ପୁରୀ, କୋଣାର୍କକୁ ଗଡ଼ିବ ‘ମୋ ବସ୍‌’

ଭୁବନେଶ୍ୱର,୨୬।୯(ବ୍ୟୁରୋ):  ପୁରୀ ଓ କୋଣାର୍କକୁ ମୋ ବସ୍‌ ସେବା ଆରମ୍ଭ ହେବ। ଆସନ୍ତା ୨୭ ତାରିଖରେ ବିଶ୍ୱ ପର୍ଯ୍ୟଟନ ଦିବସରୁ ମୋ ବସ୍‌ ସେବା ଆରମ୍ଭ ହେବ ବୋଲି ମୋ ବସ୍‌ ପରିଚାଳନା ସଂସ୍ଥା କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ କୁହାଯାଇଛି। ରୁଟ୍‌ ନଂ-୫୦ରେ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍‌ ବସଷ୍ଟାଣ୍ଡ୍‌ରୁ ବାହାରି ପୁରୀ ପର୍ଯ୍ୟନ୍ତ ମୋ ବସ ଯିବ। ସେହିପରି କୋଣାର୍କକୁ ରୁଟ୍‌ ନଂ-୭୦ରେ ସଂଯୋଗ କରିବ। ଏ ନେଇ କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି, ପୁରୀ ଓ କୋଣାର୍କ ଓଡ଼ିଶାର ଏକ ପ୍ରମୁଖ ସାଂସ୍କୃତିକ କ୍ଷେତ୍ର ଭାବେ ବିଶ୍ୱବିଦିତ। ଓଡ଼ିଶାରୁ ଓ ରାଜ୍ୟ ବାହାର ବିଭିନ୍ନ ସହରରୁ ଆସୁଥିବା ଅସଂଖ୍ୟ ପର୍ଯ୍ୟଟକ ତଥା ରାଜଧାନୀରୁ ପ୍ରତିଦିନ ଯାତାୟାତ କରୁଥିବା ଅନେକ ଲୋକ ଏହାଦ୍ୱରା ଲାଭବାନ ହେବେ। ପ୍ରଥମେ ୨ଟି ବିନା ବାର୍ତ୍ତାନୁକୁଳିତ ମୋ ବସ ସେବା ଆରମ୍ଭ ହେବାକୁ ସ୍ଥିର କରାଯାଇଥିବାବେଳେ ରବିବାର ଗୋଟିଏ ଲେଖାଏ ବସ୍‌ ଉଭୟ ରୁଟ୍‌ରେ ଯିବ। ସାଧାରଣ ବସ ସେବା ସୋମବାରଠାରୁ ଆରମ୍ଭ ହେବ ଓ ୨ଟି ଲେଖାଏ ବସ୍‌ ପ୍ରତ୍ୟେକ ରୁଟ୍‌ରେ ଚାଲିବ ବୋଲି ବୋଥ୍ରା କହିଛନ୍ତି। ରୁଟ୍‌ ନଂ-୫୦ ପାଇଁ ସର୍ବାଧିକ ୭୦ଟଙ୍କା ଏବଂ ରୁଟ୍‌ ନଂ-୭୦ ପାଇଁ ୬୦ ଟଙ୍କା ଯାତ୍ରୀଭଡ଼ା ଧାର୍ଯ୍ୟ କରାଯାଇଛି। ବୋଥ୍ରା ନିର୍ଦ୍ଧାରିତ ବସ୍‌ ଭଡ଼ାର ଠିକ୍‌ ମୁଲ୍ୟ ମୁତାବକ ଖୁଚୁରା ଦେବାପାଇଁ ଅନୁରୋଧ କରିଛନ୍ତି ଏବଂ କ୍ୟୁଆର୍‌ କୋଡ୍‌ ସେବାର ବ୍ୟବହାର କରିବାକୁ ଅପିଲ କରିଛନ୍ତି। ଏହାଦ୍ୱାରା ନୋଟ୍‌ ଏବଂ ଖୁଚୁରାର ଆଦାନପ୍ରଦାନ ଜନିତ ଭୂତାଣୁ ସମ୍ପ୍ରସାରଣକୁ ରୋକି ହେବା ସହ ଯାତ୍ରୀ ଓ ଗାଇଡ୍‌ମାନେ ନିଜକୁ ସୁରକ୍ଷିତ ରଖିପାରିବେ। ରୁଟ୍‌ ନଂ-୫୦ ମାଷ୍ଟରକ୍ୟାଣ୍ଟିନ୍‌, ରାଜ୍ୟ ସଂଗ୍ରହାଳୟ, ରବି ଟକିଜ୍‌, ଧଉଳି ଛକ, ଉତ୍ତରା ଛକ, ପିପିଲି ବାଇପାସ୍‌, ମାଳତୀପାଟପୁର ଓ ପୁରୀ ବସଷ୍ଟାଣ୍ଡରେ ରହିବ। ସେହିପରି ରୁଟ୍‌-୭୦ ସମସ୍ତ ମୁଖ୍ୟ ମୁଖ୍ୟ ବସ୍‌ଷ୍ଟପରେ ଦେଇ ଯାତ୍ରା କରିବ। ମାସ୍କ ପିନ୍ଧିଥିବା ଯାତ୍ରୀ ବସରେ ଯାତ୍ରା କରିପାରିବେ ବୋଲି ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri