ବ୍ୟାଗ୍‌ରୁ ମିଳିଲା ୩୦ଲକ୍ଷ ଟଙ୍କା

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ)-ଖଣ୍ଡଗିରି ଥାନା ତପୋବନ ଅଞ୍ଚଳରୁ ଶୁକ୍ରବାର ପୋଲିସ ଟଙ୍କା ଭର୍ତ୍ତି ବ୍ୟାଗ୍‌ ସହ ଜଣେ ଯୁବକଙ୍କୁ ଧରିଛି। ଉକ୍ତ ବ୍ୟାଗ୍‌ଟିରେ ପ୍ରାୟ ୩୦ଲକ୍ଷ ଟଙ୍କା ଥିବା ନେଇ ପୋଲିସ ସୂଚନା ଦେଇଛି। ତେବେ ଥାନାକୁ ଆଣି ଯୁବକଙ୍କୁ ପଚରାଉଚରା କରାଯାଇଥିଲା। ତାଙ୍କ ନାମ ମହାବୀର ପ୍ରସାଦ ଦାସ ଓ ସେ ପାରଳାଖେମୁଣ୍ଡିରୁ ଏହି ଟଙ୍କା ଆଣୁଥିଲେ ବୋଲି ପୋଲିସ ଆଗରେ କହିଛନ୍ତି।
ଅନ୍ୟପକ୍ଷରେ ମହାବୀରଙ୍କୁ ପୋଲିସ ଅଟକ ରଖିବା ଜାଣିବା ପରେ ଛତିଆ ଅଞ୍ଚଳର ପ୍ରଳୟ କୁମାର ପାଢୀ ନାମକ ଜଣେ ଯୁବକ ଥାନାରେ ପହଞ୍ଚତ୍ ମହାବୀର ତାଙ୍କ ସାଙ୍ଗ ଓ ଉକ୍ତ ଟଙ୍କା ତାଙ୍କର ବୋଲି ଦାବି କରିଛନ୍ତି। ପ୍ରଳୟ କହିଛନ୍ତି, ସେ ପାନ ମସଲା ଓ ଗୁଟ୍‌ଖା ହୋଲ୍‌ସେଲିଂ କରନ୍ତି। କଟକ ମାଲ୍‌ଗୋଦାମରୁ ରାଜ୍ୟର ବିଭିନ୍ନ ଜିଲାକୁ ତାଙ୍କ ମାଲ୍‌ ଯାଇଥାଏ। ମାତ୍ର ଲକ୍‌ଡାଉନ ଓ ଶଟ୍‌ଡାଉନ ଯୋଗୁ ତାଙ୍କର ଏବାବଦ ବକେୟା ଟଙ୍କା ସଂଗ୍ରହ ହୋଇପାରି ନ ଥିଲା। ତେଣୁ ସେ ମହାବୀରଙ୍କୁ ପାରଳାଖେମୁଣ୍ଡିକୁ ବକେୟା ଟଙ୍କା ଆଦାୟ କରିବା ପାଇଁ ପଠାଇଥିଲେ। ମହାବୀର ସେଠାକାର ବ୍ୟବସାୟୀଙ୍କଠାରୁ ୩୦ଲକ୍ଷ ବକେୟା ଟଙ୍କା ସଂଗ୍ରହ କରି ବସ୍‌ ଯୋଗେ ଆସି ଭୁବନେଶ୍ୱରରେ ଓହ୍ଲାଇଥିଲେ। କଟକ ଯିବା ପାଇଁ ତପୋବନ ପେଟ୍ରୋଲ ପମ୍ପ ନିକଟରେ ଛିଡା ହୋଇଥିବା ସମୟରେ ପୋଲିସ ତାଙ୍କୁ ଧରିଥିଲା। ଏହି ଟଙ୍କା ସମ୍ପୂର୍ଣ୍ଣ ଭାବେ ତାଙ୍କର ଓ ଏବାବଦ ସମସ୍ତ କାଗଜପତ୍ର ସେ ପୋଲିସ ନିକଟରେ ଦାଖଲ କରିବେ ବୋଲି କହିଥିଲେ। ତେବେ ପ୍ରଳୟଙ୍କ କଥା କେତେ ସତ ସେନେଇ ଯାଞ୍ଚ କରାଯାଉଛି। ସମସ୍ତ କାଗଜପତ୍ର ସହ ଜିଏସ୍‌ଟି ବାବଦରେ ଯାଞ୍ଚ ସରିବା ପରେ ଯଦି କିଛି ଖିଲାପ ହୋଇଥିବା ଜଣାପଡିବ ତା’ହେଲେ ମାମଲାକୁ ଆୟକର ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?