ପସନ୍ଦର ବାବୁଙ୍କୁ ନା

Dillip Cherian

ଏନ. କେ. ଆର୍ଯ୍ୟ ରାଜସ୍ଥାନର ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଏହି ପଦବୀ ଲାଗି ସେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପ୍ରଥମ ପସନ୍ଦ ନୁହନ୍ତି। ଏପରିକି ଅବସରନେବାକୁ ଥିବା ମୁଖ୍ୟ ଶାସନ ସଚିବ ରାଜୀବ ସ୍ବରୂପଙ୍କ ଅନ୍ତିମ କାର୍ଯ୍ୟ ଦିବସର ଶେଷ ସମୟ ପର୍ଯ୍ୟନ୍ତ ଗେହଲଟ ସରକାର ତାଙ୍କ କାର୍ଯ୍ୟକାଳ ବଢ଼ାଇବା ଲଗି ଚାହଁୁଥିଲେ। ସେ ଥିତ୍ଲେ ତାଙ୍କ ପସନ୍ଦର ବାବୁ। କିନ୍ତୁ କେନ୍ଦ୍ର ଏଥିରେ ସହମତି ପ୍ରକାଶ କଲାନାହିଁ । ଆର୍ଯ୍ୟ ଏହି ପ୍ରକ୍ରିୟାରେ ୮ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ପଛରେ ପକାଇ ନିଯୁକ୍ତି ପାଇଲେ। ସେ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟସଚିବ ଭାବେ କାର୍ଯ୍ୟ କରୁଥିଲେ। ଆର୍ଯ୍ୟଙ୍କ ନିଯୁକ୍ତି ସହ ସରକାର ମଧ୍ୟ ୨୧ ଜଣ ଆଇଏଏସ୍‌ଙ୍କର ବଡ଼ ଧରଣର ଅଦଳବଦଳ କରିଛନ୍ତି। ତେବେ ନିଯୁକ୍ତି ପ୍ରକ୍ରିୟା କିଛି ସମୟ ପାଇଁ ନାଟକ ପାଲଟିଯାଇଥିତ୍ଲା। ସୂତ୍ରରୁ ପ୍ରକାଶ ଯେ, ଚଳିତବର୍ଷ ଜୁଲାଇ ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ଭାବେ ସ୍ବରୂପଙ୍କ ନିଯୁକ୍ତିକୁ ନିଶ୍ଚିତ କରିବା ଏବଂ ପରେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ଲାଗି ଗେହଲଟ ଖୁବ୍‌ କସରତ କରିଥିଲେ। ରାଜ୍ୟର ଶୀର୍ଷ ପଦରେ ତାଙ୍କୁ ନିଯୁକ୍ତି ଦେବା ପାଇଁ ସେପ୍ଟେମ୍ବରରେ ଅବସର ନେବାକୁ ଥିବା ପୂର୍ବତନ ମୁଖ୍ୟ ସଚିବ ଡି.ବି.ଗୁପ୍ତାଙ୍କ ସହ ସରକାର ତଥାକଥିତ ଭିତିରି ବୁଝାମଣା କରିଥିଲେ ବୋଲି କୁହାଯାଉଛି। ଯାହାଫଳରେ ଜୁଲାଇରେ ଗୁପ୍ତା ଇସ୍ତଫା ଦେବା ପରେ ସାଙ୍ଗେ ସାଙ୍ଗେ ତାଙ୍କୁ ଗୋଟିଏ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇ ସ୍ବରୂପଙ୍କୁ ତାଙ୍କ ଜାଗାରେ ନିଯୁକ୍ତ କରାଯାଇଥିତ୍ଲା। ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ଲାଗିଥିବାବେଳେ ସ୍ବରୂପ ମୁଖ୍ୟମନ୍ତ୍ରୀଙ୍କର ପ୍ରିୟପାତ୍ର ହୋଇଥିଲେ,ଯାହା କେନ୍ଦ୍ର ପାଇଁ ସମ୍ଭବତଃ ଭଲ ନ ଥିଲା ବୋଲି ବାବୁମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।
ବାବୁଙ୍କ ‘କୁଲିଂ ଅଫ୍‌’ ଅବଧି
ଅବସର କିମ୍ବା ଇସ୍ତଫା ଦେଇ ସାଙ୍ଗେସାଙ୍ଗେ ରାଜନୀତିରେ ଯୋଗ ଦେବାକୁ ଚାହଁୁଥିବା ଆଇଏଏସ୍‌, ଆଇପିଏସ୍‌ ଏବଂ ଅନ୍ୟ ଅଧିକାରୀମାନଙ୍କ ପାଇଁ ‘କୁଲିଂ ଅଫ୍‌’ ଅବଧି(ନିଷ୍ପତ୍ତିର ପୁନର୍ବିଚାର ଲାଗି ସମୟର ଅବଧି)ନିମନ୍ତେ ନିର୍ବାଚନ କମିଶନ(ଇସି) ଏବେ କେନ୍ଦ୍ରକୁ ସୁପାରିସ କରିବାର ସମ୍ଭାବନା ରହିଛି। ପୂର୍ବତନ ବିହାର ପୋଲିସ ମହାନିର୍ଦ୍ଦେଶକ ଗୁପ୍ତେଶ୍ୱର ପାଣ୍ଡେ ସେପ୍ଟେମ୍ବରରେ ଆଇପିଏସ୍‌ରୁ ଇସ୍ତଫା ଦେଇ ତୁରନ୍ତ ଏକ ରାଜନୈତିକ ଦଳରେ ଖୋଲାଖୋଲି ଭାବେ ଯୋଗ ଦେଇଥିଲେ। ବିହାର ବିଧାନସଭା ନିର୍ବାଚନର କିଛି ସପ୍ତାହ ପୂର୍ବରୁ ସେ ଏହା କରିବା ପରେ ଏହି ଘଟଣାରେ ପୋଲ୍‌ ପ୍ୟାନେଲକୁ ଝଟକା ଲାଗିଥିଲା। ଏପରି କି ଜଣେ ଅଧିକାରୀ ସର୍ଭିସ ପରେ ଯଦି ବେସରକାରୀ ଚାକିରିରେ ଯୋଗ ଦେବାକୁ ଚାହାନ୍ତି ତେବେ ଅବସର କିମ୍ବା ଇସ୍ତଫା ପରେ ତାଙ୍କୁ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ହେବ ବୋଲି ନିୟମ ରହିଥିଲେ ମଧ୍ୟ ପାଣ୍ଡେଙ୍କ ଇସ୍ତଫା ସାଙ୍ଗେସାଙ୍ଗେ ଗୃହୀତ ହୋଇଥିଲା। ‘କୁଲିଂ ଅଫ’ ଅବଧି ପାଇଁ ଦାବି କରାଯିବା ନୂଆ ନୁହେଁ । ପୂର୍ବରୁ ବି ଏଭଳି ଦାବି ଉଠିଛି। ରାଜନୀତି ଲକ୍ଷ୍ୟ ରଖି ଅନେକ ସମୟରେ ବାବୁମାନେ ନିର୍ବାଚନ ପାଖାପାଖିରେ ଚାକିରି ଛାଡି ରାଜନୈତିକ ଦଳରେ ଯୋଗ ଦେବାବେଳେ ଏଭଳିି ଦାବି ଜୋରଧରେ। ହେଲେ ସରକାର ଏଯାବତ ଏହାକୁ ଅସ୍ବୀକାର କରିଆସିଛନ୍ତି । ଯୁକ୍ତି ବାଢ଼ିଛନ୍ତି ଯେ, ଚାକିରି ଛାଡିବା ପରେ ବାବୁମାନଙ୍କୁ ରାଜନୀତିରେ ଯୋଗ ଦେବାରୁ ନିବୃତ୍ତ କଲେ ତାହା ସେମାନଙ୍କ ସମାନତା ଅଧିକାରର ଉଲ୍ଲଂଘନ ଭାବେ ବୁଝାପଡ଼ିିବ। ସର୍ଭିସ ଛାଡି କର୍ପୋରେଟ ଚାକିରିରେ ଯୋଗ ଦେବା ଉପରେ ସରକାର ଯେମିତି ଜୋର ଦେଉଛନ୍ତି ସେମିତି ରାଜନୀତିରେ ଯୋଗ ଦେବାକୁ ଚାହଁୁଥିବା ଆଇଏଏସ୍‌ ଅଧିକାରୀମାନଙ୍କ ପାଇଁ ‘କୁଲିଂ ଅଫ’ ଅବଧି ଉପରେ ନିଶ୍ଚିତ ହେବାକୁ ଏବେ ପୋଲ ପ୍ୟାନେଲ ବ୍ୟଗ୍ରତା ପ୍ରକାଶ କରିଛିି। ଏହି ‘କୁଲିଂ ଅଫ’୍‌ ଅବଧି କେତେ ସମୟ ହେବା ଉଚିତ ଓ କିଭଳି କାର୍ଯ୍ୟକାରୀ ହେବ କମିଶନଙ୍କୁ ତାହା କରିବାକୁ ବାକି ଅଛିି। ତେବେ ଏହା ଅତିକମ୍‌ରେ ଦୁଇବର୍ଷ ହୋଇପାରେ ବୋଲି କୁହାଯାଉଛି।
ରହସ୍ୟରେ ବଦଳି
ଉତ୍ତରାଖଣ୍ଡ ବନ ବିଭାଗ ଏବଂ ରାଜ୍ୟ ସରକାର ପରସ୍ପର ମୁହଁାମୁହିଁ ହେବା ଭଳି ଲାଗୁଛି। ସରକାର ୨୦୨୦-୨୧ରେ କୌଣସି ଅଧିକାରୀଙ୍କୁ ବଦଳି କରାଯାଇପାରିବନାହିଁ ବୋଲି ଏକ ନିର୍ଦ୍ଦେଶ ଜାରି କରିଥିଲେ । କିନ୍ତୁ ଏହି ନିର୍ଦ୍ଦେଶକୁ ବନ ବିଭାଗ ଅମାନ୍ୟ କରି ସେପ୍ଟେମ୍ବର ଏବଂ ଅକ୍ଟୋବର ମଧ୍ୟରେ ଅଧିକାରୀମାନଙ୍କୁ ବଦଳି କରିଥିଲା । ହେଲେ ନିକଟରେ ଏହି ସମସ୍ତ ବଦଳିକୁ ସରକାର ରଦ୍ଦ କରିଦେଇଛନ୍ତି। ବନ ବିଭାଗ ସରକାରଙ୍କଠାରୁ ପ୍ରଥମେ ଅନୁମତି ନ ଆଣି ପାଖାପାଖି ଏକ ଡଜନ ଅଧିକାରୀଙ୍କୁ ବଦଳି କରିଛି। ଜୁଲାଇ ପ୍ରାରମ୍ଭରେ ବନ ବିଭାଗ ବଦଳି ନିର୍ଦ୍ଦେଶ ଜାରି କରିବାର ୪୮ ଘଣ୍ଟା ମଧ୍ୟରେ ସରକାର ୧୧ ଜଣ ଡେପୁଟି କଞ୍ଜରଭେଟର ଅଫ ଫରେଷ୍ଟ( ଡିସିଏଫ୍‌)ଙ୍କର ବଦଳି ନିର୍ଦ୍ଦେଶକୁ ରଦ୍ଦ କରିଥିଲେ। ଏହା ଏକ ସରକାରୀ ନିର୍ଦ୍ଦେଶ ଓ ଆମେ ଏହାକୁ ଅନୁପାଳନ କରୁଛୁ ବୋଲିି ସେ ସମୟରେ ବନବିଭାର ପ୍ରମୁଖ ସଚିବ ଆନନ୍ଦ ବର୍ଦ୍ଧନ ଏକ ସକ୍ଷିପ୍ତ ମନ୍ତବ୍ୟ ଦେଇଥିଲେ। ବଦଳି ପାଇଁ ସିଭିଲ ସର୍ଭିସ ବୋର୍ଡରେ ଉପସ୍ଥାପନ କରାଯାଇ ନ ଥିବା ଅନେକ ଅଧିତ୍କାରୀଙ୍କ ନାମ ବଦଳି ତାଲିକାରେ ରହିଥିବା ଯୋଗୁ ଏହି ନିର୍ଦ୍ଦେଶକୁ ରଦ୍ଦ କରାଗଲା ବୋଲି ବହୁ ଭାରତୀୟ ବନ ସେବା ଅଧିକାରୀ( ଆଇଏଫ୍‌ଏସ୍‌)ପ୍ରକାଶ କରିଥିତ୍ବା ଜଣାପଡିଛି। ପୁନଶ୍ଚ ଡେପୁଟେଶନରେ ଥିବା କେତେ ଜଣ ଅଧିକାରୀଙ୍କ୍‌ୁ ଅତିରିକ୍ତ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଥିଲା, ଯାହା କି ସମ୍ପୂର୍ଣ୍ଣ ନିୟମ ବିରୋଧୀ। ସିଭିଲ ସର୍ଭିସ ବୋର୍ଡର ବିନା ଅନୁମୋଦନରେ କୌଣସି ବଦଳି କରାଯିବ ନାହିଁ ବୋଲି ସୁପ୍ରିମକୋଟଙ୍କ ନିର୍ଦ୍ଦେଶ ରହିଛି। ଏଣୁ କାହିଁକି ଏହା କରାଗଲା? ତାହା ହିଁ ଏକ ରହସ୍ୟ ହୋଇ ରହିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?