୧୫ କୋଟିର ହିସାବ: ପୁଣି ଇଡ଼ିରେ ହାଜର ହେଲେ ରିଆ

ମୁମ୍ବାଇ, ୧୦।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ରହସ୍ୟର ପର୍ଦ୍ଦାଫାଶ୍‌ ପାଇଁ ଉଦ୍ୟମ ଜାରି ରହିଛି। ଏହା ଅନ୍ତର୍ଗତ ସୁଶାନ୍ତଙ୍କ ଗର୍ଲ ଫ୍ରେଣ୍ଡ୍‌ ରିଆ ଚକ୍ରବର୍ତ୍ତୀ ତାଙ୍କ ଭାଇ ସୌଭିକ୍‌ଙ୍କ ସହିତ ସୋମବାର ପୁଣି ମୁମ୍ବାଇ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଏହାପୂର୍ବରୁ ତାଙ୍କୁ ଶୁକ୍ରବାର ମଧ୍ୟ ଜେରା କରାଯାଇଥିଲା। ସୁଶାନ୍ତଙ୍କ ପାଖରେ ଥିବା ୧୫ କୋଟି ଟଙ୍କାର ହିସାବ ଜାଣିବା ପାଇଁ ଇଡି ପକ୍ଷରୁ ଏହା କରାଯାଉଛି। ରିଆ ତଦନ୍ତରେ ସହଯୋଗ କରୁ ନ ଥିବା ଅଭିଯୋଗ ମଧ୍ୟ ହେଉଛି। ଲଗାତାର ରିଆଙ୍କ ବାର୍ଷିକ ଆୟ ବଢୁଥିବା ନେଇ ଇଡ଼ି ପକ୍ଷରୁ ପଚରାଉଚରା ମଧ୍ୟ ଜାରି ରହିଛି। ଗତ କିଛି ବର୍ଷ ମଧ୍ୟରେ ରିଆଙ୍କ ବାର୍ଷିକ ଆୟ ୧୪ ଲକ୍ଷ ଟଙ୍କାରେ ପହଞ୍ଚିଥିବା ଇଡି ସୂତ୍ରରୁ ଜଣାପଡ଼ିଛି। ସୁଶାନ୍ତଙ୍କ ସାଙ୍ଗ ସନ୍ଦୀପ୍‌ଙ୍କୁ ସମନ ଜାରି କରାଯିବ ବୋଲି କୁହାଯାଉଛି। ସୁଶାନ୍ତଙ୍କ କାଳସର୍ପ ଦୋଷ ଖଣ୍ଡନ ପାଇଁ କରାଯାଇଥିବା ଏକ ପୂଜାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପୂଜାରେ ସୁଶାନ୍ତଙ୍କ ସହିତ ତାଙ୍କ ଭଉଣୀ ଏବଂ ଭିଣୋଇ ବସିଥିବା ଏହି ୨ ମିନିଟ୍‌ ୩ ସେକେଣ୍ଡ ଭିଡ଼ିଓରେ ଦେଖିବାକୁ ମିଳୁଛି। ପୂଜା ୨୦୧୯ ଏପ୍ରିଲ୍‌ ୯ରେ ହୋଇଥିବା କୁହାଯାଉଛି। ମହାରାଷ୍ଟ୍ରରୁ ଆସିଥିବା ପଣ୍ଡିତ ପୂଜା କରିଥିବା କୁହାଯାଉଛି। ଭିଡ଼ିଓରେ ରିଆଙ୍କୁ ଦେଖିବାକୁ ମିଳୁନି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି କରୋନା ଗ୍ରାଫ୍‌ ଉପରମୁହାଁ: ଗତ ୨୪ଘଣ୍ଟାରେ ୪୦ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ,୩୯୯୮ ମୃତ

ନୂଆଦିଲ୍ଲୀ,୨୧।୭: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିିଛି। ଗତ ୧୨୫...

‘ଓଏମଜି ୨’ ପାଇଁ ଅକ୍ଷୟ ନେଇଛନ୍ତି ୩୫ କୋଟି!

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ମୁଭି ‘ଓ ମାଇଁ ଗଡ ୨’ର ସଫଳତାକୁ ଉପଭୋଗ କରୁଛନ୍ତି। ମୁଭିଟି ରିଲିଜ ହେବାର ୭ଦିନ...

କାଟ୍ରିନାଙ୍କ ବିବାହରେ ଯୋଗଦେବେ ନାହିଁ ସଲମାନ

ଆଜିକାଲି ଅଭିନେତା ଭିକି କୌଶଲ ଏବଂ କାଟ୍ରିନା କୈଫଙ୍କ ବିବାହ ଖବର ଚର୍ଚ୍ଚାରେ ରହିଛି। ଆସନ୍ତା ୭ରୁ ୯ ଡିସେମ୍ବର ମଧ୍ୟରେ ଉଭୟ ବିବାହ ବନ୍ଧନରେ...

ଜି -୨୦ ଶିଖର ସମ୍ମିଳନୀ ପାଇଁ ଆଇଜିଆଇ ବିମାନ ବନ୍ଦରରେ ୩ ଘଣ୍ଟାରେ ଲ୍ୟାଣ୍ଡ ହେଲା ୧୨ ବିମାନ, ୨୯ ଅତିଥିଙ୍କୁ କରାଗଲା ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ,୯।୯: ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ବିଭିନ୍ନ ଦେଶର ମୁଖ୍ୟମାନେ ଦିଲ୍ଲୀ ଆସିଛନ୍ତି। ସମସ୍ତ ରାଷ୍ଟ୍ର ମୁଖ୍ୟଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟ...

ଛତିଶଗଡ଼ର ନବମ ରାଜ୍ୟପାଳ ହେଲେ ବିଶ୍ୱଭୂଷଣ

ରାୟପୁର,୨୪।୨: ଛତିଶଗଡ଼ର ରାଜଧାନୀ ରାୟପୁରର ରାଜଭବନରେ ବିଶ୍ୱଭୂଷଣ ହରିଚନ୍ଦନ ଛତିଶଗଡ଼ର ନବମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ଛତିଶଗଡ଼ ହାଇକୋର୍ଟ ପ୍ରଧାନ ବିଚାରପତି ଅରୁପ...

ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ପରଲୋକ

ଭୋପାଳ,୧୧।୯: ଦ୍ୱାରିକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ପରଲୋକ ଘଟିଛି। ସେ ୯୯ ବର୍ଷ ବୟସରେ ନରସିଂହପୁରର ଝୋଟେଶ୍ୱରରେ ଅବସ୍ଥିତ ପରମହଂସୀ ଗଙ୍ଗା...

ହିନାଙ୍କ ଗ୍ୟାଙ୍ଗଷ୍ଟର ଲୁକ୍‌

ମୁମ୍ବାଇ: ଟେଲିଭିଜନ ଧାରାବାହିକ ‘ୟେ ରିସ୍ତା କ୍ୟା କେହେଲାତା’ରୁ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ହିନା ଖାଁ ଏବେ ଖୁବ୍ ଚର୍ଚ୍ଚାରେ...

ପ୍ରଭାସଙ୍କ ମା’ ହେବେ ଭାଗ୍ୟଶ୍ରୀ

ଫିଲ୍ମ ‘ମୈନେ ପ୍ୟାର କିୟା’ ରେ ନିଜର ସୌନ୍ଦର୍ଯ୍ୟ ଓ ସୁନ୍ଦର ଅଭିନୟ ଦ୍ୱାରା ଦର୍ଶକ ହୃଦୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି...

Advertisement
Archives

Model This Week