Posted inଖେଳ

ରୋନାଲ୍ଡୋ ସବୁଠୁ ଦାମୀ ଖେଳାଳି

ଲଣ୍ଡନ,୧।୧: କ୍ରିଷ୍ଟିଆନୋ ରୋନାଲ୍ଡୋ ସାଉଦି ଆରବର ଏକ ଫୁଟବଲ କ୍ଲବ ଅଲ୍‌ ନାସର ସହ ଚୁକ୍ତି କରିଛନ୍ତି। ମଧ୍ୟପ୍ରାଚ୍ୟ ଫୁଟ୍‌ବଲ ପାଇଁ ଏହା ଏକ ଉଲ୍ଲେଖନୀୟ ମୁହୂର୍ତ୍ତ ବୋଲି କୁହାଯାଉଛି। କିନ୍ତୁ ୟୁରୋପର ଜଣେ ଅନ୍ୟତମ ବଡ଼ ଷ୍ଟାର ଖେଳାଳି ଖେଳର ଏଲିଟ୍‌ ଷ୍ଟେଜ୍‌ରୁ କ୍ରମେ ହଜିଯିବେ। ରୋନାଲ୍ଡୋ ୨୦୨୫ ପର୍ଯ୍ୟନ୍ତ ଏହି କ୍ଲବ ସହ ଖେଳିବା ଲାଗି ଚୁକ୍ତି କରିଛନ୍ତି। ୫ଥର ବାଲନ ଡି’ଅର୍‌ ପୁରସ୍କାର ବିଜେତା ଦଳର ଜର୍ସି ଧରିଥିବାର ଏକ ଫଟୋକୁ ଅଲ୍‌ ନାସର ସୋସିଆଲ ମିଡିଆରେ ପୋଷ୍ଟ କରିଛି। ଏହା ଏକ ଐତିହାସିକ ମୁହୂର୍ତ୍ତ ବୋଲି କ୍ଲବ ତରଫରୁ ପ୍ରକାଶ କରାଯାଇଛି। ରୋନାଲ୍ଡୋ ଚୁକ୍ତି ସ୍ବାକ୍ଷର କରିବା ଦ୍ୱାରା ଏହା କେବଳ ଆମ କ୍ଲବକୁ ନୁହେଁ, ଆମ ଲିଗ୍‌, ଦେଶ ଏବଂ ଭବିଷ୍ୟତ ପିଢ଼ିର ବାଳକ ଓ ବାଳିକାଙ୍କୁ ପ୍ରେରଣା ଯୋଗାଇ ଦେବ ବୋଲି କ୍ଲବ କହିଛି। ୩୭ ବର୍ଷୀୟ ରୋନାଲ୍‌ଡୋ କିନ୍ତୁ ବହୁ ମୂଲ୍ୟରେ ଏହି ଚୁକ୍ତି ସ୍ବାକ୍ଷର କରିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ପର୍ତ୍ତୁଗାଲ ଷ୍ଟାର ବାର୍ଷିକ ପାଖାପାଖି ୨୦୦ ନିୟୁତ ୟୁରୋ (୧,୭୭୫ କୋଟି ଟଙ୍କା)ଆୟ କରିପାରନ୍ତି। ଫଳରେ ୩ବର୍ଷରେ ସେ ପ୍ରାୟ ୫,୧୦୦ କୋଟି ଟଙ୍କା ପାଇବେ। ଏହାଦ୍ୱାରା ସେ ଖେଳ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହୋଇପାରିଛନ୍ତି। ରୋନାଲ୍ଡୋଙ୍କୁ ଆଣିବା ଦ୍ୱାରା ସାଉଦି ଆରବର ଅନ୍ତର୍ଜାତୀୟ ଭାବମୂର୍ତ୍ତି ବୃଦ୍ଧି ପାଇବ। ଦେଶ ୨୦୩୦ ବିଶ୍ୱକପ୍‌ ଆୟୋଜନ ଲାଗି ବିଡ୍‌ ଦାଖଲ ପାଇଁ ବିଚାର କରୁଛି। ସୂଚନାଯୋଗ୍ୟ, ମାଞ୍ଚେଷ୍ଟର ୟୁନାଇଟେଡ୍‌ ତାଙ୍କ ସହ କରିଥିବା ଚୁକ୍ତି ରଦ୍ଦ କରିଦେବା ପରେ ରୋନାଲ୍ଡୋ ଏକ ଟିଭି ସାକ୍ଷାତ୍‌କାରରେ ବିସ୍ଫୋରକ ବୟାନ ଦେଇଥିଲେ। ତାଙ୍କୁ ନ ଖେଳାଇ ବାରମ୍ବାର ବେଞ୍ଚ୍‌ରେ ବସିବାକୁ ଦିଆଯାଇଥିବାରୁ ସେନେଇ ରୋନାଲ୍ଡୋ ମ୍ୟାନେଜର ଏନିକ୍‌ ଟେନ୍‌ ହାଗ୍‌ ଓ କ୍ଲବର ମାଲିକମାନଙ୍କୁ ସମାଲୋଚନା କରିଥିଲେ। ଏପରି କି ତାଙ୍କୁ କ୍ଲବରୁ ସାମୟିକ ସସ୍‌ପେଣ୍ଡ କରାଯାଇଥିଲା। କାତାର ବିଶ୍ୱକପ୍‌ ମଧ୍ୟ ତାଙ୍କ ପାଇଁ ନୈରାଶ୍ୟଜନକ ଥିଲା। ନକ୍‌ଆଉଟ ରାଉଣ୍ଡରେ ତାଙ୍କୁ ବେଞ୍ଚ୍‌ରେ ବସିବାକୁ ହୋଇଥିଲା। ପର୍ତ୍ତୁଗାଲ କ୍ୱାର୍ଟର ଫାଇନାଲରେ ମର୍‌କ୍କୋଠାରୁ ପରାଜିତ ହେବା ପରେ ସେ ଆଖିରେ ଲୁହ ସହ ପଡ଼ିଆ ଛାଡ଼ିଥିଲେ। ଅନ୍ୟପକ୍ଷରେ ସାଉଦି ଆରବ ଗତମାସରେ କାତାର ବିଶ୍ୱକପ୍‌ରେ ଏହାର ସବୁଠାରୁ ବଡ଼ ଅନ୍ତର୍ଜାତୀୟ ବିଜୟ ହାସଲ କରିପାରିଛି। ଗ୍ରୁପ୍‌ ପର୍ଯ୍ୟାୟ ପ୍ରଥମ ମ୍ୟାଚ୍‌ରେ ଦଳ ପୂର୍ବତନ ଚାମ୍ପିୟନ ଆର୍ଜେଣ୍ଟିନାକୁ ହରାଇ ଚକିତ କରିଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଆଜି ଭାରତ-ଇଂଲଣ୍ଡ ମ୍ୟାଚ୍‌: ବୈଭବଙ୍କ ଉପରେ ଇଂଲଣ୍ଡ ଅଧିନାୟକ ବଡ଼ ବୟାନ, ଦେଲେ

ଚେଷ୍ଟର ଲେ ଷ୍ଟ୍ରିଟ,୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ T20 ସିରିଜର ପ୍ରଥମ ମ୍ୟାଚ୍‌ ଜୁଲାଇ ୧ ତାରିଖ ଅର୍ଥାତ୍‌ ଆଜି ଖେଳାଯିବ। ଖେଳ ପୂର୍ବରୁ, ଇଂଲଣ୍ଡ…

ଟି୨୦ ବିଶ୍ୱକପ୍‌: ଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଲଣ୍ଡନ,୩୦ା୬: ଆଶ୍‌ଲେ ଗାର୍ଡନରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଓ ବେଥ୍‌ ମୁନିଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।…

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

ଦେଶରେ ଛୁଟି ଘୋଷଣା କଲେ ରାଷ୍ଟ୍ରପତି, କାହିଁକି ଜାଣନ୍ତୁ…

ଆସୁନସିଅନ,୩୦ା୬: ଫିଫା ବିଶ୍ୱକପ୍‌ର ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଜର୍ମାନୀକୁ ପରାସ୍ତ କରି ପାରାଗୁଏ ବିପର୍ଯ୍ୟୟ ଘଟାଇବା ପରେ ଦେଶରେ ଛୁଟି ଘୋଷଣା କରାଯାଇଛି। ଆଧୁନିକ ବିଶ୍ୱକପ୍‌ ଇତିହାସରେ…

ବିଶ୍ୱକପରୁ ବାଦ ପଡ଼ିଲା ଜର୍ମାନୀ

ବୋଷ୍ଟନ,୩୦।୬: ଫିଫା ବିଶ୍ୱକପ୍‌ ୨୦୨୬ରେ ଏକ ବଡ଼ ବିପର୍ଯ୍ୟୟ ଘଟିଛି। ୪ ଥରର ଚାମ୍ପିୟନ ଜର୍ମାନୀ ବିଶ୍ୱକପର ରାଉଣ୍ଡ ଅଫ୍‌ ’32’ରୁ ପାରାଗୁଏ ବିପକ୍ଷରେ ପରାଜୟ ବରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri