Posted inଖେଳ

ଇଡେନରେ ଆରଆର-କେକେଆର ମୁହାଁମୁହିଁ, ଉଭୟଙ୍କ ପାଇଁ କର ବା ମର ସ୍ଥିତି…

କୋଲକାତା,୧୧।୫ : ଆଇପିଏଲ ୨୦୨୩ର ୫୬ତମ ମ୍ୟାଚ ଗୁରୁବାର ସନ୍ଧ୍ୟା ସାଢ଼େ ୭ଟାରେ କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ଖେଳାଯାଉଛି । ପଏଣ୍ଟ ଟେବୁଲରେ ରାଜସ୍ଥାନ ପଞ୍ଚମ ସ୍ଥାନରେ ରହିଛି। ସେହିପରି ଷଷ୍ଠ ସ୍ଥାନରେ କୋଲକାତା ଦଳ ରହିଛି। ରନ ହାରରେ ରାଜସ୍ଥାନ ଆଗରେ ରହିଛି। ଏଭଳି ପରିସ୍ଥିତିରେ ଉଭୟ ଦଳ ଏହି ମ୍ୟାଚ ଜିତିବା ଆବଶ୍ୟକ ବୋଲି କୁହାଯାଇପାରେ। ଉଭୟଙ୍କ ପାଇଁ କର ବା ମର ସ୍ଥିତି ରହିଛି। କୋଲକାତା ଦଳ ଏହାର ଶେଷ ୨ଟି ମ୍ୟାଚ ଜିତିଛି। ଅନ୍ୟପକ୍ଷରେ ରାଜସ୍ଥାନ ହାରିବା ପରେ ଏହି ମ୍ୟାଚ ଖେଳୁଛି। ସେଥିପାଇଁ ଦଳକୁ ଜିତିବା ପାଇଁ ପୂର୍ଣ୍ଣ ଶକ୍ତି ପ୍ରୟୋଗ କରିବାକୁ ପଡ଼ିବ।

କୋଲକାତାର ପିଚ ପୂର୍ବ ରୁ ବୋଲରମାନଙ୍କୁ ସୁହାଉ ଥିଲା। କିନ୍ତୁ ନୂଆ ପିଚ ଯୋଗୁ ବର୍ତ୍ତମାନ ବ୍ୟାଟ୍ସମ୍ୟାନଙ୍କ ଗୁରୁତ୍ୱ ବଢ଼ି ଯାଇଛି। ସେଥିପାଇଁ ଏଠାରେ ବଡ଼ ସ୍କୋର ହେଉଛି। ଏହା ସହିତ ଚେଜ୍‌ କରିବା ମଧ୍ୟ ସହଜ ଅଟେ।

କୋଲକାତାର ସମ୍ଭାବ୍ୟ ପ୍ଲେଇଙ୍ଗ ୧୧ରେ ରହମାନୁଲ୍ଲା ଗୁରୁବାଜ (ଓ୍ବିକେଟ କିପର), ଜେସନ ରଏ, ଭେଙ୍କଟେଶ ଆୟର, ନୀତୀଶ ରାଣା (ଅଧିନାୟକ), ରିଙ୍କୁ ସିଂ, ଆଣ୍ଡ୍ରେ ରସେଲ, ସୁନୀଲ ନାରିନ, ଶାର୍ଦୁଲ ଠାକୁର, ବୈଭବ ଆରୋରା / ଉମେଶ ଯାଦବ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ ରହିଛନ୍ତି।

ସେହିପରି ରାଜସ୍ଥାନର ସମ୍ଭାବ୍ୟ ପ୍ଲେଇଙ୍ଗ ୧୧ରେ ଯଶସ୍ବ ଜୈସୱାଲ, ଜୋସ ବଟଲର, ସଞ୍ଜୁ ସାମସନ (ଓ୍ବିକେଟ କିପର / ଅଧିନାୟକ), ଦେବଦତ୍ତ ପାଦିକଲ, ଶିମ୍ରନ ହେଟମିୟର, ଧ୍ରୁଭ ଜୁରେଲ, ରବିଚନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ଆଦାମ ଜାମ୍ପା, ସନ୍ଦୀପ ଶର୍ମା, ୟୁଜଭେନ୍ଦ୍ର ଚହଲ ପ୍ରମୁଖ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?