Posted inଖେଳ

ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି: ରୋହିତ

ଶାରଜା,୫।୧୧(ପି.ଟି.): ଏବେ ସୁସ୍ଥ ଅଛି ଓ ହାର୍ମଷ୍ଟ୍ରିଙ୍ଗ୍‌ ଇଞ୍ଜୁରି ମଧ୍ୟ ସମ୍ପୂର୍ଣ୍ଣ ରୂପେ ଭଲ ଅଛି ବୋଲି ଭାରତୀୟ ତାରକା ଓପନର ରୋହିତ ଶର୍ମା କହିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଇଞ୍ଜୁରି କାରଣରୁ ସେ ୨ ସପ୍ତାହ ଖେଳି ନ ଥିଲେ। ତେବେ ସେ ପ୍ରତ୍ୟାବର୍ତ୍ତନ କରି ପୁଣି ଥରେ ନେତୃତ୍ୱ ନେବା ସହ ମୁମ୍ବାଇ ଇଣ୍ଡିଆନ୍ସର ମଙ୍ଗ ଧରିଛନ୍ତି। ଦୁଇ ସପ୍ତାହ ଆଇପିଏଲ୍‌ ନ ଖେଳିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇ ନ ଥିଲା। ଗତ ମ୍ୟାଚ୍‌ରେ ସେ ସନରାଇଜର୍ସ ହାଇଦ୍ରାବଦ୍‌ ବିପକ୍ଷରେ ମାତ୍ର ୭ଟି ବଲ୍‌ ଖେଳିଥିଲେ। ମୁମ୍ବାଇ ଏହି ମ୍ୟାଚ୍‌ରେ ୧୦ ଉଇକେଟରେ ପରାସ୍ତ ହୋଇଥିଲା।
ପ୍ରତ୍ୟାବର୍ତ୍ତନ କରିଥିତ୍ବାରୁ ବେଶ୍‌ ଖୁସି ଅଛି। ଆଗକୁ କେତୋଟି ମ୍ୟାଚ୍‌ ଖେଳିବି ବୋଲି ଲକ୍ଷ୍ୟ ରଖିଛି। ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରି ପୂରା ଭଲ ଅଛି ଓ ପୂରା ସୁସ୍ଥ ଅଛି ବୋଲି ରୋହିତ ମ୍ୟାଚ୍‌ ପରେ କହିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ତାଙ୍କୁ ଇଞ୍ଜୁରିରୁ ପ୍ରତ୍ୟାବର୍ତ୍ତନ ନ କରିବାକୁ ସେତେଟା ବ୍ୟଗ୍ର ନ ହେବ ପାଇଁ ପରାମର୍ଶ ଦେଇଥିଲେ। ସେତେବେଳକୁ ସେ ୪ଟି ଆଇପିଏଲ୍‌ ମ୍ୟାଚ୍‌ ଖେଳି ନ ଥିଲେ। ଏହି ଇଞ୍ଜୁରି କାରଣରୁ ଭାରତୀୟ ଚୟନକର୍ତ୍ତାମାନେ ରୋହିତଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳରେ ସାମିଲ କରି ନ ଥିଲେ। ଏବେ ସେ ପ୍ରତ୍ୟାବର୍ତ୍ତନ କରି ନିଜ ଫିଟ୍‌ନେସର ପ୍ରମାଣ ଦେଇଛନ୍ତି। ରୋହିତ ବାମ ଗୋଡରେ ହାମଷ୍ଟ୍ରିଙ୍ଗ ଇଞ୍ଜୁରିର ଶିକାର ହୋଇଥିଲେ ବୋଲି ମୁମ୍ବାଇ ଇଣ୍ଡିଆନ୍ସ ଟିମ ମ୍ୟାନେଜମେଣ୍ଟ କହିଛି। ଅକ୍ଟୋବର ୧୮ ତାରିଖରେ ସେ କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ଆହତ ହୋଇଥିଲେ। ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ହାଇଦ୍ରାବାଦଠାରୁ ମୁମ୍ବାଇ ଲଜ୍ଜାଜନକ ଭାବେ ପରାସ୍ତ ହୋଇଥିଲା। ତେବେ ଏହି ପରାଜୟକୁ ଭୁଲି ଆମେ ଗୁରୁବାର ଖେଳାଯିବାକୁ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ କ୍ୱାଲିଫାୟର- ୧ ମୁକାବିଲା ଉପରେ ଫୋକସ କରୁଛୁ ବୋଲି ରୋହିତ କହିଛନ୍ତି। ଏହି ମ୍ୟାଚ୍‌ରେ ମୁମ୍ବାଇ ଦୁଇ ତାରକା ବୋଲର ଯଶପ୍ରୀତ ବୁମ୍‌ରା ଓ ଟ୍ରେଣ୍ଟ ବୋଲ୍ଟଙ୍କୁ ବିଶ୍ରାମ ଦେଇଥିଲା। ଗତ ଦୁଇଟି ମ୍ୟାଚ୍‌ ଖେଳି ନ ଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟ୍‌ନେସ୍‌ ଠିକ ଅଛି। ତାଙ୍କୁ ବିଶ୍ରାମ ଦେଇ ଅନ୍ୟମାନଙ୍କୁ ସୁଯୋଗ ଦେବା ଅମର ଲକ୍ଷ୍ୟ ରହିଥିଲା। ପ୍ଲେ- ଅଫ୍‌ ଖେଳିବାକୁ ସେ ପ୍ରସ୍ତୁତ ହୋଇଥିବେ ବୋଲି ସେ ଆଶାପ୍ରକାଶ କରିଛନ୍ତି। ଦିଲ୍ଲୀ ଏକ କ୍ୱାଲିଟି ଦଳ ହୋଇଥିବାରୁ ଆମ ସମ୍ମୁଖରେ ବଡ଼ ଚ୍ୟାଲେଞ୍ଜ ରହିଛି। ତେବେ ଆମେ ପ୍ଲେ-ଅଫ୍‌ରେ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିବୁ ବୋଲି ରୋହିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

ଦିନେ ତାଙ୍କୁ କୋଳରେ ଧରିଥିଲେ ମେସି, ଆଜି ପଡ଼ିଆରେ ହରାଇବା ପରେ କହିଲେ..

ନୂଆଦିଲ୍ଲୀ,୨୦।୭: ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ପରାସ୍ତ କରି ସ୍ପେନ ୨୦୨୬ ଫିଫା ବିଶ୍ୱକପ ଟାଇଟଲ ଜିତିଛି। ଏହି ମ୍ୟାଚରେ ପ୍ରଶଂସକଙ୍କ ଆଖି ସମସ୍ତ ଷ୍ଟାର ଖେଳାଳିଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri