୁ ସିବିଆଇ ତଦନ୍ତାଧୀନ ଭାରତର ସବୁଠୁ ବଡ଼ ବ୍ୟାଙ୍କ ଠକେଇ ବୋଲି କୁହାଯାଉଛି।

୧୭ ଋଣ ପ୍ରଦାନକାରୀ ବ୍ୟାଙ୍କ ଗୋଷ୍ଠୀର ନେତୃତ୍ୱ ନେଉଥିବା ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ) ପକ୍ଷରୁ ୨୦୧୦ରୁ ୨୦୧୮ ମଧ୍ୟରେ ୪୨,୮୭୧ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା। କପିଳ ଓ ଧୀରଜ ଓ୍ବାଧଓ୍ବନ ଉକ୍ତ ଋଣ ଅର୍ଥକୁ ଆମତ୍ସାତ୍‌ କରିଥିବା ବ୍ୟାଙ୍କ ଅଭିଯୋଗ ଆଣିଛି। ଅଭିଯୁକ୍ତମାନେ ଅର୍ଥ ହେରଫେର କରି ବିଶ୍ୱାସ ଭଙ୍ଗ କରିଛନ୍ତି। ୨୦୧୯ ମେ’ ପରଠାରୁ ସେମାନେ ଋଣ ସୁଝି ନ ଥିବାରୁ ମୋଟ ୩୪,୬୧୫ କୋଟି ଟଙ୍କା ଖିଲାପି କରିଥିବା ଏଥିରେ ଦର୍ଶାଯାଇଛି। ଏହି ବ୍ୟାଙ୍କ ଠକେଇ ନେଇ ଦାଏର ଏଫ୍‌ଆଇଆର୍‌ରେ ଅମାରିଲିସ୍‌ ରିଟେଲର୍ସର ସୁଧାକର ସେଟ୍ଟିଙ୍କ ସହ ଅନ୍ୟ ୮ ଜଣଙ୍କ ନାମ ରହିଛି।

ଜୁନ୍‌ ୨୦ରେ ମାମଲା ରୁଜୁ ହେବା ପରେ ୫୦ରୁ ଊର୍ଦ୍ଧ୍ୱ ଅଧିକାରୀଙ୍କୁ ନେଇ ସିବିଆଇର ଏକ ଟିମ୍‌ ବୁଧବାର ଅଭିଯୁକ୍ତମାନଙ୍କ ସହ ଜଡ଼ିତ ମୁମ୍ବାଇର ୧୨ ସ୍ଥାନରେ ଚଢ଼ାଉ କରିଥିଲା। ଡିଏଚ୍‌ଏଫ୍‌ଏଲ୍‌ ଆକାଉଣ୍ଟ ବୁକ୍ସରୁ ଜଣାପଡ଼ିଛି ଯେ, ଉକ୍ତ କମ୍ପାନୀ ବେଆଇନ ଭାବେ ଆର୍ଥିକ ଅନିୟମିତତା କରି ପାଣ୍ଠିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହ କପିଳ ଓ ଧୀରଜଙ୍କୁ ଜମାକାରୀଙ୍କ ଅର୍ଥରେ ନିଜ ସମ୍ପତ୍ତି ବୃଦ୍ଧି ପାଇଁ ସୁଯୋଗ ଦେଇଥିଲା। ଉଭୟେ ପୂର୍ବରୁ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି। ସିବିଆଇ ମାମଲା ରୁଜୁ କରିବା ପରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଡିଏଚ୍‌ଏଫ୍‌ଏଲ୍‌ ଋଣ ଆକାଉଣ୍ଟଗୁଡ଼ିକୁ ନନ୍‌-ପଫର୍ମିଂ ଆସେଟ୍ସ (ଏନ୍‌ପିଏ) ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ମାଫିଆ ସକ୍ରିୟ, ସାରର କୃତ୍ରିମ ସଙ୍କଟ, ଚାଷୀ ହଟହଟା

ବରଗଡ଼,୨୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟକୁ ୨ମାସ ବିତି ଯାଇଛି। ଏହାସତ୍ତ୍ୱେ ଜିଲାରେ ସାରର କୃତ୍ରିମ ସଙ୍କଟ ଦେଖାଯାଇଛି। ଜିଲା କୃଷି ବିଭାଗ ଜିଲାରେ ପର୍ଯ୍ୟାପ୍ତ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ହାତୀ ନଦୀରେ ବନ୍ୟା: ଧୋଇନେଲା ରାସ୍ତା, ଜୁନାଗଡ଼-କଲମପୁର ଯାତାୟାତ ବିଚ୍ଛିନ୍ନ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ୨ ଦିନ ଧରି ଲଗାଣବର୍ଷା ଯୋଗୁ ନଦୀଗୁଡିକର ଜଳସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାର ମଧ୍ୟଭାଗରେ ପ୍ରବାହିତ ହେଉଥିବା…

କେରଳ ସୁନ୍ଦରୀ କୈଜିଆ ଲିଜ ମାଜ୍ଜୋ ହେଲେ ମିସ ଇଣ୍ଡିଆ ୟୁନିଭର୍ସ 2026, ମୁକୁଟ ପିନ୍ଧାଇଲେ ମନିକା ବିଶ୍ୱକର୍ମା

ନୂଆଦିଲ୍ଲୀ,୨୪।୮: ମିସ ୟୁନିଭର୍ସ ଇଣ୍ଡିଆ ୨୦୨୬ ହେଉଛି ମିସ ୟୁନିଭର୍ସ ଇଣ୍ଡିଆ ପ୍ରତିଯୋଗିତାର ତୃତୀୟ ସଂସ୍କରଣ, ଯାହା ୨୩ ଅଗଷ୍ଟ, ୨୦୨୬ରେ ରାଜସ୍ଥାନର ଜୟପୁରର ଜୀ ଷ୍ଟୁଡିଓରେ…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

୬୩ ବର୍ଷ ତଳେ ପେଟ୍ରୋଲ ଦର ଥିଲା ୭୨ ପଇସା, ରସିଦ୍‌ ପ୍ରଦାନ କରି ଅବସରପ୍ରାପ୍ତ ଏସ୍‌ବିଆଇ ଅଧିକାରୀ କହିଲେ…

କଟକ ସଦର,୨୪ା୮(ସୁଶାନ୍ତ କୁମାର ଜେନା): ବର୍ତ୍ତମାନ ପେଟ୍ରୋଲ ଦର ସ୍ଥାନ ବିଶେଷରେ ୧୧୦ ଟଙ୍କାରେ ପହଞ୍ଚିଲାଣି। ଦର ବଢ଼ିବା ସହିତ ଚାହିଦା ମଧ୍ୟ ଦିନକୁ ଦିନ ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri