ରେଳ ଚଳାଚଳ ଅଢ଼େଇ ଘଣ୍ଟା ବ୍ୟାହତ

କଟକ ଅଫିସ,୧୫।୪: ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ (୧୨୮୯୧)ରେ ଶୁକ୍ରବାର ଯାନ୍ତ୍ରିକ ତ୍ରୁଟି ଯୋଗୁ ପ୍ରାୟ ଅଢ଼େଇ ଘଣ୍ଟା ଧରି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କଟକ ରେଳଷ୍ଟେଶନର ୫ ନମ୍ବର ପ୍ଲାଟଫର୍ମରେ ଗାଡ଼ିଟି ଅଟକି ରହିବା ହେତୁ ଅପ୍‌ ଲାଇନ୍‌ରେ ସେହି ସମୟ ମଧ୍ୟରେ କୌଣସି ରେଳ ଚଳାଚଳ ହୋଇପାରି ନ ଥିଲା। ଫଳରେ କଟକ ଷ୍ଟେଶନ ପୂର୍ବରୁ ୪ଟି ଟ୍ରେନ୍‌କୁ ଅଟକାଇ ରଖାଯାଇଥିଲା। ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ ନ ପାରି ହନ୍ତସନ୍ତ ହୋଇଥିଲେ। ଟ୍ରେନ୍‌ଟିର ଅନ୍ତିମ ଷ୍ଟେଶନ ଭୁବନେଶ୍ୱର ହୋଇଥିବାରୁ ଯାତ୍ରୀମାନେ କଟକରେ ଓହ୍ଲାଇ ସଡ଼କ ପଥରେ ବସ୍‌ ଯୋଗେ ଯିବାକୁ ବାଧ୍ୟ ହୋଇଥିଲେ।
ମିଳିଥିବା ସୂଚନା ଅନୁସାରେ, ଉକ୍ତ ଟ୍ରେନ୍‌ ପ୍ରତିଦିନ ଭଳି ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୯.୧୫ରେ କଟକ ରେଳଷ୍ଟେଶନର ୫ ନମ୍ବର ପ୍ଲାଟଫର୍ମ ମଧ୍ୟକୁ ପ୍ରବେଶ କରୁଥିଲା। ଏହି ସମୟରେ ଟ୍ରେନ୍‌ର ଲୋକୋ ପାଇଲଟ୍‌ ଯାନ୍ତ୍ରିକ ତ୍ରୁଟି ସମ୍ପର୍କରେ ଅବଗତ ହୋଇଥିଲେ। ୨୨ ବଗିବିଶିଷ୍ଟ ଟ୍ରେନ୍‌ର ଇଞ୍ଜିନ୍‌ ଓ ଦୁଇଟି ବଗି ପ୍ଲାଟଫର୍ମ ମଧ୍ୟକୁ ପ୍ରବେଶ କରିସାରିଥିଲା। ହେଲେ ଯାନ୍ତ୍ରିକ ତ୍ରୁଟି ୩ୟ ବଗିରେ ଜଣାପଡ଼ିବାରୁ ଟ୍ରେନ୍‌କୁ ସେହି ଅବସ୍ଥାରେ ଅଟକାଇ ରଖାଯାଇଥିଲା। ଦୁଇ ବଗି ମଧ୍ୟରେ ଧକ୍କାରୁ ରକ୍ଷା କରିବା ପାଇଁ ଥିବା ବଫର କୌଣସି କାରଣରୁ ବଙ୍କା ହୋଇଯାଇଥିଲା। ସେହି ଅବସ୍ଥାରେ ଟ୍ରେନ୍‌ଟି ପ୍ରାୟ ଅଢ଼େଇ ଘଣ୍ଟା ରହିବାରୁ ଅପ୍‌ ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଭୁବନେଶ୍ୱର ଓ କଟକର ଟେକ୍ନିକାଲ ଟିମ୍‌ ସହ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ନଷ୍ଟ ବଫରକୁ କାଟି ବାହାର କରିବା ପରେ ନୂତନ ବଫର ଯୋଡ଼ା ଯାଇଥିଲା। ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ପରେ ଟ୍ରେନ୍‌ଟି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲା। ଅପରପକ୍ଷରେ ରେଲ୍‌ଓ୍ବେ ପକ୍ଷରୁ ଭଦ୍ରକ ଆଡୁ ଆସୁଥିବା ଟ୍ରେନ୍‌ଗୁଡ଼ିକୁ ବିଭିନ୍ନ ଷ୍ଟେଶନରେ ଅଟକାଇ ରଖାଯାଇଥିଲା। କେନ୍ଦ୍ରାପଡ଼ା ରୋଡ୍‌ ଷ୍ଟେଶନ୍‌ରେ ଜଳେଶ୍ୱର-ପୁରୀ ମେମୋ, କପିଳାସ ରୋଡ୍‌ ଷ୍ଟେଶନରେ ତାଳଚେର-ପୁରୀ ଏକ୍ସପ୍ରେସ୍‌, ଧାନମଣ୍ଡଳ ଷ୍ଟେଶନ୍‌ରେ ଦୂରନ୍ତୋ ଓ ନନ୍ଦନକାନନ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଅଟକାଇ ରଖାଯାଇଥିଲା। ଯାତ୍ରୀମାନେ ଅଢ଼େଇ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରେନ୍‌ ଭିତରେ ଫସି ରହିଥିଲେ। ଗରମ ଓ ଗୁଳୁଗୁଳି ଯୋଗୁ ବହୁସଂଖ୍ୟକ ଯାତ୍ରୀ ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ ନ ପାରି ବିଭିନ୍ନ ଷ୍ଟେଶନରେ ଅଟକି ଅତିଷ୍ଠ ହୋଇପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?