Posted inରାଜ୍ୟ

୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ଭଦ୍ରକ ଅଫିସ, ୨୨।୩ – କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ରବିବାର ରାତିରେ ଭଦ୍ରକ ଚରମ୍ପା ଅଞ୍ଚଳରୁ ଜବତ କରାଯାଇଛି ୧୫୨ ଗ୍ରାମର ବ୍ରାଉନସୁଗାର। ଏଥିସହ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ଏକ ବାଇକ୍‌ ଜବତ ହୋଇଛି। ସେମାନେ ହେଲେ ତିହିଡ଼ି ଅଞ୍ଚଳ ନୟାନନ୍ଦର ହରମନ ଦାସ ଓ ଚରମ୍ପା ବରାଳପୋଖରୀର ରାଜେନ୍ଦ୍ର ଷଡ଼ଙ୍ଗୀ। ସେମାନଙ୍କ ନିକଟରୁ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ।

ପ୍ରକାଶ ଯେ, ଚରମ୍ପା ଅଞ୍ଚଳରେ ବ୍ୟାପକ ଭାବେ ଚୋରାରେ ବ୍ରାଉନସୁଗାର ବେପାର ଚାଲିଥିବା ନେଇ ଗୋଇନ୍ଦା ବିଭାଗର ଏହି ଟିମ୍‌ ସୂଚନା ପାଇଥିଲା। ଏଣୁ ବିଭାଗ ପକ୍ଷରୁ ଏହି ଅଞ୍ଚଳରେ ପାଟ୍ରୋଲିଂ ଜୋର୍‌ଦାର କରାଯାଇଥିଲା। ରବିବାର ରାତିରେ ପାଟ୍ରୋଲିଂ ସମୟରେ ଗୋଟିଏ ବାଇକ୍‌ରେ ହରମନ ଓ ରାଜେନ୍ଦ୍ର ଯାଉଥିବା ସମୟରେ ଏହି ଟିମ୍‌ ସନ୍ଦେହ କରି ସେମାନଙ୍କୁ ଅଟକାଇଥିଲା। ସେମାନେ ଖସିଯିବା ପାଇଁ ଚେଷ୍ଟା କରୁଥିବା ସମୟରେ ଟିମ୍‌ କାବୁ କରିନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦା ଓ ନୀଳଗିରି ରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ଆବେଦନ

ବାଲେଶ୍ୱର ଅଫିସ/ବାରିପଦା ଅଫିସ, ୩୦।୬- ବାରିପଦା ଓ ନୀଳଗିରିରେ ଚଳିତବର୍ଷ ସମସ୍ତ କୋଭିଡ୍‌ ନିୟମ ଅନୁସାରେ ରଥଯାତ୍ରା କରାଇବା ପାଇଁ ସୁପ୍ରିମକୋର୍ଟରେ ମଙ୍ଗଳବାର ଆବେଦନ କରାଯାଇଛି।...

ଏଣିକି କଲେଜରେ ଦିଆଯିବ ଟିକା

ଭୁବନେଶ୍ୱର,୧୪।୭(ବ୍ୟୁରୋ): କଲେଜରେ ଦିଆଯିବ ଟିକା। ରାଜ୍ୟରେ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁବାର ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଇଂଜିନିୟରିଂ କଲେଜ, ହଷ୍ଟେଲ ଏବଂ...

ଢେଙ୍କାନାଳରେ ଲାଗୁ ହେବ ୧୪୪ ଧାରା

ଢେଙ୍କାନାଳ ,୨୪।୧୨: ଢେଙ୍କାନାଳରେ ବଡଦିନ ପାଇଁ ସମ୍ଭାବ୍ୟ ଭିଡ ଆଶଙ୍କାରେ ଜିଲାର ପ୍ରମୁଖ ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନସ୍ଥଳୀରେ ୧୪୪ ଧାରା ଲାଗୁ କରାଯିବ। ଏ ନେଇ...

କଟକ ମହାନଗର ନିଗମର ଦାୟିତ୍ୱହୀନତା: ରାସ୍ତାରେ ପଡୁଛି ବ୍ୟବହୃତ ପିପିଇ କିଟ୍‌

କଟକ ଅଫିସ,୨୩।୮: କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ (ପିପିଇ କିଟ୍‌) ବ୍ୟବହାର ହେଉଛି ସତ; କିନ୍ତୁ ଏହାପରେ ତାକୁ ରାସ୍ତା ଉପରେ...

ବନ୍ୟା ପ୍ରଭାବିତ ସ୍କୁଲ ବନ୍ଦ ଲାଗି ଜିଲାପାଳଙ୍କ ନିର୍ଦ୍ଦେଶ

ଜଗତସିଂହପୁର ଅଫିସ,୧୬।୮: ଜଗତସିଂହପୁର ଜିଲାର କେତେକ ସ୍ଥାନରେ ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ମହାନଦୀ ଓ ଦେବୀ ନଦୀର ଜଳସ୍ତର ବୃଦ୍ଧି...

ଅଖଣ୍ଡ ଶିକାର ରୋକିବାକୁ ପ୍ରଶାସନ ତତ୍ପର

ବାରିପଦା ଅଫିସ,୯।୪ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷାକୁ ଅଧିକ ଶକ୍ତିଶାଳୀ କରିବା ସହିତ ଅଖଣ୍ଡ ଶିକାର ରୋକିବା ଉଦ୍ଦେଶ୍ୟରେ ଜିଲା ସଦର ମହକୁମା ବାରିପଦାଠାରେ ଏକ ଜିଲାସ୍ତରୀୟ...

ଜୁନିୟର ଆଥ୍‌ଲେଟ୍‌ଙ୍କୁ ନିର୍ଯାତନା

ଭୁବନେଶ୍ୱର,୧୨।୪(ବ୍ୟୁରୋ):ଷ୍ଟେଟ୍‌ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌ରେ ଅଂଶଗ୍ରହଣ କରିଥିବା ରାଉରକେଲା ଟିମ୍‌ର ଜଣେ ଜୁନିୟର ଖେଳାଳିଙ୍କୁ ନିର୍ଯାତନା ଦିଆଯାଇଛି। ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ନ ହେବାରୁ ସିନିୟର ଆଥ୍‌ଲେଟ୍‌ମାନେ ତାଙ୍କୁ...

ମହଙ୍ଗା ପଡ଼ିଲା ବାର୍‌ହା ମାଂସ କିଣିବା

କୋକସରା,୨।୬: କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ବନ ବିଭାଗ କର୍ମଚାରୀ ୫ କେଜି ବାର୍‌ହା ମାଂସ ସହ ୨ ଜଣ ଯୁବକଙ୍କୁ ଧରିବାରେ ସଫଳ...

Advertisement
Archives

Model This Week