Posted inଖେଳ

ରୟାଲ ଚ୍ୟାଲେଞ୍ଜର୍ସ ଏଲିମିନେଟ୍‌

ଆବୁଧାବି, ୭।୧୧-
ଖରାପ ବ୍ୟାଟିଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ପାଇଁ ମହଙ୍ଗା ପଡ଼ିଛି। ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଗୁରୁତ୍ୱପୂର୍ଣ୍ଣ ଏଲିମିନେଟର ମ୍ୟାଚରେ ବିରାଟ କୋହଲିଙ୍କ ଦଳ ସନ୍‌ରାଇଜର୍ସ ହାଇଦ୍ରାବାଦ ନିକଟରୁ ୬ ଉଇକେଟରେ ହାରି ବିଦାୟ ନେଇଛି। ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ୨୦ ଓଭରରେ ୭ ଉଇକେଟ ହରାଇ ମାତ୍ର ୧୩୧ ରନ କରିଥିଲା। ବିଜୟ ଲକ୍ଷ୍ୟକୁ ସନ୍‌ରାଇଜର୍ସ ୧୯.୪ ଓଭରରେ ୪ ଉଇକେଟ ହରାଇ ହାସଲ କରି ନେଇଥିଲା। ନବଦୀପ ସଇନୀଙ୍କ ଶେଷ ଓଭରରୁ ୯ ରନ ଆବଶ୍ୟକ ହେଉଥିବାବେଳେ ଜାସନ ହୋଲ୍ଡର ୩ୟ ଓ ୪ର୍ଥ ବଲ୍‌କୁ କ୍ରମାଗତ ଚୌକାମାରି ଉତ୍କଣ୍ଠାର ଅବସାନ ଘଟାଇଥିଲେ। ଚଳିତ ଆଇପିଏଲରେ ଏହାକୁ ମିଶାଇ କ୍ରମାଗତ ୫ମ ପରାଜୟ ବରଣ କରିଥିବା ଆରସିବି ଏଲିମିନେଟ୍‌ ହୋଇଛି। ବିଜେତା ସନ୍‌ରାଇଜର୍ସ ଆସନ୍ତା ୮ ତାରିଖରେ କ୍ୱାଲିଫାୟର-୨ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ଉକ୍ତ ମ୍ୟାଚର ବିଜୟୀ ଦଳ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ୧୦ ତାରିଖରେ ଫାଇନାଲ ଖେଳାଯିବ।
ଚଳିତ ଆଇପିଏଲ୍‌ରେ ସନ୍‌ରାଇଜର୍ସ ଖେଳିଥିବା ୧୫ ମ୍ୟାଚରୁ ଏଠାରେ ୧୧ଥରପାଇଁ ଟସ୍‌ ଜିତିଥିଲେ ଡେଭିଡ ଓ୍ବାର୍ନର। ପୂର୍ବରୁ କେବଳ ରୋହିତ ଶର୍ମା ୨୦୧୭ ଓ ମହେନ୍ଦ୍ର ସିଂ ଧୋନୀ ୨୦୧୮ରେ ୧୧ ଥର ଟସ୍‌ ଜିତି ପାରିଥିଲେ। କ୍ରିସ୍‌ ମୋରିସ ଆହତ ଯୋଗୁ ଖେଳୁ ନ ଥିବାରୁ ଆରସିବି ସନ୍ତୁଳନ ବିଗିଡ଼ି ଯାଇଥିଲା। ଫଳରେ ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରି ଦେବଦତ୍ତ ପଡିକାଲଙ୍କ ସହ ଇନିଂସ ଓପନ କରିଥିଲେ ଅଧିନାୟକ ବିରାଟ କୋହଲି। ସନ୍ଦୀପ ଶର୍ମାଙ୍କ ପ୍ରଥମ ଓଭରରୁ ୫ ରନ ସଂଗ୍ରହ ହୋଇଥିବାବେଳେ ଦ୍ୱିତୀୟ ଓଭର ବୋଲିଂ କରିଥିବା ଜାସନ ହୋଲ୍ଡର ଦ୍ୱିତୀୟ ବଲ୍‌ରେ କୋହଲିଙ୍କୁ ଉଇକେଟ କିପର ଶ୍ରୀବତ୍ସ ଗୋସ୍ବାମୀଙ୍କ ହାତରେ କ୍ୟାଚ କରାଇ ଆରସିବିକୁ ଶକ୍ତ ଧକ୍କା ପହଞ୍ଚାଇଥିଲେ। ମାତ୍ର ୬ ରନ କରିଥିବା କୋହଲି ଅମ୍ପାୟରଙ୍କ ନିଷ୍ପତ୍ତିକ୍ରମେ ପ୍ୟାଭିଲିୟନ ଆଡ଼େ ମୁହାଁଇଥିଲେ। ଫଳରେ ପୂର୍ବ କିଛି ମ୍ୟାଚ ଭଳି ପାଓ୍ବାରପ୍ଲେରେ ଏଠାରେ ମଧ୍ୟ ଆରସିବିର ରନହାର ଧିମେଇ ଯାଇଥିଲା। କେବଳ ସେତିକି ନୁହେଁ ହୋଲ୍ଡର ନିଜ ଦ୍ୱିତୀୟ ଓଭରରେ ଫର୍ମରେଥିବା ପଡିକାଲ(୧ ରନ)ଙ୍କୁ ଆଉଟ କରି କୋହଲିଙ୍କ ଦଳକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ୧୫ ରନ ମଧ୍ୟରେ ଦୁଇ ଓପନରଙ୍କୁ ହରାଇଥିବା ଆରସିବି ୬ ଓଭର ପାଓ୍ବାରପ୍ଲେରେ ମାତ୍ର ୩୨ ରନ କରି ପାରିଥିଲା। ଫଳରେ ୧୦ମ ଓଭରରେ ୫୦ ରନ ପୂରଣ ହୋଇ ପାରିଥିଲା। ୧୧ତମ ଓଭରରେ ଦଳ ୨ଟି ଉଇକେଟ ହରାଇ ଅଧିକ ଶୋଚନୀୟ ପରିସ୍ଥିତିକୁ ଚାଲି ଆସିଥିଲା। ସେଟ୍‌ ହୋଇ ସାରିଥିବା ଫିଞ୍ଚ୍‌ ଶାହାବାଜ୍‌ ନଦିମଙ୍କ ବଲ୍‌କୁ ବଡ଼ ହିଟ୍‌ ଲଗାଇବାକୁ ଯାଇ ସ୍ବିପର କଭରରେ ଅବଦୁଲ ସମଦଙ୍କୁ କ୍ୟାଚ ଦେଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ମୋଇନ ଅଲୀ ଖାତା ଖୋଲିବା ପୂର୍ବରୁ ରନଆଉଟ ହୋଇ ଯାଇଥିଲେ। ଫିଞ୍ଚ୍‌ ୩୦ ବଲ୍‌ରୁ ୩ ଚୌକା ଓ ୧ ଛକା ସହାୟତାରେ ୩୨ ରନ କରିଥିଲେ। ଶିବମ୍‌ ଦୁବେଙ୍କ ଖରାପ ଫର୍ମ ଜାରି ରହିଥିଲା। ଏଠାରେ ତାଙ୍କଠାରୁ ଦଳ ଏକ ବଡ଼ ସ୍କୋର ଚାହୁଁଥିବାବେଳେ ୧୩ ବଲ୍‌ରୁ ସେ ମାତ୍ର ୮ ରନ କରିବାକୁ ସକ୍ଷମ ହୋଇଥିଲେ। ଫଳରେ ସ୍ବାଭାବିକଭାବେ ଏବି ଡି’ଭିଲର୍ସଙ୍କ ଉପରେ ଚାପ ବଢ଼ି ଯାଇଥିଲା। ସେ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ସ୍ବଭାବ ଅନୁସାରେ ଷ୍ଟ୍ରୋକ୍‌ ଖେଳିପାରି ନ ଥିଲେ। ୧୮ତମ ଓଭରରେ ଟି. ନଟରାଜନ ଉଭୟ ଓ୍ବାଶିଂଟନ ସୁନ୍ଦର ଓ ଡି’ଭିଲର୍ସଙ୍କୁ ଆଉଟ କରିବାରୁ ଆରସିବିର ସମ୍ମାନଜନକ ସ୍କୋର ଆଶା ଶେଷ ହୋଇ ଯାଇଥିଲା। ସୁନ୍ଦର ମାତ୍ର ୫ ରନ କରିଥିବାବେଳେ ଡି’ଭିଲର୍ସ ୪୩ ବଲ୍‌ରୁ ୫ ଚୌକା ସହ ୫୬ ରନ କରି କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଫଳରେ ଆରସିବି ଇନିଂସ ୧୩୧ ରନରେ ସୀମିତ ରହିଥିଲା। କୋହଲିଙ୍କ ସମେତ ୫ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁପାରି ନ ଥିଲେ। ସନ୍‌ରାଇଜର୍ସ ପକ୍ଷରୁ ଜାସନ ହୋଲ୍ଡର ୩ଟି, ଟି.ନଟରାଜନ ୨ଟି ଓ ଶାହାବାଜ ନଦିମ ଗୋଟିଏ ଉଇକେଟ ନେଇଥିଲେ।
ବିଜୟ ଲକ୍ଷ୍ୟ ବଡ଼ ନ ଥିଲେ ହେଁ ସନ୍‌ରାଇଜର୍ସ ପ୍ରଥମ ଓଭରରେ ଶ୍ରୀବତ୍ସ ଗୋସ୍ବାମୀ(୦)ଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓ୍ବାର୍ନର ଓ ମନୀଷ ପାଣ୍ଡେ ସତର୍କତାର ସହ ଦଳକୁ ଆଗେଇ ନେଇଥିଲେ। ତେବେ ଦ୍ୱିତୀୟ ଉଇକେଟରେ ୪୧ ରନର ଭାଗୀଦାରି ପରେ ଓ୍ବାର୍ନର ଆଉଟ ହୋଇଥିଲେ। ସେ ୧୭ ବଲ୍‌ରୁ ୧୭(୩ ଚୌକା) ରନ କରିଥିଲେ। ସନ୍‌ରାଇଜର୍ସର ଦୁଇ ଓପନରଙ୍କୁ ପ୍ୟାଭିଲିୟନ ପଠାଇଥିଲେ ମହମ୍ମଦ ସିରାଜ। ସେଟ୍‌ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ଦ୍ରୁତ ହାରରେ ରନ ସଂଗ୍ରହ ପାଇଁ ଉଦ୍ୟମ କରିଥିଲେ ହେଁ ୨୧ ବଲ୍‌ରୁ ୨୪ (୩ ଚୌକା, ୧ ଛକା) ରନ କରିଥିବାବେଳେ ଆଡାମ ଜାମ୍ପାଙ୍କ ବଲ୍‌ରେ ଉଇକେଟ ପଛରେ ଡି’ଭିଲର୍ସଙ୍କୁ କ୍ୟାଚ ଦେଇଥିଲେ। ଯୁବ ବ୍ୟାଟ୍ସମ୍ୟାନ ପ୍ରିୟମ୍‌ ଗର୍ଗ ମାତ୍ର ୭ ରନରେ ଆଉଟ ହେବାରୁ କେନ୍‌ ଓ୍ବିଲିୟମସନ ଓ ଜାସନ ହୋଲ୍ଡରଙ୍କ ଦାୟିତ୍ୱ ବଢ଼ିଥିଲା। ମଧ୍ୟଭାଗରେ ଆରସିବି ବୋଲରମାନେ ଟାଇଟ୍‌ ବୋଲିଂ କରିବାରୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ସ୍ଥିତିକୁ ଆସିଥିଲା। ମାତ୍ର ଦୁଇ ଅଭିଜ୍ଞ ଖେଳାଳି ସତର୍କତାର ଖେଳି ସନ୍‌ରାଇଜର୍ସକୁ ବିଜୟୀ କରାଇଥିଲେ। ଓ୍ବିଲିୟମସନ ୪୪ ବଲ୍‌ରୁ ୨ଟି ଲେଖାଏ ଚୌକା ଓ ଛକା ମାରି ୫୦ ଏବଂ ହୋଲ୍ଡର ୨୦ ବଲ୍‌ରୁ ୨୪(୩ ଚୌକା) ରନକରି ଅପରାଜିତ ରହିଥିଲେ। ଅସମାପ୍ତ ୫ମ ଉଇକେଟରେ ଦୁହେଁ ୬୫ ରନ ଯୋଗକରି କୋହଲି ବାହିନୀଙ୍କୁ ନିରାଶ କରିଥିଲେ। ଆରସିବି ପକ୍ଷରୁ ମହମ୍ମଦ ସିରାଜ ୨ଟି ଏବଂ ଆଡାମ ଜାମ୍ପା ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୧୩୧/୭ (ଡି’ଭିଲର୍ସ-୫୬, ଫିଞ୍ଚ୍‌-୩୨, ହୋଲ୍ଡର-୩/୨୫, ନଟରାଜନ-୨/୩୩, ନଦିମ-୧/୩୦)। ସନ୍‌ରାଇଜର୍ସ ହାଇଦ୍ରାବାଦ ୧୯.୪ ଓଭରରେ ୧୩୨/୪ (ଓ୍ବିଲିୟମସନ-୫୦*, ହୋଲ୍ଡର-୨୪*, ମନୀଷ-୨୪, ସିରାଜ- ୨/୨୮, ଜାମ୍ପା-୧/୧୨, ଚହଲ-୧/୨୪)।


Enter your email to get our daily news in your inbox.

All Right Reserved By Dharitri.Com

୧୦ମ-ଯୁକ୍ତ ୨ ଶିକ୍ଷା ପଦ୍ଧତିକୁ ନେଇ କଟକ ଜିଲା ଶିକ୍ଷାଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ, ରାଜ୍ୟରେ ଆଲୋଡ଼ନ

କଟକ ସଦର,୯ା୧୦(ସୁଶାନ୍ତ କୁମାର ଜେନା): ସାରା ରାଜ୍ୟରେ ୧୦ମ ଯୁକ୍ତ ୨ ଶିକ୍ଷା ପଦ୍ଧତି ଭୂ-୧୯୮୩ରେ ପ୍ରଚଳନ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧି ଏହି ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ…

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?