ପଞ୍ଜାବୀ କହିବ ଏବଂ ବୁଝିବ ଏହି ରୋବଟ

ପଞ୍ଜାବରେ ଲୋକେ ପଞ୍ଜାବୀ ଭାଷାରେ କଥାବାର୍ତ୍ତା କରିଥାନ୍ତି। କିଛି ଦେଶରେ ମଧ୍ୟ ପଞ୍ଜାବୀ ଭାଷାରେ ଲୋକେ କଥା ହୁଅନ୍ତି। ବିଶ୍ୱର ଅନ୍ୟ ଭାଗରେ ଯେଉଁଠି ଭାରତୀୟମାନେ ବସବାସ କରୁଛନ୍ତି ସେଠାରେ ଅଧିକାଂଶ ଲୋକ ପଞ୍ଜାବୀ ଭାଷାରେ କଥା ହୁଅନ୍ତି। ଜଳନ୍ଧର ସରକାରୀ ହାଇସ୍କୁଲର ଜଣେ ଶିକ୍ଷକ ହରଜିଜ୍‌ ସିଂ ଏହି ପଞ୍ଜାବୀ ଭାଷା କହିବା ଏବଂ ବୁଝିବା ପାଇଁ ଏକ ରୋବଟ ତିଆରି କରିଛନ୍ତି। ଯାହାକି ଏହି ରୋବଟ ପଞ୍ଜାବୀ ଭାଷା କହିପାରିବ ଏବଂ ବୁଝିପାରିବ। ଏହି ରୋବଟର ନାଁ ‘ସରବଂଶ କୌର’ ରଖାଯାଇଛି।

ହରଜିତ୍‌ କୁହନ୍ତି, ଏହା ହେଉଛି ବିଶ୍ୱର ପ୍ରଥମ ରୋବଟ ଯାହା ପଞ୍ଜାବୀ କହିବ ଏବଂ ବୁଝିପାରିବ। ଏହି ରୋବଟ ତିଆରି କରିବାରେ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଜଳନ୍ଧରର ରୋହଜଡ଼ି ଗାଁସ୍ଥିତ ସରକାରୀ ହାଇସ୍କୁଲରେ ପଢ଼ାଉଥିବା ହରଜିତଙ୍କ ଏହି ରୋବଟ ତିଆରି କରିବାକୁ ୭ ମାସ ସମୟ ଲାଗିଛି। ସେ କୁହନ୍ତି, ମୁଁ ଚାହୁଁଥିଲି ପିଲାମାନେ କମ୍ପ୍ୟୁଟର ପ୍ରୋଗ୍ରାମିଂ କିପରି ସହଜରେ ବୁଝନ୍ତୁ। ଏଥିପାଇଁ ସେ କାନାଡାରେ ପ୍ରୟାସ ଜାରି ରଖିଲେ। ପଞ୍ଜାବୀରେ ‘ସରବଂଶ’ ନାମକ ଏକ ପ୍ରୋଗ୍ରାମିଂ ତିଆରି କରିଥିଲେ। ଏହି ସମୟରେ କରୋନା ପାଇଁ ଲକ୍‌ଡାଉନ ଆରମ୍ଭ ହୋଇଥିଲା। ଠିକ୍‌ ଏହି ସମୟରେ ହରଜିତ୍‌ ରୋବଟ ପ୍ରସ୍ତୁତ କରିବା କାମରେ ଲାଗିପଡ଼ିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୋମ୍‌ଡିଲାରେ ବାଦଲ ଫଟା ବର୍ଷା: ୮ଶହ ଜଳବନ୍ଦୀ; ବହୁ ନିଖୋଜ

ଇଟାନଗର,୯।୭: ଅରୁଣାଚଳ ପ୍ରଦେଶ ବୋମ୍‌ଡିଲାରେ ମଙ୍ଗଳବାର ବାଦଲ ଫଟା ବର୍ଷା ହୋଇଛି। ଏହା ଯୋଗୁ ପଶ୍ଚିମ କାମେଙ୍ଗ୍‌ ଜିଲାର ନାଗ-ମନ୍ଦିର ଟେଙ୍ଗା ନିକଟରେ ଥିବା କାସ୍ପି...

ପାଲିଙ୍କିରେ ଆସିଲା ବର ଓ ବଳଦ ଗାଡ଼ିରେ ବରଯାତ୍ରୀ

ଆଜିକାଲି ବାହାଘରେ ପାଣି ଭଳି ଟଙ୍କା ଖର୍ଚ୍ଚ କରାଯାଉଛି। ଦାମୀ ଲକ୍‌ଜୁରୀୟସ୍‌ ଗାଡ଼ିରେ ବର ଆସିବା ସହ ବରଯାତ୍ରୀମାନଙ୍କ ପାଇଁ ବି ଦାମୀଗାଡ଼ିର ଲାଇନ୍‌ ଲାଗୁଛି।...

ଭାରତର ଏହି ଶତ୍ରୁ ଦେଶରେ ରହିଛି ଦେବୀ ଶକ୍ତିପୀଠ, ହିନ୍ଦୁ ସହିତ ମୁସ୍‌ଲିମ ବି କରନ୍ତି ପୂଜା

ଇସ୍‌ଲାମାବାଦ,୨୪ା୧୦: ଚଳିତବର୍ଷ କରୋନା ମହାମାରୀ ପୂଜାପାର୍ବଣ ଉପରେ ପ୍ରଭାବ ପକାଇଛି। ତେଣୁ ପାର୍ବଣ ଫିକା ପଡ଼ିଛି। ମାତ୍ର ଲୋକଙ୍କ ମନରୁ ଭକ୍ତିଭାବ ଦୂରେଇ ନାହିଁ। ଲୋକେ...

ପରିବାର ଶାନ୍ତି ପାଇଁ ଚିକିତ୍ସା ନ କରିବା ଜୀବନସାଥୀଙ୍କ ପ୍ରତି କ୍ରୁରତା, ଛାଡ଼ପତ୍ର ନିଷ୍ପତ୍ତିକୁ କାଏମ୍‌ ରଖିଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌, ୨୯।୧ : ଶାରୀରିକ ସମସ୍ୟାର ଚିକିତ୍ସା ନ କରିବା ମଧ୍ୟ ଜୀବନସାଥୀଙ୍କ ପ୍ରତି କ୍ରୁରତା। ଏହା ଦ୍ୱାରା ପରିବାରର ଶାନ୍ତି ବ୍ୟହତ ହୋଇଥାଏ ବୋଲି...

ଇତିହାସରେ ପ୍ରଥମ ଥର: ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ ୮ ଟ୍ରେନ୍‌କୁ ଗ୍ରୀନ୍ ସିଗନାଲ

ନୂଆଦିଲ୍ଲୀ,୧୭ ।୧: ଗୁଜରାଟର କେବଡିୟାରେ ନିର୍ମାଣ କରାଯାଇଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆକାଶ ଛୁଆଁ ପ୍ରତିମାକୁ ବିଶ୍ୱ ପର୍ଯ୍ୟଟନ ନକ୍ସାରେ ସ୍ଥାନ ଦେବାକୁ ପ୍ରଧାନମନ୍ତ୍ରୀ...

କେଜରିଓ୍ବାଲ ଆୟୋଜନ କଲେ ରାତ୍ରଭୋଜନ

ନୂଆଦିଲ୍ଲୀ,୧୫।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଶନିବାର ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ଏକ...

ଚାହୁଁଚାହୁଁ ବର୍ଷା ପାଣିରେ ବୁଡ଼ିଗଲା କାର୍‌: ୧୫ ଦିନର ଶିଶୁଙ୍କୁ କରାଗଲା ଉଦ୍ଧାର, ଭିଡ଼ିଓ ଭାଇରାଲ

ବେଙ୍ଗାଲୁରୁ, ୨୪।୧୦: ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଜାରି ରହିଛି। ଏବେ ଏଠାକାର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ରାସ୍ତାରେ ଏକ ଲାଲ୍‌...

‘ମସଜିଦ୍‌ରେ ଆଜାନ ପାଇଁ ଲାଉଡସ୍ପିକର ଲଗାଇବା ମୌଳିକ ଅଧିକାର ନୁହେଁ’

ନୂଆଦିଲ୍ଲୀ,୬।୫: ସାରା ଦେଶରେ ଲାଉଡସ୍ପିକର ବିବାଦ ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ମସଜିଦ୍‌ରେ ଆଜାନ ପାଇଁ ଲାଉଡସ୍ପିକର ବ୍ୟବହାର କରିବା ଏକ...

Advertisement
Archives

Model This Week