Posted inଖେଳ

ରୋହିତ ଭାରତୀୟ ଟି୨୦ ଦଳର ନେତୃତ୍ୱ ନେବା ଉଚିତ: ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୧୨।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦୃଷ୍ଟାନ୍ତମୂଳକ ସଫଳତା ହାସଲ କରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ୍‌ ଶର୍ମାଙ୍କୁ ପୂର୍ବତନ କ୍ରିକେଟରମାନେ ଭୂୟସୀ ପ୍ରଶଂସା କରିଛନ୍ତି। ରୋହିତ ଏବେ ଭାରତୀୟ ଟି୨୦ ଦଳରେ ଅଧିନାୟକ ହେବା ଉଚିତ ବୋଲି ସେମାନେ ମତ ଦେଇଛନ୍ତି। ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ପଞ୍ଚମଥର ପାଇଁ ଆଇପିଏଲ୍‌ ଟାଇଟଲ ହାସଲ କରିବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ କ୍ରିକେଟରମାନେ। ଅନ୍ୟପଟେ ଭାରତୀୟ ନିୟମିତ ଅଧିନାୟକ ବିରାଟ କୋହଲି ୮ଟି ସଂସ୍କରଣ ଖେଳିବା ସତ୍ତ୍ୱେ ଏପର୍ଯ୍ୟନ୍ତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପାଇଁ ଆଇପିଏଲ ଟାଇଟଲ ଜିତିପାରି ନାହାନ୍ତି। ରୋହିତ ଟି୨୦ ଓ ଦିନିକିଆ ଫର୍ମାଟରେ କୋହଲିଙ୍କ ଡେପୁଟି ରହିଛନ୍ତି। ସଦ୍ୟ ସମାପ୍ତ ଦିଲ୍ଲୀ ବିପକ୍ଷ ଆଇପିଏଲ୍‌ ଫାଇନାଲ ମ୍ୟାଚ୍‌ରେ ରୋହିତ ସର୍ବାଧିକ ଦ୍ରୁତ ୬୮ ରନ ସଂଗ୍ରହ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଆରସିବି ପ୍ଲେ- ଅଫ୍‌ରେ ଏଲିମିନେଟ୍‌ ହୋଇଥିଲା।
ଯଦି ରୋହିତ ଭାରତର ଅଧିନାୟକ ନ ହୁଅନ୍ତି ତେବେ ଏହା ସେମାନଙ୍କ କ୍ଷତି ହେବ, ରୋହିତଙ୍କର ନୁହେଁ ବୋଲି ପୂର୍ବତନ ଓପନର ଗୌତମ ଗମ୍ଭୀର କହିଛନ୍ତି। ରୋହିତ ୫ଟି ଆଇପିଏଲ୍‌ ଟାଇଟଲ ଜିତିଛନ୍ତି ଓ ଟୁର୍ନାମେଣ୍ଟ ଇତିହାସରେ ସଫଳତମ ଅଧିନାୟକ ସାବ୍ୟସ୍ତ ହୋଇଛନ୍ତି। ଯଦି ରୋହିତଙ୍କୁ ନେତୃତ୍ୱ ଦିଆ ନ ଯାଏ ତେବେ ଏହା ଲଜ୍ଜାଜନକ ବିଷୟ ହେବ। ସୀମିତ ଓଭରରେ ରୋହିତ ନିଶ୍ଚିତ ଭାବେ କୋହଲିଙ୍କଠାରୁ ଭଲ ଅଧିନାୟକ ସାବ୍ୟସ୍ତ ହେବେ। ତେଣୁ ଭାରତର ନେତୃତ୍ୱକୁ ଏବେ ଭାଗ କରିବାର ସମୟ ଆସି ଉପନୀତ ହୋଇଛି। ଭିନ୍ନ ଭିନ୍ନ ଫର୍ମାଟ ପାଇଁ ଅଲଗା ନେତୃତ୍ୱର ଆବଶ୍ୟକତା ରହିଛି। ତେବେ କୋହଲି ଅଧିନାୟକ ହିସାବରେ ଖରାପ କହୁନାହିଁ ବୋଲି ଗମ୍ଭୀର ସ୍ପଷ୍ଟ କରିଛନ୍ତି। ତେବେ ରୋହିତ ଅପେକ୍ଷାକୃତ ଭଲ ଅଧିନାୟକ ହୋଇପାରିବେ ବୋଲି ସେ କହିଛନ୍ତି। ସେହିପରି ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ ଭନ୍‌ ମଧ୍ୟ ରୋହିତଙ୍କ ସପକ୍ଷରେ ମତ ଦେଇଛନ୍ତି। ରୋହିତଙ୍କ ନେତୃତ୍ୱରେ ଭାରତ ଟି୨୦ରେ ଆହୁରି ଭଲ ପ୍ରଦର୍ଶନ କରିବ। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଭଳି ଭାରତ ପାଇଁ ମଧ୍ୟ ଭିନ୍ନ ଭିନ୍ନ ଫର୍ମାଟ ପାଇଁ ଅଲଗା ଅଧିନାୟକ ନିଯୁକ୍ତ କରିହେବ। କୋହଲି ଜଣେ ସୁପରଷ୍ଟାର ଓ ସୁପର ହ୍ୟୁମାନ। ସେ ଦିନିକିଆ ଓ ଟେଷ୍ଟରେ ଅଧିନାୟକ ରହିବାରେ କୌଣସି ସମସ୍ୟା ନାହିଁ। ପୁଣି ଏହା ହେଲେ କୋହଲିଙ୍କ ଉପରୁ କାର୍ଯ୍ୟଭାର କମିବ ବୋଲି ଭନ୍‌ କହିଛନ୍ତି। ସେହିପରି ରୋହିତ ଟି୨୦ ଫର୍ମାଟରେ ଅପେକ୍ଷାକୃତ ଭଲ ଅଧିନାୟକ ହୋଇପାରିବେ ବୋଲି ପୂର୍ବତନ ଓପନର ବୀରେନ୍ଦ୍ର ସେହ୍ବାଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri