କବିତା ଲେଖୁଛି ରୋବୋ

ଲଣ୍ଡନ୍‌,୧ା୬: ଆମେକା ରୋବୋ ଫରାସୀ ଓ ଚାଇନିଜ୍‌ ସମେତ ଅନ୍ୟ ଅନେକ ଭାଷା କହିପାରେ, ନିର୍ଦ୍ୱନ୍ଦ୍ୱରେ କବିତା ଲେଖିପାରେ। ଏପରି କି ତାକୁ ଅନୁରୋଧ କଲେ ବିରାଡ଼ିର ଚିତ୍ର ମଧ୍ୟ ଆଙ୍କିପାରେ। ତାକୁ ହସିବାକୁ କହିଲେ ତା’ ରବର ନିର୍ମିତ ନୀଳ ମୁହଁରେ ହସଫୁଟିଥିବା ଦେଖିବାକୁ ମିଳେ। ଏହା ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର କରାମତି ।
ଆମେକା ହେଉଛି ଜେନେରେଟିଭ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦ୍ୱାରା ପରିଚାଳିତ ଏକ ହ୍ୟୁମାନଏଡ୍‌ ରୋବୋ। ଏଆଇ ଏହି ରୋବୋକୁ ପ୍ରଶ୍ନର ଉତ୍ତର ଦେବାକୁ ସାମର୍ଥ୍ୟ ପ୍ରଦାନ କରିଥାଏ। ଏପରି କି ରୋବୋ ମଣିଷଙ୍କ ସହ କଥା ହୁଏ ଏବଂ କିଛି ନିର୍ଦ୍ଦେଶ ଦେଲେ ସଙ୍ଗେ ସଙ୍ଗେ ତାକୁ ପାଳନ କରିଥାଏ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ଏହି ରୋବୋ କବିତା ମଧ୍ୟ ଲେଖିପାରେ। ଆମେକା ଭଳି ଶତାଧିକ ରୋବୋକୁ ଚଳିତ ସପ୍ତାହରେ ଲଣ୍ଡନର ଇଣ୍ଟରନ୍ୟାଶନାଲ କନ୍‌ଫରେନ୍ସ ଅନ୍‌ ରୋବୋଟିକ୍ସ ଆଣ୍ଡ୍‌ ଅଟୋମେଶନ୍‌ (ଆଇସିଆର୍‌ଏ) ପ୍ରଦର୍ଶନୀରେ ରଖାଯାଇଛି। ଏହି ରୋବୋଗୁଡ଼ିକୁ ଦେଖି ଦର୍ଶକମାନେ ଭବିଷ୍ୟତରେ ବିଜ୍ଞାନର ଅଗ୍ରଗତି ସମ୍ପର୍କରେ ସମ୍ୟକ ଜ୍ଞାନ ଆହରଣ କରିପାରିବେ। ଆଇସିଆର୍‌ଏ ରୋବୋ ଓ୍ବାଲର୍‌ଡ ପାଇଁ ଏକପ୍ରକାର ଅଲିମ୍ପିକ୍ସ, ଯେଉଁଠି ଛାତ୍ରୀଛାତ୍ରଙ୍କ ଟିମ୍‌ ରୋବୋଟ୍‌ କୁକିଂ ଓ ଅଟୋନୋମସ୍‌ ଡ୍ରାଇଭିଂ ଇଣ୍ଟ୍ରେଷ୍ଟ ଭଳି ଏକାଧିକ ଚ୍ୟାଲେଞ୍ଜକୁ ନେଇ ପ୍ରତିଦ୍ୱନ୍ଦ୍ୱିତା କରିଥାଆନ୍ତି। ଶିକ୍ଷାବିତ୍‌ମାନେ ସେଠାରେ ନିଜ ଗବେଷଣାକୁ ଉପସ୍ଥାପନ କରୁଥିବାବେଳେ ଷ୍ଟାର୍ଟଅପ୍‌ମାନେ ସଦ୍ୟତମ କାରିଗରିର ପ୍ରଦର୍ଶନ ସୁଯୋଗ ପାଇଥାଆନ୍ତି। ମାଇକ୍ରୋସଫ୍ଟ ଓ ଗୁଗଲ ଭଳି ପ୍ରଯୁକ୍ତି ଶିଳ୍ପର ଉଦ୍ୟୋକ୍ତା ଏବଂ ବୈଜ୍ଞାନିକମାନେ ମଙ୍ଗଳବାର ମାନବ ଜାତି ପ୍ରତି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କେତେ ବିପଦ ହୋଇପାରେ ସେନେଇ ସତର୍କ କରାଇଛନ୍ତି। ଏଆଇ ଯୋଗୁ ମଣିଷ ଅସ୍ତିତ୍ୱ ହରାଇବା ଭଳି ବିପଦ ଆଶଙ୍କା ଥିବାରୁ ଏହାର ମୁକାବିଲା କରିବା ବର୍ତ୍ତମାନ ଏକ ବୈଶ୍ୱିକ ପ୍ରାଥମିକତା ହେବା ଉଚିତ ବୋଲି ସେମାନେ କହିଛନ୍ତି। ପ୍ରଦର୍ଶନୀ ହଲ୍‌ ଚଟାଣରେ ରୋବୋଟିକ୍‌ କୁକୁରଙ୍କ ଆବିର୍ଭାବ ଦର୍ଶକମାନଙ୍କୁ ବିସ୍ମିତ କରିଥିଲା। ବୋନ୍‌ ୟୁନିଭର୍ସିଟି ଛାତ୍ରୀଛାତ୍ର ସେମାନଙ୍କ ପ୍ରଶଂସନୀୟ କାର୍ଯ୍ୟକୁ ଦେଖାଇଥିଲେ। ଆମେକାର ନିର୍ମାତା ବ୍ରିଟିଶ୍‌ କମ୍ପାନୀ ଇଞ୍ଜିନିୟର୍ଡ ଆଟର୍‌ସର ନିର୍ଦ୍ଦେଶକ ଓ୍ବିଲ୍‌ ଜ୍ୟାକ୍‌ସନ କହିଛନ୍ତି, ମଣିଷଙ୍କ ସହ ଭାବର ଆଦାନପ୍ରଦାନ କରିପାରିବା ଭଳି ରୋବୋ ତିଆରି କରିଛୁ। ସେଗୁଡ଼ିକ ଆମ୍ୟୁଜ୍‌ମେଣ୍ଟ ପାର୍କରେ ଭିଜିଟର୍ସଙ୍କୁ ସାହାଯ୍ୟ କରିପାରିବେ। ଫଲ୍‌ମାଉଥରେ ଥିବା କମ୍ପାନୀ ମୁଖ୍ୟାଳୟରେ ୨୦୨୧ ଫେବୃୟାରୀରେ ଏହାର ଫାଷ୍ଟଜେନେରେଶନ୍‌ ବିକଶିତ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

କାବୁଲ ବିମାନବନ୍ଦରରେ ଭୟଙ୍କର ପରିସ୍ଥିତି

କାବୁଲ,୧୬।୮: ଆଫଗାନିସ୍ତାନକୁ ତାଲିବାନ ଦଖଲ କରି ନେବାପରେ ଦେଶରେ ପରିସ୍ଥିତି ଭୟଙ୍କର ରହିଛି। ଲୋକମାନେ କୌଣସି ଜିନିଷ ନ ନେଇ ଦେଶ ଛାଡି ପଳାଉଛନ୍ତି। ଅନ୍ୟପକ୍ଷରେ...

ଆମେରିକାରେ ଝଡ଼ବାତ୍ୟା: ୩୫ ମୃତ

ସାନ୍‌ ସାଲ୍‌ଭାଡର, ୨୦ା୧୧:କେନ୍ଦ୍ରୀୟ ଆମେରିକାରେ ଝଡ଼ବାତ୍ୟା ଯୋଗୁ ୩୫ ଜଣଙ୍କ ପ୍ରାଣହାନି ଘଟିଛି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ନିକାରଗୁଆରେ। ଏଠାରେ ୧୮ ଜଣଙ୍କ ମୃତ୍ୟୁ...

ବାଘକୁ ଡରାଇ ଦେଉଛି ଠେକୁଆ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

କାଦୁଅରେ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ କରି ଚର୍ଚ୍ଚାରେ ଦମ୍ପତି

ବିବାହକୁ ସ୍ମରଣୀୟ କରି ରଖିବାକୁ ସମସ୍ତେ ଚାହିଁ ଥାଆନ୍ତି। ଏବେ କିନ୍ତୁ ବିବାହ ପୂର୍ବର ମୂହୁର୍ତ୍ତକୁ ମନେ ରଖିବା ପାଇଁ ଯୁବପିଢୀ ବେଶୀ ଗୁରୁତ୍ୱ ଦେଉଛନ୍ତି।...

ଆମେରିକା ଭାରତକୁ ଫେରାଇଲା ୩୦୭ ପ୍ରାଚୀନ ବସ୍ତୁ

ନ୍ୟୁୟର୍କ,୧୯ା୧୦: ଭାରତରୁ ଚୋରି ହୋଇଥିବା ଐତିହ୍ୟ ବର୍ତ୍ତମାନ ଦେଶକୁ ଫେରି ଆସିଛି। ଲୁଟେରାଙ୍କ ଦ୍ୱାରା ଏହି ଚୋରି ସାମଗ୍ରୀ ଆମେରିକାରେ ପହଞ୍ଚିଥିଲା। ୧୫ ବର୍ଷର ଅନୁସନ୍ଧାନ...

ଜଳବାୟୁ ପରିବର୍ତ୍ତନରୁ ରକ୍ଷା କରିବ ଚନ୍ଦ୍ର ଧୂଳି…

ଓ୍ବାଶିଂଟନ,୧୩।୨ : ବୈଜ୍ଞାନିକଙ୍କ ଅନୁଯାୟୀ, ଚନ୍ଦ୍ରରେ ଉଡ଼ୁଥିବା ଧୂଳି ପୃଥିବୀକୁ ଜଳବାୟୁ ପରିବର୍ତ୍ତନରୁ ରକ୍ଷା କରିବାରେ ସହାୟକ ହୋଇପାରେ। ସେମାନେ କହିଛନ୍ତି ଯେ ଚନ୍ଦ୍ର ପୃଷ୍ଠର...

ସେନା ବସ୍‌ ଉପରେ ଗୁଳିମାଡ଼: ୧୮ ସୈନ୍ୟ ମୃତ୍ୟୁ, ୨୭ ଆହତ

ଡାମସକସ,୧୩।୧୦: ସିରିଆର ଡାମସକସ ନିକଟରେ ଗୁରୁବାର ଏକ ସେନା ବସ ଉପରେ ବୋମା ମାଡ କରାଯାଇଛି। ଏହି ଆକ୍ରମଣରେ ଅତିକମରେ ୧୮ ସୈନିକଙ୍କର ମୃତ୍ୟୁ ଘଟିଥିବା...

କଇଁଛକୁ ଗାଡ଼ି କରିଦେଲା ମିରକାଟସ୍‌, ପିଠିରେ ବସି…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

Advertisement
Archives

Model This Week