ସୁଖ ସମୃଦ୍ଧି ଆଣିବ ନୂତନ ବର୍ଷ

ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ ନୂଆବର୍ଷଟି ଯେମିତି ସୁଖ ଓ ସମୃଦ୍ଧିମୟ ହେଉ। ସେଥିପାଇଁ ବାସ୍ତୁଶାସ୍ତ୍ରରେ କିଛିଟା ସହଜ ଉପାୟ କୁହାଯାଇଛି; ଯାହାକୁ ଆପଣାଇଲେ ନୂଆବର୍ଷଟି ସମସ୍ତଙ୍କ ପାଇଁ ସୁଖମୟ ହେବ…

* ନୂଆବର୍ଷ ପାଇଁ ଘରେ ନୂଆ କ୍ୟାଲେଣ୍ଡର ଲଗାଇବା ଏକ ସାଧାରଣ କଥା। କିନ୍ତୁ କ୍ୟାଲେଣ୍ଡରକୁ ଘରର ପୂର୍ବ ଦିଗରେ ଲଗାଇଲେ ଶୁଭଫଳ ମିଳିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ବିଶେଷକରି ସୂର୍ଯ୍ୟୋଦୟର ଫଟୋ ଲାଗିଥିବା କ୍ୟାଲେଣ୍ଡରକୁ ଏହି ଦିଗରେ ଲଗାଇଲେ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି।

* ଘରର ଉନ୍ନତି ପାଇଁ ଅନେକେ ନୂଆବର୍ଷ ଅବସରରେ ଘରକୁ ଭଗବାନ ଗଣେଶଙ୍କର ମୂର୍ତ୍ତି ହେଉ କି ଲାଫିଙ୍ଗ୍‌ ବୁଦ୍ଧ ଅବା କଇଁଛର ପ୍ରତିମା ଆଣିଥାନ୍ତି। ତେବେ ଗଣେଶଙ୍କ ପ୍ରତିମା ରଖିବା ପାଇଁ ଘରର ଉତ୍ତର, ଉତ୍ତର-ପୂର୍ବ ତଥା ପଶ୍ଚିମ ଦିଗ ସର୍ବୋତ୍ତମ ହୋଇଥିବାବେଳେ ଲାଫିଙ୍ଗ୍‌ ବୁଦ୍ଧ ପାଇଁ ଦକ୍ଷିଣ-ପୂର୍ବ ଦିଗ ଏବଂ କଇଁଛ ପ୍ରତିମା ପାଇଁ ଉତ୍ତର ଦିଗ ସବୁଠୁ ଭଲ ହୋଇଥାଏ।

* ସେହିପରି ନୂଆବର୍ଷ ଦିନ ସକାଳୁ ଉଠି ପାଣିରେ ଲୁଣ ପକାଇ ଘରକୁ ଭଲ ଭାବେ ପୋଛିଦେଲେ ଘରେ ଥିବା ନକାରାତ୍ମକ ଊର୍ଜା ଦୂର ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।

* ଅନ୍ୟପକ୍ଷେ ନୂଆବର୍ଷ ଦିନ ଘରେ ସୂର୍ଯ୍ୟୋଦୟର ଫଟୋ ହେଉ ଅବା ଫୁଲଭରା ବଗିଚାର ଫଟୋ ଲଗାଇବା ବି ଘର ପାଇଁ ସୁଖଶାନ୍ତି ଆଣିଥାଏ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନିଦ୍ରା ସମସ୍ୟା ଦୂର କରିବା ପାଇଁ ତକିଆ ତଳେ ରଖନ୍ତୁ ଏହାକୁ…

ମନୁଷ୍ୟକୁ ନିରୋଗ ରଖିବା ପାଇଁ ଗୋଲାପ ଫୁଲ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅନିଦ୍ରା ରୋଗରୁ ଦୂରେଇ ରହିବା ଲାଗି ଏହା ମହୌଷଧୀ ସଦୃଶ କାମ...

ଓରାଲ ଆଣ୍ଟିବାୟୋଟିକ ଓ ପାର୍କିନସନସ

କେତେକ ଓରାଲ ଆଣ୍ଟିବାୟୋଟିକ ଦୀର୍ଘ ବର୍ଷ ଧରି ଖାଇଲେ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ। ଓ୍ବାଶିଂଟନ୍‌ ୟୁନିଭର୍ସିଟିର ସ୍ନାୟୂୁଶଲ୍ୟ ବିଶେଷଜ୍ଞମାନେ ଏପରି ସତର୍କ...

କ୍ୟାନ୍‌ସର ଓ ମସଲାଯୁକ୍ତ ଖାଦ୍ୟ

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚିନ୍ତାର କାରଣ ସାଜିଥିବା କେତେକ ପ୍ରମୁଖ ରୋଗ ମଧ୍ୟରୁ କ୍ୟାନ୍‌ସର ଅନ୍ୟତମ। ଅବଶ୍ୟ ଏବେ କେତେକ କ୍ୟାନ୍‌ସରକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ...

ଶୀତଦିନେ ଖାଆନ୍ତୁ ବାଦାମ, ମିଳିବ ଏସବୁ ଫାଇଦା

ଶୀତଦିନେ ଅତ୍ୟଧିକ ଥଣ୍ଡା ଯୋଗୁ ସାଧାରଣତଃ ଶରୀରର ରୋଗପ୍ରତିରୋଧକ ଶକ୍ତି କମ ହୋଇଯାଏ। ଫଳରେ ଥଣ୍ଡା, କାଶ ଭଳି ଅନେକ ପ୍ରକାର ରୋଗ ଶରୀରକୁ ମାଡି...

ଏହି ୪ ମାମଲାରେ ପୁରୁଷଙ୍କଠାରୁ ଆଗରେ ରହିଥାନ୍ତି ମହିଳା; ଜାଣନ୍ତୁ ଏପରି କାହିଁକି କହିଛନ୍ତି ଚାଣକ୍ୟ…

ଚାଣକ୍ୟ ଭାରତର ମହାନ ରାଜନୈତିଜ୍ଞ, କୁଟନିତିଜ୍ଞ ଏବଂ ଅର୍ଥଶାସ୍ତ୍ରୀ ଥିଲେ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜା କରିବାରେ ଚାଣକ୍ୟଙ୍କ ବଡ଼ ଯୋଗଦାନ ଥିଲା। ଆଜିର ସମୟରେ ମଧ୍ୟ...

ଆଣ୍ଟିବାୟୋଟିକ୍‌ ଖାଉଥିଲେ…

କେତେକ ରୋଗ ପାଇଁ ନିର୍ଦ୍ଦିଷ୍ଟ ଔଷଧ ସହ ଆଣ୍ଟିବାୟୋଟିକ ଖାଇବାକୁ ପଡିଥାଏ। ତେବେ ଏହି ସମୟରେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଆଦୌ ଭୁଲନ୍ତୁ ନାହିଁ।...

ତଥାପି ସକ୍ଷମ : ଦୃଢ଼ ମନୋବଳ ବାଟ ଦେଖାଇଛି

ଦିବ୍ୟାଙ୍ଗ ହେଲେ ମଧ୍ୟ ଏମାନେ ଅନ୍ୟମାନଙ୍କଠାରୁ କମ୍‌ ନୁହନ୍ତି। ବିଭିନ୍ନ ପ୍ରତିବନ୍ଧକକୁ ଏଡ଼ାଇ ନିଜ ଲକ୍ଷ୍ୟପଥରେ ଅଗ୍ରସର ହୋଇ ଚାଲିଛନ୍ତି । ଚଳିତ ମାସ ୮...

ଟ୍ରାଭେଲ୍‌ ଟାଟୁ: ଦେଖାଯାଏ ଫ୍ୟାଶନେବଲ୍‌, ବଢ଼ାଏ ବୁଲିବାର କ୍ରେଜ୍‌

ଆଜିକାଲିର ମଡର୍ନ ଦୁନିଆରେ ଟାଟୁ କରିବାକୁ ନେଇ ଯୁବପିଢ଼ିଙ୍କ ଭିତରେ ବେଶ୍‌ କ୍ରେଜ୍‌ ରହୁଥିବା ଦେଖିବାକୁ ମିଳୁଛି। ଖାସ୍‌ କରି ଟ୍ରାଭେଲ୍‌ ଟାଟୁର ଡିମାଣ୍ଡ ଏବେ...

Advertisement
Archives

Model This Week