ପୁରୀ, କୋଣାର୍କକୁ ଗଡ଼ିବ ‘ମୋ ବସ୍‌’

ଭୁବନେଶ୍ୱର,୨୬।୯(ବ୍ୟୁରୋ):  ପୁରୀ ଓ କୋଣାର୍କକୁ ମୋ ବସ୍‌ ସେବା ଆରମ୍ଭ ହେବ। ଆସନ୍ତା ୨୭ ତାରିଖରେ ବିଶ୍ୱ ପର୍ଯ୍ୟଟନ ଦିବସରୁ ମୋ ବସ୍‌ ସେବା ଆରମ୍ଭ ହେବ ବୋଲି ମୋ ବସ୍‌ ପରିଚାଳନା ସଂସ୍ଥା କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ କୁହାଯାଇଛି। ରୁଟ୍‌ ନଂ-୫୦ରେ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍‌ ବସଷ୍ଟାଣ୍ଡ୍‌ରୁ ବାହାରି ପୁରୀ ପର୍ଯ୍ୟନ୍ତ ମୋ ବସ ଯିବ। ସେହିପରି କୋଣାର୍କକୁ ରୁଟ୍‌ ନଂ-୭୦ରେ ସଂଯୋଗ କରିବ। ଏ ନେଇ କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି, ପୁରୀ ଓ କୋଣାର୍କ ଓଡ଼ିଶାର ଏକ ପ୍ରମୁଖ ସାଂସ୍କୃତିକ କ୍ଷେତ୍ର ଭାବେ ବିଶ୍ୱବିଦିତ। ଓଡ଼ିଶାରୁ ଓ ରାଜ୍ୟ ବାହାର ବିଭିନ୍ନ ସହରରୁ ଆସୁଥିବା ଅସଂଖ୍ୟ ପର୍ଯ୍ୟଟକ ତଥା ରାଜଧାନୀରୁ ପ୍ରତିଦିନ ଯାତାୟାତ କରୁଥିବା ଅନେକ ଲୋକ ଏହାଦ୍ୱରା ଲାଭବାନ ହେବେ। ପ୍ରଥମେ ୨ଟି ବିନା ବାର୍ତ୍ତାନୁକୁଳିତ ମୋ ବସ ସେବା ଆରମ୍ଭ ହେବାକୁ ସ୍ଥିର କରାଯାଇଥିବାବେଳେ ରବିବାର ଗୋଟିଏ ଲେଖାଏ ବସ୍‌ ଉଭୟ ରୁଟ୍‌ରେ ଯିବ। ସାଧାରଣ ବସ ସେବା ସୋମବାରଠାରୁ ଆରମ୍ଭ ହେବ ଓ ୨ଟି ଲେଖାଏ ବସ୍‌ ପ୍ରତ୍ୟେକ ରୁଟ୍‌ରେ ଚାଲିବ ବୋଲି ବୋଥ୍ରା କହିଛନ୍ତି। ରୁଟ୍‌ ନଂ-୫୦ ପାଇଁ ସର୍ବାଧିକ ୭୦ଟଙ୍କା ଏବଂ ରୁଟ୍‌ ନଂ-୭୦ ପାଇଁ ୬୦ ଟଙ୍କା ଯାତ୍ରୀଭଡ଼ା ଧାର୍ଯ୍ୟ କରାଯାଇଛି। ବୋଥ୍ରା ନିର୍ଦ୍ଧାରିତ ବସ୍‌ ଭଡ଼ାର ଠିକ୍‌ ମୁଲ୍ୟ ମୁତାବକ ଖୁଚୁରା ଦେବାପାଇଁ ଅନୁରୋଧ କରିଛନ୍ତି ଏବଂ କ୍ୟୁଆର୍‌ କୋଡ୍‌ ସେବାର ବ୍ୟବହାର କରିବାକୁ ଅପିଲ କରିଛନ୍ତି। ଏହାଦ୍ୱାରା ନୋଟ୍‌ ଏବଂ ଖୁଚୁରାର ଆଦାନପ୍ରଦାନ ଜନିତ ଭୂତାଣୁ ସମ୍ପ୍ରସାରଣକୁ ରୋକି ହେବା ସହ ଯାତ୍ରୀ ଓ ଗାଇଡ୍‌ମାନେ ନିଜକୁ ସୁରକ୍ଷିତ ରଖିପାରିବେ। ରୁଟ୍‌ ନଂ-୫୦ ମାଷ୍ଟରକ୍ୟାଣ୍ଟିନ୍‌, ରାଜ୍ୟ ସଂଗ୍ରହାଳୟ, ରବି ଟକିଜ୍‌, ଧଉଳି ଛକ, ଉତ୍ତରା ଛକ, ପିପିଲି ବାଇପାସ୍‌, ମାଳତୀପାଟପୁର ଓ ପୁରୀ ବସଷ୍ଟାଣ୍ଡରେ ରହିବ। ସେହିପରି ରୁଟ୍‌-୭୦ ସମସ୍ତ ମୁଖ୍ୟ ମୁଖ୍ୟ ବସ୍‌ଷ୍ଟପରେ ଦେଇ ଯାତ୍ରା କରିବ। ମାସ୍କ ପିନ୍ଧିଥିବା ଯାତ୍ରୀ ବସରେ ଯାତ୍ରା କରିପାରିବେ ବୋଲି ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏଡିଏମଙ୍କ କ୍ୟାମ୍ପ କୋର୍ଟ ପୁଣି ଆରମ୍ଭ: ଲୋକଙ୍କୁ ତ୍ୱରିତ ସେବା ଦେବାକୁ ନିର୍ଦ୍ଦେଶ

ଭଞ୍ଜନଗର, ୨୬।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଏଡିଏମ ଦେବଦତ୍ତ ପଣ୍ତା ମଙ୍ଗଳବାର ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କ୍ୟାମ୍ପ କୋର୍ଟ ଆୟୋଜନ କରିଥିଲେ। ଏହି ସମୟରେ ସେ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

IPL ପରେ MI ଛାଡି ଏହି ଟିମ୍‌କୁ ଯିବେ ପାଣ୍ଡ୍ୟା! ଏହି ଖେଳାଳିଙ୍କ ବଡ଼ ସଙ୍କେତ ପରେ କ୍ରିକେଟଜଗତରେ ହଇଚଇ

ନୂଆଦିଲ୍ଲୀ, ୨୬।୫: ଆଇପିଏଲ (IPL) ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଭଲ ରହିନାହିଁ ଏବଂ ଏହା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ…

ବରଗଡ଼ ଏମ୍‌ପିଙ୍କ ବଡ଼ ଘୋଷଣା: ଲିପସିତ୍ , ପ୍ରୀତମଙ୍କୁ ଗୁରୁଦାୟିତ୍ବ

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ସାଂସଦ (MP) ପ୍ରଦୀପ କୁମାର ପୁରୋହିତ ସୋମବାର ବରଗଡ଼ ଜିଲାର ବରଗଡ଼ ଓ ପଦ୍ମପୁର ଉପଖଣ୍ଡ ପାଇଁ ତାଙ୍କ ପ୍ରତିନିଧି (NOMINEE)…

ଦେବାଶିଷଙ୍କ ଉପରେ ବର୍ଷିଲେ ମହେଶ: କାଇଁ କହୁନାହାନ୍ତି ତ ପାଣ୍ଡିଆନଙ୍କ ପାଇଁ…

ଭୁବନେଶ୍ୱର,୨୬।୫ ରାଜ୍ୟସଭା ଏମ୍ ପି ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ି ଭାଜପାରେ ଯୋଗଦାନ  ପରେ ରାଜନୈତିକ ମହଳରେ ପ୍ରତିକ୍ରିୟା ଜୋର ଧରିଛି। ଏହାକୁ ନେଇ ବିଜେଡି ନେତା…

କ୍ୱାଲିଫାୟର-୧: ହୋଇପାରେ ହାଇସ୍କୋରିଂ ମ୍ୟାଚ୍‌

ଧର୍ମଶାଳା,୨୬ା୫; ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ ଧର୍ମଶାଳାରେ ମଙ୍ଗଳବାର କ୍ୱାଲିଫାୟର-୧ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ଗୋଟିଏ ଦିନରେ କେତେ ତେଲ ବିକ୍ରି କରିପାରିବ ପେଟ୍ରୋଲ ପମ୍ପ? ଜାଣନ୍ତୁ କଣ ରହିଛି କୋଟା ଓ ସରକାରୀ ନିୟମ

ନୂଆଦିଲ୍ଲୀ,୨୬।୫: ଦେଶରେ ପେଟ୍ରୋଲ ଓ ଡିଜେଲର ବଢୁଥିବା ଦର ମଧ୍ୟରେ ପେଟ୍ରୋଲ ପମ୍ପଗୁଡ଼ିକର ବିକ୍ରି କ୍ଷମତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତୁ ଜାଣିବା ଜଣେ ପେଟ୍ରୋଲ…

ଖାଇବା ତେଲ ଉପରେ ସରକାରଙ୍କ ନଜର; ଜାଣନ୍ତୁ କ’ଣ ହେବ ନୂଆ ନିୟମ?

ନୂଆଦିଲ୍‌ଲୀ,୨୬।୫: ବଜାରରେ ବର୍ତ୍ତମାନ ଖାଦ୍ୟ ତେଲ ପ୍ୟାକେଟଗୁଡ଼ିକ ବିଭିନ୍ନ ଆକାରରେ ବିକ୍ରି ହେଉଛି ଯେପରିକି 650 ଗ୍ରାମ, 700 ଗ୍ରାମ, 810 ଗ୍ରାମ ଏବଂ 850 ଗ୍ରାମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri