Posted inଖେଳ

ସାରା ବିଶ୍ୱରେ ୧୦୦ ଜଣ ହିଁ କିଣିପାରିବେ Royal Enfieldର ଏହି ବାଇକ୍‌, ମୂଲ୍ୟ ଜାଣିଲେ…  

ନୂଆଦିଲ୍ଲୀ,୭।୨: ଯଦି ଆପଣ ନିଜ ପାଇଁ ଏକ ଦମ୍‌ଦାର ବାଇକ କିଣିବାକୁ ଭାବୁଛନ୍ତି। ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ହୋଇପାରେ। ରୟାଲ ଏନଫିଲ୍ଡ ଏହାର ସଟଗନ୍‌ ୬୫୦ର ସ୍ପେଶାଲ ଏଡିସନ୍‌ ବଜାରକୁ ଲଞ୍ଚ କରିଛି। ଏହାର ପଞ୍ଜୀକରଣ ଭାରତୀୟମାନଙ୍କ ପାଇଁ ଫେବୃଆରୀ ୬ ତାରିଖରୁ ଆରମ୍ଭ ହୋଇଛି। ରୟାଲ ଏନଫିଲ୍ଡ ଆମେରିକାର କଷ୍ଟମ ମୋଟରସାଇକେଲ ନିର୍ମାତା ICON ମୋଟୋସ୍ପୋର୍ଟସ ସହିତ ମିଳିତ ଭାବରେ ସଟଗନ୍‌ ୬୫୦ର ସ୍ପେଶାଲ ଏଡିସନ୍‌ ତିଆରି କରିଛି।
ଏହି ବାଇକ୍‌କୁ EICMA ୨୦୨୪ ଏବଂ Motoverse ୨୦୨୪ ରେ ମଧ୍ୟ ଲଞ୍ଚ କରାଯାଇଥିଲା। କେବଳ ଏହାର ସୀମିତ ସଂସ୍କରଣ ବଜାରରେ ଉପଲବ୍ଧ ହେବ। ଏହି ବାଇକଟି ସ୍ବତନ୍ତ୍ର ଉପାଦାନ ସହିତ ଆସୁଛି। ଏହା ଏକ ଲିମିଟେଡ୍‌ ଏଡିଶନ୍‌ ହୋଇଥିବାରୁ, ସାରା ବିଶ୍ୱରେ କେବଳ ୧୦୦ ଜଣ ଲୋକ ଏହାକୁ କିଣିପାରିବେ।
ରୟାଲ ଏନଫିଲ୍ଡ ସଟଗନ୍‌ ୬୫୦ ଆଇକନ ଏଡିଶନ୍‌:
ରୟାଲ ଏନଫିଲ୍ଡ ଅନୁଯାୟୀ, ଏହି ଡିଲ୍‌କୁ ଆହୁରି ଭଲ କରିବା ପାଇଁ, ଯିଏ ସଟଗନ୍‌ ୬୫୦ ଲିମିଟେଡ୍‌ ଏଡିସନ୍‌ କିଣିବେ ତାଙ୍କୁ ଏକ ସ୍ବତନ୍ତ୍ର ICON ଡିଜାଇନ ଜ୍ୟାକେଟ୍‌ ମଧ୍ୟ ଦିଆଯିବ। ଯେଉଁଥିରେ ଚମଡା ଆପ୍ଲିକ୍‌ ଏବଂ ଡିଜାଇନ୍‌ ଦେଖିବାକୁ ମିଳିବ। ଏହାର ମୂଲ୍ୟ ବିଷୟରେ କହିବାକୁ ଗଲେ, ଏହାର ଏକ୍ସ-ସୋରୁମ ମୂଲ୍ୟ ୪.୨୫ ଲକ୍ଷ ଟଙ୍କା।
ରୟାଲ ଏନଫିଲ୍ଡ ସଟଗନ୍‌ ୬୫୦ ଲିମିଟେଡ୍‌ ଏଡିସନ୍‌ ଏକ ୬୪୮cc ପାରାଲାଲ-ଟ୍ବିିନ ଇଞ୍ଜିନ ଦ୍ୱାରା ପରିଚାଳିତ। ଯାହା ୪୬.୩HP ଏବଂ ୫୨.୩Nm ପିକ୍‌ ଟର୍କ ଜେନେରେଟ୍‌ କରିପାରିବ। ଏହା ଏକ ୬-ସ୍ପିଡ୍‌ ଟ୍ରାନ୍ସମିସନ୍‌ ସହିତ ସଂଯୁକ୍ତ।
ଭାରତରେ କେବଳ ୨୫ ଜଣଙ୍କ ପାଖରେ ଏହି ବାଇକ ଦେଖାଯିବ:
ସୀମିତ ସଂସ୍କରଣଟି ବିଶ୍ୱସ୍ତରୀୟ ଡ୍ରପ୍‌ ମାଧ୍ୟମରେ ଉପଲବ୍ଧ କରାଯିବ। ଭାରତୀୟମାନଙ୍କ ପାଇଁ RE ଆପ୍‌ରେ ପଞ୍ଜିକରଣ ଫେବୃଆରୀ ୬, ୨୦୨୫ ରୁ ଆରମ୍ଭ ହୋଇଛି। ଯେତେବେଳେ APAC ୟୁରୋପ ଏବଂ ଆମେରିକାର ଗ୍ରାହକମାନେ କମ୍ପାନୀର ଅଫିସିଆଲ ୱେବସାଇଟ୍‌ ପରିଦର୍ଶନ କରି ପଞ୍ଜୀକରଣ କରିପାରିବେ। ପ୍ରତ୍ୟେକ ଦେଶ କେବଳ ୨୫ ୟୁନିଟ ପାଇବ।
ବୁକିଂ ୧୨ ଫେବୃଆରୀ ୨୦୨୫ ଦିନ ୩ଟା GMTରେ ଆରମ୍ଭ ହେବ। ବିଭିନ୍ନ ଦେଶରେ ବୁକିଂ କରୁଥିବା ପ୍ରଥମ ୨୫ ଜଣ ହିଁ ଏହାକୁ ମାଲିକ ବୋଲି ନିଶ୍ଚିତ କରାଯିବ।
ଯଦି ଆପଣ ଏହି ସଂସ୍କରଣ କିଣିବାକୁ ଚାହାଁନ୍ତି, ତେବେ ବୁକିଂ ୱିଣ୍ଡୋ ଖୋଲିବା ପାଇଁ ଟିକିଏ ଅପେକ୍ଷା କରନ୍ତୁ। ଏହା ପରେ ରୟାଲ ଏନଫିଲ୍ଡର ଏହି ଚମତ୍କାର ବାଇକ ଆପଣଙ୍କ ଘରେ ପାର୍କିଂ କରାଯିବ।

Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?