ଶ୍ରଦ୍ଧାଳୁଙ୍କ ଗହଳି, ହେଲାନି ଦିବାପହଡ଼

ଘଟଗାଁ,୧୪ା୪(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଘଟଗାଁ  ମା’ତାରିଣୀଙ୍କ ପୀଠରେ ଚଇତି ପର୍ବର ଷଷ୍ଠ ଦିବସ ଅବସରରେ ବିଶେଷକରି ଓଡ଼ିଆ ନବବର୍ଷ ଓ ମହାବିଷୁବ ପଣାସଂକ୍ରାନ୍ତିରେ ପୀଠ ଭକ୍ତମୟ ହୋଇଉଠିଥିଲା। ସକାଳ ୫ଟାରୁ ରାତ୍ର ୮ଘଟିକା ପର୍ଯ୍ୟନ୍ତ ଲକ୍ଷାଧିକ ଶ୍ରଦ୍ଧାଳୁ ଲମ୍ବାଧାଡ଼ିରେ ମା’ଙ୍କ ଦର୍ଶନ କରିଥିଲେ। ଭକ୍ତଙ୍କ ଭିଡ଼ ଦେଖି ମା’ଙ୍କ ଦିବା ପହଡ଼ ପଡ଼ି ନ ଥିଲା।
ଶୁକ୍ରବାର ଭୋର ୪ଟାରୁ ମା’ଙ୍କ ସମସ୍ତ ନୀତିକାନ୍ତି ପରେ ସୁନାବେଶ କରାଯାଇଥିଲା। ୫ ଟାରୁ ମା’ଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ଗୁରୁବାର ରାତିରୁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ମା’ଙ୍କ ସୁନାବେଶ ଦେଖିବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିଲେ। ଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ଭୋଗଡାଲା ଧାଡ଼ି ୮ଟି ଓ ସାଧାରଣ ଦର୍ଶନ ପାଇଁ ୨ ଟି ଧାଡ଼ିର ବ୍ୟବସ୍ଥା କରାଯାଇଥିଲା। ମା’ଙ୍କ ନିକଟରେ ପଣାଭୋଗ ଲାଗିବା ପରେ ପଣା ବଣ୍ଟନ କରାଯାଇଥିଲା। ଭକ୍ତମାନଙ୍କ ଟ୍ରଷ୍ଟ ବୋର୍ଡ, କେନ୍ଦୁଝର ଯାଦବ ମହାସଭା, ଜଗତଜନନୀ, କେନ୍ଦୁଝର ସେବା ସମିତି ଓ ଝାରସୁଗୁଡ଼ା ସନ୍ଧ୍ୟାରାଣୀ ପୃଷ୍ଟିଙ୍କ ସୌଜନ୍ୟରୁ ଭକ୍ତମାନଙ୍କୁ ପଣାପାଣି ଓ ମାଗଣା ଅନ୍ନପ୍ରସାଦ ବିତରଣ କରାଯାଇଥିଲା। ସାଂସ୍କୃତିକ ମଣ୍ଡପରେ ଅଖଣ୍ଡ ଭଜନ ସମାରୋହରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଯୋଗଦେଇ ଭଜନ ପରିବେଷଣ କରିଥିଲେ। ୮୭ତମ ଚଇତିପର୍ବ ୬ଷ୍ଠ ଦିନ ସଭାରେ ପ୍ରବଚକ ପ୍ରମୋଦ କୁମାର ପୃଷ୍ଟି ପାଲାମଣ୍ଡପଠାରେ ପ୍ରବଚନ ପ୍ରଦାନ କରିଥିଲେ। ପରେ ବାଦୀପାଲା ଗାୟକ ନୃସିଂହ ଚରଣ ହୋତା ଓ ଭାସ୍କର ଚନ୍ଦ୍ର ସାହୁ ପାଲା ପରିବେଷଣ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ଜିଲା ପ୍ରଶାସନ ୧୦୦ରୁ ଊର୍ଦ୍ଧ୍ୱ କନଷ୍ଟେବଲ, ୫୦ ହୋମ୍‌ଗାର୍ଡ, ୧୦ ଇନ୍ସପେକ୍ଟର, ୨୦ ସବ୍‌ଇନ୍ସପେକ୍ଟର ସହିତ ପାଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଘଟଗଁା ଏସ୍‌ଡିପିଓ ସୁଶୀଲ ମିଶ୍ର, ଥାନା ଅଧିକାରିଣୀ ପ୍ରତିଭା ମଞ୍ଜରୀ ସାହୁ, ତହସିଲଦାର ଜନକ ନାୟକ ଉପସ୍ଥିତ ଥିଲେ। ଦେବୋତ୍ତର ବିଭାଗର ଡେପୁଟି କମିଶନର ପ୍ରଶାନ୍ତ ବେହେରା ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ସନ୍ଧ୍ୟାରେ ମା’ଙ୍କ ପ୍ରିୟଭୋଗ ଚକୁଳିପିଠା ଭକ୍ତମାନଙ୍କୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବଣ୍ଟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ପୁଅ ମୋଜତାବା, ଜାଣନ୍ତୁ କାରଣ

ତେହରାନ,୨।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପରଲୋକ ପରେ ସମଗ୍ର ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜଧାନୀ ତେହରାନରୁ ଆରମ୍ଭ କରି ମଶାଦ,…

ଦେଓ ନଦୀ ପୋଲ ଉପରେ ଗୋ-ଚାଲାଣ ଗାଡ଼ି ସହ ଅଟୋର ମୁହାଁମୁହିଁ ଧକ୍କା: ଗୋଟିଏ ବଳଦ ମୃତ, ଗୋ-ମାଫିଆ…

ପାଟଣା, ୨ା୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-କରଞ୍ଜିଆ ଦେଇଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି। ସାହାରପଡା ସ୍ଥିତ…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବଦଳିଲା ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚର ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ବର୍ଷା ଯୋଗୁ…

ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…

ସିଂହ ରାଶିରେ ଶୁକ୍ରଙ୍କ ଗୋଚର: ଜୁଲାଇ ୪ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ଧନଲାଭ ସହ ମିଳିବ ସୁଖ-ସମୃଦ୍ଧି

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, ପ୍ରେମ, ସୌନ୍ଦର୍ଯ୍ୟ ଓ ଭୌତିକ ସୁଖ-ସୁବିଧାର କାରକ ବୋଲି କୁହାଯାଏ। ଯେତେବେଳେ ବି ଶୁକ୍ର ନିଜର ରାଶି ପରିବର୍ତ୍ତନ…

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri