Posted inଜାତୀୟ

ଜିଲା ପ୍ରମୁଖ ନିର୍ବାଚନରେ ବଡ଼ ଓଲଟପାଲଟ! କଂଗ୍ରେସକୁ ୩୬ ଭୋଟ, ଭାଜପାକୁ ମାତ୍ର ୭, ଚମକାଇଦେଲା ଫଳାଫଳ

ନୂଆଦିଲ୍ଲୀ,୨୬।୧୧: ରାଜସ୍ଥାନର ଦ୍ୱିତୀୟ ବୃହତ୍ତମ ସହର ଯୋଧପୁରରେ ଜିଲା ପ୍ରମୁଖ ନିର୍ବାଚନ ଫଳାଫଳ ଘୋଷଣା ହେବା ମାତ୍ରେ ରାଜନୈତିକ ମହଲରେ ହଲଚଲ ସୃଷ୍ଟି ହୋଇଛି। ଜିଲା ପ୍ରମୁଖ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରମିଳା ଚୌଧୁରୀ ୩୬ଟି ଭୋଟ ପାଇ ଚମତ୍କାର ବିଜୟ ହାସଲ କରିଛନ୍ତି। ଅନ୍ୟପଟେ ଭାଜପା ପ୍ରାର୍ଥୀଙ୍କୁ ମାତ୍ର ୭ଟି ଭୋଟ ମିଳିଛି। ନିର୍ବାଚନରେ ଭାଜପାର ଗୋଟିଏ ଭୋଟ କ୍ରସ ଭୋଟିଂ ହେବା ଯୋଗୁ ରାଜନୈତିକ ସମୀକରଣ ବଦଳିଯାଇଛି। ଏହା ଭାଜପା ପାଇଁ ଏକ ବଡ଼ ଝଟକା ସାଜିଛି। ଫଳାଫଳ ଘୋଷଣା ପରେ କଂଗ୍ରେସ ଶିବିରରେ ଉତ୍ସବର ମାହୋଲ ଥିବାବେଳେ ଭାଜପା ଶିବିରରେ କ୍ରସ ଭୋଟିଂକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ବିଜୟ ପରେ ପୂର୍ବତନ ସାଂସଦ ବଦ୍ରୀରାମ ଜାଖଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟାସରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ରାଜସ୍ଥାନରେ କଂଗ୍ରେସର ଜବରଦସ୍ତ ଲହର ଚାଲିଛି ଏବଂ ଭାଜପାିମୂଳପୋଛ ହୋଇଯାଇଛି।

ଜାଖଡ଼ଙ୍କ ଦାବି ଅନୁଯାୟୀ, କଂଗ୍ରେସ ସପକ୍ଷରେ ଦଳର ୩୨ଟି ଭୋଟ ପଡ଼ିଥିବାବେଳେ ଆରଏଲପିର ୩ ଜଣ ସଦସ୍ୟ ସମର୍ଥନ ଜଣାଇଥିଲେ। ଏଥିସହ ଭାଜପା ପକ୍ଷରୁ ମଧ୍ୟ ଗୋଟିଏ ଭୋଟ କଂଗ୍ରେସ ସପକ୍ଷରେ ପଡ଼ିଥିଲା। ଏହା ସମ୍ପୃକ୍ତ ଭାଜପା ସଦସ୍ୟଙ୍କ ନିଜସ୍ବ ଇଚ୍ଛା ଓ ଭାବନା ଥିଲା ବୋଲି ସେ କହିଛନ୍ତି।

ଭାଜପା ନେତାଙ୍କୁ ଟାର୍ଗେଟ କରି ଜାଖଡ଼ କହିଛନ୍ତି ଯେ, ସେ ପୂର୍ବରୁ ଜୋଗାରାମ ପଟେଲଙ୍କୁ କହିଥିଲେ ଯେ, ତାଙ୍କ ପାଖରେ ବହୁମତ ନାହିଁ। ତେଣୁ ତାଙ୍କୁ ପ୍ରାର୍ଥୀପତ୍ର ଦାଖଲ କରିବା ଉଚିତ୍‌ ନଥିଲା। ଅଶୋକ ଗେହଲଟଙ୍କ ଯାଦୁ କାମ କରିଛି ଏବଂ ଆଗାମୀ ଦିନରେ ପୁଣି ଥରେ ତାଙ୍କ ନେତୃତ୍ୱର ପତାକା ଉଡ଼ିବ ବୋଲି ସେ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ୱର ପହିଲାରୁ LPG କୁ ନେଇ ଆସିଲା ବଡ଼ ଅପଡେଟ୍‌? ବଢିଯିବ ଗ୍ୟାସ ସିଲିଣ୍ଡର ରେଟ୍‌!

ନୂଆଦିଲ୍ଲୀ,୨୬।୧୧: ପ୍ରତ୍ୟେକ ଘରର ରୋଷେଇ ବଜେଟ ଅନେକାଂଶରେ ଏଲପିଜି (LPG) ଗ୍ୟାସ ସିଲିଣ୍ଡର ଉପରେ ର୍ନିଭରଶୀଳ ହୋଇଥାଏ । ଯଦି ଆପଣ ଇଣ୍ଡିଆନ (Indane), ଏଚପି ଗ୍ୟାସ…

ଜିଲା ପରିଷଦ ନିର୍ବାଚନରେ ବଡ଼ ଟୁଇଷ୍ଟ! ବହୁମତ ସତ୍ତ୍ୱେ ହାରିଲା ଭାଜପା, ବାଜିମାରିଲା କଂଗ୍ରେସ: ହାତରୁ ଗଲା…

ନୂଆଦିଲ୍ଲୀ,୨୬।୧୧: ରାଜସ୍ଥାନରେ ଜିଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ବ୍ୟାୱର ଜିଲାରୁ ଚମକାଇଦେବା ଭଳି ଫଳାଫଳ ସାମ୍ନାକୁ ଆସିଛି। ଏଠାରେ ବହୁମତ ଥାଇ ମଧ୍ୟ ଭାଜପା ପରାଜିତ ହୋଇଛି।…

ଅଖିଳେଶଙ୍କୁ ହରାଇବାକୁ କଂଗ୍ରେସର ଉଦ୍ୟମ

ନୂଆଦିଲ୍ଲୀ,୨୬ା୧୧(ଲାଲା ସୁନୀଲ କୁମାର ରଥ): ୨୦୨୭ରେ ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ୱାଚନରେ ସମାଜବାଦୀ ପାର୍ଟି (ସପା) ଏବଂ କଂଗ୍ରେସ ଏକାଠି ନିର୍ୱାଚନ ଲଢ଼ିବାକୁ ନିଷ୍ପତ୍ତି…

କେନ୍ଦ୍ର ଉପରେ ଗଡୁଛି ୧୦,୭୫୦ କୋଟି: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୨୬ା୧୧ (ରବିନାରାୟଣ ଜେନା): ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ରାଜ୍ୟରୁ ଯେଉଁ ଚାଉଳ ଉଠାଉଛି ତାହାର ପ୍ରାପ୍ୟ ଠିକଣା ସମୟରେ ମିଳୁନାହିଁ। ସବ୍‌ସିଡି ବାବଦକୁ ଅଦ୍ୟାବଧି କେନ୍ଦ୍ର ଉପରେ…

ଭୁବନେଶ୍ୱରରେ ଗଢ଼ିଉଠିବ ପାଣ୍ଡରା ରିଭରଫ୍ରଣ୍ଟ

ଭୁବନେଶ୍ୱର, ୨୬ା୧୧(ସୌମ୍ୟରଞ୍ଜନ ରାଉତ): ଭୁବନେଶ୍ୱରରେ ପର୍ଯ୍ୟଟନର ଏକ ନୂଆ ଆକର୍ଷଣ ଭାବେ ଗଢ଼ିଉଠିବ ପାଣ୍ଡରା ରିଭର ଫ୍ରଣ୍ଟ୍‌ ପ୍ରକଳ୍ପ। ୮୦ କୋଟି ଟଙ୍କା ବ୍ୟୟରେ କୁଆଖାଇ ଓ…

ଡବଲ ସେଞ୍ଚୁରୀ ପରେ ବୈଭବଙ୍କ ବଡ଼ ଘୋଷଣା! ଟେଷ୍ଟ-ଦିନିକିଆରେ…

ନୂଆଦିଲ୍ଲୀ,୨୬।୧୧: ଗତ ମଙ୍ଗଳବାର (ନଭେମ୍ବର ୨୪) ଇଣ୍ଡିଆ-ଏ ପକ୍ଷରୁ ଖେଳି ବୈଭବ ସୂର୍ଯ୍ୟବଂଶୀ ଦ୍ୱିଶତକ ହାସଲ କରିଥିଲେ। ରାଇଜିଂ ଷ୍ଟାର୍ସ ଏସିଆ କପରେ ୟୁଏଇ ବିପକ୍ଷ ମ୍ୟାଚରେ…

ଦିନକୁ ୩ କୋଟି ଲିଟର ଜଳ ଶୋଷିବ ଡାଟା ସେଣ୍ଟର

ଭୁବନେଶ୍ୱର,୨୬ା୧୧(ରବିନାରାୟଣ ଜେନା): ରାଜ୍ୟ ସରକାର ଶିଳ୍ପ ମୋହରେ ପଡ଼ି ଭୁବନେଶ୍ୱର, କଟକ, ପୁରୀ ଓ ଖୋର୍ଦ୍ଧା ସମେତ ରାଜ୍ୟବାସୀଙ୍କୁ ମହାଦୁଃଖ ଭିତରକୁ ଠେଲି ଦେଉଛନ୍ତି। ମୁଣ୍ଡଳିଠାରେ ଆଦାନୀ…

ସମାନ ସରକାରୀ ପଦବୀ ପାଇଁ ମିଳିତ ପରୀକ୍ଷା ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୧୧(ସୁନିତ୍‌ ମିଶ୍ର): ବିଭିନ୍ନ ବିଭାଗରେ ସମାନ ଶିକ୍ଷାଗତ ଯୋଗ୍ୟତା, ବିଷୟ ଏବଂ ଦାୟିତ୍ୱ ଆବଶ୍ୟକ କରୁଥିବା ସରକାରୀ ପଦବୀଗୁଡ଼ିକରେ ନିଯୁକ୍ତି ପାଇଁ ଏକ ମିଳିତ ପରୀକ୍ଷା ଆୟୋଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?