Posted inଖେଳ

ମୁମ୍ବାଇ ସମର୍ଥନରେ ବାହାରିଲା ଆର୍‌ସିବି; ପ୍ରଶଂସକ କହିଲେ ‘ଓଭରଆକ୍ଟିଂ ପାଇଁ…

ମୁମ୍ବାଇ,୨୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ। ହେଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ପାଇଁ ଏହି ମ୍ୟାଚ୍‌ର ଗୁରୁତ୍ୱ ଅଧିକ। କାରଣ ଏଥିରୁ ପ୍ଲେ ଅଫ୍‌ର ଚତୁର୍ଥ ଟିମ୍‌ ନିର୍ଦ୍ଧାରିତ ହେବ। ଯଦି ମୁମ୍ବାଇ ମ୍ୟାଚ୍‌କୁ ଜିତେ ତେବେ ଆର୍‌ସିବି ସ୍ବତଃପ୍ରବୃତ୍ତ ଭାବେ ପ୍ଲେ-ଅଫ୍‌ରେ ପହଞ୍ଚିବ। ଏଥିନେଇ ଆର୍‌ସିବି ପ୍ରଶଂସକ ମୁମ୍ବାଇକୁ ସମର୍ଥନ କରୁଛନ୍ତି। ଏପରିକି ଫ୍ରାଞ୍ଚାଇଜ୍‌ ମଧ୍ୟ ମୁମ୍ବାଇକୁ ସମର୍ଥନ କରି ଟୁଇଟର୍‌ରେ ନିଜ ପ୍ରୋଫାଇଲରେ ପରିବର୍ତ୍ତନ କରିଛନ୍ତି। ଲାଲ ରଙ୍ଗ ପରିବର୍ତ୍ତେ ନୀଳ ରଙ୍ଗରେ ପ୍ରୋଫାଇଲ ଫଟୋ ଦେଖିବାକୁ ମିଳୁଛି। ଏହା ଦେଖି କିଛି କ୍ରିକେଟ ପ୍ରଶଂସକ ମଜା ଉଡାଉଥିବା ବେଳେ କିଛି ଓଭରଆକ୍ଟିଂ ପାଇଁ ପଇସା କାଟିବାକୁ କହିଛନ୍ତି। ପୂର୍ବରୁ ଆର୍‌ସିବି ଅଧିନାୟକ ଫାଫ ଡୁ ପ୍ଲେସିସ୍‌ ମଧ୍ୟ ରୋହିତ ଶର୍ମାଙ୍କଠାରୁ ବଡ ସ୍କୋର ଆଶା କରୁଥିବା କହିଥିଲେ।

କହିରଖୁଛୁ, ଏଯାବତ ଟୁର୍ନାମେଣ୍ଟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଗୁଜରାଟ ଟାଇଟନ୍ସ, ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଏବଂ ରାଜସ୍ଥାନ ରୟାଲ୍ସ ଦଳ ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା କରିଛନ୍ତି। ଚତୁର୍ଥ ତଥା ଶେଷ ସ୍ଥାନ ପାଇଁ ଦିଲ୍ଲୀ-ବାଙ୍ଗାଲୋର ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳୁଛି। ବାଙ୍ଗାଲୋର ଅଙ୍କ ତାଲିକାରେ ୧୬ ପଏଣ୍ଟ କରିଥିବା ବେଳେ ଦିଲ୍ଲୀ ୧୪ ପଏଣ୍ଟରେ ରହିଛି। ଦିଲ୍ଲୀ ଯଦି ମୁମ୍ବାଇକୁ ଆଜିର ମ୍ୟାଚ୍‌ରେ ହରାଇଦିଏ ତେବେ ସିଧା ସିଧା ପ୍ଲେଅଫ୍‌ର ପହଞ୍ଚିଯିବ। କାରଣ ଆର୍‌ସିବିଠାରୁ ଦଳର ନେଟ୍‌-ରନ୍‌ରେଟ୍‌ ଭଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କରୋନା ଟିକା ନ ଆସିବାରୁ ରାଗିଗଲେ ଏହି ଖେଳାଳି: କହିଲେ ଏପରି…

ମହାମାରୀ କରୋନା ସମଗ୍ର ବିଶ୍ୱରେ ବ୍ୟାପିସାରିଛି। ଏଥିରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଟିକା ଆସିନାହିଁ। ତେଣୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଓ...

ଆର୍‌ଆର୍‌ ବିଜୟୀ…

ମୁମ୍ବାଇ, ୨୬।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ମଙ୍ଗଳବାର ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍‌(ଆର୍‌ସିବି) ବିପକ୍ଷରେ  ବିଜୟ ହାସଲ କରିଛି ।  ଧାର୍ଯ୍ୟ...

ଅଲିମ୍ପିକ୍ସ ପୁଣିଥରେ ବିଳମ୍ବ ହେବା ଅସମ୍ଭବ: ଟୋକିଓ ମୁଖ୍ୟ

ଟୋକିଓ,୨୩।୫ (ଏଏଫ୍‌ପି): କୋଭିଡ-୧୯ ମହାମାରୀ କାରଣରୁ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚାଇଯାଇଛି। ତେବେ ଏହି ମେଗା ଇଭେଣ୍ଟକୁ ଆଉଥରେ ବିଳମ୍ବ କରିବା ଅସମ୍ଭବ ବୋଲି...

ସୋସିଆଲ ମିଡିଆର ଶିଖରରେ ପହଞ୍ଚିଲେ ଶିଖର ଧାଓ୍ବନ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ରବିବାର ଅନୁଷ୍ଠିତ କ୍ୱାଲିଫାୟର-୨ରେ ସନରାଇଜର୍ସ ହାଇଦ୍ରାବାଦକୁ ୧୭ ରନ୍‌ରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିବ।...

ଫାଇନାଲରେ ହାରିଲେ ଫୋଗତ୍‌

ନୂଆଦିଲ୍ଲୀ, ୧୨ା୮ (ପି.ଟି.)-ଭାରତର ଶୀର୍ଷ ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗତ୍‌ ବେଲାରୁଷର ମିନସ୍କଠାରେ ଚାଲିଥିବା ମେଦ୍‌ଭେଦ୍‌ ଇଭେଣ୍ଟର ୫୩ କେଜି ଶ୍ରେଣୀ ଫାଇନାଲରେ ପରାଜିତ...

ରୋହିତଙ୍କ ପାଇଁ ରେକର୍ଡ ଭାଙ୍ଗିବା ସୁଯୋଗ

ଲୌଡରହିଲ(ଆମେରିକା), ୨।୮(ପି.ଟି.)- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟି୨୦ ସିରିଜର ପ୍ରଥମ ମ୍ୟାଚ ଶନିବାର ଏଠାରେ ଖେଳାଯିବ। ଏଥିରେ ଭାରତର ରନ୍‌ ମେସିନ ରୋହିତ ଶର୍ମାଙ୍କ...

ୱାଲର୍‌ଡ ୟୁନିଭର୍ସିଟି ଗେମ୍ସ: ଭାରତୀୟ ଦଳର ନେତୃତ୍ୱ ନେବେ ଦୂତୀ

ଭୁବନେଶ୍ୱର ୩୦।୬(ସ୍ପୋଟର୍‌ସ ବ୍ୟୁରୋ)-ଇଟାଲିର ନାପୋଲିଠାରେ ଜୁଲାଇ ୩ରୁ ୧୪ ପର୍ଯ୍ୟନ୍ତ ୩୦ତମ ୱାଲ୍ଡର୍ର୍ ୟୁନିଭର୍ସିଟି ଗେମ୍ସ ଅନୁଷ୍ଠିତ ହେବ। ଏଥିରେ ସ୍ପ୍ରିଣ୍ଟ କୁଇନ ତଥା କିଟ୍‌ରେ...

୧୦୯ ରନ୍‌ରେ ଅଲଆଉଟ୍‌ ଶ୍ରୀଲଙ୍କା

ବେଙ୍ଗାଲୁରୁ,୧୩।୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ବେଙ୍ଗାଲୁରୁରେ ଖେଳାଯାଉଛି। ଦିନିକିଆ ଟେଷ୍ଟରେ ପ୍ରଥମେ ବ୍ୟାଟିଂ...

Advertisement
Archives

Model This Week