ପସନ୍ଦର ବାବୁଙ୍କୁ ନା

Dillip Cherian

ଏନ. କେ. ଆର୍ଯ୍ୟ ରାଜସ୍ଥାନର ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଏହି ପଦବୀ ଲାଗି ସେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପ୍ରଥମ ପସନ୍ଦ ନୁହନ୍ତି। ଏପରିକି ଅବସରନେବାକୁ ଥିବା ମୁଖ୍ୟ ଶାସନ ସଚିବ ରାଜୀବ ସ୍ବରୂପଙ୍କ ଅନ୍ତିମ କାର୍ଯ୍ୟ ଦିବସର ଶେଷ ସମୟ ପର୍ଯ୍ୟନ୍ତ ଗେହଲଟ ସରକାର ତାଙ୍କ କାର୍ଯ୍ୟକାଳ ବଢ଼ାଇବା ଲଗି ଚାହଁୁଥିଲେ। ସେ ଥିତ୍ଲେ ତାଙ୍କ ପସନ୍ଦର ବାବୁ। କିନ୍ତୁ କେନ୍ଦ୍ର ଏଥିରେ ସହମତି ପ୍ରକାଶ କଲାନାହିଁ । ଆର୍ଯ୍ୟ ଏହି ପ୍ରକ୍ରିୟାରେ ୮ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ପଛରେ ପକାଇ ନିଯୁକ୍ତି ପାଇଲେ। ସେ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟସଚିବ ଭାବେ କାର୍ଯ୍ୟ କରୁଥିଲେ। ଆର୍ଯ୍ୟଙ୍କ ନିଯୁକ୍ତି ସହ ସରକାର ମଧ୍ୟ ୨୧ ଜଣ ଆଇଏଏସ୍‌ଙ୍କର ବଡ଼ ଧରଣର ଅଦଳବଦଳ କରିଛନ୍ତି। ତେବେ ନିଯୁକ୍ତି ପ୍ରକ୍ରିୟା କିଛି ସମୟ ପାଇଁ ନାଟକ ପାଲଟିଯାଇଥିତ୍ଲା। ସୂତ୍ରରୁ ପ୍ରକାଶ ଯେ, ଚଳିତବର୍ଷ ଜୁଲାଇ ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ଭାବେ ସ୍ବରୂପଙ୍କ ନିଯୁକ୍ତିକୁ ନିଶ୍ଚିତ କରିବା ଏବଂ ପରେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ଲାଗି ଗେହଲଟ ଖୁବ୍‌ କସରତ କରିଥିଲେ। ରାଜ୍ୟର ଶୀର୍ଷ ପଦରେ ତାଙ୍କୁ ନିଯୁକ୍ତି ଦେବା ପାଇଁ ସେପ୍ଟେମ୍ବରରେ ଅବସର ନେବାକୁ ଥିବା ପୂର୍ବତନ ମୁଖ୍ୟ ସଚିବ ଡି.ବି.ଗୁପ୍ତାଙ୍କ ସହ ସରକାର ତଥାକଥିତ ଭିତିରି ବୁଝାମଣା କରିଥିଲେ ବୋଲି କୁହାଯାଉଛି। ଯାହାଫଳରେ ଜୁଲାଇରେ ଗୁପ୍ତା ଇସ୍ତଫା ଦେବା ପରେ ସାଙ୍ଗେ ସାଙ୍ଗେ ତାଙ୍କୁ ଗୋଟିଏ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇ ସ୍ବରୂପଙ୍କୁ ତାଙ୍କ ଜାଗାରେ ନିଯୁକ୍ତ କରାଯାଇଥିତ୍ଲା। ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ଲାଗିଥିବାବେଳେ ସ୍ବରୂପ ମୁଖ୍ୟମନ୍ତ୍ରୀଙ୍କର ପ୍ରିୟପାତ୍ର ହୋଇଥିଲେ,ଯାହା କେନ୍ଦ୍ର ପାଇଁ ସମ୍ଭବତଃ ଭଲ ନ ଥିଲା ବୋଲି ବାବୁମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।
ବାବୁଙ୍କ ‘କୁଲିଂ ଅଫ୍‌’ ଅବଧି
ଅବସର କିମ୍ବା ଇସ୍ତଫା ଦେଇ ସାଙ୍ଗେସାଙ୍ଗେ ରାଜନୀତିରେ ଯୋଗ ଦେବାକୁ ଚାହଁୁଥିବା ଆଇଏଏସ୍‌, ଆଇପିଏସ୍‌ ଏବଂ ଅନ୍ୟ ଅଧିକାରୀମାନଙ୍କ ପାଇଁ ‘କୁଲିଂ ଅଫ୍‌’ ଅବଧି(ନିଷ୍ପତ୍ତିର ପୁନର୍ବିଚାର ଲାଗି ସମୟର ଅବଧି)ନିମନ୍ତେ ନିର୍ବାଚନ କମିଶନ(ଇସି) ଏବେ କେନ୍ଦ୍ରକୁ ସୁପାରିସ କରିବାର ସମ୍ଭାବନା ରହିଛି। ପୂର୍ବତନ ବିହାର ପୋଲିସ ମହାନିର୍ଦ୍ଦେଶକ ଗୁପ୍ତେଶ୍ୱର ପାଣ୍ଡେ ସେପ୍ଟେମ୍ବରରେ ଆଇପିଏସ୍‌ରୁ ଇସ୍ତଫା ଦେଇ ତୁରନ୍ତ ଏକ ରାଜନୈତିକ ଦଳରେ ଖୋଲାଖୋଲି ଭାବେ ଯୋଗ ଦେଇଥିଲେ। ବିହାର ବିଧାନସଭା ନିର୍ବାଚନର କିଛି ସପ୍ତାହ ପୂର୍ବରୁ ସେ ଏହା କରିବା ପରେ ଏହି ଘଟଣାରେ ପୋଲ୍‌ ପ୍ୟାନେଲକୁ ଝଟକା ଲାଗିଥିଲା। ଏପରି କି ଜଣେ ଅଧିକାରୀ ସର୍ଭିସ ପରେ ଯଦି ବେସରକାରୀ ଚାକିରିରେ ଯୋଗ ଦେବାକୁ ଚାହାନ୍ତି ତେବେ ଅବସର କିମ୍ବା ଇସ୍ତଫା ପରେ ତାଙ୍କୁ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ହେବ ବୋଲି ନିୟମ ରହିଥିଲେ ମଧ୍ୟ ପାଣ୍ଡେଙ୍କ ଇସ୍ତଫା ସାଙ୍ଗେସାଙ୍ଗେ ଗୃହୀତ ହୋଇଥିଲା। ‘କୁଲିଂ ଅଫ’ ଅବଧି ପାଇଁ ଦାବି କରାଯିବା ନୂଆ ନୁହେଁ । ପୂର୍ବରୁ ବି ଏଭଳି ଦାବି ଉଠିଛି। ରାଜନୀତି ଲକ୍ଷ୍ୟ ରଖି ଅନେକ ସମୟରେ ବାବୁମାନେ ନିର୍ବାଚନ ପାଖାପାଖିରେ ଚାକିରି ଛାଡି ରାଜନୈତିକ ଦଳରେ ଯୋଗ ଦେବାବେଳେ ଏଭଳିି ଦାବି ଜୋରଧରେ। ହେଲେ ସରକାର ଏଯାବତ ଏହାକୁ ଅସ୍ବୀକାର କରିଆସିଛନ୍ତି । ଯୁକ୍ତି ବାଢ଼ିଛନ୍ତି ଯେ, ଚାକିରି ଛାଡିବା ପରେ ବାବୁମାନଙ୍କୁ ରାଜନୀତିରେ ଯୋଗ ଦେବାରୁ ନିବୃତ୍ତ କଲେ ତାହା ସେମାନଙ୍କ ସମାନତା ଅଧିକାରର ଉଲ୍ଲଂଘନ ଭାବେ ବୁଝାପଡ଼ିିବ। ସର୍ଭିସ ଛାଡି କର୍ପୋରେଟ ଚାକିରିରେ ଯୋଗ ଦେବା ଉପରେ ସରକାର ଯେମିତି ଜୋର ଦେଉଛନ୍ତି ସେମିତି ରାଜନୀତିରେ ଯୋଗ ଦେବାକୁ ଚାହଁୁଥିବା ଆଇଏଏସ୍‌ ଅଧିକାରୀମାନଙ୍କ ପାଇଁ ‘କୁଲିଂ ଅଫ’ ଅବଧି ଉପରେ ନିଶ୍ଚିତ ହେବାକୁ ଏବେ ପୋଲ ପ୍ୟାନେଲ ବ୍ୟଗ୍ରତା ପ୍ରକାଶ କରିଛିି। ଏହି ‘କୁଲିଂ ଅଫ’୍‌ ଅବଧି କେତେ ସମୟ ହେବା ଉଚିତ ଓ କିଭଳି କାର୍ଯ୍ୟକାରୀ ହେବ କମିଶନଙ୍କୁ ତାହା କରିବାକୁ ବାକି ଅଛିି। ତେବେ ଏହା ଅତିକମ୍‌ରେ ଦୁଇବର୍ଷ ହୋଇପାରେ ବୋଲି କୁହାଯାଉଛି।
ରହସ୍ୟରେ ବଦଳି
ଉତ୍ତରାଖଣ୍ଡ ବନ ବିଭାଗ ଏବଂ ରାଜ୍ୟ ସରକାର ପରସ୍ପର ମୁହଁାମୁହିଁ ହେବା ଭଳି ଲାଗୁଛି। ସରକାର ୨୦୨୦-୨୧ରେ କୌଣସି ଅଧିକାରୀଙ୍କୁ ବଦଳି କରାଯାଇପାରିବନାହିଁ ବୋଲି ଏକ ନିର୍ଦ୍ଦେଶ ଜାରି କରିଥିଲେ । କିନ୍ତୁ ଏହି ନିର୍ଦ୍ଦେଶକୁ ବନ ବିଭାଗ ଅମାନ୍ୟ କରି ସେପ୍ଟେମ୍ବର ଏବଂ ଅକ୍ଟୋବର ମଧ୍ୟରେ ଅଧିକାରୀମାନଙ୍କୁ ବଦଳି କରିଥିଲା । ହେଲେ ନିକଟରେ ଏହି ସମସ୍ତ ବଦଳିକୁ ସରକାର ରଦ୍ଦ କରିଦେଇଛନ୍ତି। ବନ ବିଭାଗ ସରକାରଙ୍କଠାରୁ ପ୍ରଥମେ ଅନୁମତି ନ ଆଣି ପାଖାପାଖି ଏକ ଡଜନ ଅଧିକାରୀଙ୍କୁ ବଦଳି କରିଛି। ଜୁଲାଇ ପ୍ରାରମ୍ଭରେ ବନ ବିଭାଗ ବଦଳି ନିର୍ଦ୍ଦେଶ ଜାରି କରିବାର ୪୮ ଘଣ୍ଟା ମଧ୍ୟରେ ସରକାର ୧୧ ଜଣ ଡେପୁଟି କଞ୍ଜରଭେଟର ଅଫ ଫରେଷ୍ଟ( ଡିସିଏଫ୍‌)ଙ୍କର ବଦଳି ନିର୍ଦ୍ଦେଶକୁ ରଦ୍ଦ କରିଥିଲେ। ଏହା ଏକ ସରକାରୀ ନିର୍ଦ୍ଦେଶ ଓ ଆମେ ଏହାକୁ ଅନୁପାଳନ କରୁଛୁ ବୋଲିି ସେ ସମୟରେ ବନବିଭାର ପ୍ରମୁଖ ସଚିବ ଆନନ୍ଦ ବର୍ଦ୍ଧନ ଏକ ସକ୍ଷିପ୍ତ ମନ୍ତବ୍ୟ ଦେଇଥିଲେ। ବଦଳି ପାଇଁ ସିଭିଲ ସର୍ଭିସ ବୋର୍ଡରେ ଉପସ୍ଥାପନ କରାଯାଇ ନ ଥିବା ଅନେକ ଅଧିତ୍କାରୀଙ୍କ ନାମ ବଦଳି ତାଲିକାରେ ରହିଥିବା ଯୋଗୁ ଏହି ନିର୍ଦ୍ଦେଶକୁ ରଦ୍ଦ କରାଗଲା ବୋଲି ବହୁ ଭାରତୀୟ ବନ ସେବା ଅଧିକାରୀ( ଆଇଏଫ୍‌ଏସ୍‌)ପ୍ରକାଶ କରିଥିତ୍ବା ଜଣାପଡିଛି। ପୁନଶ୍ଚ ଡେପୁଟେଶନରେ ଥିବା କେତେ ଜଣ ଅଧିକାରୀଙ୍କ୍‌ୁ ଅତିରିକ୍ତ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଥିଲା, ଯାହା କି ସମ୍ପୂର୍ଣ୍ଣ ନିୟମ ବିରୋଧୀ। ସିଭିଲ ସର୍ଭିସ ବୋର୍ଡର ବିନା ଅନୁମୋଦନରେ କୌଣସି ବଦଳି କରାଯିବ ନାହିଁ ବୋଲି ସୁପ୍ରିମକୋଟଙ୍କ ନିର୍ଦ୍ଦେଶ ରହିଛି। ଏଣୁ କାହିଁକି ଏହା କରାଗଲା? ତାହା ହିଁ ଏକ ରହସ୍ୟ ହୋଇ ରହିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri