Posted inଖେଳ

ରୋହିତ, ଈଶାନ୍ତ ପ୍ରଥମ ଦୁଇ ଟେଷ୍ଟରୁ ବାଦ୍‌: ବାକି ଦୁଇଟି ମ୍ୟାଚ୍‌ ଖେଳିବା ନେଇ ଆଶଙ୍କା

ନୂଆଦିଲ୍ଲୀ,୨୫।୧୧(ପି.ଟି.): ଭାରତୀୟ ତାରକା ଓପନର ରୋହିତ ଶର୍ମା ଓ ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି। କେବଳ ସେତିକି ନୁହେଁ ସିରିଜର ବାକି ଦୁଇଟି ଟେଷ୍ଟରେ ଏହି ଦୁହେଁ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୂତ୍ରରୁ ଜଣାଯାଇଛି। ମ୍ୟାଚ୍‌ ଖେଳିବା ପାଇଁ ଏହି ଦୁଇ ଖେଳାଳି ସମ୍ପୂର୍ଣ୍ଣ ରୂପେ ଫିଟ୍‌ ହେବା ପାଇଁ ଆହୁରି ପାଖାପାଖି ଗୋଟିଏ ମାସ ସମୟ ଲାଗିବ ବୋଲି ବିସିସିଆଇକୁ ସୂଚନା ଦିଆଯିବା ପରେ ଏହା ସ୍ପଷ୍ଟ ହୋଇଛି।
ଆଘାତଜନିତ ସମସ୍ୟା କାରଣରୁ ଏହି ଦୁଇ ଖେଳାଳି ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ଫିଟ୍‌ନେସ ପାଇଁ ରିହାବିଲିଟେଶନ ପ୍ରକ୍ରିୟାରେ ସାମିଲ ରହିଛନ୍ତି ଓ ଫିଟ୍‌ ହେବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏହି ଦୁଇ ଖେଳାଳି ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯିବାକୁ ଥିବା ସୀମିତ ଓଭର ସିରିଜରୁ ବାଦ୍‌ ପଡିସାରିଛନ୍ତି। ପ୍ରଥମେ ଦିନିକିଆ ସିରିଜ ଖେଳାଯିବ ଓ ଏହା ଶୁକ୍ରବାରଠାରୁ ଆରମ୍ଭ ହେବ। ତେବେ ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜରେ ଏମାନେ ଖେଳିବା ପାଇଁ ଦଳରେ ସ୍ଥାନ ବଜାୟ ରଖିଛନ୍ତି। ତେବେ କ୍ୱାରାଣ୍ଟାଇନ୍‌ ନିୟମ କାରଣରୁ ରୋହିତ ଓ ଈଶାନ୍ତ ଖେଳିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।
ମ୍ୟାଚ୍‌ ଫିଟ୍‌ ହେବା ପାଇଁ ରୋହିତ ଓ ଈଶାନ୍ତ ଅତିକମ୍‌ରେ ଆଉ ୩ରୁ ୪ ସପ୍ତାହ ସମୟ ନେବେ ବୋଲି ଏନ୍‌ସିଏ ବିସିସିଆଇକୁ ରିପୋର୍ଟ ଦେବା ସହ ଅବଗତ କରାଇଛି। ରୋହିତ ହାମ୍‌ଷ୍ଟ୍ରିଙ୍ଗ୍‌ ଇଞ୍ଜୁରିରୁ ମୁକ୍ତ ହୋଇ ଏବେ ବେଶ୍‌ ଭଲ ଅନୁଭବ କରୁଛନ୍ତି। ତେବେ ଷ୍ଟ୍ରେନ୍ଥ ଓ କଣ୍ଡିଶନିଂ ଉପରେ କାର୍ଯ୍ୟକରୁଛନ୍ତି ବୋଲି ରୋହିତ ଗତ ସପ୍ତାହରେ ପିଟିଆଇକୁ ସାକ୍ଷାତକାର ଦେବା ଅବସରରେ କହିଥିଲେ। ଅନ୍ୟପଟେ ଈଶାନ୍ତ ସାଇଡ୍‌ ଷ୍ଟ୍ରେନ୍‌ ଇଞ୍ଜୁରିରୁ ମୁକ୍ତ ହେବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଶକ୍ତ କ୍ୱାରାଣ୍ଟାଇନ ନିୟମ କାରଣରୁ ଟେଷ୍ଟ ସିରିଜ ଖେଳିବାକୁ ହେଲେ ଖେଳାଳିମାନଙ୍କୁ ଆଗାମୀ ୩ରୁ ୪ ଦିନ ମଧ୍ୟରେ ଅଷ୍ଟ୍ରେଲିଆରେ ପହଞ୍ଚିବାକୁ ହେବ। ନ ହେଲେ ଟେଷ୍ଟ ସିରିଜ ଖେଳିବା କଷ୍ଟକର ହେବ ବୋଲି ଭାରତୀୟ କୋଚ୍‌ ରବି ଶାସ୍ତ୍ରୀ କହିଛନ୍ତି। ଉଲ୍ଲେଖଥାଉ କି, ଆଡିଲେଡ୍‌ରେ ପ୍ରଥମ ଟେଷ୍ଟ ଖେଳିବା ପରେ କୋହଲି ପ୍ରଥମ ସନ୍ତାନର ପିତା ହେବାକୁ ପିତୃତ୍ୱ ଛୁଟିରେ ସ୍ବଦେଶ ଫେରିବେ। ଗତ ୨୦୧୮-୧୯ ସିରିଜରେ ଭାରତ ଘରୋଇ ଅଷ୍ଟ୍ରେଲିଆକୁ ୨-୧ରେ ଟେଷ୍ଟ ସିରିଜରେ ପରାସ୍ତ କରି ଇତିହାସ ସୃଷ୍ଟି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

IPL in Australia: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ IPL ମ୍ୟାଚ? ବିସିସିଆଇକୁ ଖୋଲା ପ୍ରସ୍ତାବ ଦେଲା CA

ନୂଆଦିଲ୍ଲୀ,୧୧।୭: ଆଗାମୀ ବିଗ ବ୍ୟାସ ଲିଗ (BBL) ସିଜିନର ଉଦଘାଟନୀ ମ୍ୟାଚ ଭାରତରେ ଅନୁଷ୍ଠିତ ହେବ ବୋଲି ନିଶ୍ଚିତ ହୋଇଛି। ଏହି ମ୍ୟାଚ ଚେନ୍ନାଇର ଚେପକ କ୍ରିକେଟ…

BCCI ଡାକିଲା ଜରୁରୀ ବୈଠକ; ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା; ରୋହିତ-ବିରାଟ, ଏବଂ ଗମ୍ଭୀର-ଆୟରଙ୍କ ସମ୍ପର୍କରେ ପ୍ରମୁଖ ନିଷ୍ପତ୍ତି ଆଶା କରାଯାଉଛି

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟରେ ସବୁକିଛି ଠିକ ଅଛି କି? ଏହା ବର୍ତ୍ତମାନ ଏକ ପ୍ରମୁଖ ପ୍ରଶ୍ନ ପାଲଟିଛି। ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ…

ମିଷ୍ଟ୍ରି ଗର୍ଲଙ୍କ ସହ ଭାଇରାଲ ହେଉଛି ଶୁବମନ ଗିଲଙ୍କ ଫଟୋ, କିଏ ସେହି ରହସ୍ୟମୟୀ ଝିଅ? ସାରା ତେନ୍ଦୁଲକରଙ୍କୁ ଦେବେ ଟକ୍କର

ନୂଆଦିଲ୍ଲୀ,୧୧।୭: ଟିମ ଇଣ୍ଡିଆର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲ ୱିମ୍ବଲଡନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ସଚିନ ତେନ୍ଦୁଲକର ଏବଂ ତାଙ୍କ ପରିବାର ସହିତ…

ମ୍ୟାଚ ପୂର୍ବରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଚେତାଇଲେ ଇଂଲଣ୍ଡ ଖେଳାଳି, କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ, ୧୧।୭: ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ହରାଇ ସାରିଛି, କିନ୍ତୁ ଆଜି ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ…

ସଚିନଙ୍କ ସହ ୱିମ୍ବଲଡନ ଦେଖିବାକୁ ଗଲେ ଶୁବମନ ଗିଲ୍‌: ଲୋକେ କହିଲେ…

ନୂଆଦିଲ୍ଲୀ,୧୧।୭: ଭାରତର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲଙ୍କୁ ୱିମ୍ବଲଡନରେ ରୟାଲ ବକ୍ସରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଏବଂ ତାଙ୍କ ସ୍ତ୍ରୀ ଅଞ୍ଜଳିଙ୍କ…

IND vs ENG: ବାହାନା ପରେ ବାହାନା… ଟିମ ଇଣ୍ଡିଆର ଦୁଃଖଦ ଅବସ୍ଥା ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୧୧।୭: ଭାରତର T20 ଦଳର ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ପାଖରେ ଅସୀମ ବାହାନା ଥିବା ପରି ମନେହୁଏ। ସେ ଏବେ ଆଉ ଏକ ବାହାନା ବାହାର…

ଇଂଲଣ୍ଡ ଗସ୍ତ ସହ ଶେଷ ହେଲା ଏହି ୩ ଖେଳାଳିଙ୍କ T20 କ୍ୟାରିୟର! ଲଗାତାର ଫ୍ଲପ୍‌ ପରେ…

ନୂଆଦିଲ୍ଲୀ,୧୦।୭: ବ୍ୟାକ-ଟୁ-ବ୍ୟାକ ବିଶ୍ୱବିଜେତା ହେବା ପରେ ଟିମ ଇଣ୍ଡିଆ ଏବେ କ୍ରମାଗତ ୨ଟି ଟି-୨୦ ସିରିଜ ହାରିଛି। ପ୍ରଥମେ ଆୟରଲ୍ୟାଣ୍ଡ ଏବଂ ଏବେ ଇଂଲଣ୍ଡ, ଦୁଇ ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri