Posted inଫୁରସତ

ତରଳୁଛି ପୃଥିବୀର ଛାତ

ଲଦାଖ: ସମୁଦ୍ର ଜଳପତ୍ତନରୁ ପ୍ରାୟ ୩ ମାଇଲ ଉଚ୍ଚତାରେ ଥିବା ତିବ୍ବତୀୟ ମାଳଭୂମି ଏବେ ସାରା ବିଶ୍ୱ ପାଇଁ ବିପଦ ଭାବେ ଉଭା ହୋଇଛି। ପୃଥିବୀର ଛାତ କୁହାଯାଉଥିବା ଏହି ମାଳଭୂମିରେ ତରଳିବାରେ ଲାଗିଛି ବିରାଟ ବରଫ ପାହାଡ଼। ଏହା ଜାରି ରହିଲେ ଖୁବଶୀଘ୍ର ଭାରତ, ପାକିସ୍ତାନ, ଚାଇନା ସମେତ ଏସିଆରେ ଥିବା ଦେଶଗୁଡ଼ିକ ଏହାର ଘାତକ ପରିଣାମ ଭୋଗିବ ବୋଲି ଅନୁସନ୍ଧାନକାରୀ ଚେତାଇ ଦେଇଛନ୍ତି। ଗ୍ଲେସିୟର ତରଳିବା ଯୋଗୁ ନିକଟରେ ଉତ୍ତରାଖଣ୍ଡ ଦେଖଛି ପ୍ରଳୟଙ୍କାରୀ ପ୍ରାକୃତିକ ବିପର୍ଯ୍ୟୟ। ଜଳବାୟୁରେ ଅସ୍ବାଭାବିକ ପରିବର୍ତ୍ତନ, ମନୁଷ୍ୟ କୃତ କାର୍ଯ୍ୟକଳାପ ଯୋଗୁ ଧିରେ ଧିରେ ଧ୍ୱଂସ ଅଭିମୁଖେ ଅଗ୍ରସର ହେଉଛି ପ୍ରକୃତି। ଏଥିରେ ରୋକ ନ ଲାଗିଲେ ପୃଥିବୀ ଏକ ବଡ଼ ଧ୍ୱଂସଲୀଳା ଦେଖିବାକୁ ଯାଉଥିବା ନେଇ ଚେତାବନୀ ଦେଇଛନ୍ତି ବୈଜ୍ଞାନିକ। ପୃଥିବୀର ଛାତ କୁହାଯାଉଥିବା ତିବ୍ବତୀୟ ମାଳଭୂମିରେ ବରଫ ତରଳୁଥିବାରୁ ବଡ଼ ଧରଣର ବିପଦ ମାଡ଼ି ଆସୁଥିବା ନେଇ ନିକଟରେ ଦି ଓ୍ବେଦର ଚ୍ୟାନେଲ ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।
ଏବଂ ଏଭରେଷ୍ଟ ପର୍ବତମାଳା ମଧ୍ୟରେ ଘେରି ହୋଇ ରହିଛି ତିବ୍ବତ ମାଳଭୂମି। ସମୁଦ୍ରପତ୍ତନଠାରୁ ପ୍ରାୟ ୩ ମାଇଲ ଉଚ୍ଚତାରେ ଥିବା ଏହି ମାଳଭୂମି ଏବେ ଗ୍ଲୋବାଲ ଓ୍ବାର୍ମିଂର ଶିକାର ହେବା ସହ ବଡ଼ ବଡ଼ ବରଫ ପାହାଡ଼ମାନ ତରଳିବାରେ ଲାଗିଛି। ଏସିଆର ଓ୍ବାଟର ଟାଓ୍ବାର ବା ପାଣି ଟାଙ୍କି ଭାବେ ମଧ୍ୟ ପରିଚିତ ଏହି ମାଳଭୂମିରେ ମହଜୁଦ୍‌ ଥିବା ବରଫ ତରଳିବା ଯୋଗୁ ବିଭିନ୍ନ ନଦୀକୁ ପାଣି ପ୍ରବାହିତ ହୋଇଥାଏ। କିନ୍ତୁ ଏବେ ଦ୍ରୁତଗତିରେ ଗ୍ଲେସିଅର ତରଳିବା ଯୋଗୁ ସିନ୍ଧୁ ନଦୀ, ଭାରତ ଗଙ୍ଗା ଏବଂ ବ୍ରହ୍ମପୁତ୍ର, ଚାଇନାର ୟଲୋ ଏବଂ ୟାଙ୍ଗଜୀ ନଦୀ ଉପରେ ପ୍ରଭାବ ପଡ଼ିବ। ଏହି ନଦୀଗୁଡ଼ିରେ ଜଳସ୍ତର ବୃଦ୍ଧି ପାଇବ। ଏଥିଯୋଗୁ ସମୁଦ୍ର ଜଳପତ୍ତନ ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି। ଏପରି ହେଲେ ପ୍ରଥମେ ଉପକୂଳ ଅଞ୍ଚଳ ସମୁଦ୍ର ପାଣିରେ ଧୋଇଯିବ। ଏଥିସହ ପୁରା ଏସିଆ ପ୍ରଳୟଙ୍କାରୀ ବନ୍ୟା ଦେଖିବ ବୋଲି ସର୍ଭେ ଟିମ ମୁଖ୍ୟ ଓ୍ବେଙ୍ଗସିଆ ଝାଙ୍ଗ ସୂଚନା ଦେଇଛନ୍ତି।
ଚାଇନା ରିସର୍ଚ୍ଚରଙ୍କ ଦାବି ମୁତାବକ, ଦ୍ରୂତଗତିରେ ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ କ୍ଲାଇମେଟ ମଡେଲ ଯୋଗୁ ତିବ୍ବତରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଯେଉଁ ହାରରେ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନ ହେଉଛି ତାହା ଜାରି ରହିଲେ, ୨୦୪୧ରୁ ୨୦୬୦ ମଧ୍ୟରେ ତିବ୍ବତରେ ତାପମାତ୍ରା ୨.୨୫ ଡିଗ୍ରୀ ସେଲ୍‌ସିଅସ୍‌ ବୃଦ୍ଧି ପାଇବ। ସେହିପରି ୨୦୮୧ରୁ ୨୧୦୦ ମସିହା ମଧ୍ୟରେ ତାପମାତ୍ରା ୨.୯୯ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ଆଶଙ୍କା ରହିଛି। ତିବ୍ବତ ଭଳି ସ୍ଥାନରେ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ଅର୍ଥାତ ମାନବଜାତି ବିନାଶ ଆଡ଼କୁ ଗତି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?