ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ଏକ ପରିବେଶ ଉପଯୋଗୀ ଗାଁଁ ପ୍ରତିଷ୍ଠା କରି କଶ୍ମୀରର ଫୟାଜ ଅହମ୍ମଦ ଏକ ଉଦାହରଣ ସୃଷ୍ଟି କରିଛନ୍ତି। କଶ୍ମୀରର ଗଣ୍ଡରବାଲ୍ ଜିଲାରେ ସେ ଏହି ଇକୋ ଭିଲେଜ କରି ଇକୋ ଟୁରିଜମ୍ ସହ କଶ୍ମୀରର କଳା ସ୍ଥାପତ୍ୟକୁ ଉତ୍ସାହିତ କରୁଛନ୍ତି। ଏହି ଭିଲେଜ୍ର ନାମ ରଖାଯାଇଛି ସାଗ୍। ଭିଲେଜ୍ରେ ଘର ତିଆରି ହୋଇଛି ମାଟିରେ। ଜୈବିକ ପଦ୍ଧତିରେ ଚାଷ କରାଯାଉଛି। ଏହା ଏକ ବର୍ଜ୍ୟଶୂନ୍ୟ ଗାଁ ଭାବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ଏହା କଶ୍ମୀରର ପ୍ରଥମ ତଥା ପରିବେଶ ପରିସଂସ୍ଥା ଉପଯୋଗୀ ଗାଁ ଭାବେ ମାନ୍ୟତା ବି ପାଇଛି। ଦେଢ଼ ଏକରରୁ ଊର୍ଦ୍ଧ୍ୱ ଜମିରେ ମାଟିଘର ନିର୍ମାଣ କରାଯାଇଛି। ଏହି ଗାଁରେ ଏଜୁୁକେଶନାଲ କ୍ୟାମ୍ପର ସୁଯୋଗ ମଧ୍ୟ ଛାତ୍ରୀଛାତ୍ରମାନେ ପାଉଛନ୍ତି। ବିଭିନ୍ନ କର୍ମଶାଳା ଓ ପ୍ରଶିକ୍ଷଣର ସୁବିଧା ମଧ୍ୟ ରହିଛି। ଏହା ପୂର୍ବରୁ ଫୟାଜ ଦିଲ୍ଲୀସ୍ଥିତ ୟୁନାଇଟେଡ ଷ୍ଟେଟ୍ସ-ଇଣ୍ଡିଆ ଏଜୁକେଶନ ଫାଉଣ୍ଡେଶନରେ ଚାକିରି କରିଥିତ୍ଲେ। ୨୦୦୯ରେ ଚାକିରି ଛାଡ଼ି ସେ କଶ୍ମୀର ଫେରି ଇକୋ ଭିଲେଜ ନିର୍ମାଣ ଆରମ୍ଭ କରିଥିଲେ। ସେ ତାଙ୍କ ବନ୍ଧୁ ଓ ପରିବାର ଲୋକମାନଙ୍କଠାରୁ ୬୦ ଲକ୍ଷ ଟଙ୍କା ସଂଗ୍ରହ କରି ଏହି ଗାଁ ନିର୍ମାଣରେ ବ୍ୟୟ କରିଛନ୍ତି। ଉକ୍ତ ଗାଁରେ ପର୍ଯ୍ୟଟକମାନେ ରହିବାର ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ରେସିଡେନ୍ସିଆଲ କ୍ୟାମ୍ପସ୍ ପାଇଁ ଛାତ୍ରମାନେ ରହିବାର ବନ୍ଦୋବସ୍ତ ହୋଇଛି।
ପିଲାମାନେ ଟିକିଏ ଭାବନ୍ତୁ
ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…
ଜେନ୍ ଜି: ଆହ୍ବାନ ଓ ଆନ୍ଦୋଳନ
ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…
ବାଧ୍ୟତାମୂଳକ ଅବସର
ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍ ଅଧିକାରୀ ଗୌରବ ଦାହିୟା ଏବଂ…
ଏଇ ଭାରତରେ
ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…
ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ
ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…
ଶିକ୍ଷାରେ କୋହଳ ନୀତି
ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…
ନାଟୋର ପ୍ରତିରୋଧ କ୍ଷମତା ଅଭାବ
ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…
ଏଇ ଭାରତରେ
ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

