କବିତା ଲେଖୁଛି ରୋବୋ

ଲଣ୍ଡନ୍‌,୧ା୬: ଆମେକା ରୋବୋ ଫରାସୀ ଓ ଚାଇନିଜ୍‌ ସମେତ ଅନ୍ୟ ଅନେକ ଭାଷା କହିପାରେ, ନିର୍ଦ୍ୱନ୍ଦ୍ୱରେ କବିତା ଲେଖିପାରେ। ଏପରି କି ତାକୁ ଅନୁରୋଧ କଲେ ବିରାଡ଼ିର ଚିତ୍ର ମଧ୍ୟ ଆଙ୍କିପାରେ। ତାକୁ ହସିବାକୁ କହିଲେ ତା’ ରବର ନିର୍ମିତ ନୀଳ ମୁହଁରେ ହସଫୁଟିଥିବା ଦେଖିବାକୁ ମିଳେ। ଏହା ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର କରାମତି ।
ଆମେକା ହେଉଛି ଜେନେରେଟିଭ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦ୍ୱାରା ପରିଚାଳିତ ଏକ ହ୍ୟୁମାନଏଡ୍‌ ରୋବୋ। ଏଆଇ ଏହି ରୋବୋକୁ ପ୍ରଶ୍ନର ଉତ୍ତର ଦେବାକୁ ସାମର୍ଥ୍ୟ ପ୍ରଦାନ କରିଥାଏ। ଏପରି କି ରୋବୋ ମଣିଷଙ୍କ ସହ କଥା ହୁଏ ଏବଂ କିଛି ନିର୍ଦ୍ଦେଶ ଦେଲେ ସଙ୍ଗେ ସଙ୍ଗେ ତାକୁ ପାଳନ କରିଥାଏ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ଏହି ରୋବୋ କବିତା ମଧ୍ୟ ଲେଖିପାରେ। ଆମେକା ଭଳି ଶତାଧିକ ରୋବୋକୁ ଚଳିତ ସପ୍ତାହରେ ଲଣ୍ଡନର ଇଣ୍ଟରନ୍ୟାଶନାଲ କନ୍‌ଫରେନ୍ସ ଅନ୍‌ ରୋବୋଟିକ୍ସ ଆଣ୍ଡ୍‌ ଅଟୋମେଶନ୍‌ (ଆଇସିଆର୍‌ଏ) ପ୍ରଦର୍ଶନୀରେ ରଖାଯାଇଛି। ଏହି ରୋବୋଗୁଡ଼ିକୁ ଦେଖି ଦର୍ଶକମାନେ ଭବିଷ୍ୟତରେ ବିଜ୍ଞାନର ଅଗ୍ରଗତି ସମ୍ପର୍କରେ ସମ୍ୟକ ଜ୍ଞାନ ଆହରଣ କରିପାରିବେ। ଆଇସିଆର୍‌ଏ ରୋବୋ ଓ୍ବାଲର୍‌ଡ ପାଇଁ ଏକପ୍ରକାର ଅଲିମ୍ପିକ୍ସ, ଯେଉଁଠି ଛାତ୍ରୀଛାତ୍ରଙ୍କ ଟିମ୍‌ ରୋବୋଟ୍‌ କୁକିଂ ଓ ଅଟୋନୋମସ୍‌ ଡ୍ରାଇଭିଂ ଇଣ୍ଟ୍ରେଷ୍ଟ ଭଳି ଏକାଧିକ ଚ୍ୟାଲେଞ୍ଜକୁ ନେଇ ପ୍ରତିଦ୍ୱନ୍ଦ୍ୱିତା କରିଥାଆନ୍ତି। ଶିକ୍ଷାବିତ୍‌ମାନେ ସେଠାରେ ନିଜ ଗବେଷଣାକୁ ଉପସ୍ଥାପନ କରୁଥିବାବେଳେ ଷ୍ଟାର୍ଟଅପ୍‌ମାନେ ସଦ୍ୟତମ କାରିଗରିର ପ୍ରଦର୍ଶନ ସୁଯୋଗ ପାଇଥାଆନ୍ତି। ମାଇକ୍ରୋସଫ୍ଟ ଓ ଗୁଗଲ ଭଳି ପ୍ରଯୁକ୍ତି ଶିଳ୍ପର ଉଦ୍ୟୋକ୍ତା ଏବଂ ବୈଜ୍ଞାନିକମାନେ ମଙ୍ଗଳବାର ମାନବ ଜାତି ପ୍ରତି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କେତେ ବିପଦ ହୋଇପାରେ ସେନେଇ ସତର୍କ କରାଇଛନ୍ତି। ଏଆଇ ଯୋଗୁ ମଣିଷ ଅସ୍ତିତ୍ୱ ହରାଇବା ଭଳି ବିପଦ ଆଶଙ୍କା ଥିବାରୁ ଏହାର ମୁକାବିଲା କରିବା ବର୍ତ୍ତମାନ ଏକ ବୈଶ୍ୱିକ ପ୍ରାଥମିକତା ହେବା ଉଚିତ ବୋଲି ସେମାନେ କହିଛନ୍ତି। ପ୍ରଦର୍ଶନୀ ହଲ୍‌ ଚଟାଣରେ ରୋବୋଟିକ୍‌ କୁକୁରଙ୍କ ଆବିର୍ଭାବ ଦର୍ଶକମାନଙ୍କୁ ବିସ୍ମିତ କରିଥିଲା। ବୋନ୍‌ ୟୁନିଭର୍ସିଟି ଛାତ୍ରୀଛାତ୍ର ସେମାନଙ୍କ ପ୍ରଶଂସନୀୟ କାର୍ଯ୍ୟକୁ ଦେଖାଇଥିଲେ। ଆମେକାର ନିର୍ମାତା ବ୍ରିଟିଶ୍‌ କମ୍ପାନୀ ଇଞ୍ଜିନିୟର୍ଡ ଆଟର୍‌ସର ନିର୍ଦ୍ଦେଶକ ଓ୍ବିଲ୍‌ ଜ୍ୟାକ୍‌ସନ କହିଛନ୍ତି, ମଣିଷଙ୍କ ସହ ଭାବର ଆଦାନପ୍ରଦାନ କରିପାରିବା ଭଳି ରୋବୋ ତିଆରି କରିଛୁ। ସେଗୁଡ଼ିକ ଆମ୍ୟୁଜ୍‌ମେଣ୍ଟ ପାର୍କରେ ଭିଜିଟର୍ସଙ୍କୁ ସାହାଯ୍ୟ କରିପାରିବେ। ଫଲ୍‌ମାଉଥରେ ଥିବା କମ୍ପାନୀ ମୁଖ୍ୟାଳୟରେ ୨୦୨୧ ଫେବୃୟାରୀରେ ଏହାର ଫାଷ୍ଟଜେନେରେଶନ୍‌ ବିକଶିତ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri