Posted inଖେଳ

ଗିଲ୍‌ଙ୍କ ଉପରେ ପ୍ରବଳ ରାଗିଗଲେ ରୋହିତ ଶର୍ମା: ପରେ କହିଲେ କାରଣ…

ମୋହାଲି,୧୧।୧:ମୋହାଲିରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ରୋହିତ ଶର୍ମା ଶୂନରେ ଆଉଟ ହୋଇଥିଲେ। ରନ ସ୍କୋର କରିବାରେ ଶୁବମନ ଗିଲ ଏବଂ ତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଯୋଗୁ ଟିମ ଇଣ୍ଡିଆକୁ ଏହି ଉଇକେଟ ହରାଇବାକୁ ପଡିଥିଲା। ପରେ ରୋହିତ ଏହି ବିଷୟରେ ପିଚ୍‌ରେ ଶୁବମନ ଗିଲଙ୍କ ଉପରେ ରାଗିଥିବାର ନଜର ଆସିଥିଲେ। ମ୍ୟାଚ ପରେ ସେ ତାଙ୍କ ରାଗ ବିଷୟରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି।
ପୁରସ୍କାର ସମାରୋହରେ ଯେତେବେଳେ ତାଙ୍କୁ ଏତେ ରାଗିବାର କାରଣ ପଚରାଯାଇଥିଲା। ରୋହିତ କହିଛନ୍ତି, ସତ କହିବାକୁ ଗଲେ ଖେଳ ସମୟରେ ଏହି ସବୁ ଘଟଣା ଘଟେ। ଦଳ ପାଇଁ ରନ ସ୍କୋର କରିବାର ଲକ୍ଷ୍ୟ ନେଇ ପଡ଼ିଆକୁ ଯାଉ, ଏମିତି ଆଉଟ୍‌ ହେଲେ ନିହାତି କଷ୍ଟ ହେବ। ଶୁଭମନ ଭଲ ଖେଳନ୍ତୁ ମୁଁ ତାହା ଚାହେଁ। ସେ ଭଲ ଇନିଂସ ଖେଳିଥିଲେ କିନ୍ତୁ ଆଉଟ ହୋଇଥିଲେ। ଆମ ପାଇଁ ଏହି ମ୍ୟାଚରୁ ଅନେକ ସକାରାତ୍ମକ ଜିନିଷ ବାହାରିଲା। ଶିବମ ଦୁବେ ଯେପରି ବ୍ୟାଟିଂ କରିଥିଲେ। ତିଳକ ଏବଂ ରିଙ୍କୁ ମଧ୍ୟ ଭଲ ବ୍ୟାଟିଂ କରିଥିଲେ।
ଏହି ମ୍ୟାଚକୁ ଭାରତୀୟ ଦଳ ୬ ଉଇକେଟରେ ଜିତି ନେଇଛି। ପ୍ରଥମେ ଭାରତୀୟ ବୋଲରମାନେ ଆଫଗାନିସ୍ତାନକୁ ୨୦ ଓଭରରେ ୧୫୮ ରନ୍‌ରେ ସୀମିତ ରଖିଥିଲେ ଏବଂ ପରେ ଶିବମ ଦୁବେଙ୍କ ଅପରାଜିତ ୬୦ ରନ ଯୋଗୁ ସହଜରେ ଲକ୍ଷ୍ୟ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

ନିଖିଲଙ୍କୁ ଗୋଡ଼ାଇ ଗୁଳି କରିଥିଲେ ଦୁର୍ବୃତ୍ତ, ୯ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣପୁର,୧୭ା୫(ସୁଜାତା ପାଢ଼ୀ)- ରାୟଗଡ଼ା ଥାନା ପୋଲିସ ନିଖିଳଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରେ ଜଡ଼ିତ ଥିବା ୯ ଜଣଙ୍କୁ ଗିରଫ…

ଲକ୍ଷ୍ୟ ସ୍ଥିର ରହିଲେ ସଫଳତା ନିଶ୍ଚିତ ମିଳିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ…

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ସ୍କଲାର୍ସ ରେକୋଗନାଇଜେଶନ କମିଟି ପକ୍ଷରୁ ରବିବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ…

ଇଲେକ୍ଟ୍ରି ବିଲ୍‌ ନ ଦେଲେ ଜବତ ହେବ ଘରବାଡି ସମ୍ପତ୍ତି! କଠୋର ହେଲା ନିୟମ

ନୂଆଦିଲ୍ଲୀ,୧୭।୫: ରାଜ୍ୟବାସୀଙ୍କ ପାଇଁ ବଡ଼ ଖବର। ରାଜ୍ୟର ବିଜୁଳି ବିଭାଗ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ବିଦ୍ୟୁତ ନିଗମ ଦୀର୍ଘ ସମୟ ଧରି…

ଗଞ୍ଜାମ ପୋଲିସ ଜିଲାରେ ସ୍ବତନ୍ତ୍ର ଡ୍ରାଇଭ୍‌: ୪୪୪ ଓ୍ବାରେଣ୍ଟି କାର୍ଯ୍ୟକାରୀ

ଛତ୍ରପୁର,୧୭ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ଅଧୀନରେ ଗତ ୧୧ ଦିନ ଧରି ସ୍ବତନ୍ତ୍ର ଡ୍ରାଇଭ ଯୋଗେ ପୁରୁଣା ଓ୍ବାରେଣ୍ଟି ଧରପଗଡ଼ରେ ୪୪୪ଟି ଓ୍ବାରେଣ୍ଟି ଧରି କାର୍ଯ୍ୟକାରୀ…

ଇତିହାସ ରଚିଲେ ବିରାଟ, ୫୦୦ ରନ କରି କଲେ ଏମିତି ରେକର୍ଡ ଯାହା ଭାଙ୍ଗିବା ହେବ ଅସମ୍ଭବ!

ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କୁ ‘ରେକର୍ଡର ରାଜା’ ଖାଲିଟାରେ କୁହାଯାଏ ନାହିଁ। ସେ ଏବେ ଇଣ୍ଡିଆନ ପ୍ରିମିୟର ଲିଗରେ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି, ଯାହା ଭାଙ୍ଗିବା…

ଆଶାଠାରୁ ଅଧିକ ଗରମ ହେଲାଣି ପ୍ରଶାନ୍ତ ମହାସାଗର; ଭାରତକୁ ମାଡି ଆସୁଛି ପ୍ରଚଣ୍ଡ ଗରମ ସହ ମରୁଡ଼ିର ବିପଦ…

ନୂଆଦିଲ୍ଲୀ,୧୭।୫: ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଏକ ନୂତନ ଚେତାବନୀ ବର୍ତ୍ତମାନ ବିଶ୍ୱବ୍ୟାପୀ ପାଣିପାଗ ବିଭାଗ ମଧ୍ୟରେ ନିରନ୍ତର ଆଲୋଚନାର ବିଷୟ। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡୁଛି ଯେ ଆଗାମୀ…

ଧାରଣାରେ ବସିଲେ କଳାକାର, ପ୍ରତ୍ୟାହୃତ ପାଇଁ ଆସୁଛି ଧମକ, ଧାରଣାସ୍ଥଳରେ…

ହାଟଡିହୀ,୧୭ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଅଫିସ ସମ୍ମୁଖରେ କଳାକାରମାନେ ଧୂ ଧୂ ଖରା, ଗୁଳୁଗୁଳିରେ ଚଳିତ ମାସ ଗତ ୧୫ରୁ ଧାରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri