ଭିଜିଲାନ୍ସ, ଇଡି ବା ଆଇଟିରେ ଧରାପଡୁଥିବା ବାବୁଙ୍କ ସମ୍ପତ୍ତି କଳାଧନର ହେବ…

ଭୁବନେଶ୍ୱର,୨୬।୮: ଭିଜିଲାନ୍ସ, ଇଡି ବା ଆଇଟିରେ ଧରାପଡୁଥିବା ବ୍ୟକ୍ତି ତଦନ୍ତ ପରିସରଭୁକ୍ତ ହେବ। ଏହା ସହ ବାବୁଙ୍କ ସମ୍ପତ୍ତି କଳାଧନ ତଦନ୍ତ ପରିସରଭୁକ୍ତକୁ ନିଆଯିବ। ଧରା ପଡୁଥିବା ଅଫିସରଙ୍କ ସମ୍ପତ୍ତି କଳାଧନ ତଦନ୍ତ ପରିସରଭୁକ୍ତ
କରାଯାଇ କଳାଧନ ତଦନ୍ତହେବ। ଏ ନେଇ ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ସୂଚନା ଦେଇଛନ୍ତି। ସେ ଭିଜିଲାନ୍ସ, ହେଉ ଅବା ଇଡି ବା ଆଇଟିରେ ଧରାପଡୁଥିବା ସମସ୍ତ ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ।ଆଇନ ଅନୁସାରେ ଯାହା ବ୍ୟବସ୍ଥା ଅଛି, ସେହି ଅନୁସାରେ ତଦନ୍ତ ହେବ ବୋଲି ଜଷ୍ଟିସ ଅରିଜିତ ପଶାୟତ ସୂଚନା ଦେଇଛନ୍ତି।

ନିକଟରେ ଓଏସ୍‌ଆର୍‌ଟିସି ଚିଫ୍‌ ଆକାଉଣ୍ଟ ଅଫିସର(ସିଏଓ)ଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ସିଏଓ ବିଜୟ ମଙ୍ଗରାଜଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ଭୁବନେଶ୍ବରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ାଉ ଚାଲିଛି। ଭୁବନେଶ୍ବର ଅଫିସ ସମେତ ନନ୍ଦନ ବିହାର, ପଳାଶୁଣୀରେ ମଧ୍ୟ ଚଢ଼ାଉ ଜାରିରହିଛି।

୧) ଫ୍ଲାଟ୍‌ ନଂ ୩୦୧, ଟାଓ୍ବାର-୬, ଜେଡ-୧ ଇଷ୍ଟେଟ୍‌, ନନ୍ଦନକାନନ ରୋଡ୍‌, ନନ୍ଦନବିହାର, ଭୁବନେଶ୍ୱର।

୨) ଭୁବନେଶ୍ୱରର ପଳାଶୁଣିସ୍ଥିତ ପ୍ଲଟ୍‌ ନଂ-୯୧୮ରେ ଏକ ଦୁଇ ମହଲା କୋଠା।

୩) ଭୁବନେଶ୍ୱରର ପଳାଶୁଣିସ୍ଥିତ ପ୍ଲଟ୍‌ ନଂ-୮୯୨ରେ ଦୁଇ ମହଲା କୋଠା।

୪) ମୟୂରଭଞ୍ଜର ଢିପସାହିସ୍ଥିତ ଭୂୟାଁ ନିବାସ।

୫) ଭୁବନେଶ୍ୱରର ଓଏସ୍‌ଆର୍‌ଟିସିର ମୁଖ୍ୟ ଆକାଉଣ୍ଟ ଅଫିସ।

୬) ଭୁବନେଶ୍ୱରର ଖାରବେଳ ଭବନସ୍ଥିତ ଆର୍ଥିକ ପରାମର୍ଶଦାତା କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ, ବାଣିଜ୍ୟ ଏବଂ ପରିବହନ, ୫ମ ମହଲା କୋଠା।

୭) କାର୍ଯ୍ୟାଳୟର ନିର୍ଦ୍ଦେଶକ, ବ୍ୟବସାୟ ବିକାଶ ଏବଂ ଅର୍ଥ, ଓଆର୍‌ଆଇଡିଏଲ୍‌, ୬ ମହଲା, ଇଡ୍‌କୋ ଟାଓ୍ବାର, ଜନପଥ, ଭୁବନେଶ୍ୱର।

ଏବେ ଚଢ଼ାଉ ଚାଲିଛି। ଚଢ଼ାଉ ପରେ ମୋଟ୍‌ର ସମ୍ପତ୍ତିର ଆକଳନ କରାଯିବ ବୋଲି ଜନୈକ ଅଧିକାରୀ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri