Posted inଖେଳ

ରାଞ୍ଚିକୁ ହରାଇ ରାଉରକେଲା ଚାମ୍ପିୟନ

ବ୍ରଜରାଜନଗର,୧୯।୧: ସ୍ଥାନୀୟ ଆମ୍ବିସନ କ୍ଲବ ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ନକ୍‌ଆଉଟ୍‌ କ୍ରିକେଟ ପ୍ରତିଯୋଗିତାର ଅନ୍ତିମ ମ୍ୟାଚ ମଙ୍ଗଳବାର ଜିମଖାନା ରାଉରକେଲା ଏବଂ ରକଅନ୍‌ ରାଞ୍ଚି ମଧ୍ୟରେ ହୋଇଥିଲା। ରାଉରକେଲା ଜିମଖାନା ବ୍ୟାଟିଂ କରି ନିର୍ଦ୍ଧାରିତ ୪୦ ଓଭରରେ ୮ ଉଇକେଟ ହରାଇ ୨୨୭ ରନ୍‌ କରିଥିଲା। ଜବାବରେ ରାଞ୍ଚି ଦଳ ୩୭.୪ ଓଭରରେ ସମସ୍ତ ଉଇକେଟ ହରାଇ ୧୮୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ବରଗଡ଼ ଏମ୍‌ପି ସୁରେଶ ପୂଜାରୀ ମୁଖ୍ୟ ଅତିଥି, ଓଡ଼ିଶା କ୍ରିକେଟ ଆସୋସିଏଶନ ସହ ସମ୍ପାଦକ ମେହେତାବ ଖାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାମ୍ପିୟନ ଓ ରନର୍ସଅପ୍‌ ଦଳକୁ ପୁରସ୍କୃତ କରିଥିଲେ। ଝାରସୁଗୁଡ଼ା କ୍ରିକେଟ ଆସୋସିଏଶନ ସଭାପତି ପ୍ରଜ୍ଜ୍ୱଳ ପଟେଲ, ଅନିରୁଦ୍ଧ କେୱଟ, ପି. ଅଶୋକ, ରବିନ ଷଡଙ୍ଗୀ ଖେଳ ପରିଚାଳନା କରିଥିଲେ। ଉନ୍ନତମାନର ଖେଳ ପ୍ରଦର୍ଶନ ପାଇଁ ସ୍ବସ୍ତିକ ସାମଲ, କ୍ରିଷ୍ଣା ପଲାଇଙ୍କୁ ସମ୍ମାନିତ କରାଯାଇଥିଲା। ଆୟୋଜକ କ୍ଲବର ଅଶୋକ ପ୍ରଧାନ, ସୁବ୍ରତ ଚଇନି, ସଞ୍ଜୟ ଦୁବେ, ଧୀରେନ ପଲାଇ ପ୍ରମୁଖ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରିବାର ସହ ଜନ୍ମଦିନ ପାଳିଲେ ସଚିନ

ମୁମ୍ବାଇ, ୨୫।୪-କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ଶୁକ୍ରବାର ୪୭ବର୍ଷରେ ପଦାର୍ପଣ କରିଛନ୍ତି। କରୋନା ଭାଇରସ ସଂକ୍ରମଣ ଜନିତ ସାମ୍ପ୍ରତିକ ସ୍ଥିତିରେ ସଚିନ ନିଜ ଜନ୍ମଦିନକୁ ନିରାଡ଼ମ୍ବରଭାବେ...

ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ ଏହି କ୍ରିକେଟର୍‌, କହିଲେ ଗର୍ଲଫ୍ରେଣ୍ଡ୍‌ ନ ଥିଲେ…

ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମାକ୍ସଓ୍ବେଲ୍‌ ଗତ ୪ରୁ ୫ ବର୍ଷ ଲଗାତାର କ୍ରିକେଟ ଖେଳିବା ପରେ ମାନସିକ ଏବଂ ଶାରୀରିକ ଭାବେ ଥକି ପଡିଛନ୍ତି। ଏହି...

ଟି୨୦ ସିରିଜରେ ଇଂଲଣ୍ଡର କ୍ଲିନ୍‌ ସୁଇପ୍‌

କେପ୍‌ଟାଉନ,୨।୧୨: ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌କୁ ୯ ଉଇକେଟରେ ଅତି ସହଜରେ ଜିତି ନେଇଛି...

ଆଇପିଏଲ୍‌ ଇତିହାସରେ ଦ୍ୱିତୀୟ ଥର ଘଟିଲା ଏମିତି

ଦୁବାଇ,୫।୧୦: ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଖେଳିଥିଲେ ୧୮ ରନ୍‌ର ପାଳି। ତାହା ପୁଣି ୨୭ ବଲରେ।...

ବିରାଟ କୋହଲି କରୋନା ପଜିଟିଭ୍‌

ଲଣ୍ଡନ,୨୨।୬: ଇଂଲଣ୍ଡ ବିପକ୍ଷରେ ବର୍ମିଂହାମ ଟେଷ୍ଟ ପାଇଁ ଟିମ ଇଣ୍ଡିଆର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହାପୂର୍ବରୁ ଭାରତୀୟ ଦଳର ଅନେକ ଖେଳାଳି କରୋନା ଆକ୍ରାନ୍ତ ହୋଇଛନ୍ତି।...

ପ୍ରଥମ ଟେଷ୍ଟ: ନ୍ୟୁଜିଲାଣ୍ଡର ବୃହତ୍‌ ବିଜୟ

ମାଉଣ୍ଟ ମାଉନ୍‌ଗାନୁଇ,୩୧।୧୨(ଏପି): ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଘରୋଇ ନ୍ୟୁଜିଲାଣ୍ଡ ୧୦୧ ରନରେ ବିଜୟ ହାସଲ କରିଛି। ଦୁଇ...

ଦ୍ୱିତୀୟ ଦିନ ଖେଳରେ ବାଧା ସାଜିଛି ବର୍ଷା

ସେଞ୍ଚୁରିୟନ,୨୭।୧୨:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ସେଞ୍ଚୁରିୟନରେ ଖେଳାଯାଉଛି। ସୋମବାର ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ, କିନ୍ତୁ ଏଠାରେ ପାଗ ଖରାପ...

ଫାଇନାଲରେ ପ୍ଲିସ୍କୋଭା-କର୍ବର

ଇଷ୍ଟବୋର୍ନ(ଇଂଲଣ୍ଡ),୨୯।୬(ଏଏଫ୍‌ପି)- ଏଠାରେ ଚାଲିଥିବା ଇଷ୍ଟବୋର୍ନ ଡବ୍ଲ୍ୟୁଟିଏ ଟେନିସ ଟୁର୍ନାମେଣ୍ଟ ଫାଇନାଲରେ ବିଶ୍ୱର ୩ୟ ର଼୍ୟାଙ୍କ ମହିଳା ସିଙ୍ଗଲ୍ସ ଖେଳାଳି କାରୋଲିନା ପ୍ଲିସ୍କୋଭା ଓ ଓ୍ବିମ୍ବେଲଡନ ଓପନ...

Advertisement
Archives

Model This Week