Posted inଖେଳ

ରୋହିତ ଦଳରେ ଯୋଗଦେଲେ

ମେଲବୋର୍ନ, ୩୧।୧୨(ପି.ଟି.)- ସିଡ୍‌ନୀରେ ଦୁଇ ସପ୍ତାହ କ୍ୱାରାଣ୍ଟାଇନ୍‌ରେ ରହିବାପରେ ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ବୁଧବାର ଭାରତୀୟ ଦଳରେ ଯୋଗ ଦେଇଛନ୍ତି। ଦ୍ୱିତୀୟ ଟେଷ୍ଟରେ ବିଜୟୀ ହୋଇଥିବା ଭାରତୀୟ ଦଳର ବ୍ୟାଟିଂ ବିଭାଗ ଏହାଦ୍ୱାରା ଅଧିକ ଶକ୍ତିଶାଳୀ ହୋଇଛି। କ୍ୱାରାଣ୍ଟାଇନ୍‌ ଅବଧି କଟାଇଥିବାରୁ ରୋହିତଙ୍କ ସ୍ବାସ୍ଥାବସ୍ଥା କିପରି ଅଛି ତାହାକୁ ମେଡିକାଲ ଟିମ୍‌ ପରୀକ୍ଷା କରିବାପରେ ତାଙ୍କୁ ତୃତୀୟ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି କୋଚ୍‌ ରବି ଶାସ୍ତ୍ରୀ ପ୍ରକାଶ କରିଛନ୍ତି। ଗତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ଅବସରରେ ରୋହିତ ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରିରେ ପୀଡ଼ିତ ହୋଇଥିଲେ। ସୁସ୍ଥ ହେବାପରେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ତାଙ୍କ ଫିଟ୍‌ନେସ ଟେଷ୍ଟ କରାଯାଇଥିଲା। ଫିଟ୍‌ ହେବାପରେ ସେ ଦଳସହ ଯୋଗଦେବାପାଇଁ ଯୋଗ୍ୟ ହୋଇଥିବା ଗତ ୧୧ ତାରିଖରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଘୋଷଣା କରାଯାଇଥିଲା। ସିଡ୍‌ନୀରେ ଶୁବମନ ଗିଲ୍‌ଙ୍କ ସହ ରୋହିତ ଇନିଂସ ଓପନ କରିବା ଉଚିତ ବୋଲି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ମତ ଦେଇଛନ୍ତି। ତେବେ ରୋହିତଙ୍କୁ ସାମିଲ କ୍ଷେତ୍ରରେ କାହାକୁ ବାହାରେ ରହିବାକୁ ପଡ଼ିବ ତା’ ଉପରେ ନଜର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସକାଳୁ ସକାଳୁ ପଡ଼ିଲା ରାହୁଲଙ୍କ ଉଇକେଟ; ସ୍ଥିତି ସମ୍ଭାଳିଛନ୍ତି ଜାଡେଜା

ଲଡର୍‌ସ,୧୩।୮: ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଭାରତ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ୨ୟ ଦିନରେ ଇଂଲଣ୍ଡ ମ୍ୟାଚ୍‌କୁ ଫେରିବା ଆରମ୍ଭ କରିଛି। ପୂର୍ବ ଦିନର ସ୍କୋର...

ପୁଣି ଶୀର୍ଷରେ ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି, ୭।୧୦- ଦୃଢ଼ ବ୍ୟାଟିଂ ପରେ ପ୍ରଭାବୀ ବୋଲିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୫୭...

ଅଷ୍ଟ୍ରେଲିଆକୁ ହରାଇଲା ଟିମ୍‌ ଇଣ୍ଡିଆ

କାନବେରା,୨ା୧୨- ଏଠାରେ ଅନୁଷ୍ଠିତ  ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌କୁ ୧୩ ରନ୍‌ରେ ଜିତି ନେଇଛି ଭାରତୀୟ ଦଳ। ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର...

ଇଂଲଣ୍ଡ ଗସ୍ତରୁ ଓହରିଲା ଭାରତୀୟ ମହିଳା କ୍ରିକେଟ୍‌ ଦଳ

ଲଣ୍ଡନ,୨୧।୭(ପି.ଟି.): ପ୍ରାସ୍ତାବିତ ଇଂଲଣ୍ଡ ଗସ୍ତରୁ ଭାରତୀୟ ମହିଳା ଦଳ ଓହରିଯାଇଛି। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ଦଳ ଏହି ନିଷ୍ପତ୍ତି ନେଇଛି। ଇଂଲଣ୍ଡ ଗସ୍ତରେ ଭାରତ...

ଧାର୍ମିକ ବିଶ୍ୱାସ ଲାଗି ଏହି କ୍ରିକେଟର୍‌ମାନେ ଜର୍ସିରେ ଲଗାଇ ନ ଥାନ୍ତି ମଦ କମ୍ପାନୀର ଲୋଗୋ

ନୂଆଦିଲ୍ଲୀ, ୯।୭- କ୍ରିକେଟର୍‌ମାନେ ସାଧାରଣତଃ ଜନପ୍ରତିନିଧିଙ୍କ ପରି। ଏପରିକି ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସେମାନେ ରୋଲ୍‌ ମଡେଲ ପାଲଟିଥାନ୍ତି। ଏହି କ୍ରିକେଟର୍‌ମାନେ ବିଭିନ୍ନ...

ଏମିତି ରେକର୍ଡ କରିବାରେ ରସ୍‌ ଟେଲର ବିଶ୍ୱର ପ୍ରଥମ ଖେଳାଳି

ୱେଲିଂଟନ,୨୧।୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ରସ୍‌ ଟେଲର୍‌...

ଆଇପିଏଲ୍‌-୧୪ : ଭାଗ୍ୟ ବଦଳାଇବା ଆଶାରେ ଆରସିବି

ଚେନ୍ନାଇ,୮।୪(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। କୋଭିଡ୍‌-୧୯ ମହାମାରୀ ପ୍ରକୋପ ଜାରି ରହିଥିଲେ ମଧ୍ୟ ଭାରତୀୟ...

ପଞ୍ଜାବକୁ ୧୫୪ ରନ୍‌ର ଟାର୍ଗେଟ ଦେଲା ଲକ୍ଷ୍ନୌ

ପୁଣେ,୨୯।୪: ଆଇପିଏଲ୍‌-୨୦୨୨ର ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଶୁକ୍ରବାର ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି। ଏଥିରେ କ୍ୱିଣ୍ଟନ ଡି’କକଙ୍କ ୪୬ ଓ ଦୀପକ...

Advertisement
Archives

Model This Week