୨.୨୧ କୋଟିର ଚାଉଳ ଆତ୍ମସାତ୍‌

ଯାଜପୁର ଅଫିସ,୭।୧୦:ରାଜ୍ୟର ଯାଜପୁର ଜିଲା ସମେତ ଭଦ୍ରକ, ଗଞ୍ଜାମ ଓ ନବରଙ୍ଗପୁର ଜିଲାର ୨୩ ଜଣ ଯୋଗାଣ ବିଭାଗ ଅଧିକାରୀ ୨ କୋଟି ୨୧ ଲକ୍ଷ ୪୬ ହଜାର ୯୪୮ ଟଙ୍କାର ସରକାରୀ ଚାଉଳ ଆତ୍ମସାତ୍‌ କରିଛନ୍ତି। ସ୍ବତନ୍ତ୍ର ଅଡିଟ୍‌ ରିପୋର୍ଟରେ ଏହି ଦୁର୍ନୀତି ଧରାପଡ଼ିଛି। ଏହି କାରବାରରେ ଯୋଗାଣ ନିରୀକ୍ଷକ(ଆଇଏସ୍‌), ମାର୍କେଟିଂ ଇନ୍ସପେକ୍ଟର(ଏମ୍‌ଆଇ) ଓ ଜିଲା ଯୋଗାଣ ଅଧିକାରୀ(ସିଏସ୍‌ଓ)ଙ୍କ ସମ୍ପୃକ୍ତି ରହିଛି। ଏଥିରେ କେବଳ ଗଞ୍ଜାମ ଜିଲାର ୧୯ ଜଣ ଅଧିକାରୀଙ୍କ ନାମ ରହିଛି। ଗତ ୩ ବର୍ଷ ହେଲା ଏହି ଦୁର୍ନୀତିଖୋର ଅଧିକାରୀମାନଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜେସ ଗ୍ରହଣ କରିବାକୁ ୧୦ରୁ ଊର୍ଦ୍ଧ୍ୱ ଥର ନିର୍ଦ୍ଦେଶ ହୋଇଛି। ହେଲେ ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ। ତେଣୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ବିଶ୍ୱଜିତ୍‌ କେଶରୀ ଦାସ ନିର୍ଦ୍ଦେଶ ଜାରି କରିଛନ୍ତି। ଅନ୍ୟଥା ସଂପୃକ୍ତ ଦୁର୍ନୀତିଖୋର ଅଧିକାରୀମାନଙ୍କୁ ସୁରକ୍ଷା ଦେବାକୁ ସୁଚିନ୍ତିତ ଯୋଜନା କରାଯାଉଛି ବୋଲି ମନେ କରାଯିବ। ଏହିମର୍ମରେ ଏମ୍‌ଡି ଦାସ ଗତ ୧ ତାରିଖରେ ଯୋଗାଣ ବିଭାଗର ସମ୍ପୃକ୍ତ ଜିଲା ପରିଚାଳକ (ଡିଏମ୍‌)ମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।
୨୦୧୬-୧୭ ସ୍ବତନ୍ତ୍ର ଅଡିଟ୍‌ରେ ଯାଜପୁର ଜିଲା ସାମିଆସ୍ଥିତ ମା’ଭଗବତୀ ରାଇସ୍‌ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ ସରକାରୀ ଚାଉଳ ହଡ଼ପ କରିଥିବା ଧରାପଡ଼ିଥିଲା। ଏହି ପ୍ରକ୍ରିୟାରେ ଏମ୍‌ଆଇ ଉପେନ୍ଦ୍ର କୁମାର ଭୋଇ ଦାୟିତ୍ୱରେ ଥିଲେ। ତେଣୁ ତାଙ୍କ ନାମରେ ୪୪,୭୭,୦୯୪ ଟଙ୍କା ଆମତ୍ସାତ୍‌ ହୋଇଥିବା ଅଡିଟ୍‌ ରିପୋର୍ଟରେ ଧରାପଡିଛି। ଏହି ଅଡିଟ୍‌ ରିପୋର୍ଟ ଉପରେ ଯାଜପୁର ଜିଲା ଯୋଗାଣ ବିଭାଗକୁ ଏକାଧିକ ଥର ନିଗମ ପକ୍ଷରୁ ଆବଶ୍ୟକ ଦସ୍ତାବିଜ୍‌ ସାକ୍ଷ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। କିନ୍ତୁ ଡିଏମ୍‌ ଓ ଦୁର୍ନୀତିଖୋର ଅଧିକାରୀଙ୍କ ମଧ୍ୟରେ ସଲାସୁତୁରା ରହିଥିବାରୁ ଏହା କାର୍ଯ୍ୟକାରୀ ହୋଇ ପାରିନାହିଁ ବୋଲି ଖୋଦ୍‌ ଏମ୍‌ଡି ହୃଦୟଙ୍ଗମ କରିଛନ୍ତି। ଅନୁରୂପ ଭାବେ ଗଞ୍ଜାମ ଜିଲାର ବେଲଗାମ ସିଂହସିନି ରାଇସ୍‌ ମିଲ୍‌ ଉପରେ ଆଇଏସ୍‌ ଜୟରାମ ଲେଙ୍କାଙ୍କ ନାମରେ ୪୧,୭୭,୩୯୦ ଟଙ୍କା, ବାହାଡଗୁଡା ଓ ଧଉଗାଓଁର ମହାବୀର ରାଇସ୍‌ ମିଲ ଉପରେ ଏମ୍‌ଆଇ ମନୋଜ କୁମାର ବେହେରା ଓ ସିଏସ୍‌ଓ ସନ୍ତୋଷ କୁମାର ମହାନ୍ତିଙ୍କ ନାମରେ ୧୧,୦୦,୯୭୨ ଟଙ୍କା, ମଝିଗାମ ଓ ପଦ୍ମପୁର ଗ୍ରାମର ସୁବାସ ରାଇସ୍‌ ମିଲ ଉପରେ ଏମ୍‌ଆଇ ସ୍ନେହାସିନୀ ବେହେରା ଓ ରେସ୍‌ମା ସିଲ୍‌କ ଦାସ ଏବଂ ସିଏସ୍‌ଓ ମହାନ୍ତିଙ୍କ ନାମରେ ୧୨,୦୦,୧୬୨ ଟଙ୍କା, କେ.ଏସ. ନଗର ଓ ଛତ୍ରପୁରର ମା’କାଳୀ ରାଇସ୍‌ ମିଲ ଉପରେ ଆଇଏସ୍‌ ଜୟରାମ ଲେଙ୍କା ଏବଂ ସିଏସ୍‌ଓ ମହାନ୍ତିଙ୍କ ନାମରେ ୨୬,୧୧,୮୬୭ ଟଙ୍କା, ଶଙ୍କରା ରାଇସ୍‌ ମିଲ୍‌ ଉପରେ ଏମ୍‌ଆଇ ସ୍ନେହାସିନୀ ବେହେରା, ରେସ୍ମା ସିଲ୍‌କ ଦାସ ଓ ସିଏସ୍‌ଓ ମହାନ୍ତିଙ୍କ ନାମରେ ୫,୬୨,୭୮୩ ଟଙ୍କା, ବୁଢୀ ମା’ ଠାକୁରାଣୀ ରାଇସ୍‌ ମିଲ ଉପରେ ଏମ୍‌ଆଇ ରୀନାରାଣୀ ମହାପାତ୍ର ଓ ସିଏସ୍‌ଓ ମହାନ୍ତିଙ୍କ ନାମରେ ୨୭,୩୩,୧୯୦ ଟଙ୍କା, ମା ଫୁଲ ଠାକୁରାଣୀ ରାଇସ୍‌ ମିଲ ଉପରେ ଆଇଏସ୍‌ ଜୟରାମ ଲେଙ୍କାଙ୍କ ନାମରେ ୭,୨୨,୯୩୭ ଟଙ୍କା, ନାରାୟଣୀ ରାଇସ୍‌ ମିଲ ଉପରେ ଏମ୍‌ଆଇ ରୀନାରାଣୀ ମହାପାତ୍ର ଓ ସିଏସ୍‌ଓ ମହାନ୍ତିଙ୍କ ନାମରେ ୫,୧୮,୦୯୩ ଟଙ୍କା, ରୁଦ୍ରକାଳୀ ରାଇସ୍‌ ମିଲ୍‌ ଉପରେ ଆଇଏସ୍‌ ସୁଶାନ୍ତ କୁମାର ହୋତା ଓ ସିଏସ୍‌ଓ ମହାନ୍ତିଙ୍କ ନାମରେ ୧୬,୮୯,୦୬୮ ଟଙ୍କା ଏବଂ ଲିଙ୍ଗରାଜ ରାଇସ୍‌ ମିଲ୍‌ ଉପରେ ଆଇଏସ୍‌ ବଳରାମ ସେଠୀଙ୍କ ନାମରେ ୫,୧୦,୯୨୨ ଟଙ୍କା ଆମତ୍ସାତ୍‌ ଅଭିଯୋଗ ହୋଇଥିଲା। ଭଦ୍ରକ ଜିଲା ଜେଡିପି ଏଗ୍ରୋ ଇଣ୍ଡଷ୍ଟ୍ରିଜ ଉପରେ ଆଇଏସ୍‌ ହରିପ୍ରିୟା ସାହୁଙ୍କ ନାମରେ ୧୦,୯୫,୮୯୭ ଟଙ୍କା, ନବରଙ୍ଗପୁର ଜିଲା କାଳୀସୁନ୍ଦରୀ ରାଇସ୍‌ ମିଲ ଉପରେ ଆଇଏସ୍‌ ପ୍ରିୟରଞ୍ଜନ ନାୟକ ଓ ସିଏସ୍‌ଓ ରାମ ପ୍ରସାଦ ପାଢୀଙ୍କ ନାମରେ ୭,୪୬,୫୭୩ ଟଙ୍କା ଆମତ୍ସାତ୍‌ ହୋଇଛି। ତେବେ ଇତିମଧ୍ୟରେ ସିଏସ୍‌ଓ ସନ୍ତୋଷ କୁମାର ମହାନ୍ତି ଓ ରାମପ୍ରସାଦ ପାଢୀ ଅବସର ଗ୍ରହଣ କରି ସାରିଛନ୍ତି। ତେଣୁ ଏହି ଅଧିକାରୀଦ୍ୱୟଙ୍କ ନାମରେ ମଧ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏମ୍‌ଡି ଦାସ ନିର୍ଦ୍ଦେଶ ଜାରି କରିଛନ୍ତି। ଯେଉଁ ଅଧିକାରୀଙ୍କ ନାମରେ ଡ୍ରାଫ୍ଟ ଚାର୍ଜେସ ଗ୍ରହଣ କରିବାରେ ବିଳମ୍ବ ହେଲା ସେମାନଙ୍କ ନାମରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତାଲିକା ପ୍ରସ୍ତୁତ, ଅଡିଟ୍‌ ରିପୋର୍ଟରେ ନାମ ରହିଥିବା ଦୁର୍ନୀତିଖୋର ଅଧିକାରୀ ଯେଉଁଠି ବି ଥାଆନ୍ତୁ ସେମାନଙ୍କ ବିରୋଧରେ ପଦକ୍ଷେପ ନେବାକୁ ଏମ୍‌ଡି ଦାସ କଡା ନିର୍ଦ୍ଦେଶ ଜାରି କରିଛନ୍ତି।
ଯାଜପୁର ଜିଲାରେ ମିଲର୍ସ ଓ ଦାୟିତ୍ୱରେ ରହୁଥିବା ଅଧିକାରୀମାନଙ୍କ ମଧ୍ୟରେ ସଲାସୁତୁରା କରି ଧାନ କିଣାବିକା ଓ ଚାଉଳ ସଂଗ୍ରହରେ ବ୍ୟାପକ ଦୁର୍ନୀତି ହେଉଥିବା ଏଥିରୁ ସ୍ପଷ୍ଟ ହେଉଛି। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଅଭାବ ଓ ନୀତି, ନିର୍ଦ୍ଦେଶ କାର୍ଯ୍ୟକାରୀ ହେବାରେ ବିଳମ୍ବ ଯୋଗୁ ଏଭଳି ଦୁର୍ନୀତି କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସାହସ ଯୋଗାଉଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri