ତୁଲକି ଉନ୍ମୋଚିତ : ଲେଖକ ସମାଜକୁ ନୂତନ ଦିଗଦର୍ଶନ 

ଭଞ୍ଜନଗର,୧୯।୪(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ବୁଧବାର ବିଭାଗୀୟ ଅଧ୍ୟାପିକା ରୋଜାଲିନ ମହାରଣାଙ୍କ ପୁସ୍ତକ ତୁଲକି ଉନ୍ମୋଚିତ ହୋଇଛି। ଏହାକୁ ଭାରପ୍ରାପ୍ତ ଅଧ୍ୟକ୍ଷ ବିଭାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଶୈଖିକ ପରିଷଦ ସମ୍ପାଦକ ପ୍ରାଧ୍ୟାପକ ହର ପ୍ରସାଦ ଶତପଥୀ, ଅଧ୍ୟାପକ ଦିଗନ୍ତ ଜେନା, ଡ . ରବୀନ୍ଦ୍ର ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଅଧ୍ୟାପିକା ଦିପାଶ୍ରୀ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ।
ଲେଖିକା ଅଧ୍ୟାପିକା ରୋଜାଲିନ ମହାରଣା ପୁସ୍ତକ ଉପରେ ସମ୍ୟକ ସୂଚନା ଦେଇଥିଲେ। ଜଣେ ଆଦିବାସୀ ଗରିବ ଝିଅର ଜୀନଚର୍ଚ୍ଚା ଉପରେ ଏହି ପୁସ୍ତକ ଟି ଲିଖିତ ।  ଜୀବନରେ ସବୁ କିଛି ହରାଇବା ପରେ ମଧ୍ୟ ନିଜ ଗୋଡ଼ରେ କିଭଳି ଠିଆ ହୋଇପାରିଛି ତାହା  ଉପରେ ପୁସ୍ତକଟି ଲିଖିତ। ଏହା ସମାଜକୁ ନୂତନ ଦିଗଦର୍ଶନ ଦେବ ବୋଲି ଆଶା।
ଲେଖକ ମାନଙ୍କ ନୂଆନୂଆ ଲେଖା ସମାଜକୁ ନୂଆଁ ଦିଗଦର୍ଶନ ଦେଇଥାଏ ବୋଲି ବକ୍ତା ମାନେ କହିଥିଲେ। ଜଣେ ଲେଖକ ଈଶ୍ବରଙ୍କ ବରଦାନ ପାଇଥାନ୍ତି। ତେଣୁ ସେମାନେ ଲେଖା ଲେଖିବାରେ ସକ୍ଷମ ହୋଇଥାନ୍ତି। ସଭାକୁ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ରାଜଲକ୍ଷ୍ମୀ ରଥ ସଂଯୋଜନା କରିଥିଲେ। ଅଧ୍ୟାପିକା କଳ୍ପନା ଷଣ୍ଢ ଧନ୍ୟବାଦ ପ୍ରଦାନ କରିଥିଲେ। ଦ୍ୱିତୀୟ ଅଧିବେସନରେ ଯୁକ୍ତ ୩ ଶେଷବର୍ଷ ଛାତ୍ରୀଛାତ୍ରଙ୍କୁ ବିଦାୟ ସମର୍ଦ୍ଧନା ଦିଆଯାଇଥିଲା। ଆଲୋଚନାରେ ଛାତ୍ରୀଛାତ୍ର ସମେତ ଉପସ୍ଥିତ ସମସ୍ତ ଅତିଥି ଭାଗ ନେଇଥିଲେ। ଛାତ୍ର ଚିନ୍ମୟ ପରିଡ଼ା ସ୍ବାଗତ ସଙ୍ଗୀତ ଗାନ କରିଥିଲେ।
ଏହି ଅବସରରେ ଅଧ୍ୟାପିକା ସୁନିତା ରାଣୀ ଖଣ୍ଡୁଆଳ, ତୃପ୍ତିମୟୀ ଦାସ, ଜ୍ୟୋତ୍ସ୍ନା ରାଣୀ ଦାସ, ସ୍ମରଣିକା ପାଢ଼ୀ, ସସ୍ମିତା ଦାସ, ଶେଫାଳୀ ପଟ୍ଟନାୟକ, ରାଜଶ୍ରୀ ନାୟକ, ଅଧ୍ୟାପକ ରଜନୀ କାନ୍ତ ତ୍ରିପାଠୀ, ବିଦେଶୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ONGCର ବଡ଼ ସଫଳତା, ଓଡ଼ିଶା ଉପକୂଳରେ ଗ୍ୟାସ୍‌ର ସନ୍ଧାନ

ନୂଆଦିଲ୍ଲୀ,୨୨।୯: ଓଡ଼ିଶା ଉପକୂଳରେ କୋଣାର୍କଠାରୁ ପ୍ରାୟ ୪୩ କି.ମି. ଦୂରରେ ଭାରତୀୟ ରାଷ୍ଟ୍ରାୟତ୍ତ କମ୍ପାନୀ ଅଏଲ୍‌ ଆଣ୍ଡ୍‌ ନ୍ୟାଚୁରାଲ ଗ୍ୟାସ୍‌ କର୍ପୋରେଶନ ଲିଃ (ଓଏନ୍‌ଜିସି) ଗ୍ୟାସ୍‌ର ସନ୍ଧାନ…

ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀଙ୍କ ଦେହାନ୍ତ

ମୁମ୍ବାଇ, ୨୨।୯: ୧୯୭୦ ଓ ୧୯୮୦ ଦଶକର ବଙ୍ଗଳା ଏବଂ ହିନ୍ଦୀ ସିନେମାକୁ ନିଜର ଦୀପ୍ତିମୟ ଅଭିନୟରେ ସମୃଦ୍ଧ କରିଥିବା ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀ ଆଉ…

ବିହାର ଅସଦାଚରଣ ମାମଲା: ୩ ଗିରଫ

ପାଟନା, ୨୨।୯: ବିହାରର ଜାମୁଇ ଜିଲାରେ ୧୦ମ ଶ୍ରେଣୀର ୨ଜଣ ଛାତ୍ରୀଛାତ୍ରଙ୍କୁ ଅସଦାଚରଣ ଏବଂ ମାଡ଼ ମାରିବା ଘଟଣାରେ ପୋଲିସ ୩ ଜଣ ନାବାଳକଙ୍କୁ ଗିରଫ କରିଛି।…

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ, ଆଗତ ହୋଇପାରେ ୬ ବିଲ୍‌

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରଙ୍କ ସପ୍ତଦଶ ବିଧାନସଭାର ୭ମ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ…

୨୪ ଯାଏ ଏହି ଜିଲାରେ ସ୍କୁଲ୍‌ ଛୁଟି ଘୋଷଣା, ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର,୨୨।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ…

ଦିଲ୍ଲୀ ଲଜ୍ଜା: ମନ୍ଦିର ନିକଟରେ ନାବାଳିକାଙ୍କୁ ଗଣବଳାତ୍କାର; ପୋଲିସ କର୍ମଚାରୀ ସାଜି ଆସିଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ,୨୨।୯: ଦିଲ୍ଲୀର କାଲକାଜୀ ମନ୍ଦିର ନିକଟରେ ଜଣେ ୧୭ ବର୍ଷୀୟା ଯୁବତୀଙ୍କ ସହ ଗଣ-ବଳାତ୍କାରର ଏକ ଜଘନ୍ୟ ଘଟଣା ଘଟିଛି। ଏହି ଘଟଣାରେ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କ…

ବାତିଲ ହେବ ଭାରତ-ଜାପାନ T20 ମ୍ୟାଚ? ପାଣିପାଗକୁ ନେଇ ବଢିଲା ଚିନ୍ତା

ନୂଆଦିଲ୍ଲୀ,୨୨।୯: ଭାରତ ଏବଂ ଜାପାନ ମଧ୍ୟରେ ଏକମାତ୍ର ଟି-୨୦ ମ୍ୟାଚ ମଙ୍ଗଳବାର (ସେପ୍ଟେମ୍ବର ୨୨) ଦିନ ଜାପାନର ସାନୋ ସ୍ଥିତ ସାନୋ ଇଣ୍ଟରନେସନାଲ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାର…

ବୈଜ୍ଞାନିକଙ୍କ ବଡ଼ ଆବିଷ୍କାର, ଦୁଇ ସ୍ୱାଧୀନ ଅଙ୍ଗ ଭାବେ ବିକଶିତ ହୋଇଛି ମଣିଷର ମସ୍ତିଷ୍କ!

ନୂଆଦିଲ୍ଲୀ,୨୨।୯(ପି.ଟି.): ମନୁଷ୍ୟ ମସ୍ତିଷ୍କକୁ ସାଧାରଣତଃ ଏକ ଏକକ ଅଙ୍ଗ ବୋଲି ବିବେଚନା କରାଯାଉଥିବା ବେଳେ ଏହା ଲକ୍ଷ ଲକ୍ଷ ବର୍ଷ ମଧ୍ୟରେ ଦୁଇଟି ସ୍ବାଧୀନ ଅଙ୍ଗ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?