Posted inଖେଳ

ଡିଡିସିଏ ଅଧ୍ୟକ୍ଷ ପଦ ଲାଗି ରୋହନ ଜେଟ୍‌ଲୀଙ୍କ ନାମାଙ୍କନ

ନୂଆଦିଲ୍ଲୀ,୮।୧୦ (ପି.ଟି.): ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ପୁଅ ରୋହନ ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ସ କ୍ରିକେଟ ଆସୋସିଏଶନ (ଡିଡିସିଏ)ର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚିତ ହେବା ନିଶ୍ଚିତ ହୋଇଛି। ଏଥିପାଇଁ ସେ ନୋମିନେଶନ ଫାଇଲ କରିଛନ୍ତି। ଡିଡିସିଏକୁ ବିବାଦ ଓ ଦୁର୍ନୀତି ମୁକ୍ତ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।
ସେହିପରି ପୂର୍ବତନ ଭାରତୀୟ କ୍ରିକେଟର ତଥା ଏମ୍‌ପି ଗୌତମ ଗମ୍ଭୀରଙ୍କ ମାମୁଁ ଖାଲି ପଡିଥିବା କୋଷାଧ୍ୟକ୍ଷ ପଦ ପାଇଁ ନୋମିନେଶନ ଫାଇଲ କରିଛନ୍ତି। ନାମାଙ୍କନ ଦାଖଲର ଶେଷ ତାରିଖରେ ରୋହନ ପିତାଙ୍କ ପଦାନୁସରଣ କରି କାଗଜପତ୍ର ଦାଖଲ କରିଛନ୍ତି। ପିତା ଅରୁଣ ଜେଟଲୀ ଗତବର୍ଷ ପରଲୋକ ଗମନ କରିଥିଲେ। ଆସୋସିଏଶନର ସବୁ ଗୋଷ୍ଠୀ ଅରୁଣଙ୍କୁ ସମର୍ଥନ କରୁଥିଲେ। ଡିଡିସିଏର ଉନ୍ନତି ଲାଗି କାର୍ଯ୍ୟ କରିବି ବୋଲି ୩୧ ବର୍ଷୀୟ ରୋହନ କହିଛନ୍ତି। ଜଣେ ଯୁବ ଆଇନଜୀବୀ ଭାବେ ଜଣାଶୁଣା ଥିବା ରୋହନଙ୍କୁ ସବୁ ଗୋଷ୍ଠୀ ସର୍ବସମ୍ମତିକ୍ରମେ ସମର୍ଥନ କରୁଛନ୍ତି। ଅଧ୍ୟକ୍ଷ ପଦ ପାଇଁ ଅନ୍ୟତମ ପ୍ରାର୍ଥୀ ସୁନୀଲ ଗୋଏଲ ତାଙ୍କ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିଛନ୍ତି। ରୋହନଙ୍କୁ ସବୁ ସଦସ୍ୟ ସମର୍ଥନ କରୁଛନ୍ତି ବୋଲି ଡିଡିସିଏ ଯୁଗ୍ମ ସମ୍ପାଦକ ରାଜନ ମନ୍‌ଚନ୍ଦା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫ୍ରେଞ୍ଚ ଓପନ ପୁରୁଷ ଡବଲ ଜିତିଲେ ସାତ୍ତ୍ୱିକ-ଚିରାଗ

ପ୍ୟାରିସ୍‌,୩୧।୧୦: ଭାରତର ତାରକା ବ୍ୟାଡ୍‌ମିଣ୍ଟନ ଯୋଡି ସାତ୍ତ୍ୱିକ ସାଇରାଜ-ଚିରାଗ ସେଟ୍ଟୀ ତାଇୱାନର ଲୁ ଚିଙ୍ଗ-ୟା / ୟାଙ୍ଗ ପୋ ହାନଙ୍କୁ ପରାସ୍ତ କରି ଫ୍ରେଞ୍ଚ ଓପନ...

ସ୍ମିଥ୍‌ କ୍ରିକେଟ ସାଉଥ୍‌ ଆଫ୍ରିକାର ସ୍ଥାୟୀ ନିର୍ଦ୍ଦେଶକ

ଜୋହାନ୍ସବର୍ଗ, ୧୭।୪(ପି.ଟି.): ପୂର୍ବତନ ଅଧିନାୟକ ଗ୍ରେମ୍‌ ସ୍ମିଥ୍‌ଙ୍କୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ତାଙ୍କୁ କ୍ରିକେଟ ସାଉଥ୍‌ ଆଫ୍ରିକା (ସିଏସ୍‌ଏ)ର ସ୍ଥାୟୀ ନିର୍ଦ୍ଦେଶକ ରୂପେ...

ମାନିଲା ଅଷ୍ଟ୍ରେଲିଆ! ଭାରତୀୟ ଦଳର ଏହି ରଣନୀତି ଯୋଗୁ ଅଡୁଆରେ ସ୍ମିଥ୍‌-ମାର୍ନସ

ମେଲବୋର୍ନ,୩୧।୧୨: ଆଡିଲେଡ୍‌ରେ ଅଷ୍ଟ୍ରେଲିଆଠାରୁ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବା ପରେ ମେଲବୋର୍ନରେ ଜିତି ପ୍ରତିଶୋଧ ନେଇଛି ଭାରତୀୟ ଟିମ୍‌। ବିଶେଷକରି ଷ୍ଟିଭ୍‌ ସ୍ମିଥ୍‌ ଏବଂ ମାର୍ନସ...

ଚମକାଇଲା ବାବରଙ୍କ ନିଷ୍ପତ୍ତି: ରିଜଓ୍ବାନ ଏକାଦଶରୁ ବାହାର, ସରଫରାଜଙ୍କୁ ସୁଯୋଗ…

ଇସଲାମାବାଦ,୨୬।୧୨: ସୋମବାର ଅର୍ଥାତ ଡିସେମ୍ବର ୨୬ରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। କରାଚି ଟେଷ୍ଟରେ ଚମକାଇବା ଭଳି ନିଷ୍ପତ୍ତି ନେଇଛନ୍ତି...

ଭାରତୀୟ ରେସଲରଙ୍କ ପରାଜୟ ପରେ ରେଫରିଙ୍କୁ ପିଟିଲେ କୋଚ୍‌

ଟୋକିଓ,୬।୮: ଟୋକିଓ ଅଳିମ୍ପିକ୍ସରେ ଏକ ଅଭାବନୀୟ ଘଟଣା ଘଟିଛି। ଭାରତୀୟ ରେସଲର ଦୀପକ ପୁନିଆ ୮୬ କେଜି ଫ୍ରିଷ୍ଟାଇଲ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ସାନ ମାରିନୋର...

ଏତିକି ଦିନ ହେଲା ଫୋନଠୁ ଦୂରରେ ଅଛନ୍ତି ନୀରଜ

ଟୋକିଓ,୭।୮: ଅଲମ୍ପିକ୍ସ ପଦକ ହାସଲ କରିବାକୁ ନୀରଜ ପ୍ରଣାପଣେ ଚେଷ୍ଟା କରିବା ସହ କଠିନ ପରିଶ୍ରମ କରିଥିଲେ। ଦୀର୍ଘ ଗୋଟିଏ ବର୍ଷ ହେବ ନୀରଜର ଫୋନ...

ଏୟାର ବ୍ୟାଡମିଣ୍ଟନକୁ ଭାରତୀୟ ତାରକାଙ୍କ ସମର୍ଥନ

ନୂଆଦିଲ୍ଲୀ,୧୯।୫ (ପି.ଟି.)- କ୍ରୀଡ଼ା ତଥା ବ୍ୟାଡମିଣ୍ଟନର ଏକ ନୂଆ ଫର୍ମାଟ ଏୟାର ବ୍ୟାଡମିଣ୍ଟନକୁ ସାଇନା ନେହ୍ବାଲଙ୍କ ସମେତ ଭାରତର କେତେକ ଆଗଧାଡ଼ିର ବ୍ୟାଡମିଣ୍ଟନ ଖେଳାଳି ସମର୍ଥନ...

ଇଂଲଣ୍ଡ ସିରିଜ ବିଜୟୀ

ମାଞ୍ଚେଷ୍ଟର, ୨୨।୭-  ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ୩ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା...

Advertisement
Archives

Model This Week