Posted inଖେଳ

ଗୃହବନ୍ଦୀରୁ ମୁକ୍ତ ହେଲେ ରୋନାଲ୍ଡିିନୋ

ଆସନସିଅନ (ପାରାଗୁଏ), ୨୬ା୮(ଏପି)-ଅବସରପ୍ରାପ୍ତ ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ରୋନାଲ୍ଡିିନୋ ଗୃହବନ୍ଦୀରୁ ଖଲାସ ହୋଇଛନ୍ତି। ଜାଲ୍‌ ପାସ୍‌ପୋର୍ଟ ଜରିଆରେ ସେ ପାରାଗୁଏ ଯାଇଥିଲେ। ସେଠାରେ ଧରାପଡ଼ିବା ପରେ ଦେଶରେ ୫ମାସ ଧରି ତାଙ୍କୁ ଅଟକ ରହିବାକୁ ପଡ଼ିଥିଲା। ରୋନାଲ୍ଡିନୋ ଓ ତାଙ୍କ ଭାଇ ରବର୍ଟୋ ଡି’ ଆସିସ୍‌ ମୋରେରାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ହୋଇଥିଲା। ମାତ୍ର ପାରାଗୁୟାନ ବିଚାରପତି ଏହାକୁ ସସ୍‌ପେଣ୍ଡ କରି ୨୦୦,୦୦୦ ଡଲାର ଜରିମାନା ବିନିମୟରେ ଛାଡ଼ କରିଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ରୋନାଲ୍ଡିନୋ ଓ ତାଙ୍କ ଭାଇ ଗତ ମାର୍ଚ୍ଚ ମାସରେ ଜାଲ ପାସ୍‌ପୋର୍ଟ ଜରିଆରେ ପାରାଗୁଏରେ ପ୍ରବେଶ କରିଥିଲେ। ଦୁହେଁ ସେମାନଙ୍କ ବ୍ୟବସାୟିକ କାର୍ଯ୍ୟକଳାପ ନେଇ ଏହି ଦେଶକୁ ଯାଇଥିଲେ। ତଦନ୍ତ କାର୍ଯ୍ୟ ଚାଲିଥିବା ଅବସରପ୍ରାପ୍ତ ଫୁଟ୍‌ବଲ ଷ୍ଟାରଙ୍କୁ ଏକ ହାଇ ସିକ୍ୟୁରିଟି ଜେଲ୍‌ରୁ ଖଲାସ କରାଯାଇ ଏକ ବିଳାସପୂର୍ଣ୍ଣ ହୋଟେଲରେ ଗୃହବନ୍ଦୀରେ ରହିବା ଲାଗି ନିର୍ଦ୍ଦେଶ ହୋଇଥିଲା। ବର୍ତ୍ତମାନ ସେ ନିଜ ଦେଶ ବ୍ରାଜିଲକୁ ଫେରିଯାଇପାରିବେ। ରୋନାଲ୍ଡିନୋ ୨୦୦୨ରେ ଫୁଟ୍‌ବଲ ବିଶ୍ୱକପ୍‌ ଚାମ୍ପିୟନ ବ୍ରାଜିଲ ଦଳର ଅନ୍ୟତମ ପ୍ରମୁଖ ସଦସ୍ୟ ଥିଲେ। ସେ ବାର୍ସିଲୋନା, ମିଲାନ ଓ ପ୍ୟାରିସ ସେଣ୍ଟ୍‌ ଜର୍ମେନ ସମେତ ଅନ୍ୟ କେତେକ ଫୁଟ୍‌ବଲ କ୍ଲବ ତରଫରୁ ପ୍ରତିନିଧିତ୍ୱ କରିଛନ୍ତି। ସ୍ଥାନୀୟ ଏକ ଅନୁଷ୍ଠାନର ନିମନ୍ତ୍ରଣ କ୍ରମେ ପାରାଗୁଏ ଯାଇଥିଲେ। ଗରିବ ପିଲାମାନଙ୍କ ଲାଗି ଏକ ସ୍କୁଲକୁ ସହାୟତା କରିବାକୁ ଯାଇ ତାଙ୍କ ଅଟୋବାୟୋଗ୍ରାଫି ପ୍ରଦାନ କରିଥାନ୍ତେ। ଏହାଛଡ଼ା ତାଙ୍କର ଏକ କ୍ୟାସିନୋର ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଥିଲା। ରୋନାଲ୍ଡିନୋ ଜାଲ୍‌ ପାସ୍‌ପୋର୍ଟ କେଉଁଠାରୁ ପାଇଲେ ବୋଲି ଯେତେବେଳେ ସ୍ଥାନୀୟ କର୍ତ୍ତୃପକ୍ଷ ପଚାରିଲେ, ବ୍ରାଜିଲର ଜଣେ ବ୍ୟବସାୟୀ ଏହାକୁ ଉପହାର ଆକାରରେ ତାଙ୍କୁ ଦେଇଥିବା ସେ କହିଥିଲେ। ଏହି ବ୍ୟବସାୟୀ ଜଣଙ୍କୁ ମଧ୍ୟ ଜେଲ ଦଣ୍ଡ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri