୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି) ଗଠିତ ହୋଇଛି। ଅଥଚ ୧୪ା୯ା୨୦୧୬ ପରେ ତଥା ଠିକ ୮ ବର୍ଷ ପରେ ଶନିବାର ଯାଜପୁର ରୋଡ୍‌ ସେଲିବ୍ରେଶନ ମଣ୍ଡପଠାରେ କଳିଙ୍ଗନଗର ଶିଳ୍ପାଞ୍ଚଳର ଆର୍‌ପିଡିଏସି ବୈଠକ ବସିବାକୁ ପ୍ରଶାସନିକ ନିଷ୍ପତ୍ତି ହୋଇଛି। ଏହି ୮ ବର୍ଷ ମଧ୍ୟରେ ସ୍ଥାନୀୟ ନିଯୁକ୍ତି, ବିସ୍ଥାପନ ସମସ୍ୟା, ଅଣଓଡ଼ିଆ ଠିକାସଂସ୍ଥାର ରାଜ, ମେସ୍କୋ ଷ୍ଟିଲ କାରଖାନା ବନ୍ଦ, ଜମି ଅଧିଗ୍ରହଣ, କାରଖାନା ନାମରେ ଜମି ନେଇ ମୋରମ ଲୁଟ ଇତ୍ୟାଦି ସମସ୍ୟାର କେତେଦୂର ସମାଧାନ ହୋଇ ପାରୁଛି ତାହା ସମୟ ହିଁ କହିବ ବୋଲି ମତପ୍ରକାଶ ପାଇଛି। ଆର୍‌ପିଡିଏସି ବୈଠକ ନ ହେବା ଏବଂ ମାଳମାଳ ସମସ୍ୟା ବଢ଼ିବା ଶିଳ୍ପ ବିସ୍ଥାପିତଙ୍କ ପ୍ରତି ପ୍ରଶାସନ ସମ୍ବେଦନହୀନ ବୋଲି ସବୁଠି ଚର୍ଚ୍ଚା ହେଉଛି।
ରାଜ୍ୟ ସରକାରଙ୍କ ପ୍ରଣିତ ପୁନର୍ବାସ ଓ ଥଇଥାନ ନୀତିକୁ ପ୍ରଶାସନିକ ସ୍ତରରେ ଗୁରୁତ୍ୱ ଦିଆଯାଉ ନ ଥିବାବେଳେ ଶିଳ୍ପସଂସ୍ଥା ମାଲିକଙ୍କୁ ଖୁସି କରିବା ପାଇଁ ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟା ପ୍ରତି ଆଖିବୁଜି ଦିଆଯାଉଛି। ବିଶେଷକରି ଶିଳ୍ପ ଓ ଖଣି ସଂସ୍ଥାଗୁଡ଼ିକରେ ସ୍ଥାନୀୟ ନିଯୁକ୍ତିକୁ ନେଇ ଅଞ୍ଚଳରେ ଅସନ୍ତୋଷ ତେଜିବାରେ ଲାଗିଛି। ଫଳରେ ଏହି ବର୍ଷକ ମଧ୍ୟରେ ଏକାଧିକ ଆନ୍ଦୋଳନ, ଅର୍ଥନୈତିକ ଅବରୋଧ ଭଳି ପ୍ରତିବାଦ ହୋଇଥିବା ଦେଖାଯାଇଛି। ଓଡ଼ିଶା ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତି ଅନୁସାରେ ବର୍ଷରେ ଅନ୍ତତଃ ୪ ଥର ଆର୍‌ପିଡିଏସି ବୈଠକ ହେବା କଥା । କିନ୍ତୁ ୮ ବର୍ଷ ଧରି ଏହି ବୈଠକ ନ ହେବା ବିସ୍ଥାପିତମାନଙ୍କ ପ୍ରତି ସରକାରୀ ଦରଦ କେତେ ତାହା ସ୍ପଷ୍ଟ ହେଉଛି ବୋଲି ମତପ୍ରକାଶ ପାଇଛି। କଳିଙ୍ଗନଗର ଶିଳ୍ପାଞ୍ଚଳରେ ମେସ୍କୋ ଷ୍ଟିଲ କାରଖାନା ପ୍ରତିଷ୍ଠା ପାଇଁ ୧୬୬ ପରିବାରଙ୍କ ତ୍ୟାଗ ଓ ବଳିଦାନର ଫଳ ଏବେ ଭୋକ ଉପାସ ହୋଇଛି। ୫ ବର୍ଷ ହେବ ବନ୍ଦ ପଡିଥିବା ଏହି କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବା ପରିବର୍ତ୍ତେ କମ୍ପାନୀ ମାଲିକଙ୍କ ସହଯୋଗୀ ହୋଇଛି ପ୍ରଶାସନ। ଯୋଡ଼ା ଅଞ୍ଚଳରୁ ଖଣି ଚୋରି ଅଭିଯୋଗରେ ଶାହା କମିଶନଙ୍କ ରିପୋର୍ଟ ଆଧାରରେ ମେସ୍କୋ ଷ୍ଟିଲକୁ ପ୍ରାୟ ୯୦୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କାର ଜରିମାନା କରାଯାଇଛି। କିନ୍ତୁ ରାଜ୍ୟ ସରକାର ଏହି ଜରିମାନା ଆଦାୟ କରିବା ପରିବର୍ତ୍ତେ ଓଲଟା କମ୍ପାନୀ ମାଲିକଙ୍କ ସହଯୋଗୀ ସାଜିଛନ୍ତି। ଏହି କାରଖାନାର ପୁନଃ କାର୍ଯ୍ୟକ୍ଷମ ପାଇଁ କର୍ମଚାରୀମାନେ ବର୍ଷକୁ ପ୍ରାୟ ୨୦ଥର ଆନ୍ଦୋଳନ କରୁଥିଲେ ବି ସରକାର ନୀରବ ରହିଛି। ସେହିପରି ଦାନଗଦି ତହସିଲ ଅନ୍ତର୍ଗତ ଯଖପୁରା ଗ୍ରାମବାସୀ ଭିସିଆଇ କେମିକାଲ ପ୍ରାଇଭେଟ ଲିଃ ଏବଂ ଅନ୍ୟ କମ୍ପାନୀଗୁଡିକୁ ଇଡ୍‌କୋ ଜରିଆରେ ମିଳିଥିବା ଜମିର ଅତିରିକ୍ତ କ୍ଷତିପୂରଣ ବାବଦକୁ ଏକର ପ୍ରତି ୪ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଦାବି କରିଛନ୍ତି। କିନ୍ତୁ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିବା ସହ ଅଧିଗୃହୀତ ଜମିରେ କମ୍ପାନୀ କାର୍ଯ୍ୟ ଆରମ୍ଭ କରିବା ସହ ବିନା ଅନୁମତିରେ ବିପୁଳ ମୋରମ ଖନନ କରି ରାତିରେ ବାହାରକୁ ଚାଲାଣ କରୁଛି। ଏନେଇ ଲଘୁ ଖଣି ବିଭାଗ ପକ୍ଷରୁ ୩୭ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଥିଲେ ବି ବେଆଇନ ମୋରମ ଲୁଟ୍‌ ବନ୍ଦ ହୋଇ ନଥିବା ଅଭିଯୋଗ ହେଉଛି।
ଶିଳ୍ପ ସଂସ୍ଥା ସରକାରଙ୍କ ସହିତ ଚୁକ୍ତି ସ୍ବାକ୍ଷର କରି ଇଡ୍‌କୋ ଜରିଆରେ ଶତାଧିକ ଏକର ଜମି ହାତେଇ ସାରିଛନ୍ତି। କିନ୍ତୁ କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରାୟ ୨୯ଟି ରାଜସ୍ବ ମୌଜାକୁ ପାଖାପାଖି ୧୦୦ ବର୍ଷ ହେବ ସରକାର ଭୂ-ବନ୍ଦୋବସ୍ତରୁ ବଞ୍ଚିତ ରଖିଛନ୍ତି। ଫଳରେ ଶହଶହ ବର୍ଷ ଦଖଲରେ ଥିବା ଜମିର ମାଲିକାନା ସ୍ବତ୍ୱ ପାଇ ପାରିନାହାନ୍ତି। ଏହାର ସମାଧାନ କରିବା ସହ କଳିଙ୍ଗନଗର ଗୁଳିକାଣ୍ଡରେ ଶହୀଦ ହୋଇଥିବା ଆଦିବାସୀ ପରିବାରବର୍ଗଙ୍କୁ ମାସିକ ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ କରିବାକୁ ବିସ୍ଥାପିତ ଜମିହରା ଉନ୍ନୟନ କମିଟି ପୂର୍ବରୁ ଦାବି କରି ଆସୁଛି। ଏହାବାଦ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ସ୍ବତନ୍ତ୍ର ପରିବାର ମାନ୍ୟତା ଦେଇ ବିସ୍ଥାପିତ କରିବାକୁ ଦାବି କରି ଆସୁଥିଲେ ବି କେହି ଶୁଣୁ ନାହାନ୍ତି। କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରାୟ ୩୦୦ ଅଣଓଡ଼ିଆ ଠିକାସଂସ୍ଥା ନିୟୋଜନ କରି ସେମାନଙ୍କ ଜରିଆରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରାଯାଉଛି। ସ୍ଥାନୀୟ ଠିକାସଂସ୍ଥାଗୁଡିକ କାମ ପାଇଁ ବିଭାଗୀୟ ଅଧିକାରୀମାନଙ୍କ ନିକଟକୁ ଯାଇ ନୟାନ୍ତ ହେଉଥିଲେ ବି ସେମାନଙ୍କୁ କାମ ମିଳୁ ନ ଥିବା ଅଭିଯୋଗ ହେଉଛି। ଏଭଳି ଅନେକ ସମସ୍ୟାର ସମାଧାନ ପାଇଁ ଆର୍‌ପିଡିଏସି ବୈଠକ କେତେଦୂର ସଫଳ ହେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

‘ଓଁ ନମଃ ଶିବାୟ’ : ଶତକ ପରେ ମଇଦାନ ମଝିରେ ବସି ମନ୍ତ୍ର ଜପିଲେ ଅଭିଷେକ ଶର୍ମା, ତା’ପରେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବ୍ୟାଟର ଝଡ଼ ଆଣିଛନ୍ତି ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଧୂଆଁଧାର ଶତକ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

୩୧ ଦିନ ପରେ ଉଦୟ ହେଲେ ବୁଧ: ବୃଷ ସମେତ ୫ ରାଶିଙ୍କ ଉପରେ ଧନବର୍ଷା! ଘର-ଗାଡ଼ି କିଣିବାର ରହିଛି ଯୋଗ

ଭୁବନେଶ୍ୱର: ୩୧ ଦିନ ଅସ୍ତ ରହିବା ପରେ ୨୦୨୬ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬ଟା ୫୫ ମିନିଟରେ ଉଦୟ ହୋଇଛନ୍ତି ବୁଧ। ଜ୍ୟୋତିଷାଚାର୍ଯ୍ୟଙ୍କ ମତରେ, ମଙ୍ଗଳ…

ଡିଜିପି ଚୟନ: ୨୨ ଶୁଣାଣିକୁ ଅପେକ୍ଷା

ଭୁବନେଶ୍ୱର,୧୮ା୯(ସୁନିତ୍‌ ମିଶ୍ର): ଓଡ଼ିଶା ଡିଜିପି ଚୟନ ନେଇ ଆସନ୍ତା ୨୨ ତାରିଖ ଦିନ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଗୁରୁବାର ଏହି ବାବଦରେ ସର୍ବୋଚ୍ଚ ନ୍ୟାୟଳୟରେ ଶୁଣାଣି ହେବାର…

ପୃଥିବୀ ଭୂଗର୍ଭରେ ରହିଛି ବିପୁଳ ଜଳରାଶି, ୨,୯୦୦ କିମି ଗଭୀରରେ ବଡ଼ ରହସ୍ୟ

ଲଣ୍ଡନ,୧୮ା୯: ‘ଜଳ ହିଁ ଜୀବନ’। ପୃଥିବୀରେ ସମସ୍ତ ଜୀବଜଗତର ସୃଷ୍ଟି ଓ ସ୍ଥିତି ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ଭୂପୃଷ୍ଠରେ ନୁହେଁ, ପୃଥିବୀର ଭୂଗର୍ଭୀୟ…

ମା’ ରାମଚଣ୍ଡୀଙ୍କ ମନ୍ଦିରରେ ୧ ହଜାର ଦୀପ ପ୍ରଜ୍ଜ୍ୱଳନ, ବିଧାୟକ ପହଞ୍ଚି…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ଅଞ୍ଚଳର ବିଭିନ୍ନ ଧର୍ମାନୁଷ୍ଠନରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୭୬ତମ ଜନ୍ମ ଦିବସ ଅବସରରେ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ଏକ…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ନିଆରା ଢଙ୍ଗରେ ଦେବଶିଳ୍ପୀଙ୍କ ପୂଜା, ଲୋକଙ୍କୁ ସୌର ଆଲୋକ ଓ ଯୋଜନା ସମ୍ପର୍କରେ…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏକାଧିକ ସ୍ଥାନରେ ବିଶ୍ୱକର୍ମା ପୂଜା ବଡ଼ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ିର ସରକାରୀ ଆଇଟିଆଇ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?