Posted inଖେଳ

ଜ୍ଞାନେନ୍ଦ୍ର ନିଙ୍ଗୋମ୍ବମ ହକି ଇଣ୍ଡିଆ ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ,୭।୧୧(ପି.ଟି.): ମଣିପୁରର ଜ୍ଞାନେନ୍ଦ୍ର ନିଙ୍ଗୋମ୍ବମ ହକି ଇଣ୍ଡିଆ (ଏଚ୍‌ଆଇ)ର ନୂଆ ଅଧ୍ୟକ୍ଷ ଭାବେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ମହମ୍ମଦ ମୁସ୍ତାକ ଅହମ୍ମଦଙ୍କୁ ଅଧ୍ୟକ୍ଷ ପଦରୁ ବହିଷ୍କାର କରାଯିବା ପରେ ଜ୍ଞାନେନ୍ଦ୍ର ଏହି ଗୁରୁଦାୟିତ୍ୱ ସମ୍ଭାଳିବେ। ନ୍ୟାଶନାଲ ସ୍ପୋଟର୍‌ସ କୋଡ୍ସ ଟେନ୍ୟୁଅର ଗାଇଡ୍‌ଲାଇନ୍‌ର ଉଲ୍ଲଂଘନ କରିଥିବାରୁ କ୍ରୀଡ଼ା ମନ୍ତ୍ରଣାଳୟ ତାଙ୍କୁ ପଦ ଛାଡିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲା।
ତେବେ ଅହମ୍ମଦ ହକି ଇଣ୍ଡିଆ କଂଗ୍ରେସ୍‌ ଓ ନିର୍ବାଚନରେ ସିନିୟର ଭାଇସ୍‌ ପ୍ରେସିଡେଣ୍ଟ ପଦକୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚତ ହେବା ପରେ ଫେଡେରେଶନରେ ନିଜର ସ୍ଥିତି ବଜାୟ ରଖିବାକୁ ସକ୍ଷମ ହୋଇଥିଲେ। ଭିଡିଓ କନଫେରେନ୍ସ ମାଧ୍ୟମରେ ମେମ୍ବର ୟୁନିଟ୍‌ ସଦସ୍ୟମାନେ ବୈଠକରେ ଯୋଗ ଦେଇଥିଲେ।
ଏଥିସହ ଉତ୍ତରପୂର୍ବାଞ୍ଚଳର ପ୍ରଥମ ଅଧ୍ୟକ୍ଷ ଭାବେ ଜ୍ଞାନେନ୍ଦ୍ର ହକି ଇଣ୍ଡିଆର ଦାୟିତ୍ୱ ସମ୍ଭାଳିବେ। ଜୁଲାଇରେ ଅହମ୍ମଦ ବ୍ୟକ୍ତିଗତ ଓ ପାରିବାରିକ କାରଣରୁ ପଦରୁ ଇସ୍ତଫା ଦେବା ପରେ ଜ୍ଞାନେନ୍ଦ୍ର ‘ଅଫିସିଏଟିଂ ପ୍ରେସିଡେଣ୍ଟ’ ପଦରେ ରହିଥିଲେ। ତାଙ୍କୁ ଇସ୍ତଫା ଦେବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେବା ପରେ ଅହମ୍ମଦ ଏହାକୁ ଅଭିସନ୍ଧିମୂଳକ ବୋଲି କହିଥିଲେ। ନ୍ୟାଶନାଲ ସ୍ପୋଟର୍‌ସ କୋଡ ଅନୁସାରେ କୌଣସି ପଦାଧିକାରୀ କ୍ରମାଗତ ୩ଟି ଅବଧିରେ କାର୍ଯ୍ୟକାରିବାର ନିୟମ ନାହିଁ। ତେଣୁ ଏଥପାଇଁ ଅହମ୍ମଦଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା। ଅହମ୍ମଦ ପୂର୍ବରୁ ୨୦୧୦- ୧୪ରେ ହକି ଇଣ୍ଡିଆର କୋଷାଧ୍ୟକ୍ଷ ଭାବେ କାର୍ଯ୍ୟ କରିସାରିବା ପରେ ୨୦୧୪ରେ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱରେ ଥିଲେ। ପୁଣି ସେ ୨୦୧୮ରେ ହକି ଇଣ୍ଡିଆର ଅଧ୍ୟକ୍ଷ ଆଉ ୪ ବର୍ଷ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ।
ଜ୍ଞାନେନ୍ଦ୍ର ୨୦୦୯- ୨୦୧୪ ମଧ୍ୟରେ ମଣିପୁର ହକି ପାଇଁ ୨ ବର୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ କାର୍ଯ୍ୟକରିଥିଲେ। ହକି ସହିତ ସେ ପାଖାପାଖି ଗୋଟିଏ ଦଶନ୍ଧିଧରି କାର୍ଯ୍ୟ କରିଥିଲେ। ଉତ୍ତରାପୂର୍ବାଞ୍ଚଳରେ ସେ ତୃଣମୂଳସ୍ତରରେ ହକିର ଉନ୍ନତି ପାଇଁ ଓତପ୍ରୋତ ଭାବେ ଜଡିତ ରହି ଆସିଛନ୍ତି।
ଅହମ୍ମଦଙ୍କ କାର୍ଯ୍ୟକାଳରେ ହକି ଇଣ୍ଡିଆ ୨୦୧୮ ବିଶ୍ୱକପ୍‌ ସହ ଏକାଧିକ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ସଫଳତାର ସହ ଆୟୋଜନ କରିଥିଲା। ନୂଆ ଅଧ୍ୟକ୍ଷ ଜ୍ଞାନେନ୍ଦ୍ରଙ୍କୁ ହକି ଇଣ୍ଡିଆ ସାଧାରଣ ସମ୍ପାଦକ ରାଜିନ୍ଦର ସିଂ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜ୍ୟପାଳ ହେଲେ ଏହି ପ୍ରସିଦ୍ଧ କ୍ରିକେଟର

କଲମ୍ବୋ,୨୮।୧୧: କ୍ରିକେଟରେ ରାଜ୍‌ କରିବା ପରେ ଏବେ ରାଜନୈତିକ ମୈଦାନରେ ଜଲଓ୍ବା ଦେଖାଇବାକୁ ଯାଉଛନ୍ତି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ମୂଥୟା ମୁରଲିଧରନ। ତାମିଲ ବହୁଳ ଉତ୍ତର...

ଗତ ଦଶନ୍ଧିରେ ଭାରତୀୟ ଫୁଟବଲ ଉନ୍ନତି କରିଛି: ଛେତ୍ରୀ

ନୂଆଦିଲ୍ଲୀ, ୩୧।୭(ପି.ଟି.)- ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ଫୁଟବଲର ଉନ୍ନତି ହୋଇଛି ବୋଲି ତାରକା ଫୁଟବଲର ସୁନୀଲ ଛେତ୍ରୀ କହିଛନ୍ତି। ତେବେ ଅନ୍ୟ ଶକ୍ତିଶାଳୀ...

ଓ୍ବିମ୍ବେଲଡନ ଟେନିସ୍‌: ଫେଡରର- ଜୋକୋଭିଚ୍‌ ଟାଇଟଲ ମୁକାବିଲା

ଲଣ୍ଡନ,୧୪।୭(ଏଏଫପି)- ବର୍ଷର ତୃତୀୟ ଗ୍ରାଣ୍ଡସ୍ଳାମ ଟୁର୍ନାମେଣ୍ଟ ଓ୍ବିମ୍ବେଲଡନ ଟେନିସ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ରବିବାର ଖେଳାଯିବ। ଟାଇଟଲ ପାଇଁ ଏହି ଫାଇନାଲ ମ୍ୟାଚ୍‌ରେ...

ସାହାଯ୍ୟ ପାଇଁ ହାତ ବଢ଼ାଇଲେ ପଞ୍ଜାବ ଖେଳାଳି

ଅହମ୍ମଦାବାଦ,୩୦।୪ : ଦେଶରେ କୋଭିଡ୍‌-୧୯ ଯୋଗୁ ଅତି ଭୟଙ୍କର ସ୍ଥିତି ସୃଷ୍ଟି ହୋଇ ଥିବାବେଳେ ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି ଗୋଟିଏ ପରେ ଗୋଟିଏ ବିଦେଶୀ...

ଶାର୍ଦ୍ଦୁଳଙ୍କୁ ନୂଆ ନାମ ଦେଲେ ପ୍ରଶଂସକ

ଲଣ୍ଡନ,୬।୯: ଚଳିତ ଓଭାଲ ଟେଷ୍ଟର ଉଭୟ ଇନିଂସରେ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ଭାରତୀୟ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର। ପ୍ରଥମ ଇନିଂସରେ ବିସ୍ଫୋରକ ୫୭ ରନ୍‌ର ପାଳି...

ମହିଳା ଆଇପିଏଲ୍‌ ଟିମ୍‌ ଘୋଷଣା କଲା ବିସିସିଆଇ: ଆଦାନୀ ଟିମ୍‌ ସବୁଠୁ ମହଙ୍ଗା

ନୂଆଦିଲ୍ଲୀ,୨୫।୧: ମହିଳା ଆଇପିଏଲ୍‌ ପ୍ରଥମ ସିଜନ ଲାଗି ବିସିସିଆଇ ବୁଧବାର ୫ ଦଳ ଘୋଷଣା କରିଛି। ଏହି ୫ ଦଳ ଅହମ୍ମଦାବାଦ, ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ...

ଅବସର ପ୍ଲାନ୍‌ ଘୋଷଣା କଲେ ସେରେନା

ନ୍ୟୁୟର୍କ,୧୦ା୮(ପି.ଟି): ୨୩ଟି ଗ୍ରାଣ୍ଡସ୍ଳାମ ଚାମ୍ପିୟନ ସେରେନା ଓ୍ବିଲିୟମ୍ସ ଟେନିସ୍‌ ଛାଡିବା ନେଇ ପରୋକ୍ଷରେ ସୂଚନା ଦେଇଛନ୍ତି। ଅବସର ସମ୍ପର୍କରେ ସିଧାସଳଖ ସୂଚନା ଦେଇ ନଥିଲେ ହେଁ...

ଚାରି ମାସରେ ବଦଳିଗଲା ଭାଗ୍ୟ! ଆଇପିଏଲ-ଟି ୨୦ ପରେ ଏବେ ଜାତୀୟ ଦଳରେ ଡେବ୍ୟୁ କଲେ ଏହି ଧୂରନ୍ଧର

ପର୍ଲ,୧୯।୧: ମଧ୍ୟପ୍ରଦେଶ ପାଇଁ ଘରୋଇ କ୍ରିକେଟ ଖେଳି ଆସୁଥିବା ଭେଙ୍କଟେଶ ଆୟାରଙ୍କ ଭାଗ୍ୟ ବଦଳିଛି। ଗତ ବର୍ଷ ୟୁଏଇରେ ଆୟୋଜିତ ହୋଇଥିବା ଆଇପିଏଲ୍‌-୧୪ର ଦ୍ୱିତୀୟ ସଂସ୍କରଣ...

Advertisement
Archives

Model This Week